ଓଡ଼ିଆ ଭାଷା ପ୍ରତି ଗୁରୁତ୍ୱ ରହୁ

୧୯୩୬ ମସିହାରେ ଭାଷାକୁ ଭିତ୍ତିକରି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା। ତେଣୁ ଭାଷାଭିତ୍ତିକ ଏକତ୍ୱ ପାଇଁ ଯେଉଁ ଆନ୍ଦୋଳନ ହୋଇଥିଲା, ବର୍ତ୍ତମାନ ସେହି ଭାଷା ପ୍ରତି ଗୁରୁତ୍ୱ କମି କମି ଯାଉଛି। ସରକାରୀ କ୍ଷେତ୍ରରେ ଓଡ଼ିଆ ଭାଷାର ପ୍ରୟୋଗକୁ ଆଜି ପର୍ଯ୍ୟନ୍ତ ସମସ୍ତେ ଗ୍ରହଣ କରିପାରୁ ନାହାନ୍ତି। ସେହିପରି ସାକ୍ଷୀଗୋପାଳ ପାଖରେ ହେବାକୁ ଥିବା ଓଡ଼ିଆ ବିଶ୍ୱବିଦ୍ୟାଳୟର କାମ ମଧ୍ୟ ଆରମ୍ଭ ହୋଇ ପାରୁନାହିଁ। ଯେଉଁ ପୃଷ୍ଠଭୂମି ଉପରେ ଆମେ ସ୍ବତନ୍ତ୍ର ରାଜ୍ୟ ଗଠନ କଲେ। ସେହି ଭାଷା ପ୍ରତି ଆମର ଗୁରୁତ୍ୱ ରହିବା ଦରକାର। ଏବେକାର ଯୁବପିଢ଼ୀମାନେ ଓଡ଼ିଆ ଭାଷା ପ୍ରତି ବିମୁଖ ହେଉଛନ୍ତି। ଏବେ ବି ବହୁ ଓଡ଼ିଆ ଅଞ୍ଚଳ ଆନ୍ଧ୍ରପ୍ରଦେଶ, ଛୋଟନାଗପୁର, କଳାହାଣ୍ଡି ସୀମା, ସମ୍ବଲପୁର ସୀମା, ବଙ୍ଗଳାରେ ରହିଯାଇଛି। ଏଭଳି ବିଚ୍ଛିନ୍ନାଞ୍ଚଳରେ ରହୁଥିବା ପିଲାମାନଙ୍କୁ ଓଡ଼ିଆ ସ୍କୁଲରେ ଓଡ଼ିଆ ପୁସ୍ତକ ଦେଇ ଶିକ୍ଷା ପ୍ରଦାନ କରିବା ଦରକାର। ମଧୁବାବୁ, ଗୋପବନ୍ଧଙ୍କ ଭଳି ମହାପୁରୁଷମାନେ ଯେଉଁଭଳି ଓଡ଼ିଶା ଗଠନର ସ୍ବପ୍ନ ଦେଖିଥିଲେ ତାହା ପୂରଣ ହୋଇ ପାରିନାହିଁ।
-ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ, ଐତିହାସିକ

ଭାଷା ବଞ୍ଚତ୍ଲେ ଆମେ ବଢ଼ିପାରିବା
ଆଜିକା ସମୟରେ ଲୋକମାନଙ୍କୁ ବାହାରେ ନିଜକୁ ଓଡ଼ିଆ ଭାବେ ପରିଚୟ ଦେବାକୁ ଲାଜ ଲାଗୁଛି। କିନ୍ତୁ ଯେତେବେଳେ ଜଣେ ଓଡ଼ିଆ ଜାତୀୟ ବା ଅନ୍ତର୍ଜାତୀୟ ସ୍ତରରେ ସଫଳତା ହାସଲ କରନ୍ତି, ସେତେବେଳେ ଏହି ତଥାକଥିତ ଓଡ଼ିଆମାନେ ନିଜର ସୋସିଆଲ ମିଡିଆରେ ଏହାକୁ ସେୟାର କରନ୍ତି। ମୁଁ ବାଙ୍ଗାଲୋରରେ ଥିବାବେଳେ ମୋ ରୁମ୍‌ମେଟ୍‌ମାନେ ଓଡ଼ିଆ ହୋଇ ବି ହିନ୍ଦୀରେ କଥା ହୁଅନ୍ତି। ପଚାରିଲେ କୁହନ୍ତି, ହିନ୍ଦୀରେ କଥା ହେଲେ ଆମର ରେପୁଟେଶନ୍‌ ବଢିବ। ବଙ୍ଗଳା, ତେଲୁଗୁ ଭଳି ଅନ୍ୟ ରାଜ୍ୟର ଲୋକେ ନିଜ ଭାଷାକୁ ଗୁରୁତ୍ୱ ଦିଅନ୍ତି। ମାତ୍ର ଆଜିକା ଯୁବପିଢ଼ି ଘରେ ମଧ୍ୟ ହିନ୍ଦୀ, ଇଂଲିଶରେ କଥା ହେଉଛନ୍ତି। ଓଡ଼ିଆ ଜାଣି କିଛି ସୁବିଧା ହେବନାହିଁ ବୋଲି ଧାରଣା ରହୁଛି। ଏ ସବୁକୁ ବଦଳାଇବାକୁ ପଡିବ। ଆମ ମାତୃଭାଷାକୁ ଆମକୁ ପ୍ରାଥମିକତା ଦେବାକୁ ପଡିବ। କାରଣ ଭାଷା ବଞ୍ଚତ୍ଲେ ହିଁ ଆମେ ବଢ଼ି ପାରିବା।

-ପ୍ରିୟଙ୍କା ସାହାଣୀ, ଚିତ୍ରଶିଳ୍ପୀ

ଭାଷା ସୁରକ୍ଷା ପାଇଁ ଆନ୍ତରିକତା ଲୋଡ଼ା

ଆଉ ୧୪ ବର୍ଷ ପରେ ଓଡ଼ିଶା ପ୍ରଦେଶ ଗଠନକୁ ୧୦୦ ବର୍ଷ ପୂର୍ତ୍ତି ହେବ। ତେଣୁ ଶହେ ବର୍ଷ ବେଳକୁ ମଧୁବାବୁଙ୍କ ସ୍ବପ୍ନର ଓଡ଼ିଶା କିପରି ଗଠନ ହୋଇପାରିବ, ସେଥିପାଇଁ ଏବେଠରୁ ନକ୍ସା ପ୍ରସ୍ତୁତ ହେବା ଦରକାର। ସେହିପରି ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିକୁ ରକ୍ଷା ପାଇଁ ଉଦ୍ୟମକୁ କାର୍ଯ୍ୟକାରୀ କରିବାକୁ ଆନ୍ତରିକତା ଆବଶ୍ୟକ। ଓଡ଼ିଶାରେ ଥିବା କଳକାରଖାନା, ସରକାରୀ ଓ ବେସରକାରୀ ପ୍ରତିଷ୍ଠାନରେ ବେଶି ଅଣଓଡ଼ିଆମାନେ ନିଯୁକ୍ତି ପାଉଛନ୍ତି। ଫଳରେ ନିଜ ରାଜ୍ୟରେ କାମ ନ ପାଇ ଓଡ଼ିଆମାନେ ବାହାର ରାଜ୍ୟକୁ ଯାଉଛନ୍ତି। ତେଣୁ ୯୦ ପ୍ରତିଶତ ଓଡ଼ିଆଙ୍କୁ କିପରି କର୍ମ ନିଯୁକ୍ତି ପାଇବେ ସେଥିପ୍ରତି ସରକାର ଦୃଷ୍ଟି ଦେବା ଜରୁରୀ। ଓଡ଼ିଶାରେ ସାଢେ ୪କୋଟି ଓଡ଼ିଆ ଲୋକ ଥିବାବେଳେ ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଆନ୍ଧ୍ରପ୍ରଦେଶ ରାଜ୍ୟଗୁଡିକର ପ୍ରାୟ ୩୨ଟି ଜିଲାରେ ଅଢେଇ କୋଟି ଓଡ଼ିଆ ଅଛନ୍ତି। ସେ ଅଞ୍ଚଳରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ରକ୍ଷା କରିବା ସହ ଶିକ୍ଷା ବ୍ୟବସ୍ଥାର ପ୍ରସାର ପାଇଁ ସରକାରଙ୍କୁ ଅଧିକ ବ୍ୟବବରାଦ କରିବାକୁ ପଡିବ।
-ପ୍ରଫେସର ଅଦ୍ୱୈତ କୁମାର ପାତ୍ର, ରାଜ୍ୟ ସଭାପତି, ଉତ୍କଳ ସମ୍ମିଳନୀ

ଗର୍ବ ଅନୁଭବ କରୁ
ଓଡ଼ିଶା ମାଟି ୧୯୩୬ରେ ଏକ ସ୍ବତନ୍ତ୍ର ପ୍ରଦେଶ ଭାବେ ଗଠନ ହୋଇଥିଲା। ଏଥିପାଇଁ ମହାପୁରୁଷମାନେ ସେମାନଙ୍କର ବଳିଦାନ ଦେବାକୁ ପଛାଇ ନ ଥିଲେ। ମାତ୍ର ଆମର ଇତିହାସକୁ ଅନେକ ଯୁବପିଢ଼ି ଭୁଲିଯାଇ ପାଶ୍ଚାତ୍ୟ ସଂସ୍କୃତିକୁ ଆପଣାଉଛନ୍ତି। ତେଣୁ ଓଡ଼ିଶା ଦିବସ ପାଳନ ପରିବର୍ତ୍ତେ ସେମାନେ ଏପ୍ରିଲ ଫୁଲ୍‌ କହି ଅନ୍ୟକୁ ବୋକା ବନାଇ ଦିନଟିକୁ ମନାଉଛନ୍ତି। ଭାରତରେ ଓଡ଼ିଶା ପ୍ରଥମ ରାଜ୍ୟ ଯାହାକି ଭାଷାଭିତ୍ତିରେ ସ୍ବତନ୍ତ୍ର ହୋଇଥିଲା। ଓଡ଼ିଶା ଦିବସ ପାଳନ କରିବା ଦ୍ୱାରା ଆମେ ଓଡ଼ିଆ ବୋଲି ଗର୍ବ ଅନୁଭବ କରୁ।
-ଡା. ଶୁଭଶ୍ରୀ ଶୁଭଦର୍ଶିନୀ, ଚିକିତ୍ସିକା

ଜାତି ପାଇଁ ନେବା ସଂକଳ୍ପ
୧୯୩୬ ମସିହା ଏପ୍ରିଲ ପହିଲା ଦିନ ଭାରତ ମାନଚିତ୍ରରେ ଓଡ଼ିଶା ଏକ ସ୍ବତନ୍ତ୍ର ପ୍ରଦେଶ ରୂପେ ସ୍ଥାନ ପାଇଥିଲା। ସେଥିପାଇଁ ଏହି ଦିବସଟି ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଖୁବ୍‌ ତାତ୍ପର୍ଯ୍ୟପୂଣ୍ଣର୍ର୍। ଏହା ଆମ ଜାତି ଓ ରାଜ୍ୟ ପାଇଁ ଗର୍ବ ଓ ଗୌରବର ଦିବସ। ଓଡ଼ିଶା ଦିବସରେ ଛାତ୍ରସମାଜ, ଯୁବଗୋଷ୍ଠୀ ଦେଶ ଓ ଜାତିର ଉନ୍ନତି କରିବା ପାଇଁ ସଂକଳ୍ପ ନେବା ଉଚିତ। ଉନ୍ନତିମୂଳକ କାର୍ଯ୍ୟ କେତୋଟି ଜିଲାରେ ସୀମାବଦ୍ଧ ନ ହୋଇ ସମଗ୍ର ଓଡ଼ିଶାର ୩୦ ଟି ଜିଲାରେ ବାଣ୍ଟି କରି ହେବା ବିଧେୟ। ଆଞ୍ଚଳିକ ମନୋଭାବ ପରିହାର କରି ସମଗ୍ର ଓଡ଼ିଶାର ଉନ୍ନତି ପରିକଳ୍ପନା କରିବା ଉଚିତ। ଆଜି ମଧ୍ୟ ରାଜ୍ୟ ବାହାରେ ବହୁ ଓଡ଼ିଆ ଅବହେଳିତ ଓ ନିଷ୍ପେଷିତ। ଏପରିକି ସେମାନେ ଓଡିଆ ଭାଷା ଶିକ୍ଷା ପାଇବାରୁ ବଂଚିତ ହେଉଛନ୍ତି। ଏ ଦିଗରେ ସରକାର ଓ ଜନସାଧାରଣଙ୍କ ଚେଷ୍ଟା ଅବ୍ୟାହତ ରହିବା ବିଧେୟ।
-ନିରୋଜାଲକ୍ଷ୍ମୀ ମହାପାତ୍ର, ସମାଜସେବୀ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?