ଗଳାବାଟର ଦେଶ

ନିରଞ୍ଜନ ସାହୁ

ଯେକୌଣସି କାମ କରିବା ପାଇଁ ଏକ ଅନୁସୃତ ପଦ୍ଧତି ରହିଛି। ଏପରିକି ଆମ ଦେଶର ଆଇନ ମଧ୍ୟ ସେଇକଥା କହେ। ଯାହା ହେଲା-Procedure established by law। ଅର୍ଥାତ୍‌ କାମଟି ଠିକ୍‌ କି ନା ବିଚାର କଲାବେଳେ ସେଇ କଥା ତର୍ଜମା କରାଯାଏ ଯେ ସେଇ ପ୍ରତିଷ୍ଠିତ ପଦ୍ଧତି ଅନୁସରଣ କରାଯାଇଛି କି ନାହିଁ; ମାତ୍ର ଆମ ଦେଶରେ ଯାହା ଘଟେ ଏବଂ ସେଥିରୁ ଯେଉଁସବୁ ମନୋମାଳିନ୍ୟ ଉପତ୍ନ୍ନ ହୁଏ ତା’ର ଏକ କ୍ଷୁଦ୍ର ଶତାଂଶ କୋର୍ଟ କଚେରିରେ ସମାଧାନ ହୁଏ। ଏହାର ବହୁଳାଂଶ ସମାଧାନ ହୋଇଯାଏ କୋର୍ଟ ବାହାରେ ସାମାଜିକ ରୀତିନୀତି ମାଧ୍ୟମରେ କିମ୍ବା ଆପୋସ ମିଳାମିଶା ଜରିଆରେ, ଯାହା ନିୟମ ବିରୁଦ୍ଧ ହେଲେ ବି କେତେକାଂଶରେ ଗ୍ରହଣୀୟ ହୋଇଗଲାଣି ପ୍ରାୟତଃ।
ଧରନ୍ତୁ ଆପଣ ହସ୍ପିଟାଲ୍‌କୁ ଯାଉଛନ୍ତି। ଦେଖିଲେ ଅସମ୍ଭବ ଭିଡ଼। ଆପଣ ଯଦି ଲାଇନର ଶେଷରେ ଠିଆହେବେ, ସେଇଠୁ ଯାଇ ଡାକ୍ତରଙ୍କ ପାଖରେ ପହଞ୍ଚତ୍ବା ପର୍ଯ୍ୟନ୍ତ ଦୂରତା ଲାଗିବ ଏକ ଅସରନ୍ତି ରାସ୍ତା। ଏତିକିବେଳେ ଆପଣଙ୍କର ଚିହ୍ନା ଲୋକ ଜଣେ ଦେଖା ହୋଇଗଲେ ଯିଏକି ହସ୍ପିଟାଲର ପ୍ରଶାସନ ସହିତ ସମ୍ପୃକ୍ତ। ଦେଖା ହେଉ ହେଉ ସେ ପଚାରିବେ, ଆପଣ କ’ଣ ଡାକ୍ତରଙ୍କୁ ଦେଖେଇବା ପାଇଁ ଆସିଛନ୍ତି କି? ସିଧାସଳଖ ଆପଣଙ୍କୁ ନେଇ ଡାକ୍ତରଙ୍କ ପାଖରେ ପହଞ୍ଚେଇଦେବେ। ଆଉ କେହି ଆପଣଙ୍କୁ ପଦେ ବି କହିବେନି କିମ୍ବା କହିବାକୁ ସାହସ କରିବେନି। ଏଇମିତି ଅନେକ ଗଳାବାଟ ଦେଇ ଆମେ କାମ କରନ୍ତି ନିତିଦିନ। ଅନ୍ୟ କେହି ସେମିତି କଲେ ଆମ ମନ ଭିତରେ ବେଳେ ବେଳେ ଅଶାନ୍ତି ସୃଷ୍ଟି ହୁଏ; ମାତ୍ର ଆମେ ନିଜର ସୁଖସୁବିଧା ପାଇଁ ଗଳାବାଟ ଦେଇ କାମ କରିଯାଉ। ସାମାନ୍ୟତମ ବିବେକ ସଙ୍କଟ ଅନୁଭବ କରୁନାହିଁ।
ସଭିଏ ଜାଣନ୍ତି ଭାରତରେ ଆଇନ ହେଉଛି ସବୁଠୁ ଉପରେ। ଅର୍ଥାତ୍‌ ଆଇନର ଶାସନ ଚାଲିଛି ବୋଲି ଆମେ ସବୁଠି ଚିତ୍କାର କରୁ। ଆଇନ ଉଲ୍ଲଂଘନ କରି କାମ ହୋଇଗଲେ ଆମେ କେବେ ବିବେକ ବିରୋଧତତ୍ତ୍ୱର ସାମ୍ନା କରୁନାହଁୁ। ଆମର ଆଇନ ବସ୍ତୁତଃ ଦୁଇ ପ୍ରକାର। ଗୋଟିଏ ସର୍ବସାଧାରଣଙ୍କ ପାଇଁ ଆଇନ ଆଉ ଏକ ହେଉଛି ବିଶେଷାଧିକାର ଆଇନ ଯାହାକି ମାନ୍ୟବରଙ୍କ ପାଇଁ ସଂରକ୍ଷିତ। ଆପଣ ମନ୍ଦିର ଯିବା ପାଇଁ ଠିଆ ହୋଇଥିବେ ଘଣ୍ଟା ଘଣ୍ଟା ଧରି; ମାତ୍ର ଜିଲା ମାଜିଷ୍ଟ୍ରେଟ୍‌ ଆସିଲେ କୁହାଯିବ ସେ ପରିଦର୍ଶନରେ ଆସିଛନ୍ତି ଏବଂ ତାଙ୍କୁ ପ୍ରୋଟୋକଲ ମାନ୍ୟତା ଦେଇ ଶଙ୍ଖୋଳି ମନ୍ଦିର ଭିତରକୁ ନେଇଯିବେ ମନ୍ଦିର କର୍ମଚାରୀ। ଆପଣ ରେଲ୍‌ୱେରେ ଟିକେଟ କାଟି ଯାଇ ପାରୁ ନ ଥିବେ ସଂରକ୍ଷଣ ଅଭାବରୁ; ମାତ୍ର ଆପଣଙ୍କ ସାମ୍ନାରେ ଅନ୍ୟ କେହି ମନ୍ତ୍ରୀଙ୍କ କୋଟା କିମ୍ବା ଭିଆଇପି କୋଟା କହି ପଛରେ ଟିକେଟ କରି ସଂରକ୍ଷଣ ପାଇଯିବେ। ଚାରିଆଡ଼େ କୁହାହେଉଥିବ ଯେ ଜଣେ ଲୋକ ମାତ୍ର ଗୋଟିଏ ପେନ୍‌ସନ ପାଇବାକୁ ହକ୍‌ଦାର; ମାତ୍ର ସେଇଠି ଆପଣ ଦେଖୁଥିବେ ସରକାରୀ ଚାକିରି ଛାଡ଼ି ଯିଏ ରାଜନୀତିରେ ପଶି ଏମ୍‌ଏଲ୍‌ଏ କିମ୍ବା ଏମ୍‌ପି ହୋଇଗଲେ ସେ ତାଙ୍କ ମୂଳ ପେନ୍‌ସନ ସହିତ ଆହୁରି ଦୁଇଟି ପେନ୍‌ସନକୁ ସାନନ୍ଦେ ସ୍ବାହା କରୁଛନ୍ତି।
ଉଚ୍ଚଶିକ୍ଷାରେ ଗଳାବାଟ ଏତେ ପଡ଼ିଛି ଯେ ଯଦି ସେ ଆଡ଼କୁ ଆପଣ ଆଖି ପକେଇବେ ତା’ହେଲେ ଆପଣଙ୍କ ଆଖି ଉଲୁସି ଉଠିବ। ସରକାର ବା ବିଶ୍ୱବିଦ୍ୟାଳୟ ଆୟୋଗ ଯେବେ ନିୟମ କରିଦେଲେ ପିଏଚ୍‌.ଡି. ନିହାତି ଦରକାର ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ କିମ୍ବା ପ୍ରଫେସର ହେବାକୁ ସେତେବେଳେ ଆପଣ ଦେଖିବେ ସବୁ ପ୍ରତିଯୋଗୀ ପିଏଚ୍‌.ଡି. ହାସଲ କରିଛନ୍ତି; ମାତ୍ର ଯଦି ଅନୁଧ୍ୟାନ କରିବେ ତେବେ ଜାଣିପାରିବେ ଗଳାବାଟ ଦେଇ ପଶିଛନ୍ତି ମାତ୍ରାଧିକ। ପିଏଚ.ଡି. ପାଇବାକୁ ହେଲେ କିମ୍ବା ବିଶ୍ୱବିଦ୍ୟାଳୟର ଅଧ୍ୟାପକ ହେବାକୁ ହେଲେ ଆପଣଙ୍କୁ କିଛି ନିର୍ଦ୍ଦିଷ୍ଟ ପତ୍ରିକାରେ ଆପଣଙ୍କର ଗବେଷଣା ପ୍ରବନ୍ଧ ପ୍ରକାଶ କରିବାକୁ ପଡ଼ିବ। ସେଇଗୁଡ଼ିକ ଭିତରୁ ଅନେକ ହେଉଛନ୍ତି ସେଇ ଗଳାବାଟର ଗୋଟିଏ ଗୋଟିଏ ନମୁନା। ତାକୁ କୁହାଯାଉଛି ପେଡ୍‌ ଜର୍ନାଲ – ମାନେ ପଇସା ଦିଅ ଓ ଲେଖକ ବନିଯାଅ। ଯେଉଁ ନ୍ୟାୟରେ କୁହାଯାଏ ‘ପୈସା ଫେକୋ, ତମାସା ଦେଖୋ।’
ଆପଣମାନେ ଲକ୍ଷ୍ୟ କରିଥିବେ ଗୋଟିଏ ଗୋଟିଏ ସହର ବାଟ ଦେଇ ଯେଉଁ ରାସ୍ତା ଯାଉଥିଲା ସେଗୁଡ଼ିକ ଥିଲା ଅତି ଜନାକୀର୍ଣ୍ଣ। ତେଣୁ ସେଥିରୁ ମୁକ୍ତି ପାଇବା ପାଇଁ ସହର କଡ଼ ଦେଇ ଆଉ ଗୋଟିଏ ବାଇପାସ୍‌ ରୋଡ କରାଯାଉଥିଲା। କିଛି ବାଟ ଗଲାପରେ ବାଇପାସ୍‌ ରୋଡ୍‌ଟି ମିଶିଯାଉଥିଲା ମୁଖ୍ୟ ରୋଡ୍‌ ସହିତ; ମାତ୍ର ଅଳ୍ପ କିଛିଦିନ ପରେ ଆସ୍ତେ ଆସ୍ତେ ଦୋକାନ ଉଠିଆସିବ ବାଇପାସ୍‌ ପାଖକୁ। ଘର, ଦୋକାନ ପୁଣି ତିଆରି ହୋଇଯିବ ନୂଆ ରାସ୍ତା ପାର୍ଶ୍ୱରେ। କିଛିଦିନ ବେଳକୁ ଜଣାଯିବ ନୂଆ ରୋଡ୍‌ଟି ଯେମିତି ଯାଇଛି ସହର ଭିତରେ। ଅର୍ଥାତ୍‌ ସରକାରୀ ପଇସା ଶ୍ରାଦ୍ଧ କରି ଯାହା ହୋଇଥିଲା କିଛିବର୍ଷ ତଳେ ତା’ର ଫଳାଫଳ ହେଲା ଶୂନ।
ଆମ ଦେଶରେ ଆପଣ ଯାହା ଚାହିଁବେ ତା’ର ଗୋଟିଏ ଦୁଇନମ୍ବର ମାନକ ଆପଣଙ୍କୁ ମିଳିଯିବ। ଆପଣ ସମ୍ବଲପୁରୀ ଶାଢ଼ି ଭଲ ପାଆନ୍ତି। ପିନ୍ଧିବାକୁ ଚାହାନ୍ତି; ମାତ୍ର ଦର ଅଧିକ। ଆପଣଙ୍କ ବଜେଟ ତାକୁ ପାଉନି। ଆପଣ ଦେଖିବେ ସମ୍ବଲପୁରୀ ପ୍ରିଣ୍ଟ୍‌ରେ ସୌଖୀନ ଲୁଗାମାନ।
ଆଜିକାଲି ଯଦି କୌଣସି ପ୍ରତିଯୋଗିତା ପରୀକ୍ଷା ହୁଏ କିଛି ଦଲାଲ ପରୀକ୍ଷାରେ ସେମାନେ ଅଭିଳଷିତ ଫଳ ଆଣିଦେଇ ପାରିବାର ଦାବି କରନ୍ତି ଆଉ ଗଳାବାଟ ଦେଇ ପଶିବାକୁ ଚାହୁଁଥିବା କିଛି ପ୍ରତିଯୋଗୀ ସେମାନଙ୍କ କବଳରେ ପଡ଼ନ୍ତି। ଆଉ ଯଦି ଭାଗ୍ୟ ଯୋଗରୁ ସେମାନଙ୍କ ଭିତରୁ କେହି ପାଇଯାଆନ୍ତି ଦଲାଲର ହାତ ଚିକ୍କଣ ହୁଏ; ମାତ୍ର ସଂସ୍ଥା ବଦନାମ ହୁଏ। ଗଳାବାଟ ଦେଇ ରେଲ୍‌ୱେ ଚାକିରି କରିବାକୁ ଚାହୁଁଥିବା ଥୋକେ ପ୍ରତିଯୋଗୀ କିଛିବର୍ଷ ତଳେ ପରୀକ୍ଷା ଦେଇଥିଲେ। ସେମାନଙ୍କୁ ଗଳାବାଟ ଦେଇ ପୂରେଇ ଦେବାକୁ କହୁଥିବା ଲୋକ ଏବଂ ସଂସ୍ଥା ଆଉ ଗୋଟେ ପାଦ ଆଗେଇ ଯାଇ ସେମାନଙ୍କୁ ନିଯୁକ୍ତି ପତ୍ର ମଧ୍ୟ ଦେଇ ଦେଇଥିଲେ; ମାତ୍ର ସେମାନେ ଯେତେବେଳେ ଯୋଗଦେବାକୁ ଗଲେ ଜଣାପଡ଼ିଲା ଯେ ସେଇ ନିଯୁକ୍ତି ପତ୍ର ସବୁ ନକଲିି। ଆଉ ଧରାପଡ଼ି ହଟହଟା ହେଲେ ମଧ୍ୟସ୍ଥବାବୁ ଏବଂ ତା’ ସହିତ ସେଇ ବିଭାଗର କିଛି ସନ୍ଦେହଯୁକ୍ତ ଅଧିକାରୀ।
କମ୍‌ ପରିଶ୍ରମ କରି କିଛି ବୁଦ୍ଧି ଆଉ ଦୁର୍ବୁଦ୍ଧି ଯୋଡ଼ି ଦେଇ ଯେଉଁମାନେ ସଫଳତା ହାସଲ କରିବାକୁ ଚାହାନ୍ତି ସେମାନେ ଏଇ ଗଳାବାଟ ଖୋଜନ୍ତି; ମାତ୍ର ଯୁଗେ ଯୁଗେ କୁହାଯାଇଛି ସଫଳତା ପାଇଁ କିଛି ସଂକ୍ଷିପ୍ତ ବାଟ ନାହିଁ। ସେଥିପାଇଁ ଦରକାର କଠିନ ଅଧ୍ୟବସାୟ ଓ ତା’ ପୂର୍ବରୁ ଏକ ସୁଚିନ୍ତିତ ଯୋଜନା। କଳେବଳେ କୌଶଳେ ଯେଉଁମାନେ ଥରେ ଅଧେ ଗଳାବାଟ ଦେଇ ସଫଳତା ପାଇଯା’ନ୍ତି ସେମାନେ ପହଞ୍ଚୁ ପହଞ୍ଚୁ ତାଙ୍କର କଳା କାରନାମା ଆରମ୍ଭ କରଦିଅନ୍ତି। ଲକ୍ଷ୍ୟ ହାସଲ ହୋଇଗଲେ ତାଙ୍କର ସବୁ ଆଶା ପୂରଣ ହୋଇଗଲା ବୋଲି ସେମାନଙ୍କର ଧାରଣା; ମାତ୍ର ଗାନ୍ଧିଜୀ ଯେଉଁ ଧାରା ସୃଷ୍ଟି କରିଥିଲେ ତାହା ଥିଲା ଏହାର ବିପରୀତ। ତାଙ୍କ ମତରେ ଲକ୍ଷ୍ୟ ଅପେକ୍ଷା ଗୁରୁତ୍ୱପୂର୍ଣ୍ଣ ହେଉଛି ଲକ୍ଷ୍ୟପଥରେ ଯାତ୍ରା। ଆଜିକାଲି ଗଳାବାଟରେ ଯାଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚତ୍ବାକୁ ଚାହୁଁଥିବା ଲୋକମାନେ ବୁଝିବା ଦରକାର ସେଠାରେ ପହଞ୍ଚତ୍ବା ଅପେକ୍ଷା ଲକ୍ଷ୍ୟସ୍ଥଳ ଆଡ଼କୁ ଯେଉଁ ଯାତ୍ରା ତାହା ଅଧିକ ଗୁରୁତ୍ୱ ବହନ କରେ। ତାହା ହୁଏ ଅଧିକ ସ୍ମରଣୀୟ ଓ ମାର୍ମିକ। ସୁବିଧାବାଦରେ ବିଶ୍ୱାସ କରୁଥିବା ଆଜିକାଲିର ସଂଖ୍ୟାଧିକମାନେ କ’ଣ ଏକଥା ଶୁଣିବେ! ଖାଲି ତାଚ୍ଛଲ୍ୟ ପାଇବା ହିଁ ସାର।
ମୋ-୯୪୩୮୪୮୨୯୧୧


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ଜନ୍ମ: ଏକ ତପସ୍ୟା

ରାସ୍ତାକଡ଼ର ଜରି ଗୋଟାଳି ଝିଅର ମନଭାବ କିମ୍ବା ତା’ ଭୋକର ଦାଉକୁ କେବେ ବୁଝିଛନ୍ତି କି? ସମ୍ଭବତଃ ନା। କାହିଁକି ନା ଆମେ ଏହାକୁ ଅତି ସାଧାରଣ…

ନରେନ୍ଦ୍ର ମୋଦୀଙ୍କ ଯୁଗ

ନରେନ୍ଦ୍ର ମୋଦୀ ଅଜାଣତରେ ରବର୍ଟ ଫ୍ରଷ୍ଟଙ୍କ ଚିନ୍ତାଧାରା ଉପରେ ବିଶ୍ୱାସ କରନ୍ତି: ସେ ଏପରି ଏକ ମାର୍ଗ ବାଛିଛନ୍ତି ଯେଉଁଥିରେ ସାଧାରଣତଃ କେହି ଯାଆନ୍ତି ନାହିଁ ଏବଂ…

ଜିନ୍‌ପିଙ୍ଗ୍‌ ଗଲେ କୋରିଆ

ବର୍ତ୍ତମାନ ସ୍ଥିତିରେ ବିଶ୍ୱରେ କେଉଁ ଦେଶ ଅଧିକ କ୍ଷମତାଶାଳୀ କହିବା କଷ୍ଟକର। ଦିନ ଥିଲା, ଆମେରିକା ଓ ରୁଷିଆ ସୁପରପାଓ୍ବାର ଭାବେ ରାଜୁତି କରୁଥିଲେ। ଚାଇନା ଶକ୍ତିଶାଳୀ…

ଏଇ ଭାରତରେ

ଦେଶୀ ଗଛର ସୁରକ୍ଷା କରୁଛନ୍ତି ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି। ଅନନ୍ତ ୧୯୭୭ରେ ବିଦର୍ଭ ଅଞ୍ଚଳର ଫୁଲି…

ଐଶ୍ୱର୍ଯ୍ୟ ଭିଡ଼ରେ ନିର୍ବାସନ

ଥରେ ଜଣେ ରାଜା ନିଜର ଶିକ୍ଷା, ଦକ୍ଷତା, ବିସ୍ତାରବାଦୀ ଚିନ୍ତାଧାରା, ଯୁଦ୍ଧଖୋର ମନୋବୃତ୍ତିଜନିତ ଅର୍ଥନୈତିକ ସୁଖ ସମୃଦ୍ଧି ଯୋଗୁ ଖୁବ୍‌ କମ୍‌ ଦିନରେ ଜଣେ ବିଚକ୍ଷଣ ସମ୍ରାଟ…

ଭୂଦାନ କନ୍ୟା ନନ୍ଦିନୀ

ଓଡ଼ିଆ ସାହିତ୍ୟରେ ସବୁଜ ଯୁଗର ଅନ୍ୟତମ ଉଜ୍ଜ୍ବଳ ଜ୍ୟୋତିଷ୍କ ପଦ୍ମଶ୍ରୀ କାଳିନ୍ଦୀ ଚରଣ ପାଣିଗ୍ରାହୀ। ଗାନ୍ଧିବାଦ ଆଧାରରେ ରଚିତ ତାଙ୍କ ଉପନ୍ୟାସ ‘ମାଟିର ମଣିଷ’ କିଛି ସାଧାରଣ…

ଉତୁରୁଛି ଅପରାଧ

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶିବାଜୀ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ଦେବୋସ୍ମିତା ପଲ୍‌ଙ୍କୁ ୩ ଜୁନ୍‌ରେ ଯେଭଳି ଭାବେ ହତ୍ୟା କରାଯାଇଛି, ତାହା ଏବେ ଦେଶସାରା…

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri