Posted inଖେଳ

ଅଷ୍ଟ୍ରେଲିଆର ଇଂଲଣ୍ଡ ଟୁର୍‌ ସେପ୍ଟେମ୍ବର ୪ରୁ

ମେଲବୋର୍ନ, ୨୧ା୭ (ପି.ଟି.)-ଅଷ୍ଟ୍ରେଲିଆ କ୍ରିକେଟ ଦଳର ପ୍ରସ୍ତାବିତ ଇଂଲଣ୍ଡ ଟୁର୍‌ ସେପ୍ଟେମ୍ବର ୪ରୁ ଆରମ୍ଭ ହେବ। ଏକ ଦୈନିକ ଖବରକାଗଜ ରିପୋର୍ଟରେ ଏହା ପ୍ରକାଶ ପାଇଛି। ମ୍ୟାଚଗୁଡ଼ିକର ଜୈବ ସୁରକ୍ଷିତ ପରିବେଶ ମଧ୍ୟରେ ଖେଳାଯିବ। ରିପୋର୍ଟ ଅନୁସାରେ ଏହି ଟୁର୍‌ର ଆରମ୍ଭରେ ସେପ୍ଟେମ୍ବର ୪,୬ ଓ ୮ରେ ତିନୋଟି ଅନ୍ତର୍ଜାତୀୟ ଟି୨୦ ଖେଳାଯିବ। ପରେ ସେପ୍ଟେମ୍ବର ୧୦, ୧୨ ଓ ୧୫ ତାରିଖରେ ତିନୋଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ହେବ। ଅଷ୍ଟ୍ରେଲିଆ ଦଳ ଏକ ଘରୋଇ ଜେଟ୍‌ ବିମାନରେ ୟୁନାଇଟେଡ୍‌ କିଙ୍ଗଡମ୍‌ (ୟୁକେ) ଯିବ। ସମସ୍ତ ୬ଟି ଯାକ ମ୍ୟାଚ ସାଉଥାମ୍ପଟନ ଏବଂ ମାଞ୍ଚେଷ୍ଟରର ଓଲ୍ଡଟ୍ରାଫୋର୍ଡଠାରେ ଖେଳାଯିବ। ଉଭୟ ସାଉଥାମ୍ପଟନ ଏବଂ ମାଞ୍ଚେଷ୍ଟରରେ ରହିଥିବା ଭେନ୍ୟୁ ସହ ହୋଟେଲ ସଂଯୁକ୍ତ ରହିଛି। ଦୁଇ ଦଳର ଖେଳାଳି ଓ ମ୍ୟାଚ ଅଫିସିଆଲ ଏବଂ ବ୍ରଡକାଷ୍ଟରମାନଙ୍କ ରହଣିରେ ସୁବିଧା ରହିଛି। ଏହି ଦୁଇଟି ଗ୍ରାଉଣ୍ଡରେ ବର୍ତ୍ତମାନ ଇଂଲଣ୍ଡ-ଓ୍ବେଷ୍ଟଇଣ୍ଡିଜ ସିରିଜ ଖେଳାଯାଉଛି। କରୋନା ଭାଇରସ୍‌ ମହାମାରୀ ଯୋଗୁ କିଛି ମାସ କ୍ରୀଡ଼ା କାର୍ଯ୍ୟକଳାପକୁ ସ୍ଥଗିତ ଅବା ବାତିଲ ନିଷ୍ପତ୍ତି ପରେ ପ୍ରଥମ ଥର ଅନ୍ତର୍ଜାତୀୟ କ୍ରିକେଟ ଆରମ୍ଭ ହୋଇଛି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ଶେଷ ହେବା ପରେ ଘରୋଇ ଦଳ ପାକିସ୍ତାନ ବିପକ୍ଷ ସିରିଜ ଖେଳିବ। ଅଷ୍ଟ୍ରେଲିଆର ଚୟନକର୍ତ୍ତାମାନେ ଗତ ସପ୍ତାହରେ ୨୬ ଜଣିଆ ସମ୍ଭାବ୍ୟ ଖେଳାଳି ତାଲିକା ପ୍ରସ୍ତୁତ କରିଛନ୍ତି। ଏଥିରୁ ଟୁର୍‌ ପାଇଁ ଚୂଡ଼ାନ୍ତ ଦଳ ମନୋନୟନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଷ୍ଟାର ଖେଳାଳିଙ୍କ କାରନାମା: ଗୋଇଠା ମାରି ଭାଙ୍ଗିଦେଲେ ଉଇକେଟ

ଢାକା,୧୧।୬ : ବାଂଲାଦେଶର ଘରୋଇ ଟି୨୦ ଟୁର୍ନାମେଣ୍ଟ ଢାକା ଲିଗ୍‌ରେ ଶୁକ୍ରବାର ଏକ ଅପ୍ରିତିକର ଘଟଣା ଘଟିଛି। ଅମ୍ପାୟରଙ୍କୁ ଅସଦାଚରଣ କରିବା ସହ ଷ୍ଟମ୍ପକୁ ଗୋଇଠା...

ଧାଓ୍ବନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସାନ୍ତ୍ୱନା

ନୂଆଦିଲ୍ଲୀ,୨୧।୬(ପି.ଟି.)- ତାରକା ତଥା ଅଭିଜ୍ଞ ଓପନର ଶିଖର ଧାଓ୍ବନ ଇଞ୍ଜୁରି କାରଣରୁ ଭାରତୀୟ ବିଶ୍ୱକପ୍‌ ଦଳରୁ ବାଦ ପଡିଛନ୍ତି। ଫଳରେ ଭାରତର ବିଶ୍ୱକପ୍‌ ଅଭିଯାନକୁ ଜବରଦସ୍ତ...

ଇତିହାସ ରଚିଲା ଆୟାରଲାଣ୍ଡ

କେପଟାଉନ୍‌,୧୪।୭: ଆୟାରଲାଣ୍ଡ ଏବଂ ଦକ୍ଷିଣଆଫ୍ରିକା ମଧ୍ୟରେ ଚାଲିଥିବା ଦିନିକିଆ ସିରିଜ୍‌ର ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଆଣ୍ଡି ବଲବର୍ନିଙ୍କ ଉଜ୍ଜ୍ୱଳ ଶତକ ଏବଂ ପରେ ବୋଲରଙ୍କ ଉତ୍କୃଷ୍ଟ...

ପୁଅ ସହ ନଜର ଆସିଲେ ସାନିଆ ମିର୍ଜା

ମୁମ୍ବାଇ,୨୬।୧୨-ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜା ନିଜ ପୁଅ ଇଜହାନ ମିର୍ଜା ମଲ୍ଲିକ ସହ ନଜର ଆସିଛନ୍ତି। ଦୀର୍ଘଦିନ ପରେ ସାନିଆଙ୍କୁ ଇଜହାନଙ୍କ ଦେଖିବାକୁ ମିଳିଛି।...

ରାଜକୁମାରୀଙ୍କୁ ବିବାହ କରିଛନ୍ତି ଏହି ଭାରତୀୟ କ୍ରିକେଟର୍‌

ନୂଆଦିଲ୍ଲୀ, ୨୯।୭: ବହୁଚର୍ଚ୍ଚିତ ଆଇପିଏଲ୍‌ ସ୍ପଟ୍‌ ଫିକ୍ସିଂ ମାମଲରେ ଜଡ଼ିତ ହୋଇ ୭ ବର୍ଷ କାଳ କ୍ରିକେଟ୍‌ରୁ ବାସନ୍ଦ ହୋଇଥିବା ଭାରତୀୟ ଦଳର ଦ୍ରୁତ ବୋଲର...

୬ ଓଭରରେ ଫେରିଲେ ଦୁଇ ଓପନର

ଅକ୍‌ଲାଣ୍ଡ,୧୯।୩: ସ୍ଥାନୀୟ ଇଡେନ ପାର୍କଠାରେ ଶନିବାର ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ଆଇସିସି ମହିଳା ଦିନିକିଆ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ପ୍ରାରମ୍ଭିକ ବିପର୍ଯ୍ୟୟର...

ରେକର୍ଡ ସହ ଭର୍ଷ୍ଟାପେନ୍‌ଙ୍କ ପୋଲ ପୋଜିଶନ

ହଙ୍ଗାରୋରିଂ (ହଙ୍ଗେରୀ), ୪ା୮ (ଏଏଫ୍‌ପି)-ରେକର୍ଡ ବ୍ରେକିଂ ସ୍ପିଡ୍‌ ସହ ରେଡ୍‌ବୁଲ୍‌ର ମାକ୍ସ ଭର୍ଷ୍ଟାପେନ୍‌ ଫର୍ମୁଲାଓ୍ବାନ୍‌ରେ ତାଙ୍କ ବହୁ ପ୍ରତିକ୍ଷିତ ପ୍ରଥମ ପୋଲ ପୋଜିଶନ ହାସଲ କରିଛନ୍ତି।...

୬୭ ବର୍ଷ ପରେ ଭାରତୀୟ କ୍ରିକେଟରେ ଘଟିଲା ଏମିତି

ମୋହାଲି,୬।୩: ଶ୍ରୀଲଙ୍କା ବିପକ୍ଷରେ ଏକ ଇନିଂସ ଓ ୨୨୨ ରନ୍‌ର ବିରାଟ ବିଜୟ ସହ ଆରମ୍ଭ ହୋଇଛି ଅଧିନାୟକ ରୋହିତ ଶର୍ମା ଟେଷ୍ଟ କ୍ୟାରିୟର। ଅଧିନାୟକ...

Advertisement
Archives

Model This Week