ଚିଲିକାରେ ଜଳଦସ୍ୟୁଙ୍କ ଆକ୍ରମଣ, ଲୁଟ

ବାଲୁଗାଁ,୯।୧(ଡି.ଏନ୍‌.ଏ.): ଚିିଲିକାରେ ଜଳଦସ୍ୟୁଙ୍କ ଆତଙ୍କ ଯୋଗୁ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ଶନିବାର ବିଳମ୍ବିତ ରାତ୍ରିରେ ଚିଲିକାରେ ମାଛ ମାରୁଥିବା ବାଲୁଗାଁ ଅଞ୍ଚଳର ୪ଜଣ ମତ୍ସ୍ୟଜୀବୀଙ୍କୁ ୬ରୁ ୭ଜଣ ଜଳଦସ୍ୟୁ ଘେରିଯାଇ ମାଡ଼ମାରିବା ସହ ଡଙ୍ଗାରେ ଥିବା ମାଛ, ଲାଇଟ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଛନ୍ତି।
ଅନୁଯାୟୀ, ବାଲୁଗାଁସ୍ଥିତ ଗାନ୍ଧୀନଗର ଏବଂ ଶାନ୍ତିନଗରରେ ରହୁଥିବା ବଙ୍ଗୀୟ ମତ୍ସ୍ୟଜୀବୀ ଦୈନନ୍ଦିନ ପରି ଶନିବାର ସନ୍ଧ୍ୟାରେ ୫ଟି ଡଙ୍ଗାରେ ଚିଲିକା ମଧ୍ୟକୁ ମାଛ ଧରିବାକୁ ଯାଇଥିଲେ। ସୋରଣ ନିକଟ ଚିଲିକାର ୪ନଂ. କୁଦଠାରେ ମାଛ ମାରୁଥିବା ବେଳେ ରାତ୍ରି ପ୍ରାୟ ୩ଘଟିକା ସମୟରେ ଏକ ଡଙ୍ଗାରେ ୬ରୁ ୭ଜଣ ଦୁର୍ବୃତ୍ତ ପହଞ୍ଚତ୍ ୨ଟି ଡଙ୍ଗାରେ ଥିବା ୪ଜଣ ମତ୍ସ୍ୟଜୀବୀଙ୍କୁ ଅତର୍କିତ ଭାବେ ଠେଙ୍ଗା ଓ କାତରେ ଆକ୍ରମଣ କରିବା ସହ ଚିଲିକା ଗଭୀର ଜଳ ମଧ୍ୟକୁ ଠେଲି ଦେଇଥିଲେ। ଏହି ସମୟରେ ଅନ୍ୟ ୩ଟି ଡଙ୍ଗା ଦୂରରେ ରହି ମାଛ ମାରୁଥିବା ବେଳେ ଘଟଣା ସମ୍ପର୍କରେ ଜାଣିପାରି ନ ଥିଲେ। ଆହତ ଅବସ୍ଥାରେ ମତ୍ସ୍ୟଜୀବୀମାନେ ଚିଲିକା ଜଳରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ଦୁର୍ବୃତ୍ତମାନେ ୨ଟି ଡଙ୍ଗାରୁ ପ୍ରାୟ ୧୦ହଜାରରୁ ଊର୍ଦ୍ଧ୍ୱ ମୂଲ୍ୟର ମାଛ, ଲାଇଟ୍‌ ଓ ଆନୁଷଙ୍ଗିକ ସାମଗ୍ରୀ ଲୁଟି ନେଇଥିଲେ। ତେବେ ମାଛଧରା ଡଙ୍ଗାରୁ ଯନ୍ତ୍ରଚାଳିତ ମେଶିନ ଲୁଟିବା ପାଇଁ ଉଦ୍ୟମ କରିଥିଲେ ସୁଦ୍ଧା ସଫଳ ହୋଇପାରି ନ ଥିଲେ। ପରେ ଚିକତ୍ାର ଶୁଣି ସାଥିରେ ଯାଇଥିବା ଅନ୍ୟ ସହଯୋଗୀମାନେ ପହଞ୍ଚତ୍ ସେମାନଙ୍କୁ ଉଦ୍ଧାର କରିଥିଲେ। ରବିବାର ସକାଳେ  ବାଲୁଗାଁରେ ପହଞ୍ଚତ୍ବା ପରେ ଆହତ ମତ୍ସ୍ୟଜୀବୀ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ। ଆହତମାନେ ହେଲେ ବିଶ୍ୱଜିତ ମଣ୍ଡଳ, ସଂଜିତ୍‌ ମଣ୍ଡଳ, ଶଙ୍କର ସରକାର ଓ ଡେଙ୍ଗୀ ସରକାର। ତେବେ ଘଟଣାସ୍ଥଳଟି ପୁରୀ ଜିଲା କୃଷ୍ଣପ୍ରସାଦ ଅଞ୍ଚଳ ଅଧୀନ ହୋଇଥିବାରୁ ସୋମବାର ଏ ସଂକ୍ରାନ୍ତରେ ସେଠାକୁ ଯାଇ ଅଭିଯୋଗ କରିବେ ବୋଲି ଆହତ ମତ୍ସ୍ୟଜୀବୀମାନେ ପ୍ରକାଶ କରିଛନ୍ତି। ସୂଚନାଥାଉକି, ବିଗତ ଦିନରେ ଚିଲିକାରେ ଏପରି ବହୁବାର ଜଳଦସ୍ୟୁମାନେ ଲୁଟ୍‌ପାଟ କରୁଥିବା ନେଇ ନଜିର ରହିଥିବା ବେଳେ ପୋଲିସ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଇ ସମ୍ପୃକ୍ତ ଦୁର୍ବୃତ୍ତମାନଙ୍କୁ ଠାବ କରିବା ପାଇଁ ମତ୍ସ୍ୟଜୀବୀ ମହଲରୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେତେ ପଢ଼ିଛନ୍ତି ଫେମସ ୟୁଟ୍ୟୁବର ଧ୍ରୁବ ରାଠୀ? ନେଟ୍ ୱର୍ଥ ଶୁଣିଲେ ଉଡ଼ିଯିବ ହୋସ୍

