ଚିଲିକାରେ ଜଳଦସ୍ୟୁଙ୍କ ଆକ୍ରମଣ, ଲୁଟ

ବାଲୁଗାଁ,୯।୧(ଡି.ଏନ୍‌.ଏ.): ଚିିଲିକାରେ ଜଳଦସ୍ୟୁଙ୍କ ଆତଙ୍କ ଯୋଗୁ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ଶନିବାର ବିଳମ୍ବିତ ରାତ୍ରିରେ ଚିଲିକାରେ ମାଛ ମାରୁଥିବା ବାଲୁଗାଁ ଅଞ୍ଚଳର ୪ଜଣ ମତ୍ସ୍ୟଜୀବୀଙ୍କୁ ୬ରୁ ୭ଜଣ ଜଳଦସ୍ୟୁ ଘେରିଯାଇ ମାଡ଼ମାରିବା ସହ ଡଙ୍ଗାରେ ଥିବା ମାଛ, ଲାଇଟ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଛନ୍ତି।
ଅନୁଯାୟୀ, ବାଲୁଗାଁସ୍ଥିତ ଗାନ୍ଧୀନଗର ଏବଂ ଶାନ୍ତିନଗରରେ ରହୁଥିବା ବଙ୍ଗୀୟ ମତ୍ସ୍ୟଜୀବୀ ଦୈନନ୍ଦିନ ପରି ଶନିବାର ସନ୍ଧ୍ୟାରେ ୫ଟି ଡଙ୍ଗାରେ ଚିଲିକା ମଧ୍ୟକୁ ମାଛ ଧରିବାକୁ ଯାଇଥିଲେ। ସୋରଣ ନିକଟ ଚିଲିକାର ୪ନଂ. କୁଦଠାରେ ମାଛ ମାରୁଥିବା ବେଳେ ରାତ୍ରି ପ୍ରାୟ ୩ଘଟିକା ସମୟରେ ଏକ ଡଙ୍ଗାରେ ୬ରୁ ୭ଜଣ ଦୁର୍ବୃତ୍ତ ପହଞ୍ଚତ୍ ୨ଟି ଡଙ୍ଗାରେ ଥିବା ୪ଜଣ ମତ୍ସ୍ୟଜୀବୀଙ୍କୁ ଅତର୍କିତ ଭାବେ ଠେଙ୍ଗା ଓ କାତରେ ଆକ୍ରମଣ କରିବା ସହ ଚିଲିକା ଗଭୀର ଜଳ ମଧ୍ୟକୁ ଠେଲି ଦେଇଥିଲେ। ଏହି ସମୟରେ ଅନ୍ୟ ୩ଟି ଡଙ୍ଗା ଦୂରରେ ରହି ମାଛ ମାରୁଥିବା ବେଳେ ଘଟଣା ସମ୍ପର୍କରେ ଜାଣିପାରି ନ ଥିଲେ। ଆହତ ଅବସ୍ଥାରେ ମତ୍ସ୍ୟଜୀବୀମାନେ ଚିଲିକା ଜଳରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ଦୁର୍ବୃତ୍ତମାନେ ୨ଟି ଡଙ୍ଗାରୁ ପ୍ରାୟ ୧୦ହଜାରରୁ ଊର୍ଦ୍ଧ୍ୱ ମୂଲ୍ୟର ମାଛ, ଲାଇଟ୍‌ ଓ ଆନୁଷଙ୍ଗିକ ସାମଗ୍ରୀ ଲୁଟି ନେଇଥିଲେ। ତେବେ ମାଛଧରା ଡଙ୍ଗାରୁ ଯନ୍ତ୍ରଚାଳିତ ମେଶିନ ଲୁଟିବା ପାଇଁ ଉଦ୍ୟମ କରିଥିଲେ ସୁଦ୍ଧା ସଫଳ ହୋଇପାରି ନ ଥିଲେ। ପରେ ଚିକତ୍ାର ଶୁଣି ସାଥିରେ ଯାଇଥିବା ଅନ୍ୟ ସହଯୋଗୀମାନେ ପହଞ୍ଚତ୍ ସେମାନଙ୍କୁ ଉଦ୍ଧାର କରିଥିଲେ। ରବିବାର ସକାଳେ  ବାଲୁଗାଁରେ ପହଞ୍ଚତ୍ବା ପରେ ଆହତ ମତ୍ସ୍ୟଜୀବୀ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ। ଆହତମାନେ ହେଲେ ବିଶ୍ୱଜିତ ମଣ୍ଡଳ, ସଂଜିତ୍‌ ମଣ୍ଡଳ, ଶଙ୍କର ସରକାର ଓ ଡେଙ୍ଗୀ ସରକାର। ତେବେ ଘଟଣାସ୍ଥଳଟି ପୁରୀ ଜିଲା କୃଷ୍ଣପ୍ରସାଦ ଅଞ୍ଚଳ ଅଧୀନ ହୋଇଥିବାରୁ ସୋମବାର ଏ ସଂକ୍ରାନ୍ତରେ ସେଠାକୁ ଯାଇ ଅଭିଯୋଗ କରିବେ ବୋଲି ଆହତ ମତ୍ସ୍ୟଜୀବୀମାନେ ପ୍ରକାଶ କରିଛନ୍ତି। ସୂଚନାଥାଉକି, ବିଗତ ଦିନରେ ଚିଲିକାରେ ଏପରି ବହୁବାର ଜଳଦସ୍ୟୁମାନେ ଲୁଟ୍‌ପାଟ କରୁଥିବା ନେଇ ନଜିର ରହିଥିବା ବେଳେ ପୋଲିସ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଇ ସମ୍ପୃକ୍ତ ଦୁର୍ବୃତ୍ତମାନଙ୍କୁ ଠାବ କରିବା ପାଇଁ ମତ୍ସ୍ୟଜୀବୀ ମହଲରୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ନିର୍ବାଚନ: ବଦଳିଲେ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ

ଭଦ୍ରକ,୨୯।୩(ସନାତନ ରାଉତ): ସାଧାରଣ ନିର୍ବାଚନ ପୂର୍ବରୁ ଭଦ୍ରକ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ପଦରେ ବଦଳ କରାଯାଇଛି। ଭଦ୍ରକ ବ୍ଲକ ଅଧୀନ କୋରକୋରା ପଞ୍ଚାୟତ ନୂଆସାହିର...

ତାତି ଛୁଇଁଲା ୪୦

ଭୁବନେଶ୍ୱର,୨୯।୩: ଚଳିତବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୪୦ ଡ଼ିଗ୍ରୀ ଛୁଇଁଲା ତାତି। ଟିଟଲାଗଡ, ବଲାଙ୍ଗିର, ବୌଦ୍ଧ, ଭବାନୀପାଟଣା ଓ ନୟାଗଡରେ ତାପମାତ୍ରା ୪୦ ଡ଼ିଗ୍ରୀ...

ଦ୍ୱିତୀୟ ଥର ଭରସା ରଖିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବିଷ୍ଣୁବ୍ରତ

ବାସୁଦେବପୁର,୨୯ା୩(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ବିଜେଡି ଶିବିର ଏବେ ଚଳଚଞ୍ଚଳ ହୋଇପଡ଼ିଛି। ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ପୁନର୍ବାର ଏହି ନିର୍ବାଚନ ମଣ୍ଡଳୀରୁ...

ପ୍ରତି ନିର୍ବାଚନରେ ବଢିଚାଲିଛି ଖର୍ଚ୍ଚ ସୀମା, ଲୋକ ସଭା ନିର୍ବାଚନରେ ଏତେ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି ପ୍ରାର୍ଥୀ

ନୂଆଦିଲ୍ଲୀ,୨୯।୩: ଲୋକ ସଭା ନିର୍ବାଚନ ୨୦୨୪ର ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ନିର୍ବାଚନ କମିଶନରଙ୍କ ଦାୟିତ୍ୱ ରହିଥାଏ କି କ୍ଷମତାସୀନ ଦଳ...

ଆଜି ଗୁଡ୍‌ ଫ୍ରାଇଡେ: ବାଇବେଲ ପାଠକରି ସାମୂହିକ ପ୍ରାର୍ଥନା କଲେ ଶ୍ରଦ୍ଧାଳୁ

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ ): ଆଜି ଗୁଡ୍‌ ଫ୍ରାଇଡେ। ଏହାକୁ ଶ୍ରଦ୍ଧାଳୁମାନେ ରୀତିନୀତି ଅନୁସାରେ ପାଳନ କରିଛନ୍ତି। ଯିଶୁଖ୍ରୀଷ୍ଟଙ୍କୁ ଆଜିର ଦିନରେ କାଲବରୀ ନାମକ ଏକ...

ବିଜେଡି-ଭାଜପା-କଂଗ୍ରେସକୁ ମୟୂରଭଞ୍ଜରେ ଟକ୍କର ଦେବ ଏହି ଦଳ, ଘୋଷଣା କଲା ପ୍ରାର୍ଥୀ

ମୟୂରଭଞ୍ଜ,୨୯।୩: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଝିଅ ପୁଣିଥରେ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) ଶିବୁ ସୋରେନଙ୍କ ଝିଅ ଅଞ୍ଜନି...

ପୈତୃକ ଗାଁରୁ ପ୍ରଚାର ମଇଦାନକୁ ଓହ୍ଲାଇଲେ ପ୍ରଦୀପ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକସଭା ଆସନ ପାଇଁ ଭାଜପା ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି। ବରଗଡ଼ ଲୋକସଭା କ୍ଷେତ୍ର ଅଧୀନ ବିଜେପୁର ନିର୍ବାଚନ ମଣ୍ଡଳି ପୈତୃକ...

ନବବିବାହିତ ଯୁବକଙ୍କୁ ଗଳାକାଟି ହତ୍ୟା

ଗଜପତି,୨୯।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗୁରାଣ୍ଡି ଥାନା ଅଧୀନ ତୋଟାଗୁମ୍ବୁଡା ଗାଁରେ ଏକ ଅଘଟଣ ଘଟିଛି। ଜଣେ ନବବିବାହିତ ଯୁବକଙ୍କୁ ଗଳାକାଟି ଅତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri