Posted inଫୁରସତ

ଅଷ୍ଟ୍ରେଲୀୟ ସ୍ତ୍ରୀଙ୍କ ମୁଣ୍ଡରେ ଘାସ ବସ୍ତା ରଖିଲେ ଭାରତୀୟ ସ୍ବାମୀ, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ ହୋଇଥାଏ। ଏହି ଭିଡିଓଗୁଡିକ ମଧ୍ୟରୁ କେତେକ ଏପରି ହୋଇଥାଏ ଯେ, ଆପଣ ବାରମ୍ବାର ଦେଖିବାକୁ ଚାହିଁବେ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ଭାରତୀୟ-ଅଷ୍ଟ୍ରେଲୀୟ ମହିଳାଙ୍କ ମୁଣ୍ଡରେ ଘାସ ବସ୍ତା ରଖୁଛନ୍ତି। ଯାହା ଦେଖି ଲୋକେ ଏହି ମହିଳାଙ୍କୁ ପ୍ରଶଂସା କରୁଛନ୍ତି।

ଭାରତୀୟ ଜଣକ ତାଙ୍କ ଅଷ୍ଟ୍ରେଲୀୟ ସ୍ତ୍ରୀଙ୍କ ସହ ଗାଁରେ ପହଞ୍ଚିଥିଲେ। ସେତେବେଳେ ଏହି ଦମ୍ପତି ସୋସିଆଲ ମିଡିଆରେ ଏକ ଭିଡିଓ  ଶେୟାର କରିଥିଲେ। ଯେତେବେଳେ ବି ଜଣେ ବିଦେଶୀ ଭାରତକୁ ଆସନ୍ତି, ସେ ଏଠାକାର ସଂସ୍କୃତି, ପରମ୍ପରା ଏବଂ ଜୀବନ ଶୈଳୀ ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ସେମାନେ ମଧ୍ୟ ଚାହିଁଥାନ୍ତି ଭାରତୀୟଙ୍କ ପରି କରିବାକୁ। ଏହି ଭିଡିଓ ଏହାର ଏକ ଉଦାହରଣ।

 

View this post on Instagram

 

A post shared by Loveleen Vats (@loveleenvats)

ଏହି ଭିଡିଓରେ ଅଷ୍ଟ୍ରେଲୀୟ ମହିଳା କର୍ଟନି ତାଙ୍କ ହରିୟାଣୀ ସ୍ବାମୀଙ୍କ ସହ ତାଙ୍କ ଗାଁରେ ବୁଲୁଥିବାର ନଜର ଆସିଛନ୍ତି। ସେ ବିଲ ମଧ୍ୟରେ ଥିବା ବନ୍ଧରେ ବୁଲନ୍ତି। ତା’ ପରେ ଗୋଟିଏ ସ୍ଥାନରେ ସ୍ବାମୀ ତାଙ୍କ ମୁଣ୍ଡକୁ ଘାସ ବସ୍ତା ଟେକୁଛନ୍ତି। ସେ ଏହାକୁ ମୁଣ୍ଡରେ ମୁଣ୍ଡାଇ କିଛି ବାଟ ବେଶ୍‌ ଖୁସି ମନରେ ବୋହି ନେଉଛନ୍ତି କର୍ଟନି। ସତେ କି ଜଣେ ଗ୍ରାମୀଣ ମହିଳା। କର୍ଟନିଙ୍କ ସ୍ବାମୀଙ୍କ ନାମ ଲଭଲିନ। ଯିଏ କି ତାଙ୍କ ପିଲାମାନଙ୍କ ସହିତ ମେଲବୋର୍ନରେ ରହୁଛନ୍ତି।

ଏହି ଭିଡିଓକୁ ଲଭଲିନ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ବର୍ତ୍ତମାନ ଏହି ଭିଡିଓକୁ ୬ ଲକ୍ଷରୁ ଅଧିକ ଲୋକ ଦେଖିଥିବା ବେଳେ ୫୮ ହଜାରରୁ ଅଧିକ ଲୋକ ଏହାକୁ ଲାଇକ୍‌ କରିଛନ୍ତି। ଲୋକମାନେ ଭିଡିଓରେ ମଧ୍ୟ ଆକର୍ଷଣୀୟ ମନ୍ତବ୍ୟ ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଏହା ବହୁତ ସୁନ୍ଦର। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ବିଦେଶରେ ରହୁଛନ୍ତି ହରିୟାଣୀ ଯୋଡ଼ି।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri