Posted inଖେଳ

ଅଷ୍ଟ୍ରେଲିଆ ଗସ୍ତ:ସିଡ୍‌ନୀରେ ଭାରତୀୟ ଖେଳାଳି କ୍ୱାରାଣ୍ଟାଇନରେ ରହି ଅଭ୍ୟାସ କରିବେ

ସିଡନୀ,୨୨।୧୦ (ପି.ଟି.): ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଖେଳାଳି ନ୍ୟୁ ସାଉଥ୍‌ ଓ୍ବେଲ୍ସ (ଏନ୍‌ଏସ୍‌ଡବ୍ଲ୍ୟୁ) ରାଜ୍ୟର ରାଜଧାନୀ ସିଡ୍‌ନୀରେ ଅବତରଣ କରିବା ସହ ସେଠାରେ କ୍ୱାରାଣ୍ଟାଇନ୍‌ରେ ରହିବା ସହ ଅଭ୍ୟାସ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଏ ନେଇ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଅନୁରୋଧ କରିଛି ବୋଲି ନ୍ୟୁ ସାଉଥ୍‌ ଓ୍ବେଲ୍ସ କ୍ରୀଡ଼ାମନ୍ତ୍ରୀ ଷ୍ଟୁଆର୍ଟ ଆରେଜ୍‌ କହିଛନ୍ତି। ଭାରତ ସହିତ ଅଷ୍ଟ୍ରେଲିଆ ଦଳ ମଧ୍ୟ ଏଠାରେ କ୍ୱାରାଣ୍ଟାଇନରେ ରହିବ ଓ ଟ୍ରେନିଂ ନେବ ବୋଲି ସେ କହିଛନ୍ତି। ଭାରତୀୟ ଖେଳାଳିଙ୍କ ସମେତ ସ୍ବଦେଶ ଫେରିବାକୁ ଥିବା ଅଷ୍ଟ୍ରେଲିଆ ଖେଳାଳି ସିଡନୀରେ କ୍ୱାରାଣ୍ଟାରଇନ୍‌ରେ ରହିବା ସହ ଟ୍ରେନିଂ ନେବା ନେଇ କ୍ରିକେଟ ଅଷ୍ଟ୍ରେଲିଆ ନ୍ୟୁ ସାଉଥ ଓ୍ବେଲ୍ସ ସରକାରଙ୍କୁ ଅନୁରୋଧ ଜଣାଇଛନ୍ତି। ଏହି ପ୍ରସ୍ତାବ ନେଇ ଏନ୍‌ଏସ୍‌ଡବ୍ଲ୍ୟ କର୍ତ୍ତୃପକ୍ଷ ଆକଳନ କରୁଛନ୍ତି। ଏ ନେଇ ସ୍ବାସ୍ଥ୍ୟ ଓ ପୋଲିସ୍‌ ବିଭାଗ ସହ ଆଲୋଚନା ଜାରି ରହିଛି। କ୍ରିକେଟ ଅଷ୍ଟ୍ରେଲିଆ ଭାରତ ବିପକ୍ଷ କାର୍ଯ୍ୟସୁଚୀ ସ୍ଥିର କରିବ। ଏଥି ସହିତ କ୍ୱାରାଣ୍ଟାଇନ ପ୍ରସ୍ତାବ ନେଇ ଆମର ମୂଲ୍ୟାଙ୍କନ ପ୍ରଭାବିତ ହେବ ନାହିଁ। ଯଦି କ୍ରିକେଟ ଅଷ୍ଟ୍ରେଲିଆ ଓ ଏନ୍‌ଏସ୍‌ଡବ୍ଳ୍ୟୁ ସରକାର ଏ ନେଇ କୌଣସି ଚୁକ୍ତି କରନ୍ତି ତେବେ ବିସିସିଆଇକୁ ଏକ ସଂଶୋଧିତ ଯୋଜନା ପ୍ରଦାନ କରାଯିବ। ବିସିସିଆଇ ଏହାକୁ ଅନୁମୋଦନ କରିବାର ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଲେ ବିରୁଷ୍କା: ଦାମ୍‌ ଜାଣିଲେ ଉଡ଼ିଯିବ ହୋଶ୍‌

ମୁମ୍ବାଇ,୨୭।୭:ଭାରତୀୟ କ୍ରିକେଟ କିମ୍ବଦନ୍ତୀ ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଏହି ଦମ୍ପତି ମୁମ୍ବାଇର ଭର୍ସୋଭା ଅଞ୍ଚଳରେ ୧୯.୨୯…

ଏହି ଅଭିନେତ୍ରୀଙ୍କ ପ୍ରେମରେ ବୋଲ୍ଡ ହେଲେ ଅର୍ଶଦୀପ ସିଂ

ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଅର୍ଶଦୀପ ସିଂହ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ଅର୍ଶଦୀପ ଇନଷ୍ଟାଗ୍ରାମରେ ମଡେଲ ତଥା ଅଭିନେତ୍ରୀ…

ପ୍ଲେୟାର ଅଫ ଦି ସିରିଜ ଜିତିବା ସତ୍ତ୍ୱେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଚେତାବନୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୭।୭: ଜିମ୍ବାୱେ ବିପକ୍ଷରେ T20 ସିରିଜରେ ଚମତ୍କାର ପ୍ରଦର୍ଶନ ପରେ ବୈଭବ ସୂର୍ଯ୍ୟବଂଶୀ ‘ପ୍ଲେୟାର ଅଫ ଦି ସିରିଜ’ ପୁରସ୍କାର ଜିତିଥିଲେ। ଏହି ଚମତ୍କାର ପ୍ରଦର୍ଶନ ସତ୍ତ୍ୱେ,…

‘ମ୍ୟାନ ଅଫ ଦି ସିରିଜ’ ବିବେଚିତ ହେବା ପରେ ହୃଦୟସ୍ପର୍ଶୀ ବୟାନ ଦେଇ ମନ କିଣିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୭।୭: ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତର ତିକ୍ତ ସ୍ମୃତିକୁ ପଛରେ ପକାଇ, ଟିମ ଇଣ୍ଡିଆ ଜିମ୍ବାୱେରେ ବିଜୟୀ ହୋଇଥିଲା। ଭାରତ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ…

ଭାରତକୁ ମିଳିଲା ପ୍ରଥମ ସ୍ବର୍ଣ୍ଣ

ଗ୍ଲାସ୍‌ଗୋ,୨୬ା୭: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାର ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଛି। ତାରକା ଭାରୋତ୍ତୋଳିକା ମୀରାବାଈ ଚାନୁ ମହିଳା ୪୮ କେଜି କାଟେଗୋରୀରେ ଏହି ସଫଳତା ପାଇଛନ୍ତି।…

ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ଭାରତର କ୍ଲିନ ସୁଇପ୍‌

ହରାରେ,୨୬ା୭: ଭାରତର ବ୍ୟାଟିଂ ସେନସେଶନ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତ ୩୫ ରନରେ…

ରିଶିକାନ୍ତଙ୍କୁ ମିଳିଲା ରୌପ୍ୟ ପଦକ

ଗ୍ଲାସ୍‌ଗୋ,୨୬ା୭: ଭାରତର ରିଶିକାନ୍ତ ସିଂ ଚନାମ୍ବାମ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ରବିବାର ପୁରୁଷ ୬୦ କେଜି ଭାରୋତ୍ତୋଳନ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି। ମଣିପୁରର ଏହି…

ଇତିହାସ ରଚିଲେ ଅଭିଷେକ ଶର୍ମା, ଟି-୨୦ କ୍ରିକେଟରେ ଏହି ସଫଳତା ହାସଲ କରିବାରେ ହେଲେ ପ୍ରଥମ ଭାରତୀୟ ଓପନିଂ ବ୍ୟାଟସମ୍ୟାନ

ନୂଆଦିଲ୍ଲୀ,୨୬।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ୯୦ ରନରେ ବିଜୟ ହାସଲ କରିଛି। ତଥାପି, ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ପୁଣି ଥରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri