ରାଜନଗର,୧୦।୮(ଭାସ୍କର ରାଉତ ରାୟ): ବିଷ ପିଇବାକୁ ଉଦ୍ୟମ ବେଳେ କାବୁ କରିନେଲା ପୋଲିସ। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ତାଳଚୁଆ ଓ ଢୋଲମରା ଗାଁରେ। ଉକ୍ତ ଗାଁର ଦୁଇ ଚାଷୀ ଗଣେଶ ଚନ୍ଦ୍ର ଓ ରାମକୃଷ୍ଣ ମଣ୍ଡଳ ସୋମବାର ଅନୁଷ୍ଠିତ ଜିଲାପାଳଙ୍କ ଜନଶୁଣାଣି ଶିବିରରେ ବିଷ ପିଇବା ପାଇଁ ଉଦ୍ୟମ କରିଥିଲେ। ଅଭିଯୋଗ ମୁତାବକ ତାଙ୍କ ଚାଷଜମିକୁ ଲାଗି ବେଆଇନ ଭାବେ ଚିଙ୍ଗୁଡ଼ି ଘେରି ଗଢି ଉଠିଛି। ଚିଙ୍ଗୁଡ଼ି ଘେରିର ବିଶାକ୍ତ ଓ ଲୁଣି ପାଣି ମାଡି ଯିବାରୁ ବର୍ଷବର୍ଷ ଧରି ତାଙ୍କ ଫସଲ ଉଜୁଡି ଯାଉଛି। ଏନେଇ ସେ ବାରମ୍ବାର ଜିଲାପାଳ ଓ ଡିଏଫଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ନ ମିଳିବାରୁ ସେ ବାଧ୍ୟ ହୋଇ ବିଷପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ତେବେ ସେଠାରେ ଉପସ୍ଥିତ ଥିବା ପୋଲିସ କାବୁ କରିନେଇଥିଲା।

