Posted inଖେଳ

ଏଟିପି ଫାଇନାଲ୍ସ: ଜୋକୋଭିଚ୍‌ଙ୍କୁ ଭେଟିବେ ମେଡ୍‌ଭେଡେଭ

ଲଣ୍ଡନ,୧୮।୧୧(ଏପି): ଏଠାରେ ଚାଲିଥିବା ୫,୭୦୦,୦୦ ଅମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ଏଟିପି ଫାଇନାଲ୍ସରେ ରୁଷିଆ ତାରକା ଡାନିଲ ମେଡ୍‌ଭେଡେଭ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଇନ୍‌ଡୋର ହାର୍ଡକୋର୍ଟ ଟୁର୍ନାମେଣ୍ଟର ଦ୍ୱିତୀୟ ଦିବସରେ ସେ ଜର୍ମାନୀର ଆଲେକ୍‌ଜାଣ୍ଡର ଜେଭେରେଭଙ୍କୁ ୬-୩, ୬-୪ ସେଟ୍‌ରେ ହରାଇଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ସେ ବୁଧବାର ବିଶ୍ୱର ୧ ନମ୍ବର ଖେଳାଳି ସର୍ବିୟାର ନୋଭାକ ଜୋକୋଭିଚ୍‌ଙ୍କୁ ଭେଟିବେ। ଅନ୍ୟପଟେ ଜୋକୋଭିଚ୍‌ ସୋମବାର ଏଟିପି ଫାଇନାଲ୍ସରେ ପଦାର୍ପଣ କରିଥିବା ଡିଏଗୋ ସ୍ବାର୍ଜମ୍ୟାନଙ୍କୁ ୬-୩, ୬-୨ ସେଟ୍‌ରେ ପରାସ୍ତ କରିଛନ୍ତି। ଗ୍ରୁପ୍‌ ଲିଡ୍‌ ପାଇଁ ଜୋକୋଭିଚ୍‌ ଓ ମେଡଭେଡେଭ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବେ।
ଦ୍ୱିତୀୟ ସେଟ୍‌ରେ ମେଡ୍‌ଭେଡେଭ ୪-୩, ୩୦-୩୯ରେ ଅଗ୍ରଣୀ ଥିବା ବେଳେ ଏକ କୁଇକ୍‌ ଅଣ୍ଡର ଆର୍ମ ସର୍ଭ କରି ଜେଭେରେଭଙ୍କୁ ଚକିତ କରିଥିଲେ। ଏହା ଦ୍ୱାରା ଜେଭେରେଭ ନେଟ୍‌ ନିକଟକୁ ଆସିଥିଲେ ଓ ପଏଣ୍ଟ ହରାଇଥିଲେ। ୨୦୧୮ରେ ଜେଭେରେଭ ଚାମ୍ପିୟନ ହୋଇଥିଲେ। ତେବେ ଗତ ସଂସ୍କରଣରେ ଗ୍ରୀକ୍‌ର ଷ୍ଟିଫାନୋ ସିତିସପାସ ଟାଇଟଲ ହାସଲ କରିଥିଲେ। ଏହା ମୋ କ୍ୟାରିୟର ଅନ୍ୟତମ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ଥିଲା ବୋଲି ମେଡ୍‌ଭେଡେଭ କହିଛନ୍ତି। ୨୦୦୭ ପରଠାରୁ ଜେକୋଭିଚ୍‌ ଏଟିପି ଫାଇନାଲ୍ସର କୌଣସି ପ୍ରାରମ୍ଭିକ ମ୍ୟାଚ୍‌ରେ ପରାଜୟ ବରଣ କରିନାହାନ୍ତି। ଶେଷଥର ସେ ଡେଭିଡ୍‌ ଫେରରଙ୍କଠାରୁ ପରାସ୍ତ ହୋଇଥିଲେ। ଗତ ୬ଟି ମ୍ୟାଚ୍‌ରେ ସେ ସ୍ବାର୍ଜମ୍ୟାନଙ୍କଠାରୁ କେବେ ପରାସ୍ତ ହୋଇନାହାନ୍ତି। ସ୍ବାର୍ଜମ୍ୟାନ ଦକ୍ଷିଣ ଆମେରିକାର ପ୍ରଥମ ଖେଳାଳିଭାବେ ୨୦୧୩ଠାରୁ ଏଟିପି ଫାଇନାଲ୍ସ ସିଙ୍ଗଲ୍ସରେ ଖେଳୁଛନ୍ତି।
ରବିବାର ଡୋମିନିକ୍‌ ଥିମ୍‌ ଗତଥରର ଚାମ୍ପିୟନ ସିତିସପାସ୍‌ଙ୍କୁ ୭-୬, ୪-୬, ୬-୩ ସେଟ୍‌ରେ ପରାସ୍ତ କରିଥିଲେ। ସେହିପରି ସ୍ପେନର ରାଫାଲ ନାଡାଲ ୬-୩, ୬-୪ ସେଟ୍‌ରେ ଆନ୍ଦ୍ରେ ରୁବ୍ଲେଭଙ୍କୁ ହରାଇଥିଲେ। ଉଲ୍ଲେଖଥାଉ କି, ୧ ନମ୍ବର ଖେଳାଳିଭାବେ ବର୍ଷ ଶେଷ କରି ରେକର୍ଡର ସମକକ୍ଷ ହୋଇଥିବା ଜୋକୋଭିଚ୍‌ଙ୍କୁ ରବିବାର ଏକ ଟ୍ରଫି ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖାଲି କ୍ରିକେଟ ଖେଳିବାକୁ ଆସିନି, ୧୦-୨୦ ବର୍ଷ ଯାଏ ଡୋମିନେଟ୍‌ କରିବାକୁ ଚାହୁଁଛି: ବୈଭବଙ୍କ…

