ଆକୃଷ୍ଟ କରୁଛି ହେରିଟେଜ୍‌ ହୋମ୍‌ ଷ୍ଟେ’

ଭୁବନେଶ୍ୱର,୨୫।୧୦(ବ୍ୟୁରୋ):  ରାଜ୍ୟରେ ରୟାଲ ହେରିଟେଜ୍‌ ଟୁର୍‌ ପ୍ୟାକେଜ୍‌ ମାଧ୍ୟମରେ ଓଡ଼ିଶା ପର୍ଯ୍ୟଟନକୁ ଆଉପାଦେ ଆଗକୁ ନେବାକୁ ପର୍ଯ୍ୟଟନ ବିଭାଗ ‘ହେରିଟେଜ୍‌ ପ୍ୟାଲେସ୍‌ ଟୁରିଜମ୍‌’ ଯୋଜନା ଉପରେ ଗୁରୁତ୍ୱ ଦେଉଛି। ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ଗୁଜରାଟ ଆଦି ରାଜ୍ୟ ଭଳି ରୟାଲ ଟୁରିଜମ୍‌ ଉପରେ ଏବେ ଓଡ଼ିଶା ଫୋକସ୍‌ କରିଛି। ଫଳରେ ରାଜ୍ୟରେ ଥିବା ଐତିହାସିକ ରାଜପ୍ରାସାଦଗୁଡ଼ିକରେ ରହିବା ସହ ପର୍ଯ୍ୟଟକମାନେ ରାଜକୀୟ ଅନୂଭୂତି ସାଉଁଟି ପାରୁଛନ୍ତି। ପ୍ରଥମେ ଢେଙ୍କାନାଳ ରାଜପ୍ରାସାଦରୁ ଆରମ୍ଭ ହୋଇଥିବା ହେରିଟେଜ୍‌ ହୋମ୍‌ ଷ୍ଟେ’ ବ୍ୟବସ୍ଥା ଏବେ ଓଡ଼ିଶାରେ ବ୍ୟାପକ ହୋଇଛି। ମୟୂରଭଞ୍ଜ ରାଜ ପରିବାରର ବେଲଗଡ଼ିଆ ପ୍ୟାଲେସ୍‌ ଏବେ କେବଳ ରାଜ୍ୟ ମଧ୍ୟରେ ନୁହେଁ, ଦେଶ ବିଦେଶରେ ବିଶେଷ ଲୋକପ୍ରିୟତା ହାସଲ କରିଛି। ଏହା ପର୍ଯ୍ୟଟକଙ୍କୁ ବେଶ୍‌ ଆକର୍ଷିତ କରିପାରିଛି। ଏପରିକି କରୋନା ମହାମାରୀ ସମୟରେ ମଧ୍ୟ ଏହି ହେରିଟେଜ୍‌ ପ୍ୟାଲେସ୍‌ ବହୁ ପର୍ଯ୍ୟଟକଙ୍କୁ କୋଭିଡ୍‌ କଟକଣା ସହ ରାଜପ୍ରାସାଦ ରହଣିର ଅବସର ଯୋଗାଇଦେଇଛି।
ଓଡ଼ିଶାରେ ଏବେ ୫୧ଟି ହେରିଟେଜ୍‌ ପ୍ରପର୍ଟି ତଥା ରାଜପ୍ରାସାଦ ରହିଥିବାବେଳେ ସେଥିମଧ୍ୟରୁ ୧୯ଟି ପ୍ରାସାଦକୁ ଆଗାମୀ ଦୁଇବର୍ଷ ମଧ୍ୟରେ ବୁଟିକ୍‌ ହେରିଟେଜ୍‌ ହୋଟେଲ ଏବଂ ହେରିଟେଜ୍‌ ହୋମ୍‌ ଷ୍ଟେ’ ଭାବେ ବିକଶିତ କରିବାକୁ ଯୋଜନା ରହିଛି। ଯୋଜନାର ପ୍ରାଥମିକ ପର୍ଯ୍ୟାୟରେ ଢେଙ୍କାନାଳ, ଆଳି ଓ ନୀଳଗିରି ରାଜଉଆସକୁ ସାମିଲ କରାଯାଇଛି। ରାଜ୍ୟର ୬ଟି ପ୍ରାସାଦରେ ପର୍ଯ୍ୟଟକ ରହୁଥିବାବେଳେ ଆଉ ୩ଟିକୁ ଖୁବ୍‌ଶୀଘ୍ର ହେରିଟେଜ୍‌ ହୋଟେଲ ଏବଂ ହୋମ୍‌ ଷ୍ଟେ’ରେ ପରିଣତ କରିବାକୁ ଲକ୍ଷ୍ୟ ରହିଛି। ତାଳଚେର ରାଜପ୍ରାସାଦ, ଗଜଲକ୍ଷ୍ମୀ ରାଜପ୍ରାସାଦ, କଳାହାଣ୍ଡି ରାଜପ୍ରାସାଦ, ଡାଳିଯୋଡ଼ା ରାଜପ୍ରାସାଦକୁ ହେରିଟେଜ୍‌ ହୋମ୍‌ ଷ୍ଟେ ଦୌଡ଼ରେ ସାମିଲ କରାଯିବାକୁ ନିଷ୍ପତ୍ତି ହୋଇଛି। ସେହିଭଳି ବଳକା ୧୦ଟି ପ୍ରାସାଦକୁ ୨୦୨୧ ସୁଦ୍ଧା ହୋଟେଲ ରୂପ ଦିଆଯିବ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଢେଙ୍କାନାଳ ପ୍ୟାଲେସରେ ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ରାଜ ପରିବାର ପକ୍ଷରୁ ବ୍ୟାଡ୍‌ମିଣ୍ଟନ କୋର୍ଟ, ବାସ୍କେଟବଲ୍‌ କୋର୍ଟ, ଟେବୁଲ୍‌ ଟେନିସ୍‌ ଆଦିର ବ୍ୟବସ୍ଥା କରାଯାଇଥିବାବେଳେ ଆଳି ରାଜପ୍ରାସାଦରେ ପର୍ଯ୍ୟଟକଙ୍କ ପାଇଁ ଗୋଟିପୁଅ, ଓଡ଼ିଶୀ, ଦାସକାଠିଆ, ବାଦୀପାଲା, ଆଦିର ବ୍ୟବସ୍ଥା ହେଉଛି। ସେହିଭଳି ଅଷ୍ଟାଦଶ ଶତାବ୍ଦୀର ବେଲଗଡ଼ିଆ ରାଜପ୍ରାସାଦ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲିଟିଛି। ଏହି ବୁଟିକ୍‌ ହୋମ୍‌ ଷ୍ଟେ କୋଭିଡ୍‌ ପରବର୍ତ୍ତୀ ଅନ୍‌ଲକ୍‌ ସମୟରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଛି। ଗ୍ରୀକ୍‌ ଏବଂ ଭିକ୍ଟୋରିଆନ୍‌ ଆର୍କିଟେକ୍‌ଚରର ମିଶ୍ରିତ ନିର୍ମାଣଶୈଳୀ ପର୍ଯ୍ୟଟକଙ୍କ ପାଇଁ ପ୍ରଥମ ପସନ୍ଦ ପାଲଟୁଛି। କେବଳ ଏତିକି ନୁହେଁ, ପର୍ଯ୍ୟଟକମାନେ ଏଠାରେ ମୟୂରଭଞ୍ଜ ଛଉନୃତ୍ୟର ମଜା ନେବାସହ ସ୍ଥାନୀୟ ଲୋକକଳା ଓ ଲୋକସଂସ୍କୃତି ସମ୍ପର୍କରେ ଅନେକ କିଛି ଜାଣିବାର ଅବସର ପାଉଛନ୍ତି। ସେହିଭଳି ସ୍ଥାନୀୟ ହସ୍ତତନ୍ତ ଓ ହସ୍ତଶିଳ୍ପକୁ ସ୍ବତନ୍ତ୍ର ବ୍ରାଣ୍ଡ୍‌ ମାଧ୍ୟମରେ ପର୍ଯ୍ୟଟକଙ୍କ ନିକଟରେ ପହଞ୍ଚାଇଛି ଏହି ପ୍ୟାଲେସ୍‌। ପାରମ୍ପରିକ ଓଡ଼ିଆ ଖାଦ୍ୟ ପରଷିବା ଦ୍ୱାରା ଖାଣ୍ଟି ଓଡ଼ିଆ ଖାଦ୍ୟର ପ୍ରଚାର ପ୍ରସାର କରାଯାଇପାରୁଛି। ସବୁଠାରୁ ବଡ଼କଥା ହେଲା ସଷ୍ଟେନେବୁଲ୍‌ ଟୁରିଜମ୍‌ ବା ନିରନ୍ତର ପର୍ଯ୍ୟଟନ ଉପରେ ଏହି ହେରିଟେଜ୍‌ ହୋମ୍‌ ଷ୍ଟେ ଗୁରୁତ୍ୱ ଦେଉଛି। ଫଳରେ ସ୍ଥାନୀୟ ଲୋକେ ଏଠାକାର ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହୋଇପାରୁଛନ୍ତି। ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାସହ ଏକାଧିକ ସ୍ଥାନୀୟ ମହିଳା ଏଠାରେ ରୋଜଗାରର ସୁଯୋଗ ପାଇପାରିଛନ୍ତି। ଅନ୍ୟପକ୍ଷରେ ରାଜପ୍ରାସାଦଗୁଡ଼ିକୁ ପର୍ଯ୍ୟଟନ ଉଦ୍ଦେଶ୍ୟରେ ଖୋଲାଯିବା ଦ୍ୱାରା ସାଧାରଣ ଲୋକେ ରାଜଉଆସ ରହଣିର ମଜା ନେଇପାରୁଛନ୍ତି। ସେହିଭଳି ପର୍ଯ୍ୟଟକମାନେ ଘୋଡ଼ାଶାଳ, ପୁରାତନ କୋଠା, ରାଜବାଟୀ, ରାଣୀମହଲ, ନୃତ୍ୟଶାଳା ଆଦି ଦେଖିବାର ଅବସର ପାଇପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?