Posted inଖେଳ

ଭାରତ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିପାରେ ଅଷ୍ଟ୍ରେଲିଆ

ସିଡ୍‌ନୀ, ୧୧ା୧୦ (ପି.ଟି.)- ଅଷ୍ଟ୍ରେଲିଆ ଟୁର୍‌ ପୂର୍ବରୁ ବ୍ରିସ୍‌ବେନ୍‌ରେ ଭାରତୀୟ କ୍ରିକେଟ ଦଳର କ୍ୱାରାଣ୍ଟାଇନ୍‌ ପରିୟଡ୍‌କୁ ହ୍ରାସ କରିବା ଲାଗି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରାଯାଇପାରେ ବୋଲି ସିଡ୍‌ନୀ ମର୍ନିଂ ହେରାଲ୍ଡରେ ଏକ ରିପୋର୍ଟରେ ପ୍ରକାଶ ପାଇଛି। କୋଭିଡ୍‌ ଖେଳର ନିୟମକୁ ବଦଳାଇ ଦେଇଛନ୍ତି। ଜୁଲାଇରେ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଟେଷ୍ଟ ସିରିଜ ସହ ଅନ୍ତର୍ଜାତୀୟ କ୍ରିକେଟ ପୁଣି ଆରମ୍ଭ ହୋଇଛି। ଖେଳାଳିମାନଙ୍କୁ ଦୁଇ ସପ୍ତାହ କ୍ୱାରାଣ୍ଟାଇନ୍‌ରେ ରହିବାକୁ ହେଉଛି। ପଡ଼ିଆକୁ ଓହ୍ଳାଇବା ପୂର୍ବରୁ ସେମାନଙ୍କର କୋଭିଡ୍‌ ଟେଷ୍ଟ କରାଯାଉଛି। କୁଇନ୍ସଲାଣ୍ଡ ସ୍ବାସ୍ଥ୍ୟ ଅଫିସିଆଲମାନେ କଡ଼ାକଡ଼ି ଭାବେ ଜାତୀୟ ପ୍ରୋଟୋକଲକୁ ଅନୁପାଳନ କରୁଛନ୍ତି। ଏହିସବୁ କାରଣରୁ ସଂଶୋଧିତ କାର୍ଯ୍ୟସୂଚୀ ଘୋଷଣାରେ କ୍ରିକେଟ ଅଷ୍ଟ୍ରେଲିଆ ବିଳମ୍ବ କରୁଛି। ଏକ ହୋଟେଲ୍‌ ରୁମ୍‌ରେ ଏହାର ଖେଳାଳିମାନଙ୍କୁ ସୀମିତ ରଖା ଯାଇ ସେମାନଙ୍କୁ ଜୈବସୁରକ୍ଷିତ ଅଞ୍ଚଳରେ ଟ୍ରେନିଂ ପାଇଁ ଅନୁମତି ଦିଆଯାଉ। ଏହା ନ ହେଲେ ଭାରତୀୟ ଖେଳାଳି ଫିଟ୍‌ନେସ୍‌ ସମସ୍ୟା ଦେଖା ଦେଇପାରେ। ଏଥିପାଇଁ କ୍ୱାରାଣ୍ଟାଇନ୍‌ ପିରିୟଡ୍‌ ହ୍ରାସ କରିବାକୁ ପଡ଼ିବ। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ନଭେମ୍ବର ୧୦ରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଶେଷ ହେବାର କିଛିଦିନ ମଧ୍ୟରେ ଭାରତୀୟ ଖେଳାଳି, କୋଚ୍‌ ସପୋର୍ଟ ଷ୍ଟାଫ୍‌ ଏବଂ ପରିବାର ବ୍ରିସ୍‌ବେନ୍‌ରେ ପହଞ୍ଚତ୍ବେ। ଏହାର ସଂଖ୍ୟା ବୃଦ୍ଧି ପାଇଁ କରାଯାଇଥିବା ଅନୁରୋଧ କିନ୍ତୁ ବିଚାରାଧୀନ ଥିବା ରିପୋର୍ଟରେ କୁହାଯାଇଛି। ଅଷ୍ଟ୍ରେଲିଆ ଟୁର୍‌ରେ ସିରିଜ ଖେଳିବା ଲାଗି ଭାରତର ୨୩ରୁ ୨୫ଜଣ ଖେଳାଳି ଯିବେ। ଟେଷ୍ଟ ସ୍ପେସାଲିଷ୍ଟ ଚେତେଶ୍ୱର ପୂଜାରା, ହନୁମା ବିହାରୀ ଏବଂ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କ ନେତୃତ୍ୱାଧୀନ ସପୋର୍ଟ ଷ୍ଟାଫ୍‌ମାନେ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ପ୍ରଥମେ ଦୁବାଇରେ ୬ ଦିନ କ୍ୱାରାଣ୍ଟାଇନ୍‌ରେ ରହିବେ। ଖବର ଅନୁସାରେ ଟେଷ୍ଟ ପୂର୍ବରୁ ହ୍ବାଇଟ୍‌ ବଲ୍‌ ସିରିଜ ଖେଳାଯିବ। ପ୍ରଥମେ ବ୍ରିସ୍‌ବେନ (ନଭେମ୍ବର ୨୬, ୨୮ ଓ ୩୦)ରେ ୩ ମ୍ୟାଚ୍‌ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ ସିରିଜ ପରେ ଆଡିଲେଡ୍‌ରେ ଟି୨୦ ସିରିଜ (ଡିସେମ୍ବର ୪,୬, ୮) ଖେଳାଯିବ। ୪ ମ୍ୟାଚବିଶିଷ୍ଟ ଟେଷ୍ଟ ସିରିଜ ଡିସେମ୍ବର ୧୭ରୁ ଆରମ୍ଭ ହେବ। ନିକଟରେ ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଦଳ ଅଷ୍ଟ୍ରେଲିଆ ଟୁର୍‌ ବେଳେ କୁଇନ୍ସଲାଣ୍ଡରେ ୧୪ ଦିନ କ୍ୱାରାଣ୍ଟାଇନ୍‌ରେ ରହିଥିଲା। ସିରିଜ ପୂର୍ବରୁ ସେଠାରେ କିନ୍ତୁ ଟ୍ରେନିଂ ପାଇଁ ଅନୁମତି ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜନ୍ମଦିନରେ ଭାରତ ଏକାଦଶକୁ ଫେରିଲେ ଶ୍ରେୟସ: ଏହି କାରଣରୁ ବାହାରିଲେ ମନିଷ ପାଣ୍ଡେ

ସିଡ୍‌ନୀ,୬।୧୨: ସ୍ଥାନୀୟ ସିଡ୍‌ନୀ କ୍ରିକେଟ ପଡ଼ିଆରେ ରବିବାର ଭାରତ ଓ ଘରୋଇ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତୀୟ ଦଳରେ...

ଦୁଇ ପିଢ଼ି ମଧ୍ୟରେ ଲଢ଼େଇ

ଦୁଇ ପିଢ଼ି ମଧ୍ୟରେ ଲଢ଼େଇ ହେବ। ଚଳିତ ବିଶ୍ୱକପ୍‌ର ସର୍ବକନିଷ୍ଠ କୋଚ୍‌ ଏବଂ ଟୁର୍ନାମେଣ୍ଟର ସବୁଠାରୁ ବୟସ୍କ କୋଚ୍‌ ପରସ୍ପରର ସମ୍ମୁଖୀନ ହେବେ। ମୋ ବନ୍ଧୁ...

ଇଂଲଣ୍ଡ ଆଗରେ ୨୯୬ ରନ୍‌ର ବିଜୟ ଲକ୍ଷ୍ୟ

ହେଡିଂଲେ,୨୬।୬: ସ୍ଥାନୀୟ ଲିଡ୍ସ ଗ୍ରାଉଣ୍ଡରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟ ଏବେ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ୩୨୯...

ପନ୍ତ ଜେଏସ୍‌ଡବ୍ଲ୍ୟୁର ବ୍ରାଣ୍ଡ୍‌ ଆମ୍ବାସାଡର

ନୂଆଦିଲ୍ଲୀ, ୬।୨(ପି.ଟି.)- ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର ନିଯୁକ୍ତ ହୋଇଛନ୍ତି। ବୁଧବାର ଏ ନେଇ ଜେଏସ୍‌ଡବ୍ଲ୍ୟୁ ତରଫରୁ ଘୋଷଣା...

ବିକ୍ରାନ୍ତ ମଲିକଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୧୬।୩ (କ୍ରୀଡ଼ା ପ୍ରତିନିଧି): ଚେନ୍ନାଇସ୍ଥିତ ତାମିଲନାଡ଼ୁ ଫିଜିକାଲ ଏଜୁକେଶନ ଆଣ୍ଡ ସ୍ପୋଟର୍‌ସ ୟୁନିଭର୍ସିଟି ଆନୁକୂଲ୍ୟରେ ଚାଲିଥିବା ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ଆଥଲେଟିକ୍ସ (ମହିଳା ଓ...

ଜିଟି ପାଇଁ ବିଜୟ ଲକ୍ଷ୍ୟ ୧୮୦ ରନ…

କୋଲକାତା,୨୯।୪ : ଆଇପିଏଲ ୨୦୨୩ ର ୩୯ତମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ(କେକେଆର)ଏବଂ ଗୁଜରାଟ ଟାଇଟାନ୍ସ (ଜିଟି) ମଧ୍ୟରେ କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଉଛି। ଏହି...

ହସ୍ପିଟାଲରୁ ଛାଡ଼ ପାଇଛନ୍ତି ଦୀପକ ପୁନିଆ

ନୂଆଦିଲ୍ଲୀ, ୭ା୯ (ପି.ଟି.)- ବିଶ୍ୱଚମ୍ପିୟନଶିପ୍‌ ରୌପ୍ୟ ବିଜୟୀ ରେସଲର ଦୀପକ ପୁନିଆ ହସ୍ପିଟାଲରୁ ଛାଡ଼ ପାଇଛନ୍ତି। ତାଙ୍କୁ ହୋମ୍‌ ଆଇସୋଲେଶନରେ ରହିବା ଲାଗି ପରାମର୍ଶ ଦିଆଯାଇଛି।...

ଆକ୍ସନ ପ୍ଲାନ୍‌ ଆରମ୍ଭ କରିବ ହକି ଇଣ୍ଡିଆ

ନୂଆଦିଲ୍ଲୀ, ୩୧।୩- ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି(ଆଇଓସି) ପକ୍ଷରୁ ଟୋକିଓ ଅଲିମ୍ପିକ୍ସ ପାଇଁ ନୂଆ ତାରିଖ ଘୋଷଣା ପରେ ଭାରତୀୟ ମହିଳା ଓ ପୁରୁଷ ହକି ଦଳ...

Advertisement
Archives

Model This Week