ଗଳାବାଟର ଦେଶ

ନିରଞ୍ଜନ ସାହୁ

ଯେକୌଣସି କାମ କରିବା ପାଇଁ ଏକ ଅନୁସୃତ ପଦ୍ଧତି ରହିଛି। ଏପରିକି ଆମ ଦେଶର ଆଇନ ମଧ୍ୟ ସେଇକଥା କହେ। ଯାହା ହେଲା-Procedure established by law। ଅର୍ଥାତ୍‌ କାମଟି ଠିକ୍‌ କି ନା ବିଚାର କଲାବେଳେ ସେଇ କଥା ତର୍ଜମା କରାଯାଏ ଯେ ସେଇ ପ୍ରତିଷ୍ଠିତ ପଦ୍ଧତି ଅନୁସରଣ କରାଯାଇଛି କି ନାହିଁ; ମାତ୍ର ଆମ ଦେଶରେ ଯାହା ଘଟେ ଏବଂ ସେଥିରୁ ଯେଉଁସବୁ ମନୋମାଳିନ୍ୟ ଉପତ୍ନ୍ନ ହୁଏ ତା’ର ଏକ କ୍ଷୁଦ୍ର ଶତାଂଶ କୋର୍ଟ କଚେରିରେ ସମାଧାନ ହୁଏ। ଏହାର ବହୁଳାଂଶ ସମାଧାନ ହୋଇଯାଏ କୋର୍ଟ ବାହାରେ ସାମାଜିକ ରୀତିନୀତି ମାଧ୍ୟମରେ କିମ୍ବା ଆପୋସ ମିଳାମିଶା ଜରିଆରେ, ଯାହା ନିୟମ ବିରୁଦ୍ଧ ହେଲେ ବି କେତେକାଂଶରେ ଗ୍ରହଣୀୟ ହୋଇଗଲାଣି ପ୍ରାୟତଃ।
ଧରନ୍ତୁ ଆପଣ ହସ୍ପିଟାଲ୍‌କୁ ଯାଉଛନ୍ତି। ଦେଖିଲେ ଅସମ୍ଭବ ଭିଡ଼। ଆପଣ ଯଦି ଲାଇନର ଶେଷରେ ଠିଆହେବେ, ସେଇଠୁ ଯାଇ ଡାକ୍ତରଙ୍କ ପାଖରେ ପହଞ୍ଚତ୍ବା ପର୍ଯ୍ୟନ୍ତ ଦୂରତା ଲାଗିବ ଏକ ଅସରନ୍ତି ରାସ୍ତା। ଏତିକିବେଳେ ଆପଣଙ୍କର ଚିହ୍ନା ଲୋକ ଜଣେ ଦେଖା ହୋଇଗଲେ ଯିଏକି ହସ୍ପିଟାଲର ପ୍ରଶାସନ ସହିତ ସମ୍ପୃକ୍ତ। ଦେଖା ହେଉ ହେଉ ସେ ପଚାରିବେ, ଆପଣ କ’ଣ ଡାକ୍ତରଙ୍କୁ ଦେଖେଇବା ପାଇଁ ଆସିଛନ୍ତି କି? ସିଧାସଳଖ ଆପଣଙ୍କୁ ନେଇ ଡାକ୍ତରଙ୍କ ପାଖରେ ପହଞ୍ଚେଇଦେବେ। ଆଉ କେହି ଆପଣଙ୍କୁ ପଦେ ବି କହିବେନି କିମ୍ବା କହିବାକୁ ସାହସ କରିବେନି। ଏଇମିତି ଅନେକ ଗଳାବାଟ ଦେଇ ଆମେ କାମ କରନ୍ତି ନିତିଦିନ। ଅନ୍ୟ କେହି ସେମିତି କଲେ ଆମ ମନ ଭିତରେ ବେଳେ ବେଳେ ଅଶାନ୍ତି ସୃଷ୍ଟି ହୁଏ; ମାତ୍ର ଆମେ ନିଜର ସୁଖସୁବିଧା ପାଇଁ ଗଳାବାଟ ଦେଇ କାମ କରିଯାଉ। ସାମାନ୍ୟତମ ବିବେକ ସଙ୍କଟ ଅନୁଭବ କରୁନାହିଁ।
ସଭିଏ ଜାଣନ୍ତି ଭାରତରେ ଆଇନ ହେଉଛି ସବୁଠୁ ଉପରେ। ଅର୍ଥାତ୍‌ ଆଇନର ଶାସନ ଚାଲିଛି ବୋଲି ଆମେ ସବୁଠି ଚିତ୍କାର କରୁ। ଆଇନ ଉଲ୍ଲଂଘନ କରି କାମ ହୋଇଗଲେ ଆମେ କେବେ ବିବେକ ବିରୋଧତତ୍ତ୍ୱର ସାମ୍ନା କରୁନାହଁୁ। ଆମର ଆଇନ ବସ୍ତୁତଃ ଦୁଇ ପ୍ରକାର। ଗୋଟିଏ ସର୍ବସାଧାରଣଙ୍କ ପାଇଁ ଆଇନ ଆଉ ଏକ ହେଉଛି ବିଶେଷାଧିକାର ଆଇନ ଯାହାକି ମାନ୍ୟବରଙ୍କ ପାଇଁ ସଂରକ୍ଷିତ। ଆପଣ ମନ୍ଦିର ଯିବା ପାଇଁ ଠିଆ ହୋଇଥିବେ ଘଣ୍ଟା ଘଣ୍ଟା ଧରି; ମାତ୍ର ଜିଲା ମାଜିଷ୍ଟ୍ରେଟ୍‌ ଆସିଲେ କୁହାଯିବ ସେ ପରିଦର୍ଶନରେ ଆସିଛନ୍ତି ଏବଂ ତାଙ୍କୁ ପ୍ରୋଟୋକଲ ମାନ୍ୟତା ଦେଇ ଶଙ୍ଖୋଳି ମନ୍ଦିର ଭିତରକୁ ନେଇଯିବେ ମନ୍ଦିର କର୍ମଚାରୀ। ଆପଣ ରେଲ୍‌ୱେରେ ଟିକେଟ କାଟି ଯାଇ ପାରୁ ନ ଥିବେ ସଂରକ୍ଷଣ ଅଭାବରୁ; ମାତ୍ର ଆପଣଙ୍କ ସାମ୍ନାରେ ଅନ୍ୟ କେହି ମନ୍ତ୍ରୀଙ୍କ କୋଟା କିମ୍ବା ଭିଆଇପି କୋଟା କହି ପଛରେ ଟିକେଟ କରି ସଂରକ୍ଷଣ ପାଇଯିବେ। ଚାରିଆଡ଼େ କୁହାହେଉଥିବ ଯେ ଜଣେ ଲୋକ ମାତ୍ର ଗୋଟିଏ ପେନ୍‌ସନ ପାଇବାକୁ ହକ୍‌ଦାର; ମାତ୍ର ସେଇଠି ଆପଣ ଦେଖୁଥିବେ ସରକାରୀ ଚାକିରି ଛାଡ଼ି ଯିଏ ରାଜନୀତିରେ ପଶି ଏମ୍‌ଏଲ୍‌ଏ କିମ୍ବା ଏମ୍‌ପି ହୋଇଗଲେ ସେ ତାଙ୍କ ମୂଳ ପେନ୍‌ସନ ସହିତ ଆହୁରି ଦୁଇଟି ପେନ୍‌ସନକୁ ସାନନ୍ଦେ ସ୍ବାହା କରୁଛନ୍ତି।
ଉଚ୍ଚଶିକ୍ଷାରେ ଗଳାବାଟ ଏତେ ପଡ଼ିଛି ଯେ ଯଦି ସେ ଆଡ଼କୁ ଆପଣ ଆଖି ପକେଇବେ ତା’ହେଲେ ଆପଣଙ୍କ ଆଖି ଉଲୁସି ଉଠିବ। ସରକାର ବା ବିଶ୍ୱବିଦ୍ୟାଳୟ ଆୟୋଗ ଯେବେ ନିୟମ କରିଦେଲେ ପିଏଚ୍‌.ଡି. ନିହାତି ଦରକାର ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ କିମ୍ବା ପ୍ରଫେସର ହେବାକୁ ସେତେବେଳେ ଆପଣ ଦେଖିବେ ସବୁ ପ୍ରତିଯୋଗୀ ପିଏଚ୍‌.ଡି. ହାସଲ କରିଛନ୍ତି; ମାତ୍ର ଯଦି ଅନୁଧ୍ୟାନ କରିବେ ତେବେ ଜାଣିପାରିବେ ଗଳାବାଟ ଦେଇ ପଶିଛନ୍ତି ମାତ୍ରାଧିକ। ପିଏଚ.ଡି. ପାଇବାକୁ ହେଲେ କିମ୍ବା ବିଶ୍ୱବିଦ୍ୟାଳୟର ଅଧ୍ୟାପକ ହେବାକୁ ହେଲେ ଆପଣଙ୍କୁ କିଛି ନିର୍ଦ୍ଦିଷ୍ଟ ପତ୍ରିକାରେ ଆପଣଙ୍କର ଗବେଷଣା ପ୍ରବନ୍ଧ ପ୍ରକାଶ କରିବାକୁ ପଡ଼ିବ। ସେଇଗୁଡ଼ିକ ଭିତରୁ ଅନେକ ହେଉଛନ୍ତି ସେଇ ଗଳାବାଟର ଗୋଟିଏ ଗୋଟିଏ ନମୁନା। ତାକୁ କୁହାଯାଉଛି ପେଡ୍‌ ଜର୍ନାଲ – ମାନେ ପଇସା ଦିଅ ଓ ଲେଖକ ବନିଯାଅ। ଯେଉଁ ନ୍ୟାୟରେ କୁହାଯାଏ ‘ପୈସା ଫେକୋ, ତମାସା ଦେଖୋ।’
ଆପଣମାନେ ଲକ୍ଷ୍ୟ କରିଥିବେ ଗୋଟିଏ ଗୋଟିଏ ସହର ବାଟ ଦେଇ ଯେଉଁ ରାସ୍ତା ଯାଉଥିଲା ସେଗୁଡ଼ିକ ଥିଲା ଅତି ଜନାକୀର୍ଣ୍ଣ। ତେଣୁ ସେଥିରୁ ମୁକ୍ତି ପାଇବା ପାଇଁ ସହର କଡ଼ ଦେଇ ଆଉ ଗୋଟିଏ ବାଇପାସ୍‌ ରୋଡ କରାଯାଉଥିଲା। କିଛି ବାଟ ଗଲାପରେ ବାଇପାସ୍‌ ରୋଡ୍‌ଟି ମିଶିଯାଉଥିଲା ମୁଖ୍ୟ ରୋଡ୍‌ ସହିତ; ମାତ୍ର ଅଳ୍ପ କିଛିଦିନ ପରେ ଆସ୍ତେ ଆସ୍ତେ ଦୋକାନ ଉଠିଆସିବ ବାଇପାସ୍‌ ପାଖକୁ। ଘର, ଦୋକାନ ପୁଣି ତିଆରି ହୋଇଯିବ ନୂଆ ରାସ୍ତା ପାର୍ଶ୍ୱରେ। କିଛିଦିନ ବେଳକୁ ଜଣାଯିବ ନୂଆ ରୋଡ୍‌ଟି ଯେମିତି ଯାଇଛି ସହର ଭିତରେ। ଅର୍ଥାତ୍‌ ସରକାରୀ ପଇସା ଶ୍ରାଦ୍ଧ କରି ଯାହା ହୋଇଥିଲା କିଛିବର୍ଷ ତଳେ ତା’ର ଫଳାଫଳ ହେଲା ଶୂନ।
ଆମ ଦେଶରେ ଆପଣ ଯାହା ଚାହିଁବେ ତା’ର ଗୋଟିଏ ଦୁଇନମ୍ବର ମାନକ ଆପଣଙ୍କୁ ମିଳିଯିବ। ଆପଣ ସମ୍ବଲପୁରୀ ଶାଢ଼ି ଭଲ ପାଆନ୍ତି। ପିନ୍ଧିବାକୁ ଚାହାନ୍ତି; ମାତ୍ର ଦର ଅଧିକ। ଆପଣଙ୍କ ବଜେଟ ତାକୁ ପାଉନି। ଆପଣ ଦେଖିବେ ସମ୍ବଲପୁରୀ ପ୍ରିଣ୍ଟ୍‌ରେ ସୌଖୀନ ଲୁଗାମାନ।
ଆଜିକାଲି ଯଦି କୌଣସି ପ୍ରତିଯୋଗିତା ପରୀକ୍ଷା ହୁଏ କିଛି ଦଲାଲ ପରୀକ୍ଷାରେ ସେମାନେ ଅଭିଳଷିତ ଫଳ ଆଣିଦେଇ ପାରିବାର ଦାବି କରନ୍ତି ଆଉ ଗଳାବାଟ ଦେଇ ପଶିବାକୁ ଚାହୁଁଥିବା କିଛି ପ୍ରତିଯୋଗୀ ସେମାନଙ୍କ କବଳରେ ପଡ଼ନ୍ତି। ଆଉ ଯଦି ଭାଗ୍ୟ ଯୋଗରୁ ସେମାନଙ୍କ ଭିତରୁ କେହି ପାଇଯାଆନ୍ତି ଦଲାଲର ହାତ ଚିକ୍କଣ ହୁଏ; ମାତ୍ର ସଂସ୍ଥା ବଦନାମ ହୁଏ। ଗଳାବାଟ ଦେଇ ରେଲ୍‌ୱେ ଚାକିରି କରିବାକୁ ଚାହୁଁଥିବା ଥୋକେ ପ୍ରତିଯୋଗୀ କିଛିବର୍ଷ ତଳେ ପରୀକ୍ଷା ଦେଇଥିଲେ। ସେମାନଙ୍କୁ ଗଳାବାଟ ଦେଇ ପୂରେଇ ଦେବାକୁ କହୁଥିବା ଲୋକ ଏବଂ ସଂସ୍ଥା ଆଉ ଗୋଟେ ପାଦ ଆଗେଇ ଯାଇ ସେମାନଙ୍କୁ ନିଯୁକ୍ତି ପତ୍ର ମଧ୍ୟ ଦେଇ ଦେଇଥିଲେ; ମାତ୍ର ସେମାନେ ଯେତେବେଳେ ଯୋଗଦେବାକୁ ଗଲେ ଜଣାପଡ଼ିଲା ଯେ ସେଇ ନିଯୁକ୍ତି ପତ୍ର ସବୁ ନକଲିି। ଆଉ ଧରାପଡ଼ି ହଟହଟା ହେଲେ ମଧ୍ୟସ୍ଥବାବୁ ଏବଂ ତା’ ସହିତ ସେଇ ବିଭାଗର କିଛି ସନ୍ଦେହଯୁକ୍ତ ଅଧିକାରୀ।
କମ୍‌ ପରିଶ୍ରମ କରି କିଛି ବୁଦ୍ଧି ଆଉ ଦୁର୍ବୁଦ୍ଧି ଯୋଡ଼ି ଦେଇ ଯେଉଁମାନେ ସଫଳତା ହାସଲ କରିବାକୁ ଚାହାନ୍ତି ସେମାନେ ଏଇ ଗଳାବାଟ ଖୋଜନ୍ତି; ମାତ୍ର ଯୁଗେ ଯୁଗେ କୁହାଯାଇଛି ସଫଳତା ପାଇଁ କିଛି ସଂକ୍ଷିପ୍ତ ବାଟ ନାହିଁ। ସେଥିପାଇଁ ଦରକାର କଠିନ ଅଧ୍ୟବସାୟ ଓ ତା’ ପୂର୍ବରୁ ଏକ ସୁଚିନ୍ତିତ ଯୋଜନା। କଳେବଳେ କୌଶଳେ ଯେଉଁମାନେ ଥରେ ଅଧେ ଗଳାବାଟ ଦେଇ ସଫଳତା ପାଇଯା’ନ୍ତି ସେମାନେ ପହଞ୍ଚୁ ପହଞ୍ଚୁ ତାଙ୍କର କଳା କାରନାମା ଆରମ୍ଭ କରଦିଅନ୍ତି। ଲକ୍ଷ୍ୟ ହାସଲ ହୋଇଗଲେ ତାଙ୍କର ସବୁ ଆଶା ପୂରଣ ହୋଇଗଲା ବୋଲି ସେମାନଙ୍କର ଧାରଣା; ମାତ୍ର ଗାନ୍ଧିଜୀ ଯେଉଁ ଧାରା ସୃଷ୍ଟି କରିଥିଲେ ତାହା ଥିଲା ଏହାର ବିପରୀତ। ତାଙ୍କ ମତରେ ଲକ୍ଷ୍ୟ ଅପେକ୍ଷା ଗୁରୁତ୍ୱପୂର୍ଣ୍ଣ ହେଉଛି ଲକ୍ଷ୍ୟପଥରେ ଯାତ୍ରା। ଆଜିକାଲି ଗଳାବାଟରେ ଯାଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚତ୍ବାକୁ ଚାହୁଁଥିବା ଲୋକମାନେ ବୁଝିବା ଦରକାର ସେଠାରେ ପହଞ୍ଚତ୍ବା ଅପେକ୍ଷା ଲକ୍ଷ୍ୟସ୍ଥଳ ଆଡ଼କୁ ଯେଉଁ ଯାତ୍ରା ତାହା ଅଧିକ ଗୁରୁତ୍ୱ ବହନ କରେ। ତାହା ହୁଏ ଅଧିକ ସ୍ମରଣୀୟ ଓ ମାର୍ମିକ। ସୁବିଧାବାଦରେ ବିଶ୍ୱାସ କରୁଥିବା ଆଜିକାଲିର ସଂଖ୍ୟାଧିକମାନେ କ’ଣ ଏକଥା ଶୁଣିବେ! ଖାଲି ତାଚ୍ଛଲ୍ୟ ପାଇବା ହିଁ ସାର।
ମୋ-୯୪୩୮୪୮୨୯୧୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?