ଧର୍ମ ନୁହେଁ, ଜାତି

ବାସ୍ତବରେ ଭାରତ ପାଇଁ ଜାତି ଗୁରୁତ୍ୱ ରଖିଥାଏ। ଆଜି ମଧ୍ୟ ଉଚ୍ଚଜାତିର ମାତାପିତା କେବେହେଲେ ଚାହିଁବେ ନାହିଁ ସେମାନଙ୍କ ସନ୍ତାନ ନୀଚଜାତିରେ ବିବାହ କରୁ। ସେଥିପାଇଁ ଜଣାଶୁଣା ଅନେକ ହିନ୍ଦୁ ପ୍ରଚାରକ ସଙ୍ଗଠନର ଗତିବିଧି ଦେଖିଲେ ସ୍ପଷ୍ଟ ଜଣାପଡ଼େ, ସେମାନେ ଅଣହିନ୍ଦୁଙ୍କ ତୁଳନାରେ ନୀଚଜାତିର ହିନ୍ଦୁମାନଙ୍କୁ ଅଧିକ ଘୃଣା କରନ୍ତି। ହୁଏତ ସେଥିପାଇଁ ୨୦୧୪ ମସିହା ପରଠାରୁ ଭାରତରେ ଏକ ବିରାଟ ସାମାଜିକ ପରିବର୍ତ୍ତନ ଦେଖାଯାଉଛି। ଜଣେ ଅଖଲାକ୍‌ କେଉଁ ମାଂସ ଖାଇଲେ ତାହା ସମ୍ପର୍କରେ ଅନ୍ତର୍ଜାତୀୟ ଦୃଷ୍ଟି ଆକର୍ଷଣ ହେଉଛି। କିନ୍ତୁ ଅନେକ ଶହ ଦଳିତ ଯୁବତୀଯୁବକଙ୍କୁ ବଜାରରେ ମାଡ଼ମାରି ଓ ଉଲଗ୍ନ କରି ଚଲାଉଥିବା ଘଟଣା ସେହି ପରିମାଣର ଦୃଷ୍ଟି ଆକର୍ଷଣ କରୁନାହିଁ। ଭାରତରେ ଧର୍ମନିରପେକ୍ଷତାକୁ ଯେଉଁଭଳି ଗୁରୁତ୍ୱ ଦିଆଯାଉଛି, ତାହାଠାରୁ ଜାତିଆଣ ଭେଦଭାବର ଗଭୀରତା ଯଥେଷ୍ଟ ଅଧିକ ରହିଥିଲେ ମଧ୍ୟ ସେସବୁ ଦୃଷ୍ଟିଗୋଚର ହେଉନାହିଁ। ଏଠାରେ ଉତ୍ତର ଭାରତର ଉଦାହରଣ ଦେଖାଯାଇପାରେ। ସାଧାରଣ ହିନ୍ଦୁ ପୁରୁଷ ଜଣେ ଦଳିତ ଝିଅର ବଳାତ୍କାର ଖବରରେ ବିଚଳିତ ହୁଏ ନାହିଁ। ଧରିନିଆଯାଇଛି ଯେ, କେତେକ ତଥାକଥିତ ନୀଚଜାତିକୁ ଅତ୍ୟାଚାରିତ କରି ରଖିବା ସମ୍ପୂର୍ଣ୍ଣ ଭାବେ ସ୍ବାଭାବିକ। ଭିନ୍ନ ଧର୍ମର ମହିଳାଙ୍କୁ ଅସଦ୍‌ବ୍ୟବହାର କଲେ ତାହା ଏକପ୍ରକାର ଯୁଦ୍ଧ ଘୋଷଣା ହେଉଥିବାବେଳେ ଦଳିତଙ୍କୁ ନିଷ୍ପେଷିତ କରି ରଖିବା ସତେ ଯେମିତି ଉଚ୍ଚଜାତି ହିନ୍ଦୁଙ୍କ କର୍ତ୍ତବ୍ୟ ବୋଲି ଗଣାଯାଉଛି।
ଏଭଳି ପ୍ରଚ୍ଛଦପଟରେ ଦେଖିଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୯ ଅଗଷ୍ଟ ୨୦୨୨ରେ ତାଙ୍କ ସରକାରରୁ ଭାଜପାକୁ ବିଦା କରିବା ପରେ ଜାତୀୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା। ଆଲୋଚନା ହୋଇଥିଲା ଯେ, ନରେନ୍ଦ୍ର ମୋଦିଙ୍କୁ ଟକ୍କର ଦେବା ଲାଗି ନୀତୀଶଙ୍କ ଭଳି ରାଜନେତା ଏଭଳି ନିଷ୍ପତ୍ତି ନେଇଥାଆନ୍ତି। ବିହାର ସରକାରରୁ ଅଚାନକ ଭାଜପା ବାଦ୍‌ ପଡ଼ିବା ପରେ ଏହାର ବରିଷ୍ଠ ନେତାମାନେ ହତବମ୍ବ ହୋଇପଡ଼ିଥିଲେ। ଏହି ଘଟଣାକୁ ୬ ମାସ ପୂରି ନ ଥିବା ବେଳେ ୭ ଜାନୁୟାରୀ ୨୦୨୩ରେ ନୀତୀଶ ପୁଣି ଏକ ଗୁଗୁଲି ଫିଙ୍ଗିଛନ୍ତି। ବିହାରରେ ଜାତିଭିତ୍ତିକ ଜନଗଣନା କାର୍ଯ୍ୟ ଆରମ୍ଭକରି ନୀତୀଶ ସିଧାସଳଖ ଭାଜପାର ହିନ୍ଦୁତ୍ୱ ଭୋଟ ବ୍ୟାଙ୍କ ପ୍ରତି ଆହ୍ବାନ ସୃଷ୍ଟି କରିଛନ୍ତି। ଯେହେତୁ କେନ୍ଦ୍ର ପୂର୍ବରୁ କହିଥିଲା ରାଜ୍ୟଗୁଡ଼ିକ ଚାହିଁଲେ ଜାତିଭିତ୍ତିକ ଜନଗଣନା କରିପାରିବେ, ସେହେତୁ ବିହାର ମୁଖ୍ୟମନ୍ତ୍ରୀ ଆଗୁଆ ରାଜନୈତିକ ଲାଭ ଉଠାଇବାକୁ ଯାଇ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି।
ଜାତିକୁ ନେଇ ଯଦି ରାଜନୀତି କଥା ଦେଖାଯାଏ, ତେବେ ଲାଲୁ ପ୍ରସାଦ ଯାଦବ ଥିଲେ ଏହି ଚିନ୍ତାଧାରାର ନାୟକ। ନୀତୀଶ ୨୦୦୫ରେ ଯେତେବେଳେ ବିହାର ମୁଖ୍ୟମନ୍ତ୍ରୀ ହେଲେ ସେତେବେଳେ ଜାତି ଅପେକ୍ଷା ଗଣ ବା ମାସ୍‌ଙ୍କୁ ନେଇ ରାଜନୀତି କରିବାକୁ ପସନ୍ଦ କରିଥିଲେ। ହେଲେ ଧୀରେ ଧୀରେ ସେ ଜାତିର ଗୁରୁତ୍ୱକୁ ବୁଝି ସେହି ଆଡ଼କୁ ଢଳିଥିଲେ। ଗତ ୬ ମାସ ପୂର୍ବରୁ ଭାଜପା ବିହାର ସରକାରରେ ଭାଗୁଆଳି ରହିଥିବାବେଳେ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ନେତା ତେଜସ୍ବୀ ଯାଦବ ଥିଲେ ବିରୋଧୀ ଦଳ ନେତା। ତେବେ ୨୦୨୧ ଅଗଷ୍ଟରେ ସର୍ବଦଳୀୟ ଟିମ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଜାତିଭିତ୍ତିକ ଜନଗଣନାକୁ ଅନୁମତି ଦେବାକୁ କହିଥିଲେ। କେନ୍ଦ୍ର ସରକାର ଜାତିଭିତ୍ତିକ ଜନଗଣନା କରିବାକୁ ଚାହାନ୍ତି ନାହିଁ, କିନ୍ତୁ ରାଜ୍ୟ ସରକାର ଚାହିଁଲେ କରିପାରିବେ ବୋଲି କୁହାଯାଇଥିଲା। ସମ୍ଭବତଃ ଭାଜପା ବିହାର ସରକାରରେ ଥିବାରୁ କେନ୍ଦ୍ର ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା। ଏବେ ନୀତୀଶ ଏ କ୍ଷେତ୍ରରେ ଆଗୁଆ ପଦକ୍ଷେପ ନେଇଥିବାରୁ ସେ ଜାତୀୟ ରାଜନୀତି ବିଶେଷକରି ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ଏକ ନୂଆ ସମୀକରଣ ସୃଷ୍ଟି କରିଦେଇଛନ୍ତି। ଏଠାରେ ମନେପଡ଼େ ୧୯୮୯ ସାଧାରଣ ନିର୍ବାଚନ ବେଳକୁ ବିଶ୍ୱନାଥ ପ୍ରତାପ ସିଂ ଅନ୍ୟାନ୍ୟ ପଛୁଆ ଜାତି (ଓବିସି) ପାଇଁ ମଣ୍ଡଳ କମିଶନ ବିଷୟ ଉଠାଇ ଜାତୀୟ ରାଜନୀତିକୁ ଚଳଚଞ୍ଚଳ କରିଦେଇଥିଲେ। ଏପରି କି ସେହିବର୍ଷ ଭାଜପା ସହ ମିଶି ଜନତା ଦଳ କେନ୍ଦ୍ରରେ କ୍ଷମତାସୀନ ହେବା ପରେ ସିଂ ମଣ୍ଡଳ କମିଶନ ରିପୋର୍ଟକୁ କାର୍ଯ୍ୟକାରୀ କରାଇଥିଲେ। ଫଳରେ ଦେଶବ୍ୟାପୀ ଗଣବିକ୍ଷୋଭ ହୋଇଥିଲା। ସେତେବେଳେ କେତେ ଛାତ୍ର ଆତ୍ମାହୁତି ମଧ୍ୟ ଦେଇଥିଲେ। ଏବର ସମୟରେ ଜାତିଭିତ୍ତିକ ଜନଗଣନା କରୁଥିବା ନୀତୀଶଙ୍କ ଉଦ୍ଦେଶ୍ୟ ହେଉଛି ଭାଜପାର ହିନ୍ଦୁତ୍ୱ ଭୋଟ୍‌କୁ ଭାଗକରି ସେଥିରୁ ଫାଇଦା ନେବା। ଧର୍ମକୁ ନେଇ ଗୈରିକ ଦଳ ନିର୍ବାଚନ ଜିତୁଥିବାରୁ ଜାତିକୁ ନୀତୀଶ ଅସ୍ତ୍ର କରିବାକୁ ପସନ୍ଦ କରିଛନ୍ତି। ଏଭଳି ପରିପ୍ରେକ୍ଷୀରେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ସୁଶୀଲ ମୋଦି ସବୁ ଦଳ ଜାତିଭିତ୍ତିକ ଜନଗଣନାକୁ ସମର୍ଥନ କରୁଥିବାବେଳେ ନୀତୀଶ କିଭଳି ଫାଇଦା ଉଠାଇ ପାରିବେ ବୋଲି ପ୍ରଶ୍ନ କରିଛନ୍ତି।
କୁହାଯାଉଛି ଯେ, ଦୁର୍ବଳ ଶ୍ରେଣୀଙ୍କ ନିମନ୍ତେ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିବା ଦିଗରେ ଜାତିଭିତ୍ତିକ ଜନଗଣନାରୁ ବାସ୍ତବ ତଥ୍ୟ ମିଳିପାରିବ। ଏଭଳି ଚିନ୍ତାଧାରା ପୂର୍ବରୁ ଦେଶରେ ହୋଇଥିବା ବିଭିନ୍ନ ଜନମଙ୍ଗଳକାରୀ ଯୋଜନା ଜାତୀୟ ଜନଗଣନାରୁ ସମ୍ଭବ ହୋଇପାରୁଥିଲା। ଏବେ ରାଜନୈତିକ ଦଳଗୁଡ଼ିକ କାହିଁକି ଜାତିଭିତ୍ତିକ ଜନଗଣନା ପାଇଁ ଅଧିକ ଆଗ୍ରହ ଦେଖାଉଛନ୍ତି, ତାହା ବୁଝିବା କଷ୍ଟକର ନୁହେଁ। ନିର୍ବାଚନରେ ଧର୍ମର ଗୁରୁତ୍ୱ ବୃଦ୍ଧି ପାଇବା ପରେ ଏବେ ଜାତି ସମ୍ପର୍କିତ ବିକଳ୍ପ ଆଲୋଚନା ଓ ପଦକ୍ଷେପ ନିଆଯିବା ଆରମ୍ଭ ହୋଇଛି। ବିଶେଷକରି ଦେଶର ଜନସଂଖ୍ୟାବହୁଳ ରାଜ୍ୟ ଉତ୍ତର ପ୍ରଦେଶ ଓ ବିହାରରେ ଜାତି ପ୍ରାଧାନ୍ୟ ଲାଭ କରୁଛି। ଏଭଳି ସନ୍ଧିକ୍ଷଣରେ ନୀତୀଶ ଯେଉଁ ଜାତିଭିତ୍ତିକ ଜନଗଣନା ଆରମ୍ଭ କରିଦେଇଛନ୍ତି, ତାହା ନିଶ୍ଚୟ ମୋଦିଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ନୀତୀଶ ଆରମ୍ଭ କରିଥିବା ଏହି ଜାତିଭିତ୍ତିକ ଡାକକୁ ଅଣଦେଖା କରିବା କଷ୍ଟକର।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?