ଗତ କିଛି ବର୍ଷ ମଧ୍ୟରେ ଧ୍ରୁବ ରାଠିଙ୍କ ନାମ ଭାରତୀୟ ସୋସିଆଲ ମିଡିଆ ଜଗତରେ ଅଧିକ ଲୋକପ୍ରିୟ ହୋଇଛି। ପ୍ରାରମ୍ଭିକ ଦିନରେ ଟ୍ରାଭେଲ ଭିଡିଓ ଯୋଗୁଁ ଫେମସ…

ସୌରାଷ୍ଟ୍ରରୁ ଖେଳିବେ ଜାଡେଜା

ରାଜକୋଟ,୯ା୧୦: ରଣଜୀ ଟ୍ରଫି ୨୦୨୬-୨୭ ସିଜନରେ ଛତିଶଗଡ଼ ବିପକ୍ଷ ଓପନିଂ ମ୍ୟାଚରେ ସୌରାଷ୍ଟ୍ର ପକ୍ଷରୁ ଭାରତ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବେ। ଜୟଦେବ ଉନାଡକଟ ତାଙ୍କ ଅଧିନାୟକ…

୧୦୦ରୁ ଊର୍ଦ୍ଧ୍ୱ ଅଫିସକୁ ଅଗ୍ନିଶମ ବିଭାଗର କଡ଼ା ନୋଟିସ

ପାରଳାଖେମୁଣ୍ଡି,୯ା୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର କେତେକ ପ୍ରମୁଖ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ର୍ନିବାପକ ଯନ୍ତ୍ର ନ ଥିବା ଅଭିଯୋଗ ହୋଇଛି। ତହସିଲ, ଜିଲା କୋଷାଗାର ଓ ନିବନ୍ଧକ…

ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଗଞ୍ଜାମ, ୯।୧୦ (ବିଦ୍ୟାଧର ସାହୁ): ଆସନ୍ତା ୧୫ ତାରିଖରେ ଗଞ୍ଜାମ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି।…

ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ମାମଲା: ଆସିଲା ବଡ଼ ରାୟ

ଦିଗପହଣ୍ଡି, ୯।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତର ଚୈତନ୍ୟପୁର ଗ୍ରାମର ଏନ୍‌. ରାଜିୟା ରେଡ୍ଡୀଙ୍କ ଘରୁ ନଗଦ ଟଙ୍କା,…

ନନ୍ଦିଗ୍ରାମରେ ଭାଜପାର ବଡ଼ ବିଜୟ, ତାମିଲନାଡୁରେ ବିଜୟଙ୍କ TVKର ଜଲୱା!

ନୂଆଦିଲ୍ଲୀ,୯ା୧୦: ଦେଶର ବିଭିନ୍ନ ସ୍ଥାନରେ ୫ଟି ବିଧାନସଭା ଏବଂ ଗୋଟିଏ ଲୋକ ସଭା ଆସନରେ ଉପନିର୍ବାଚନ ହୋଇଥିଲା । ଆଜି ଭୋଟ ଗଣତି ଚାଲିଥିବା ବେଳେ, ଟ୍ରେଣ୍ଡ…

ଚଳନ୍ତା ସ୍କୁଲ ବସ୍‌ରେ ନାଗସାପ, ଡ୍ରାଇଭରଙ୍କ ପାଦରେ ଗୁଡ଼ାଇ ହୋଇଯିବା ପରେ…

କେସିଙ୍ଗା,୯ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତରେ ଥିବା ସଇଁତଳା ବ୍ଲକର ବେଲଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିୟୋଜିତ ଥିବା ବସ୍‌ ନଂ ଓ ୦୩-ଏନ, ୬୯୪୫ରେ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?