ଔରଙ୍ଗଜେବଙ୍କ ଦୋଷ

ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ସବୁଦିନ ଖସିବାରେ ଲାଗିଛି। ଅର୍ଥାତ୍‌ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବାରେ ଲାଗିଛି। କୁହାଯାଉଛି, ପ୍ରତ୍ୟେକ ଦିନ ଟଙ୍କା ଏକ ନୂଆ ରେକର୍ଡ ସୃଷ୍ଟି କରୁଛି। ପିଲାଦିନେ ଶୁଣିଥିଲୁ, ଭଲଭାବେ ଦୌଡ଼ିପାରିଲେ ମପାଯାଇଥିବା ସମୟର ରେକର୍ଡ ଭାଙ୍ଗିବାକୁ ଚେଷ୍ଟା କରାଯାଏ। ଏବେ ଜନସାଧାରଣ କୌଣସି ରେକର୍ଡ ଭାଙ୍ଗିବାକୁ ଅନିଚ୍ଛୁକ ଥିବା ସତ୍ତ୍ୱେ ସରକାରୀ ଉଦ୍ୟମରେ ଏଭଳି ଐତିହାସିକ ରେକର୍ଡ ଭଙ୍ଗା ପ୍ରତ୍ୟେକ ଦିନ ଚାଲିଛି। ପ୍ରଥମେ କହିଲେ, ୬୦ରୁ ୭୦ ବର୍ଷ ପୂର୍ବେ ଶାସନ କରୁଥିବା ନେହେରୁ ଆଜିର ଦୁର୍ବଳ ଅର୍ଥନୀତି ପାଇଁ ଦାୟୀ। ଏବେ ପଛୁଆ ଦୂରଦୃଷ୍ଟିରେ କହୁଛନ୍ତି, ୩୦୦ ବର୍ଷ ପୂର୍ବରୁ ଦୀର୍ଘ ୫୦ ବର୍ଷ ପର୍ଯ୍ୟନ୍ତ ଶାସନ କରିଥିବା ଔରଙ୍ଗଜେବଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଭାରତୀୟ ଟଙ୍କାକୁ ତଳିତଳାନ୍ତ କରିଦେଲାଣି।
ଜୁନ୍‌ ୧୩ରେ ଡଲାର ସହ ଟଙ୍କାର ବିନିମୟ ମୂଲ୍ୟ ସର୍ବକାଳୀନ ନିମ୍ନସ୍ତରକୁ ଖସି ୭୮ ଟଙ୍କା ୨୮ ପଇସାରେ ପହଞ୍ଚତ୍ଛି। ରୁଷିଆର ୟୁକ୍ରେନ୍‌ ଆକ୍ରମଣ ଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ, ଗହମ, ଖାଇବା ତେଲ ସମେତ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଅହେତୁକ ମୂଲ୍ୟ ବୃଦ୍ଧି ଟଙ୍କାକୁ ନିମ୍ନକୁ ଟାଣିବାରେ ଲାଗିଛି। ମୋଦି ସରକାରଙ୍କ କାର୍ଯ୍ୟକାଳ ପୂର୍ବରୁ ୨୦୧୩ରେ ଡଲାର ପିଛା ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ ୫୬.୫୭ ଟଙ୍କା ଥିଲା। ପ୍ରତି ବର୍ଷ ଏହା ତଳକୁ ଖସି ରେକର୍ଡ ଭାଙ୍ଗୁଛି। ସମ୍ପ୍ରତି ଡଲାର ସର୍ବକାଳୀନ ମଜଭୁତ ସ୍ଥିତିରେ ଥିବାବେଳେ ଟଙ୍କା ସର୍ବକାଳୀନ ଦୁର୍ବଳ ହୋଇଛି। ଫଳରେ ଭାରତୀୟ ଶେୟାର ବଜାରରୁ ବିଦେଶୀ ସଂସ୍ଥାଗତ ନିବେଶକ (ଏଫ୍‌ଆଇଆଇ) କ୍ରମାଗତ ଭାବେ ପୁଞ୍ଜି ପ୍ରତ୍ୟାହାର କରି ଲାଭ କମାଉଛନ୍ତି। ଚଳିତ ବର୍ଷ ଏଫ୍‌ଆଇଆଇମାନେ ୧.୮୧ ଲକ୍ଷ କୋଟି ଟଙ୍କା ଉଠାଇ ନେଲେଣି। ଏହାର ଚାପ ଭାରତୀୟ ପୁଞ୍ଜି ବଜାର ଉପରେ ପଡ଼ିଛି। ଏହି ଧାରା ଲାଗି ରହିଲେ ଭାରତର ଅର୍ଥନୀତି ଶ୍ରୀଲଙ୍କା ଭଳି ଦଶା ଭୋଗିପାରେ ବୋଲି ଆଶଙ୍କା କରାଗଲାଣି।
ଭାରତରେ ଖୁଚୁରା ମୁଦ୍ରାସ୍ଫୀତି ଗତ ଏପ୍ରିଲରେ ୭.୭୯% ରହିଥିଲା, ଯାହାକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ସର୍ବାଧିକ। ଏବେ ମଧ୍ୟ ସମାନ ସ୍ଥିତି ରହିଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ଗତ ମେ’ ୪ରେ ରେପୋ ରେଟ୍‌ ୪୦ ବେସିସ୍‌ ପଏଣ୍ଟ୍‌ସ (ବିପିଏସ୍‌) ଏବଂ ଜୁନ୍‌ର ମୁଦ୍ରା ନୀତି ସମୀକ୍ଷା ପରେ ୫୦ ବିପିଏସ୍‌ ବଢ଼ାଇବା ପରେ ୪.୯୦%ରେ ପହଞ୍ଚତ୍ଛି, ଯାହାକି ଗତ ଦଶନ୍ଧି ମଧ୍ୟରେ ସର୍ବାଧିକ। ଅଗଷ୍ଟରେ ରେପୋ ରେଟ୍‌ ଆହୁରି ବଢ଼ିବା ସଙ୍କେତ ମିଳିଥିବାରୁ ଆଗକୁ ଗୃହ, ଗାଡ଼ି ଓ ବ୍ୟକ୍ତିଗତ ଋଣ ବାବଦ ଇଏମ୍‌ଆଇ ବୋଝ ଅସହ୍ୟ ହେବା ନିଶ୍ଚିତ। ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ କୌଣସି ନୀତି ଥିବା ଭଳି ମନେ ହେଉନାହିଁ। ପୂର୍ବରୁ ରିଜର୍ଭ ବ୍ୟାଙ୍କ ଗଭର୍ନର ରଘୁରାମ ରାଜନଙ୍କ ସମୟରେ ଆର୍ଥିକ ନୀତି ପାଇଁ ଯେଉଁ ଦୂରଦୃଷ୍ଟି ରହିଥିଲା, ଆଜିର ଦିନରେ ତାହାର ଘୋର ଅଭାବ ପରିଲକ୍ଷିତ ହେଉଛି। ଏବେକାର ନୀତିଗୁଡ଼ିକ ଅର୍ଥନୀତିରେ ସୁଧାର ଆଣିବା ପରିବର୍ତ୍ତେ ଏହାକୁ ରସାତଳଗାମୀ କରିବାରେ ଲାଗିଛି। ଦେଖିବାକୁ ଗଲେ ଭାରତର ଏହି ଆର୍ଥିକ ଦୁରବସ୍ଥା ହଠାତ୍‌ ସୃଷ୍ଟି ହୋଇନାହିଁ। ଏଥିପାଇଁ ପୁନର୍ବାର ୩୦୦ ବର୍ଷ ପୂର୍ବର ଔରଙ୍ଗଜେବଙ୍କ କୁଶାସନ ଦାୟୀ ବୋଲି କୁହାଗଲାଣି। ବିରୋଧୀ କହୁଛନ୍ତି, ଏହା ବିଗତ ୮ ବର୍ଷର ସରକାରୀ ସ୍ତରରେ ଭୁଲ୍‌ ନୀତିର ପରିଣାମ। ମୋଦି ସରକାର କେବଳ ଭୋଟ ରାଜନୀତିରେ ବ୍ୟସ୍ତ ରହିଛନ୍ତି। ଦେଶର ଅର୍ଥନୀତିକୁ ଯେଉଁ ଧାରାରେ ଆଣିବା ପାଇଁ ପଦକ୍ଷେପ ନେବା କଥା ସେପରି ଉଦ୍ୟମ କରୁନାହାନ୍ତି। ଏମିତି ବି ହୋଇପାରେ ଯେ, କେଉଁ ପ୍ରକାର ଉଦ୍ୟମର ଚାହିଦା ରହିଛି ତାହା ଆଜିର ସରକାରରେ କେହି ଜାଣିନାହାନ୍ତି।
ମୋଟାମୋଟି ଭାବେ ଭାରତ ଡଲାର ଏବଂ ଅଶୋଧିତ ତେଲର ଚକ୍ରବୂ୍ୟହରେ ଫସିଯାଇଛି, ଯହିଁରୁ ମୁକୁଳିବା ଏହି ସରକାର ଅମଳରେ ଅସମ୍ଭବ ମନେହେଲାଣି। ଅନ୍ତର୍ଜାତୀୟ ବଜାରରେ ତୈଳ ମୂଲ୍ୟ ବୃଦ୍ଧି ଘଟିଚାଲିଥିବାବେଳେ ଭାରତୀୟ ରାଜକୋଷ ଚାପଗ୍ରସ୍ତ ହେବାରେ ଲାଗିଛି। ଯେଉଁ ରୁଷିଆ କାଲି ଯାଏ ଭାରତକୁ ୩୦% ରିହାତିରେ ତୈଳ ଦେବା କଥା କହୁଥିଲା ଜୁନ୍‌ ୯ରେ ନିଜ ପ୍ରତିଶ୍ରୁତିରୁ ଓହରିବା ଘୋଷଣା କରିସାରିଛି। କିଛିଦିନ ତଳେ ଭାରତୀୟ ତୈଳ ବିପଣନ କମ୍ପାନୀ ହିନ୍ଦୁସ୍ଥାନ ପେଟ୍ରୋଲିୟମ୍‌ ଏବଂ ଭାରତ ପେଟ୍ରୋଲିୟମ୍‌ ରୁଷିଆଠାରୁ ତୈଳ ଆଣିବା ପାଇଁ ଆଗଭର ହେଉଥିଲେ। କିନ୍ତୁ ଶତାଧିକ ଦିନର ଯୁଦ୍ଧ ପରେ ରୁଷିଆ ଆର୍ଥିକ ଭାବେ କ୍ଷତିଗ୍ରସ୍ତ ହୋଇଥିବାରୁ କମ୍‌ ଦାମ୍‌ରେ ତେଲ ଦେବାକୁ ରାଜି ହେଉନାହିଁ। ଏବେ ଭାରତକୁ ରୁଷିଆର ରୋସ୍‌ନେଫ୍ଟ ପରିବର୍ତ୍ତେ ସଫ୍ଟ ମାର୍କେଟରୁ ବ୍ୟାରେଲ ପିଛା ୧୨୧-୧୨୪ ଡଲାରରେ ତେଲ କିଣିବାକୁ ପଡ଼ିବ। ଏଭଳି ସ୍ଥିତିରେ ଭାଜପା ନେତାଙ୍କ ପ୍ରଫେଟ୍‌ ବିରୋଧୀ ମନ୍ତବ୍ୟରେ କ୍ଷୁବ୍ଧ ଉପସାଗରୀୟ (ଗଲ୍ଫ) ରାଷ୍ଟ୍ରଗୁଡ଼ିକର ପରିବର୍ତ୍ତିତ ବାଣିଜି୍ୟକ ଆଭିମୁଖ୍ୟ ମୋଦି ସରକାରଙ୍କୁ ଅଧିକ ଡଲାର ଦେଇ ତୈଳ କିଣିବାକୁ ବାଧ୍ୟ କରିବ।
ଭାରତ ସବୁ କ୍ଷେତ୍ରରେ ରପ୍ତାନି ତୁଳନାରେ ଆମଦାନୀ ଅଧିକ କରିଥାଏ। ଦେଶକୁ ଆସୁଥିବା ସମସ୍ତ ସାମଗ୍ରୀ ପାଇଁ ସରକାର ଡଲାରରେ ଅର୍ଥ ପଇଠ କରିଥାଆନ୍ତି। ୨୦୧୪ ମେ’ରେ ମୋଦି ସରକାର କ୍ଷମତାସୀନ ହେବା ପରଠାରୁ ଭାରତୀୟ ମୁଦ୍ରା ୨୦ ଟଙ୍କାରୁ ଅଧିକ ଦୁର୍ବଳ ହୋଇସାରିଛି। ବିଶ୍ୱ ବଜାରରୁ ରେକର୍ଡ ପରିମାଣର ଆମଦାନୀ କରାଯାଉଥିବାରୁ ଭାରତକୁ ଏଥିପାଇଁ ୫ ଲକ୍ଷ କୋଟି ଟଙ୍କା ଅଧିକ ଦେବାକୁ ପଡ଼ୁଛି। ଭାରତୀୟ ଟିକସଦାତାଙ୍କ କଷ୍ଟ ଉପାର୍ଜିତ ଅର୍ଥରୁ ଏହି କ୍ଷତି ଭରଣା କରାଯାଉଛି। ଦେଶବାସୀଙ୍କୁ ବିକାଶର ମିଛ ଛବି ଦେଖାଇ ପରିସଂଖ୍ୟାନର ଜାଲରେ ଛନ୍ଦିଲେ ଅର୍ଥନୀତିରେ ସୁଧାର ଆସିବ ନାହିଁ। ତେବେ ନେହେରୁ ଏବଂ ଔରଙ୍ଗଜେବଙ୍କ ତ୍ରୁଟିକୁ ଭୁଲି ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?