Posted inଖେଳ

ଜାତୀୟ ସଙ୍ଗୀତ ବାଜୁଥିବାବେଳେ ଭୋ ଭୋ ହୋଇ କାନ୍ଦିଲେ ଏହି କ୍ରିକେଟର୍‌

ସିଡନୀ,୭।୧: ସିଡନୀ କ୍ରିକେଟ ଗ୍ରାଉଣ୍ଡରେ (ଏସସିଜି) ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସିରାଜ ଜାତୀୟ ସଂଗୀତରେ ଭାବପ୍ରବଣ ହୋଇଥିଲେ। ସିରାଜ ତାଙ୍କ ଭାବନାକୁ ନିୟନ୍ତ୍ରଣ କରିପାରି ନ ଥିଲେ ଏବଂ ତାଙ୍କ ଆଖିରୁ ଲୁହ ବାହାରୁଥିଲା। କ୍ରିକେଟ ଅଷ୍ଟ୍ରେଲିଆର ମହମ୍ମଦ ସିରାଜଙ୍କ ଏହି ଭିଡିଓକୁ ନିଜ ଟୁଇଟର ହ୍ୟାଣ୍ଡେଲରେ ଶେୟାର କରିଛି। ସୂଚନାଯୋଗ୍ୟ,ମହମ୍ମଦ ସିରାଜ ତାଙ୍କର ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳୁଛନ୍ତି। ମେଲବୋନର୍ର୍ରେ ସିରାଜ ତାଙ୍କର ଟେଷ୍ଟ ଡେବ୍ୟୁ କରିଥିଲେ। ଅଷ୍ଟ୍ରେଲିଆ ଗସ୍ତ ସମୟରେ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଥିଲା, କିନ୍ତୁ ସେ ଭାରତକୁ ଫେରିପାରି ନ ଥିଲେ। ଆଘାତ କାରଣରୁ ଟିମ ଇଣ୍ଡିଆରୁ ବାହାରିଥିବା ମହମ୍ମଦ ଶାମିଙ୍କ ସ୍ଥାନରେ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ଡେବ୍ୟୁ କରିବାର ସୁଯୋଗ ମିଳିଥିଲା। ମେଲବୋନର୍ର୍ରେ ସିରାଜ ମୋଟ ୫ଟି ଉଇକେଟ ନେଇଥିଲେ। ୨୦୧୩ରେ ମହମ୍ମଦ ଶାମିଙ୍କ ପରେ ସେ ପ୍ରଥମ ଭାରତୀୟ ବୋଲର ହୋଇଥିଲେ ଯିଏକି ତାଙ୍କର ପ୍ରଥମ ମ୍ୟାଚରେ ୫ଟି ଉଇକେଟ ନେଇଥିଲେ। ୨୦୧୩ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଶାମି ୯ ଉଇକେଟ ନେଇଥିଲେ। ହାରାହାରି ୨୩.୪୪ରେ ୩୮ଟି ପ୍ରଥମ ଶ୍ରେଣୀ ମ୍ୟାଚ ରେ ସିରାଜ ୧୫୨ ଉଇକେଟ ନେଇଛନ୍ତି। ଅଷ୍ଟ୍ରେଲିଆରେ କରୋନା ପ୍ରୋଟୋକଲ ହେତୁ ମହମ୍ମଦ ସିରାଜ ଶେଷ ମୁହୂର୍ତ୍ତରେ ମଧ୍ୟ ତାଙ୍କ ପିତାଙ୍କୁ ଦେଖା କରିବାକୁ ଭାରତ ଆସିପାରି ନ ଥିଲେ। ପିତାଙ୍କ ମୃତ୍ୟୁ ସତ୍ତ୍ୱେ ପରିବାରଠାରୁ ଦୂରରେ ଥିବା ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ କହିଛନ୍ତି ଯେ, ଅଧିନାୟକ ବିରାଟ କୋହଲିଙ୍କ ଶକ୍ତିଶାଳୀ ହେବାକୁ ପରାମର୍ଶ ତାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ କଡ଼ା ସିରିଜ ପ୍ରସ୍ତୁତିରେ ବହୁତ ସାହାଯ୍ୟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଶ୍ୱିନ, ଜାଡେଜାଙ୍କ ଉପରେ ନଜର: ନିକୋଲ୍ସ

ନୂଆଦିଲ୍ଲୀ, ୨୭।୫(ପି.ଟି.)- ଭାରତୀୟ ପେସ୍‌ ଆକ୍ରମଣ ନ୍ୟୁଜିଲାଣ୍ଡ ସହ ସମକକ୍ଷ। ତେଣୁ ଆଗାମୀ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲରେ ଭାରତର ଦୁଇ ତାରକା ସ୍ପିନର ରବିଚନ୍ଦ୍ରନ...

ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ: ଅଷ୍ଟ୍ରେଲିଆ, ଜାପାନ, ଚାଇନା ବିଜୟୀ

ସିଓଲ,୧୭।୬: ୨୦୨୨ ଫିଫା ବିଶ୍ୱକପ୍‌ର ତୃତୀୟ ରାଉଣ୍ଡ କ୍ୱାଲିଫାଇଂରେ ଚାଇନା କର ବା ମର ସ୍ଥିତିର ସମ୍ମୁଖୀନ ହୋଇଥିଲା। ତେବେ ଚାଇନା ୩-୧ ଗୋଲରେ ସିରିଆକୁ...

ପୂର୍ବତନ ବିଚାରପତି ନାଗେଶ୍ୱରଙ୍କୁ ନିଯୁକ୍ତି

ନୂଆଦିଲ୍ଲୀ, ୨୩ା୯ (ପି.ଟି.):ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ)ର ସମ୍ବିଧାନ ସଂଶୋଧନ ଓ ଇଲେକ୍ଟୋରାଲ କଲେଜ ପ୍ରସ୍ତୁତ କରିବା ଲାଗି ସୁପ୍ରିମକୋର୍ଟ ଗୁରୁବାର ସର୍ବୋଚ୍ଚ ନ୍ୟାୟାଳୟର ପୂର୍ବତନ...

ଇଷ୍ଟ ଜୋନ୍‌ ସ୍ନୁକର: ବିପର୍ଯ୍ୟୟ ଘଟାଇଲେ ସୌଭାଗ୍ୟ କ୍ୱାର୍ଟର ଫାଇନାଲ ଚୂଡାନ୍ତ

ଭୁବନେଶ୍ୱର,୧୨।୯(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ପଟିଆସ୍ଥିତ ୬ ପକେଟ୍ସଠାରେ ଚାଲିଥିବା ଫାଲ୍‌କନ ଚିଲିକା ଇଷ୍ଟ ଜୋନ୍‌ ସ୍ନୁକର ଚାମ୍ପିୟନଶିପ୍‌ ବୁଧବାର ସପ୍ତମ ଦିବସରେ ପହଞ୍ଚିଛି। ଟୁର୍ନାମେଣ୍ଟର କ୍ୱାର୍ଟର...

ଏକାଡେମୀରେ ଖେଳିବା ପାଇଁ ପୁଅଙ୍କ ଭଳି ଚୁଟି କାଟିଥିଲେ ଶେଫାଳି

ନୂଆଦିଲ୍ଲୀ, ୪6।୧୦- ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ୍‌ ଦଳ ବିପକ୍ଷ ୪ର୍ଥ ଟି୨୦ ମ୍ୟାଚ୍‌ରେ ଭାରତକୁ ଜିତାଇବାରେ ୧୫ ବର୍ଷୀୟା ଓପନର୍‌ ଶେଫାଳି ବର୍ମାଙ୍କ...

ଏମ୍‌ପି ପଦ ପାଇବା ପରେ ଏବେ କମେଣ୍ଟ୍ରି କରିବେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୮।୬: କ୍ରିକେଟ ପଡ଼ିଆରୁ ରାଜନୀତିରେ ପାଦ ଦେଇଥିବା କ୍ରିକେଟର ଗୌତମ ଗମ୍ଭୀର ଏବେ କମେଣ୍ଟ୍ରି କରିବେ। ଜୁନ୍‌ ୯ ରବିବାର ଭାରତ-ଅଷ୍ଟ୍ରେଲିଆ ମ୍ୟାଚରେ ସେ ଷ୍ଟାର...

ବଟଲରଙ୍କ ବିସ୍ଫୋରକ ଶତକ

ମୁମ୍ବାଇ,୧୮।୪: ସ୍ଥାନୀୟ ବ୍ରାବୋର୍ନେ ଷ୍ଟାଡିୟମରେ ସୋମବାର ରାତିରେ ଖେଳାଯାଇଥିବା ଆଇପିଏଲ ମ୍ୟାଚ୍‌ରେ ଫୁଲ ଫର୍ମରେ ଥିବା ଜୋସ ବଟଲର କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ବିପକ୍ଷରେ...

ଦମ୍‌ଦାର ବ୍ୟାଟିଂକୁ ନେଇ ହୃଦୟ ଜିତିଲେ ଏହି ଭାରତୀୟ କ୍ରିକେଟର; କ୍ୟାରିୟରର ଦ୍ୱିତୀୟ ଟେଷ୍ଟରେ..

ସିଡନୀ,୮।୧: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ପ୍ରଶଂସନୀୟ ପାଳି ଖେଳିଛନ୍ତି ଯୁବ କ୍ରିକେଟର ଶୁଭମନ ଗିଲ। ନିଜ କ୍ୟାରିୟରର ଦ୍ୱିତୀୟ ଟେଷ୍ଟରେ ଶୁକ୍ରବାର ସେ...

Advertisement
Archives

Model This Week