ନୂଆଦିଲ୍ଲୀ,୭।୬: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଦ୍ୱାରା ସାରା ବିଶ୍ୱକୁ ଚକିତ କରିଥିବା ୧୫ ବର୍ଷର ଯୁବ କ୍ରିକେଟରବୈଭବ ସୂର୍ଯ୍ୟବଂଶୀଙ୍କୁ ଶନିବାର ଦିନ ଏକ ବଡ଼…

ଟିମ ଇଣ୍ଡିଆରେ ଏଣ୍ଟ୍ରି ପରେ ବିଜ୍ଞାପନ ବଜାରରେ ଛାଇଗଲେ ସୂର୍ଯ୍ୟବଂଶୀ; କିନ୍ତୁ ବିରାଟ-ରୋହିତଙ୍କ ଭଳି କରିପାରିବେନି ସବୁ ବ୍ରାଣ୍ଡର ପ୍ରଚାର, ଜାଣନ୍ତୁ କାହିଁକ?

ନୂଆଦିଲ୍ଲୀ,୭।୬: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ସହିତ ଏସିଆନ ଗେମ୍ସ ପାଇଁ ମଧ୍ୟ ନିଜର ଟି-୨୦ ଦଳ ଘୋଷଣା କରିସାରିଛି।…

‘ସ୍ବପ୍ନ ପୂରଣ ହେଲା..’, ବିରାଟ କୋହଲିଙ୍କୁ ନେଇ ଏମିତି କଥା କହିଲେ ବୈଭବ ସୂର୍ଯ୍ୟବଂଶୀ, ଏବେ ହେଉଛି ଖୁବ ଚର୍ଚ୍ଚା

ନୂଆଦିଲ୍ଲୀ,୭।୬: ଯଦିଓ RCB GTକୁ ପରାସ୍ତ କରି IPL 2026 ଟାଇଟଲ ଜିତିଥିଲା, କିନ୍ତୁ 19ତମ ସିଜିନ ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଦର୍ଶନ ପାଇଁ ମନେ ରହିବ। ବୈଭବ…

ଅଧିନାୟକ ପଦ ଯିବା ପରେ ସନ୍ୟାସ ନେଲେ ସୂର୍ଯ୍ୟକୁମାର? ସୋସିଆଲ ମିଡିଆରେ ପୋଷ୍ଟ ଭାଇରାଲ

ନୂଆଦିଲ୍ଲୀ,୭।୬: ଟି-୨୦ ବିଶ୍ୱକପ ବିଜୟୀ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ଟିମ ଇଣ୍ଡିଆର ଇଂଲଣ୍ଡ ଏବଂ ଆୟର୍ଲାଣ୍ଡ ଗସ୍ତ ପାଇଁ ଚୟନ କରାଯାଇ ନଥିଲା। ତାଙ୍କ ସ୍ଥାନରେ ଶ୍ରେୟସ…

ଶ୍ରେୟସ ଆୟର ଟିମ ଇଣ୍ଡିଆର ଅଧିନାୟକ ହେବା ପରେ ମୁହଁ ଖୋଲିଲେ ସୂର୍ଯ୍ୟକୁମାର, କହିଦେଲେ ଏମିତି କଥା…

ନୂଆଦିଲ୍‌ଲୀ,୭।୬: ଆଇପିଏଲ ପରେ ଭାରତୀୟ ଟି-୨୦ ଦଳରେ କିଛି ଚମକାଇ ଦେବା ଭଳି ପରିବର୍ତ୍ତନ ଦେଖିବାକୁ ମିଳିଛି। ସୂର୍ଯ୍ୟକୁମାର ଯାଦବ ଏବେ ଆଉ ଟିମ ଇଣ୍ଡିଆର ଅଧିନାୟକ…

ଆମେରିକା ପ୍ରବେଶ ପାଇଁ ଇରାନ ଫୁଟବଲ ଦଳକୁ ମିଳିଲା ଭିଜା

ଓ୍ବାଶିଂଟନ,୫।୬: ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌) ଇରାନ ବିଶ୍ୱକପ୍‌ ପୁଟ୍‌ବଲ ଦଳର ସଦସ୍ୟମାନଙ୍କୁ ଭିଜା ପ୍ରଦାନ କରିଛି। ଫଳରେ ଇରାନ ଦଳ ଆମେରିକାରେ ପ୍ରବେଶ କରିପାରିବ। ମେକ୍ସିକୋର ଟିଜୁଆନାରେ ଦଳ…

ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩୬୮/୩

ନୂଆ ଚଣ୍ଡିଗଡ଼,୬ା୬ ଭାରତ-ଆଫଗାନିସ୍ତାନ ମଧ୍ୟରେ ଏକମାତ୍ର ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ମ୍ୟାଚ୍‌ର ପ୍ରଥମ ଦିନ ସମ୍ପୂର୍ଣ୍ଣ ରୂପେ ଭାରତୀୟ ବ୍ୟାଟରଙ୍କ ନିୟନ୍ତ୍ରଣରେ ରହିଛି। ଅଧିନାୟକ…

ସୂର୍ଯ୍ୟକୁମାରଙ୍କୁ ବଦଳାଇ ଶ୍ରେୟସ ଆୟରଙ୍କୁ କାହିଁକି କରାଗଲା ଅଧିନାୟକ ପ୍ରକୃତ କାରଣ କହିଲେ ଅଜିତ ଅଗରକର

ନୂଆଦିଲ୍ଲୀ,୬।୬: ଶନିବାର ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ପାଇଁ ଭାରତର ଟି-୨୦ ଦଳ ଘୋଷଣା କରିଥିଲେ, ସେତେବେଳେ ତାଲିକାରୁ ଅଧିନାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri