ଶିଶୁ ବଳି ଯୋଜନା ପଣ୍ଡ

ଦେବଗଡ଼,୨୨ା୧୧(ଡି.ଏନ.ଏ): ମହାଦେବଙ୍କ ଦର୍ଶନ ପାଇଁ ଶିଶୁ ବଳି ଯୋଜନା ସହ ଜଣେ ଶିଶୁଙ୍କୁ ଅପହରଣ କରିବା ଅଭିଯୋଗରେ ଦେବଗଡ଼ ଆଦର୍ଶ ଥାନା ପୋଲିସ ଏକ ଦମ୍ପତି ଓ ଜଣେ ତଥାକଥିତ ତାନ୍ତ୍ରିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ମାତ୍ର ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କିଛିମାସ ପୂର୍ବେ ଦେବଗଡ ଥାନା ଅନ୍ତର୍ଗତ ଖଣ୍ଡାଧୂଆଁ ଗ୍ରାମର ନିରଞ୍ଜନ ନାୟକଙ୍କ ସ୍ତ୍ରୀ ବନିତାଙ୍କୁ କୁଆଡେ ସ୍ବପ୍ନାଦେଶ ହୋଇଥିଲା ଯେ, ନିକଟସ୍ଥ ଗଳଖାଇର ଏକ ମହୁଲ ଗଛ ମୂଳରେ ପୂଜା କଲେ ସ୍ବୟଂ ଦେବଦେବ ମହାଦେବ ପ୍ରକଟ ହେବେ। ଏହି ସ୍ବପ୍ନାଦେଶ ପରେ ବନିତା ଓ ତାଙ୍କ ସ୍ବାମୀ ନିରଞ୍ଜନ ମହୁଲ ଗଛ ମୂଳରେ ପୂଜାର୍ଚ୍ଚନା କରିବା ଆରମ୍ଭ କରିଥିଲେ। ଗତ ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ଓ ଶନିବାର ସେଠାରେ ଫୁଲ, ବେଲପତ୍ର, ସିନ୍ଦୁର ଆଦି ଅର୍ପଣ କରୁଥିଲେ। ଏହା ସତ୍ତ୍ୱେ ମହାଦେବ ପ୍ରକଟ ନ ହେବାରୁ ଉକ୍ତ ଦମ୍ପତି ତାନ୍ତ୍ରୀକ ବୋଲାଇ ଲୋକଙ୍କୁ ଭୂଆଁ ବୁଲାଉଥିବା ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ରାଇପାଲ ଗ୍ରାମର ତ୍ରିନାଥ ବେହେରାଙ୍କ ଆଶ୍ରୟ ନେଇଥିଲେ। ଉକ୍ତ ମହୁଲ ଗଛମୂଳେ କୌଣସି ଶିଶୁକୁ ବଳି ଦେଲେ ସ୍ବୟଂ ମହାଦେବ ଆବିର୍ଭାବ ହେବେ ବୋଲି ତାନ୍ତ୍ରୀକ ତ୍ରିନାଥ ପରାମର୍ଶ ଦେଇଥିଲେ। ଏହାକୁ ସାକାର ରୂପ ଦେବାପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ସେହିପରି ଏହି ଯୋଜନା ଅନୁଯାୟୀ ତଥାକଥିତ ତାନ୍ତ୍ରୀକ ତ୍ରିନାଥ, ନିରଞ୍ଜନ ଓ ବନିତା ମିଳିତ ସହଯୋଗରେ ଉକ୍ତ ମହୁଲଗଛ ମୂଳେ ପ୍ରାୟ ୪ଫୁଟ ଗଭୀର ଓ ୩ ଫୁଟ ଓସାରର ଗାତ ଖୋଳିଥିଲେ। ରବିବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ଖଣ୍ଡାଧୂଆଁ ଗ୍ରାମର ରାଜୁ ନାୟକଙ୍କ ସ୍ତ୍ରୀ ତାଙ୍କର ୬ ବର୍ଷର ଶିଶୁପୁତ୍ର ସହ ନିକଟସ୍ଥ ଏକ ନାଳକୁ ଯାଇଥିଲେ। ଶିଶୁ ପୁତ୍ରକୁ ରାସ୍ତାରେ ଠିଆ ହେବାକୁ କହି ସେ ନାଳକୁ ଯାଇଥିବାବେଳେ ଶୌଚ ସାରି ଫେରିବା ବେଳକୁ ଶିଶୁ ପୁତ୍ର ସେଠାରେ ନ ଥିଲା। ସେ ଏଣେତେଣେ ବହୁ ଖୋଜିଥିଲେ। ଶିଶୁଟିର କୌଣସି ସନ୍ଧାନ ନ ମିଳିବାରୁ ନିରାଶ ହୋଇ ଚିତ୍କାର କରି ଲୋକଙ୍କର ସହାୟତା ଲୋଡିଥିଲେ। ଖଣ୍ଡାଧୁଆଁ ସମେତ ଆଖପାଖ ଗ୍ରାମର ବହୁ ଲୋକ ସେଠାରେ ରୁଣ୍ଡ ହୋଇ ଶିଶୁକୁ ଖୋଜିବାକୁ ଯାଉଥିବାବେଳେ ଶିଶୁ କାନ୍ଦି କାନ୍ଦି ଫେରୁଥିବା ଦେଖି ଉଦ୍ଧାର କରିଥିଲେ। ଶିଶୁ ପାଟିରେ ହାତ ଚାପି ଅପହରଣ କରାଯାଇଥିବା, ଜୋରରେ କାନ୍ଦିବା ଏବଂ ଘଟଣାସ୍ଥଳ ଆଡକୁ ଗ୍ରାମବାସୀ ଯାଉଥିବା ଦେଖି ସେମାନେ ଛାଡିଦେଇଥିବା ଶିଶୁ ପ୍ରକାଶ କରିଥିଲେ। ଫଳରେ ଗ୍ରାମବାସୀ ସଦଳବଳେ ଉକ୍ତ ଶିଶୁକୁ ଧରି ମହୁଳ ଗଛ ମୂଳକୁ ଯିବାସହ ସେଠାରେ ଗାତ ଖୋଳାଯାଇଥିବା ଏବଂ ତହିଁରେ ଫୁଲ, ସିନ୍ଦୁର ଦେଇ ପୂଜାର୍ଚ୍ଚନା କରାଯାଇଥିବା ଦେଖିବାକୁ ପାଇ ଆଶ୍ଚର୍ଯ୍ୟ ହୋଇଥିଲେ। ଶିଶୁ ବଳି ପାଇଁ ଉକ୍ତ ଗାତ ଖୋଳାଯାଇଥିବା ନିରଞ୍ଜନ, ବନିତା ଓ ତ୍ରିନାଥ ସ୍ବୀକାର କରିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ସେମାନେ ଉକ୍ତ ତିନିଜଣଙ୍କୁ ଘେରାଉ କରି ଅଟକ ରଖିବା ସହ ଦେବଗଡ଼ ଥାନା ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ପହଞ୍ଚତ୍ ଉକ୍ତ ତିନି ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରାଉଚରା କରୁଥିବାବେଳେ ଘଟଣା ସମ୍ପର୍କରେ ସମ୍ପୃକ୍ତ ଅଞ୍ଚଳର ୨୦ ଜଣ ଲିଖିତ ଏତଲା ଦେଇଥିଲେ। ପୋଲିସ ଏକ ମାମଲା (ନଂ. ୮୬୫/୨୨) ରୁଜୁକରି ଘଟଣାର ଅଧିକ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri