Posted inଖେଳ

ଏଟିପି ଫାଇନାଲ୍ସ: ଥିମ୍‌- ମେଡ୍‌ଭେଡେଭ ଫାଇନାଲ ମୁକାବିଲା

ଲଣ୍ଡନ,୨୩।୧୧(ଏପି): ବର୍ଷ ଶେଷରେ ଏଠାରେ ଚାଲିଥିବା ହାଇପ୍ରୋଫାଇଲ ଏଟିପି ଫାଇନାଲ୍ସ ଟୁର୍ନାମେଣ୍ଟର ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ଟାଇଟଲ ପାଇଁ ଏହି ଇନ୍‌ଡୋର ହାର୍ଡକୋର୍ଟ ଟୁର୍ନାମେଣ୍ଟ ଫାଇନାଲରେ ଏଥର ବିଶ୍ୱର ୩ ନମ୍ବର ଖେଳାଳି ଅଷ୍ଟ୍ରିଆର ଡୋମିନିକ୍‌ ଥିମ୍‌ ଓ ୪ ନମ୍ବର ଖେଳାଳି ରୁଷିଆର ଡାନିଲ ମେଡ୍‌ଭେଡେଭ ପରସ୍ପରକୁ ଭେଟିବେ।
ପ୍ରଥମ ସେମିଫାଇନାଲରେ ଥିମ୍‌ ୭-୫, ୬-୭, ୭-୬ ସେଟ୍‌ରେ ସର୍ବିୟାର ନୋଭାକ ଜୋଭୋଭିଚ୍‌ଙ୍କୁ ହରାଇ ଫାଇନାଲକୁ ଉଠିଥିଲେ। ସେହିପରି ଶନିବାର ଦ୍ୱିତୀୟ ସେମିଫାଇନାଲରେ ମେଡ୍‌ଭେଡେଭ ୩-୬, ୭-୬, ୬-୩ ସେଟ୍‌ରେ ହରାଇ ଫାଇନାଲରେ ପ୍ରବେଶ କରିଥିଲେ। ତେଣୁ ଜୋକୋଭିଚ୍‌- ନାଡାଲଙ୍କ ବଦଳରେ ଥିମ୍‌- ମେଡ୍‌ଭେଡେଭଙ୍କ ମଧ୍ୟରେ ଏଥର ଏହି ନିର୍ଣ୍ଣାୟକ ମୁକାବିଲା ହେବ।
ସେମିରେ ନାଡାଲ ପ୍ରଥମ ସେଟ୍‌ ଜିତି ଭଲ ଆରମ୍ଭ କରିଥିଲେ। ତେବେ ପରେ ସେ ଏହାକୁ ବଜାୟ ରଖିପାରି ନ ଥିଲେ। ପ୍ରଥମ ସେଟ୍‌ ଜିତିବା ପୂର୍ବରୁ ନାଡାଲ କ୍ରମାଗତ ୭୧ ମ୍ୟାଚ୍‌ ଜିତି ଜବରଦସ୍ତ ଫର୍ମରେ ଥିଲେ। କିନ୍ତୁ ବାକି ଦୁଇଟି ସେଟ୍‌ରେ ମେଡ୍‌ଭେଡେଭ ଦମ୍‌ଦାର ପ୍ରଦର୍ଶନ କରି ବିଜୟୀ ହେବା ସହ ନାଡାଲଙ୍କୁ ନିରାଶ କରିଥିଲେ। ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ନାଡାଲ ଟାଇଟଲ ଜିତି ପାରି ନାହାନ୍ତି। ଫଳରେ ତାଙ୍କର ଏହି ଆଶା ଏବେ ଅପୂରଣୀୟ ରହିବ। ଏହାପୂର୍ବରୁ ମେଡ୍‌ଭେଡେଭ ଓ ନାଡାଲ ୩ଟି ମ୍ୟାଚ୍‌ରେ ପରସ୍ପରକୁ ଭେଟିଥିଲେ ଓ ସବୁଥିରେ ପରାସ୍ତ ହୋଇଥିଲେ। ୨୪ ବର୍ଷୀୟ ମେଡଭେଡେଭ ୨୦୧୯ ୟୁଏସ୍‌ ଓପନ୍‌ ଫାଇନାଲରେ ନାଡାଲଙ୍କଠାରୁ ୫ ସେଟ୍‌ରେ ପରାସ୍ତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କାହିଁକି ମିଳିଲାନି ବୈଭବ ସୂର୍ଯ୍ୟବଂଶୀଙ୍କୁ ଡେବ୍ୟୁର ସୁଯୋଗ? ନିରାଶ ହେଲେ ପ୍ରଶଂସକ

ନୂଆଦିଲ୍ଲୀ, ୨୬।୬: ଆୟରଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କୁ ସାମାନ୍ୟ ନିରାଶ ହେବାକୁ ପଡ଼ିଛି। ଦଳର ନୂଆ ଅଧିନାୟକ ଶ୍ରେୟସ ଆୟର ଟସ୍…

ଫିଲ୍ମ ପରେ ଏବେ କ୍ରିକେଟ ମଇଦାନରେ ଜନ ଆବ୍ରାହମଙ୍କ ଏଣ୍ଟ୍ରି, ହେଲେ ଏହି ଟିମ୍‌ର ମାଲିକ

ନୂଆଦିଲ୍ଲୀ, ୨୬।୬: ବଲିଉଡର ଆକ୍ସନ ଷ୍ଟାର୍ ଜନ ଅବ୍ରାହମ୍ ଏବେ କ୍ରିକେଟ୍ ପିଚ୍‌ରେ ନଜର ଆସିବେ। ସେ ପ୍ରଥମ ୟୁରୋପିଆନ୍ ଟି-୨୦ ପ୍ରିମିୟର ଲିଗ୍ (ETPL)ର ଫ୍ରାଞ୍ଚାଇଜ୍…

୨-୧ ଗୋଲରେ ଜର୍ମାନୀକୁ ପରାସ୍ତ କଲା ଇକ୍ୱେଡର

ଇଷ୍ଟ ରୋଦରଫୋଡ,୨୬ା୬: ଗୋଞ୍ଜାଲୋ ପ୍ଲାଟାଙ୍କ ଗୋଲ ବଳରେ ଶୁକ୍ରବାର ଖେଳାଯାଇଥିବା ଏକ ରୋମାଞ୍ଚକ ମ୍ୟାଚ୍‌ରେ ଇକ୍ୱେଡର ୨-୧ ଗୋଲରେ ଜର୍ମାନୀକୁ ପରାସ୍ତ କରିଛି। ଫିଫା ର଼୍ୟାଙ୍କିଙ୍ଗ୍‌ରେ ୨୩ତମ…

ଟ୍ୟୁନିସିଆକୁ ପରାସ୍ତ କରି ନକ୍‌ଆଉଟ୍‌ରେ ନେଦରଲାଣ୍ଡ୍ସ

କାନ୍ସାସ ସିଟି,୨୬ା୬: ବ୍ରିଆନ ବ୍ରୋବେଙ୍କ ଗୋଲ ବଳରେ ନେଦରଲାଣ୍ଡ୍ସ ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ୩-୧ ଗୋଲରେ ଟ୍ୟୁନିସିଆକୁ ପରାସ୍ତ କରିଛି। ଏହି ବିଜୟ ସହ ନେଦରଲାଣ୍ଡ୍ସ ଗ୍ରୁପ୍‌-ଏଫ୍‌’…

ନିରାଶ ହେଲେ ପ୍ରଶଂସକ, ଖେଳିବେନି ବୈଭବ

ନୂଆଦିଲ୍ଲୀ,୨୬।୬: ଭାରତୀୟ ଟି-୨୦ କ୍ରିକେଟର ‘ଶ୍ରେୟସ ଯୁଗ’ ଆଜିଠାରୁ ଆରମ୍ଭ ହେଉଛି। ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଭାରତୀୟ ଦଳ ଆଜି ଆୟର୍ଲାଣ୍ଡର ସାମ୍ନା କରୁଛି। ଏହା…

‘ସୂର୍ଯ୍ୟବଂଶୀଙ୍କ ଉପରେ ଖୁବ ଶୀଘ୍ର ବଢ଼ିବ ଚାପ, ତେଣୁ ଏବେ…’: ଭାଇରାଲ ହେଉଛି ଅଶ୍ୱିନଙ୍କ ବିଶେଷ ଉପଦେଶ

ନୂଆଦିଲ୍ଲୀ,୨୬।୬: ପୂର୍ବତନ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଯୁବ ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀଙ୍କୁ ମୂଲ୍ୟବାନ ପରାମର୍ଶ ଦେଇ କହିଛନ୍ତି ଯେ ଏହି ପର୍ଯ୍ୟାୟରେ ସେ କୌଣସି ଚାପ…

କ୍ରିକେଟ ଦୁନିଆରେ ବଲିଉଡ ଷ୍ଟାର୍‌ ଜନ ଆବ୍ରାହମଙ୍କ ଏଣ୍ଟ୍ରି, ଏହି ଦଳର ହେଲେ ମାଲିକ

ନୂଆଦିଲ୍ଲୀ,୨୬।୬: ବଲିଉଡର ଅନେକ ତାରକା କ୍ରିକେଟ ଦୁନିଆରେ ମଧ୍ୟ ବେଶ ନାଁ କମାଇଛନ୍ତି। କୋଲକାତା ନାଇଟ ରାଇଡର୍ସର ମାଲିକ ଶାହରୁଖ ଖାନ ହୁଅନ୍ତୁ କିମ୍ବା ପଞ୍ଜାବ କିଙ୍ଗସର…

ବୈଭବ ସୂର୍ଯ୍ୟବଂଶୀଙ୍କ ଡେବ୍ୟୁ ମ୍ୟାଚ ପୂର୍ବରୁ, ଆୟର୍ଲାଣ୍ଡ ଖେଳାଳି ଦେଲେ ବଡ଼ ବୟାନ କହିଲେ -‘ସେ ୧୫ ବର୍ଷ ବୟସର ଆଉ…’

ନୂଆଦିଲ୍ଲୀ,୨୬।୬: ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଆଜି, ଅର୍ଥାତ ଶୁକ୍ରବାର ଜୁନ ୨୬ରେ ଅନୁଷ୍ଠିତ ହେବ। ଏହି ମ୍ୟାଚରେ ୧୫ ବର୍ଷୀୟ ବୈଭବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri