Posted inଖେଳ

ଅଷ୍ଟ୍ରେଲିଆ- ଜିମ୍ବାଓ୍ବେ ଦିନିକିଆ ସିରିଜ ସ୍ଥଗିତ

ମେଲବୋର୍ନ,୩୦।୬(ପି.ଟି.): କୋଭିଡ୍‌-୧୯ ମହାମାରୀ କାରଣରୁ ଆଉ ଏକ ସିରିଜ୍‌ ପ୍ରଭାବିତ ହୋଇଛି। ଅଷ୍ଟ୍ରେଲିଆ ଓ ଜିମ୍ବାଓ୍ବେ ମଧ୍ୟରେ ଆୟୋଜନ ହେବାକୁ ଥିବା ଦିନିକିଆ ସିରିଜକୁ ଏହି ମହାମାରୀ ପାଇଁ ସ୍ଥଗିତ ରଖିବାକୁ ଦୁଇ ଦେଶର ବୋର୍ଡ ମିଳିତ ଭାବେ ମଙ୍ଗଳବାର ସହମତିରେ ନିଷ୍ପତ୍ତି ନେଇଛନ୍ତି।
୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ ଆସନ୍ତା ଅଗଷ୍ଟରେ ଖେଳାଯିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଅଷ୍ଟ୍ରେଲିଆରେ କୋଭିଡ୍‌-୧୯ ମହାମାରୀ ପୁଣିଥରେ ସଂକ୍ରମଣର ଶୀର୍ଷରେ ପହଞ୍ଚିଛି। ଅଷ୍ଟ୍ରେଲିଆରେ ଏପର୍ଯ୍ୟନ୍ତ ୭୫୦୦ଜଣ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଛନ୍ତି ଓ ୭,୦୦୦ ସୁସ୍ଥ ହୋଇଛନ୍ତି। ତେବେ ଗତ କିଛିଦିନ ମଧ୍ୟରେ ୧୦୪ ଜଣ ମୃତ୍ୟୁବରଣ କରିଛନ୍ତି। ଦୁଇ ଦେଶର ବୋର୍ଡ ସିରିଜ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କ୍ରିକେଟ ଅଷ୍ଟ୍ରେଲିଆ ତରଫରୁ କୁହାଯାଇଛି। ଖେଳାଳି, ମ୍ୟାଚ୍‌ ଅଫିସିଆଲ ଓ ଭଲ୍ୟୁଣ୍ଟିୟର୍ସଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି। ସିରିଜ ସ୍ଥଗିତ ରଖିବା ନିଷ୍ପତ୍ତି ପୂରା ଠିକ୍‌ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ନିକ୍‌ ହୋକ୍‌ଲି କହିଛନ୍ତି। ତେବେ ସିରିଜ ସ୍ଥଗିତ ନିଷ୍ପତ୍ତି ନିହାତିଭାବେ ନିରାଶଜନକ। କ୍ରିକେଟର, ମ୍ୟାଚ୍‌ ଅଫିସିଆଲ, ଭଲ୍ୟୁଣ୍ଟିୟର୍ସ ଓ ପ୍ରଶଂସକଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେବାକୁ ହେଲା ବୋଲି ସେ କହିଛନ୍ତି। ଏହି ସିରିଜ ଆୟୋଜନ କରିବାକୁ ଏବେ ଜିମ୍ବାଓ୍ବେ କ୍ରିକେଟ ସହ ଆମେ କାର୍ଯ୍ୟକରିବୁ ଓ ନୂଆ ତାରିଖ ଧାର୍ଯ୍ୟ କରିବୁ ବୋଲି ସେ କହିଛନ୍ତି।
ବିଦେଶରୁ ଅଷ୍ଟ୍ରେଲିଆରେ ପହଞ୍ଚୁଥିବା ଖେଳାଳିଙ୍କୁ ୧୪ ଦିନ କ୍ୱାରାଣ୍ଟାଇନ୍‌ରେ ରହିବା ବାଧ୍ୟତାମୂଳକ କରାଯାଇଛି। ୨୦୦୩- ୦୪ ପରଠାରୁ ଜିମ୍ବାଓ୍ବେ ଅଷ୍ଟ୍ରେଲିଆ ଗସ୍ତ କରିନାହିଁ। ତେବେ ୨୦୧୪ରେ ହରାରେ ମାଇକେଲ କ୍ଲାର୍କଙ୍କ ନେତୃତ୍ୱାଧୀନ ଅଷ୍ଟ୍ରେଲିଆ ଘରୋଇ ଜିମ୍ବାଓ୍ବେକୁ ଏକ ତ୍ରିରାଷ୍ଟ୍ରୀୟ ସିରିଜରେ ପରାସ୍ତ କରିଥିଲା। ସିରିଜର ନୂଆ କାର୍ଯ୍ୟସୂଚୀ ନେଇ କ୍ରିକେଟ ଅଷ୍ଟ୍ରେଲିଆ ସହ କାର୍ଯ୍ୟକରିବୁ ବୋଲି ଜିମ୍ବାଓ୍ବେ କ୍ରିକେଟ କାର୍ଯ୍ୟକାରୀ ମ୍ୟାନେଜର ଗିଭମୋର ମାକୋନୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଲେ ବିରୁଷ୍କା: ଦାମ୍‌ ଜାଣିଲେ ଉଡ଼ିଯିବ ହୋଶ୍‌

ମୁମ୍ବାଇ,୨୭।୭:ଭାରତୀୟ କ୍ରିକେଟ କିମ୍ବଦନ୍ତୀ ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଏହି ଦମ୍ପତି ମୁମ୍ବାଇର ଭର୍ସୋଭା ଅଞ୍ଚଳରେ ୧୯.୨୯…

ଏହି ଅଭିନେତ୍ରୀଙ୍କ ପ୍ରେମରେ ବୋଲ୍ଡ ହେଲେ ଅର୍ଶଦୀପ ସିଂ

ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଅର୍ଶଦୀପ ସିଂହ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ଅର୍ଶଦୀପ ଇନଷ୍ଟାଗ୍ରାମରେ ମଡେଲ ତଥା ଅଭିନେତ୍ରୀ…

ପ୍ଲେୟାର ଅଫ ଦି ସିରିଜ ଜିତିବା ସତ୍ତ୍ୱେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଚେତାବନୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୭।୭: ଜିମ୍ବାୱେ ବିପକ୍ଷରେ T20 ସିରିଜରେ ଚମତ୍କାର ପ୍ରଦର୍ଶନ ପରେ ବୈଭବ ସୂର୍ଯ୍ୟବଂଶୀ ‘ପ୍ଲେୟାର ଅଫ ଦି ସିରିଜ’ ପୁରସ୍କାର ଜିତିଥିଲେ। ଏହି ଚମତ୍କାର ପ୍ରଦର୍ଶନ ସତ୍ତ୍ୱେ,…

‘ମ୍ୟାନ ଅଫ ଦି ସିରିଜ’ ବିବେଚିତ ହେବା ପରେ ହୃଦୟସ୍ପର୍ଶୀ ବୟାନ ଦେଇ ମନ କିଣିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୭।୭: ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତର ତିକ୍ତ ସ୍ମୃତିକୁ ପଛରେ ପକାଇ, ଟିମ ଇଣ୍ଡିଆ ଜିମ୍ବାୱେରେ ବିଜୟୀ ହୋଇଥିଲା। ଭାରତ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ…

ଭାରତକୁ ମିଳିଲା ପ୍ରଥମ ସ୍ବର୍ଣ୍ଣ

ଗ୍ଲାସ୍‌ଗୋ,୨୬ା୭: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାର ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଛି। ତାରକା ଭାରୋତ୍ତୋଳିକା ମୀରାବାଈ ଚାନୁ ମହିଳା ୪୮ କେଜି କାଟେଗୋରୀରେ ଏହି ସଫଳତା ପାଇଛନ୍ତି।…

ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ଭାରତର କ୍ଲିନ ସୁଇପ୍‌

ହରାରେ,୨୬ା୭: ଭାରତର ବ୍ୟାଟିଂ ସେନସେଶନ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତ ୩୫ ରନରେ…

ରିଶିକାନ୍ତଙ୍କୁ ମିଳିଲା ରୌପ୍ୟ ପଦକ

ଗ୍ଲାସ୍‌ଗୋ,୨୬ା୭: ଭାରତର ରିଶିକାନ୍ତ ସିଂ ଚନାମ୍ବାମ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ରବିବାର ପୁରୁଷ ୬୦ କେଜି ଭାରୋତ୍ତୋଳନ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି। ମଣିପୁରର ଏହି…

ଇତିହାସ ରଚିଲେ ଅଭିଷେକ ଶର୍ମା, ଟି-୨୦ କ୍ରିକେଟରେ ଏହି ସଫଳତା ହାସଲ କରିବାରେ ହେଲେ ପ୍ରଥମ ଭାରତୀୟ ଓପନିଂ ବ୍ୟାଟସମ୍ୟାନ

ନୂଆଦିଲ୍ଲୀ,୨୬।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ୯୦ ରନରେ ବିଜୟ ହାସଲ କରିଛି। ତଥାପି, ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ପୁଣି ଥରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri