Advertisement

ଅଷ୍ଟ୍ରେଲିଆରେ ପ୍ରବଳ ବନ୍ୟା: ହାଇଆଲର୍ଟ ଜାରି

କାନବେରା,୨୩ା୧୦: ଆମେରିକାର ଫ୍ଲୋରିଡା ପରେ ବର୍ତ୍ତମାନ ଅଷ୍ଟ୍ରେଲିଆରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଗତ ସପ୍ତାହରୁ ଏଠାରେ ପ୍ରବଳ ବର୍ଷା ହେଉଛି। ରବିବାର ଦେଶର ବନ୍ୟା ପ୍ରଭାବିତ ଦକ୍ଷିଣ ଏବଂ ପୂର୍ବର ବଡ଼ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଦୁଇଟି ଜନବହୁଳ ରାଜ୍ୟରେ ବନ୍ୟା ସଙ୍କଟ ଜାରି ରହିଛି।

ବନ୍ୟାରେ ଭିକ୍ଟୋରିଆ ରାଜ୍ୟ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଭିକ୍ଟୋରିଆ ରାଜ୍ୟ, ଦକ୍ଷିଣ ନ୍ୟୁ ସାଉଥ ଓ୍ବେଲ୍ସ ଏବଂ ତସମାନିଆ ଦ୍ୱୀପପୁଞ୍ଜର ଉତ୍ତର ଅଞ୍ଚଳରେ ସମ୍ପୂର୍ଣ୍ଣ ଜଳବନ୍ଦୀ ହୋଇ ରହିଛି। ଆଞ୍ଚଳିକ କେନ୍ଦ୍ର ଲିସମୋର ସମେତ ନ୍ୟୁ ସାଉଥ ଓ୍ବେଲ୍ସର ଉତ୍ତର ଉପକୂଳ ପାଇଁ ରବିବାର ପାଣିପାଗ ବିଭାଗ ହାଇଆର୍ଲଟ ଜାରି ହୋଇଛି।

ବନ୍ୟାରେ ପୀଡିତ ପରିବାରଙ୍କ ପାଇଁ ସଙ୍କଟ ବୃଦ୍ଧି ପାଇଛି। ଭିକ୍ଟୋରିଆ ରାଜ୍ୟରେ ପ୍ରାୟ ୩୪୦୦୦ ଘର ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ଏଠାରେ ଥିବା ସହରଗୁଡ଼ିକ ପାଣିରେ ବୁଡ଼ି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୌସେନା ଦିବସରେ ପୁଟିନଙ୍କ ବଡ଼ ଘୋଷଣା

ମସ୍କୋ,୩୧ା୭: ସେଣ୍ଟ ପିଟର୍ସବର୍ଗରେ ରବିବାର ଆୟୋଜିତ ନୌସେନା ଦିବସରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଆସନ୍ତା କିଛି...

୩୫ ଲକ୍ଷ ପିଲାଙ୍କ ଶିକ୍ଷା ପ୍ରଭାବିତ

ଇସଲାମାବାଦ,୧୧ା୯: ପାକିସ୍ତାନରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ଯୋଗୁ ସବୁକିଛି ଉଜୁଡ଼ି ଯାଇଛି। ବନ୍ୟା ପ୍ରଭାବିତ ପାକିସ୍ତାନକୁ ବିଶ୍ୱର କିଛି ଦେଶ ସହାୟତାର ହାତ ବଢ଼ାଇଛନ୍ତି। ଏହି...

ଡାଇବେଟିସ୍‌ ଆକ୍ରାନ୍ତଙ୍କ ପାଇଁ ଆଡଭାଇଜରୀ ଜାରି, ମେଟଫର୍ମିନ ସେବନ କରୁଥିବା ବ୍ୟକ୍ତି ଯାଞ୍ଚ୍‌ କରନ୍ତୁ ବି-୧୨ସ୍ତର…

ଲଣ୍ଡନ, ୨୩।୬ : ଡାଇବେଇଟିସ୍‌ ସମସ୍ୟା ଭୋଗୁଥିବା ଲୋକେ ଯେଉଁମାନେ ନିୟମିତ ଭାବରେ ମେଟଫର୍ମିନ ଟାବଲେଟ ନିଅନ୍ତି, ସେମାନଙ୍କ ଭିଟାମିନ ବ-୧୨ ସ୍ତରକୁ ନିୟମିତ ବ୍ୟବଧାନରେ...

ରୋଜା ରଖୁ ନ ଥିବା ଲୋକଙ୍କ ପାଇଁ ବଡ଼ ଘୋଷଣା

ଦୁବାଇ,୧୩।୪: ମୁସଲିମ୍‌ ସମ୍ପ୍ରଦାୟର ବଡ଼ ପର୍ବ ରମଜାନ ଏପ୍ରିଲ ୧୪ରୁ ଆରମ୍ଭ ହେବାକୁ ଯାଉଛି। ରମଜାନର ପବିତ୍ର ମାସରେ ଲୋକମାନେ ପରସ୍ପରଙ୍କୁ ଆଲିଙ୍ଗନ କରି ଅଭିବାଦନ...

୪୭ ଜଣଙ୍କୁ ହତ୍ୟା କଲେଣି ବନ୍ଧୁକଧାରୀ

ଲାଗୋସ୍‌, ୨୧ା୧୨: ନାଇଜେରିଆର ଅଶାନ୍ତ ଉତ୍ତର-ପୂର୍ବ ଅଞ୍ଚଳରେ ବନ୍ଧୁକଧାରୀଙ୍କ ବର୍ବରତା ସୀମା ଟପିବାରେ ଲାଗିଛି। ମାତ୍ର ୩ ଦିନ ମଧ୍ୟରେ ଆତତାୟୀମାନେ ୪୭ ଜଣଙ୍କୁ ଗୁଳି...

ଅଶୋଧିତ ତୈଳ ମହଙ୍ଗା, ଟଙ୍କା ଦୁର୍ବଳ

ନ୍ୟୁୟର୍କ,୮ା୩:ଗତ କିଛି ଦିନ ହେଲା ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ନିଅଁା ଲାଗିଛି। ୟୁକ୍ରେନ ଉପରେ ରୁଷିଆ ଚଳାଇଥିବା ଯୁଦ୍ଧର ପ୍ରତ୍ୟକ୍ଷ ପ୍ରଭାବ ଏହା...

ଏବେଠାରୁ ସାବଧାନ ନ ହେଲେ ଭାରତକୁ ମାଡି ଆସିବ କ୍ୟାନସର ସୁନାମି!

ଓ୍ବାଶିଂଟନ,୭।୩: ଅଗାମୀ ଦିନରେ ଭାରତରେ କ୍ୟାନସରର ଭୟାବହତାକୁ ଲକ୍ଷ୍ୟ କରି ୨ ଭାରତୀୟ ମୂଳ ବାସିନ୍ଦା ଡାକ୍ତର କହିଛନ୍ତି ଏବେଠାରୁ ସାବଧାନ ନ ହେଲେ ଭାରତକୁ...

ହ୍ୱାଇଟ ହାଉସର ମୁଖ୍ୟ ଚିକିତ୍ସା ପରାମର୍ଶଦାତା ଆଣ୍ଟୋନି ଫୌସି କରୋନା ପିଜିଟିଭ

ୱାଶିଂଟନ,୧୬ ।୬: କରୋନା ମହାମାରୀ ବିଶ୍ୱର ଅଧିକାଂଶ ଦେଶରୁ କମି ଆସିଥିବା ବେଳେ ଏବେ ପୁଣି ଥରେ କିଛି ଦେଶରେ ମୁଣ୍ଡ ଟେକିଲାଣି । ଆମେରିକାରେ...

Advertisement
Archives

Model This Week