Posted inଖେଳ

ଭାରତ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିପାରେ ଅଷ୍ଟ୍ରେଲିଆ

ସିଡ୍‌ନୀ, ୧୧ା୧୦ (ପି.ଟି.)- ଅଷ୍ଟ୍ରେଲିଆ ଟୁର୍‌ ପୂର୍ବରୁ ବ୍ରିସ୍‌ବେନ୍‌ରେ ଭାରତୀୟ କ୍ରିକେଟ ଦଳର କ୍ୱାରାଣ୍ଟାଇନ୍‌ ପରିୟଡ୍‌କୁ ହ୍ରାସ କରିବା ଲାଗି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରାଯାଇପାରେ ବୋଲି ସିଡ୍‌ନୀ ମର୍ନିଂ ହେରାଲ୍ଡରେ ଏକ ରିପୋର୍ଟରେ ପ୍ରକାଶ ପାଇଛି। କୋଭିଡ୍‌ ଖେଳର ନିୟମକୁ ବଦଳାଇ ଦେଇଛନ୍ତି। ଜୁଲାଇରେ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଟେଷ୍ଟ ସିରିଜ ସହ ଅନ୍ତର୍ଜାତୀୟ କ୍ରିକେଟ ପୁଣି ଆରମ୍ଭ ହୋଇଛି। ଖେଳାଳିମାନଙ୍କୁ ଦୁଇ ସପ୍ତାହ କ୍ୱାରାଣ୍ଟାଇନ୍‌ରେ ରହିବାକୁ ହେଉଛି। ପଡ଼ିଆକୁ ଓହ୍ଳାଇବା ପୂର୍ବରୁ ସେମାନଙ୍କର କୋଭିଡ୍‌ ଟେଷ୍ଟ କରାଯାଉଛି। କୁଇନ୍ସଲାଣ୍ଡ ସ୍ବାସ୍ଥ୍ୟ ଅଫିସିଆଲମାନେ କଡ଼ାକଡ଼ି ଭାବେ ଜାତୀୟ ପ୍ରୋଟୋକଲକୁ ଅନୁପାଳନ କରୁଛନ୍ତି। ଏହିସବୁ କାରଣରୁ ସଂଶୋଧିତ କାର୍ଯ୍ୟସୂଚୀ ଘୋଷଣାରେ କ୍ରିକେଟ ଅଷ୍ଟ୍ରେଲିଆ ବିଳମ୍ବ କରୁଛି। ଏକ ହୋଟେଲ୍‌ ରୁମ୍‌ରେ ଏହାର ଖେଳାଳିମାନଙ୍କୁ ସୀମିତ ରଖା ଯାଇ ସେମାନଙ୍କୁ ଜୈବସୁରକ୍ଷିତ ଅଞ୍ଚଳରେ ଟ୍ରେନିଂ ପାଇଁ ଅନୁମତି ଦିଆଯାଉ। ଏହା ନ ହେଲେ ଭାରତୀୟ ଖେଳାଳି ଫିଟ୍‌ନେସ୍‌ ସମସ୍ୟା ଦେଖା ଦେଇପାରେ। ଏଥିପାଇଁ କ୍ୱାରାଣ୍ଟାଇନ୍‌ ପିରିୟଡ୍‌ ହ୍ରାସ କରିବାକୁ ପଡ଼ିବ। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ନଭେମ୍ବର ୧୦ରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଶେଷ ହେବାର କିଛିଦିନ ମଧ୍ୟରେ ଭାରତୀୟ ଖେଳାଳି, କୋଚ୍‌ ସପୋର୍ଟ ଷ୍ଟାଫ୍‌ ଏବଂ ପରିବାର ବ୍ରିସ୍‌ବେନ୍‌ରେ ପହଞ୍ଚତ୍ବେ। ଏହାର ସଂଖ୍ୟା ବୃଦ୍ଧି ପାଇଁ କରାଯାଇଥିବା ଅନୁରୋଧ କିନ୍ତୁ ବିଚାରାଧୀନ ଥିବା ରିପୋର୍ଟରେ କୁହାଯାଇଛି। ଅଷ୍ଟ୍ରେଲିଆ ଟୁର୍‌ରେ ସିରିଜ ଖେଳିବା ଲାଗି ଭାରତର ୨୩ରୁ ୨୫ଜଣ ଖେଳାଳି ଯିବେ। ଟେଷ୍ଟ ସ୍ପେସାଲିଷ୍ଟ ଚେତେଶ୍ୱର ପୂଜାରା, ହନୁମା ବିହାରୀ ଏବଂ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କ ନେତୃତ୍ୱାଧୀନ ସପୋର୍ଟ ଷ୍ଟାଫ୍‌ମାନେ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ପ୍ରଥମେ ଦୁବାଇରେ ୬ ଦିନ କ୍ୱାରାଣ୍ଟାଇନ୍‌ରେ ରହିବେ। ଖବର ଅନୁସାରେ ଟେଷ୍ଟ ପୂର୍ବରୁ ହ୍ବାଇଟ୍‌ ବଲ୍‌ ସିରିଜ ଖେଳାଯିବ। ପ୍ରଥମେ ବ୍ରିସ୍‌ବେନ (ନଭେମ୍ବର ୨୬, ୨୮ ଓ ୩୦)ରେ ୩ ମ୍ୟାଚ୍‌ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ ସିରିଜ ପରେ ଆଡିଲେଡ୍‌ରେ ଟି୨୦ ସିରିଜ (ଡିସେମ୍ବର ୪,୬, ୮) ଖେଳାଯିବ। ୪ ମ୍ୟାଚବିଶିଷ୍ଟ ଟେଷ୍ଟ ସିରିଜ ଡିସେମ୍ବର ୧୭ରୁ ଆରମ୍ଭ ହେବ। ନିକଟରେ ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଦଳ ଅଷ୍ଟ୍ରେଲିଆ ଟୁର୍‌ ବେଳେ କୁଇନ୍ସଲାଣ୍ଡରେ ୧୪ ଦିନ କ୍ୱାରାଣ୍ଟାଇନ୍‌ରେ ରହିଥିଲା। ସିରିଜ ପୂର୍ବରୁ ସେଠାରେ କିନ୍ତୁ ଟ୍ରେନିଂ ପାଇଁ ଅନୁମତି ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମଥର ପାଇଁ ବୈଭବଙ୍କ ସହ ଘଟିଲା ଏମିତି…୨୫୧ ଦିନ ଧରି ଯାହା ହୋଇନଥିଲା, ଏବେ ହେଲା!

ଚେନ୍ନାଇ,୯।୯: ଦୁଲୀପ ଟ୍ରଫି ଫାଇନାଲରେ ସାଉଥ ଜୋନର ପ୍ରଥମ ଇନିଂସ୍‌କୁ ୩୩୬ ରନରେ ସୀମିତ କରିବା ପରେ ଇଷ୍ଟ ଜୋନ ଦ୍ୱିତୀୟ ଇନିଂସ ଖେଳିବାକୁ ମଇଦାନକୁ ଓହ୍ଲାଇଛି।…

୭୦୦ ରନ୍‌ କରିଲେ ବି ହାରିଯିବ ତିଳକ ବର୍ମାଙ୍କ ଦଳ! ବୈଭବଙ୍କ ଦଳ ହେବ ଚାମ୍ପିଅନ, ଜାଣନ୍ତୁ ରୋଚକ ନିୟମ

ଚେନ୍ନାଇ,୯।୯: ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ଖେଳାଯାଉଛି। ସେପ୍ଟେମ୍ବର ୬ରୁ ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଆରମ୍ଭ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଟେନସନ୍‌ରେ ପଡ଼ିଲେ ଗୌତମ ଗମ୍ଭୀର! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପୂର୍ବରୁ ଭାରତୀୟ ଦଳ ସାମ୍ନାରେ ଏକ ବଡ଼ ପ୍ରଶ୍ନ ଠିଆ ହୋଇଛି। ଅଭିଷେକ ଶର୍ମାଙ୍କ ସହ ଇନିଂସ ଓପନ କରିବେ…

ଏସିଆ କପ୍‌ ଚାଲିଥିବାବେଳେ ସ୍ମୃତି ମନ୍ଧାନାଙ୍କୁ ମିଳିଲା ବଡ଼ ଖୁସିଖବର

ନୂଆଦିଲ୍ଲୀ,୯।୯: ମହିଳା ଏସିଆ କପରେ ହଂକଂ ବିପକ୍ଷରେ ଏକ ଚମତ୍କାର ଶତକ ମାରିଥିବା ସ୍ମୃତି ମନ୍ଧାନା ICC T20 ରାଙ୍କିଙ୍ଗର ଶୀର୍ଷ ୫ରେ ସ୍ଥାନ ପାଇଛନ୍ତି। ହଂକଂ…

କୋହଲିଙ୍କୁ ପଛରେ ପକାଇଲେ ରୋହିତ! ଟି-୨୦ ଅନ୍ତର୍ଜାତୀୟରେ ଭାରତର ଦ୍ରୁତତମ ଶତକ ଭାବେ ନମ୍ବର-୧, ଜାଣନ୍ତୁ କିଏ କେଉଁ ସ୍ଥାନରେ…

ନୂଆଦିଲ୍ଲୀ,୯।୯: ଗତ ଦୁଇ ଦଶନ୍ଧି ଧରି କ୍ରିକେଟର ସବୁଠୁ ଲୋକପ୍ରିୟ ଫର୍ମାଟ ହେଉଛି ଟି-୨୦। ପ୍ରାୟ ପ୍ରତି ମାସରେ ବିଶ୍ୱର କୌଣସି ନା କୌଣସି ଦେଶରେ ଟି-୨୦…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri