ଉତ୍ତର ଗାଜାରେ ବନ୍ଦହେବ ଆକ୍ରମଣ

ଜେରୁଜେଲମ୍‌ ,୮।୧ : ଗାଜାଷ୍ଟ୍ରିପ୍‌ରେ ହମାସ୍‌ ଆତଙ୍କବାଦୀଙ୍କ ବିରୋଧରେ ଇସ୍ରାଏଲ୍‌ର ଆକ୍ରମଣ ରବିବାର ଚତୁର୍ଥ ମାସରେ ପ୍ରବେଶ କରିଛି। ଗତ ୩ ମାସର ଆକ୍ରମଣରେ ଗାଜାର ପାଖାପାଖି ୨୩ ହଜାର ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୫୮ ହଜାର ଆହତ ହୋଇଛନ୍ତି। ବ୍ୟାପକ ଅଞ୍ଚଳ ଧ୍ୱଂସସ୍ତୂପରେ ପରିଣତ ହୋଇଛି। ୮୫ ପ୍ରତିଶତରୁ ଊର୍ଦ୍ଧ୍ୱ ଲୋକ ଘରଦ୍ୱାର ଛାଡ଼ି ପଳାଇଗଲେଣି। ଇତିମଧ୍ୟରେ ହମାସ୍‌ର ସାମରିକ ଭିତ୍ତିଭୂମି ସମ୍ପୂର୍ଣ୍ଣ ଧ୍ୱଂସ ହୋଇସାରିଥିବାରୁ ଉତ୍ତର ଗାଜାରେ ବଡ଼ ଆକ୍ରମଣ ବନ୍ଦ କରିବାକୁ ଇସ୍ରାଏଲ୍‌ ସେନା ସଙ୍କେତ ଦେଇଛି। ତେବେ ସେଠାରେ ମୁତୟନ ଥିବା ସୈନ୍ୟଙ୍କୁ ହ୍ରାସ କରାଯାଇ ନାହିଁ। ଇସ୍ରାଏଲ୍‌ ସୈନ୍ୟ ସଫଳତା ହାସଲ ଜାରି ରଖିବେ। ଇସ୍ରାଏଲ୍‌-ଗାଜା ସୀମାନ୍ତରେ ପ୍ରତିରକ୍ଷା ବ୍ୟବସ୍ଥାକୁ ଅଧିକ ଦୃଢ଼ କରାଯିବା ସହ କେନ୍ଦ୍ରୀୟ ଓ ଦକ୍ଷିଣ ଭାଗ ଉପରେ ଅଧିକ ଫୋକସ୍‌ କରାଯିବ ବୋଲି ଇସ୍ରାଏଲ୍‌ ସେନା ମୁଖପାତ୍ର ଡାନିଏଲ୍‌ ହଗାରି କହିଛନ୍ତି।
ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ଙ୍କ ଇସ୍ରାଏଲ୍‌ ଗସ୍ତ ପୂର୍ବରୁ ଏଭଳି ଘୋଷଣା କରାଯାଇଛି। ଗାଜା ଉପରେ ଆକାଶ ମାର୍ଗରୁ ଏବଂ ସ୍ଥଳପଥରେ ଆକ୍ରମଣକୁ ବନ୍ଦ କରିବା ପାଇଁ ଜୋ ବାଇଡେନ୍‌ ପ୍ରଶାସନ ବାରମ୍ବାର ଆହ୍ବାନ ଦେଇଆସୁଛି। ପାଲେଷ୍ଟିନୀୟ ନାଗରିକମାନଙ୍କର କ୍ଷତି ନ କରି କେବଳ ହମାସ୍‌ ନେତାମାନଙ୍କ ଉପରେ ଟାର୍ଗେଟ ଆକ୍ରମଣ ବଢ଼ାଇବାକୁ ଆମେରିକା ପରାମର୍ଶ ଦେଇଥିଲା। ନିକଟରେ ଉତ୍ତର ଗାଜାରେ ସାମରିକ କାର୍ଯ୍ୟାନୁଷ୍ଠାନକୁ ଇସ୍ରାଏଲ୍‌ ହ୍ରାସ କରିବା ସହ ଦକ୍ଷିଣ ଗାଜା ଉପରେ ଅଧିକ ଆକ୍ରମଣ ଜାରି ରଖିଥିଲା।
ଗତବର୍ଷ ଅକ୍ଟୋବର ୭ରେ ହମାସ୍‌ ଆତଙ୍କବାଦୀମାନେ ଇସ୍ରାଏଲ୍‌ର ଦକ୍ଷିଣ ପାର୍ଶ୍ୱରେ ଅଚାନକ ଆକ୍ରମଣ କରି ୧,୨୦୦ ଲୋକଙ୍କୁ ମାରିବା ସହ ୨୫୦ ଜଣଙ୍କୁ ପଣବନ୍ଦୀ କରି ନେଇଯାଇଥିଲେ। ଏହାର ଜବାବରେ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ହମାସ୍‌ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ। ଯୁଦ୍ଧ ବନ୍ଦ ଲାଗି ଅନ୍ତର୍ଜାତୀୟ ସ୍ତରରେ ଚାପ ବଢ଼ୁଥିବା ସତ୍ତ୍ୱେ ହମାସ ଆତଙ୍କବାଦୀ ମୂଳପୋଛ ନ ହେବା ପର୍ଯ୍ୟନ୍ତ ଆକ୍ରମଣ ଜାରି ରହିବ ବୋଲି ନେତାନ୍ୟାହୁ କହିଥିଲେ। ଶନିବାର ଖାନ୍‌ ୟୁନିସ୍‌ ସହରରେ ଇସ୍ରାଏଲ୍‌ ସୈନ୍ୟଙ୍କ ଆକ୍ରମଣରେ ୧୨ ଶିଶୁଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶରଣାର୍ଥୀ ଶିବିରର ୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ରବିବାର ରାଫାହ ସହରରେ ଏୟାରଷ୍ଟ୍ରାଇକ୍‌ ଫଳରେ ୨ ଖବରଦାତା ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଲ୍‌ ଜଜିରାର ମୁଖ୍ୟ ସାମ୍ବାଦିକ ଓ୍ବାଏଲ୍‌ ଡାହଡୋଉଙ୍କ ପୁଅ ହମ୍‌ଜା ରହିଛନ୍ତି। ଗତ ଅକ୍ଟୋବର ୨୬ ଏୟାର ଷ୍ଟ୍ରାଇକ୍‌ରେ ଡାହଡୋଉ ପୂର୍ବରୁ ତାଙ୍କ ସ୍ତ୍ରୀଙ୍କ ସମେତ ୪ ଜଣ ସମ୍ପର୍କୀୟଙ୍କୁ ହରାଇଥିଲେ। ସେ ନିଜେ ମଧ୍ୟ ଗତମାସରେ ଇସ୍ରାଏଲ୍‌ ଆକ୍ରମଣରେ ଆହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?