Posted inଖେଳ

ଏଟିପି ଫାଇନାଲ୍ସ: ଜୋକୋଭିଚ୍‌ଙ୍କୁ ଭେଟିବେ ମେଡ୍‌ଭେଡେଭ

ଲଣ୍ଡନ,୧୮।୧୧(ଏପି): ଏଠାରେ ଚାଲିଥିବା ୫,୭୦୦,୦୦ ଅମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ଏଟିପି ଫାଇନାଲ୍ସରେ ରୁଷିଆ ତାରକା ଡାନିଲ ମେଡ୍‌ଭେଡେଭ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଇନ୍‌ଡୋର ହାର୍ଡକୋର୍ଟ ଟୁର୍ନାମେଣ୍ଟର ଦ୍ୱିତୀୟ ଦିବସରେ ସେ ଜର୍ମାନୀର ଆଲେକ୍‌ଜାଣ୍ଡର ଜେଭେରେଭଙ୍କୁ ୬-୩, ୬-୪ ସେଟ୍‌ରେ ହରାଇଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ସେ ବୁଧବାର ବିଶ୍ୱର ୧ ନମ୍ବର ଖେଳାଳି ସର୍ବିୟାର ନୋଭାକ ଜୋକୋଭିଚ୍‌ଙ୍କୁ ଭେଟିବେ। ଅନ୍ୟପଟେ ଜୋକୋଭିଚ୍‌ ସୋମବାର ଏଟିପି ଫାଇନାଲ୍ସରେ ପଦାର୍ପଣ କରିଥିବା ଡିଏଗୋ ସ୍ବାର୍ଜମ୍ୟାନଙ୍କୁ ୬-୩, ୬-୨ ସେଟ୍‌ରେ ପରାସ୍ତ କରିଛନ୍ତି। ଗ୍ରୁପ୍‌ ଲିଡ୍‌ ପାଇଁ ଜୋକୋଭିଚ୍‌ ଓ ମେଡଭେଡେଭ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବେ।
ଦ୍ୱିତୀୟ ସେଟ୍‌ରେ ମେଡ୍‌ଭେଡେଭ ୪-୩, ୩୦-୩୯ରେ ଅଗ୍ରଣୀ ଥିବା ବେଳେ ଏକ କୁଇକ୍‌ ଅଣ୍ଡର ଆର୍ମ ସର୍ଭ କରି ଜେଭେରେଭଙ୍କୁ ଚକିତ କରିଥିଲେ। ଏହା ଦ୍ୱାରା ଜେଭେରେଭ ନେଟ୍‌ ନିକଟକୁ ଆସିଥିଲେ ଓ ପଏଣ୍ଟ ହରାଇଥିଲେ। ୨୦୧୮ରେ ଜେଭେରେଭ ଚାମ୍ପିୟନ ହୋଇଥିଲେ। ତେବେ ଗତ ସଂସ୍କରଣରେ ଗ୍ରୀକ୍‌ର ଷ୍ଟିଫାନୋ ସିତିସପାସ ଟାଇଟଲ ହାସଲ କରିଥିଲେ। ଏହା ମୋ କ୍ୟାରିୟର ଅନ୍ୟତମ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ଥିଲା ବୋଲି ମେଡ୍‌ଭେଡେଭ କହିଛନ୍ତି। ୨୦୦୭ ପରଠାରୁ ଜେକୋଭିଚ୍‌ ଏଟିପି ଫାଇନାଲ୍ସର କୌଣସି ପ୍ରାରମ୍ଭିକ ମ୍ୟାଚ୍‌ରେ ପରାଜୟ ବରଣ କରିନାହାନ୍ତି। ଶେଷଥର ସେ ଡେଭିଡ୍‌ ଫେରରଙ୍କଠାରୁ ପରାସ୍ତ ହୋଇଥିଲେ। ଗତ ୬ଟି ମ୍ୟାଚ୍‌ରେ ସେ ସ୍ବାର୍ଜମ୍ୟାନଙ୍କଠାରୁ କେବେ ପରାସ୍ତ ହୋଇନାହାନ୍ତି। ସ୍ବାର୍ଜମ୍ୟାନ ଦକ୍ଷିଣ ଆମେରିକାର ପ୍ରଥମ ଖେଳାଳିଭାବେ ୨୦୧୩ଠାରୁ ଏଟିପି ଫାଇନାଲ୍ସ ସିଙ୍ଗଲ୍ସରେ ଖେଳୁଛନ୍ତି।
ରବିବାର ଡୋମିନିକ୍‌ ଥିମ୍‌ ଗତଥରର ଚାମ୍ପିୟନ ସିତିସପାସ୍‌ଙ୍କୁ ୭-୬, ୪-୬, ୬-୩ ସେଟ୍‌ରେ ପରାସ୍ତ କରିଥିଲେ। ସେହିପରି ସ୍ପେନର ରାଫାଲ ନାଡାଲ ୬-୩, ୬-୪ ସେଟ୍‌ରେ ଆନ୍ଦ୍ରେ ରୁବ୍ଲେଭଙ୍କୁ ହରାଇଥିଲେ। ଉଲ୍ଲେଖଥାଉ କି, ୧ ନମ୍ବର ଖେଳାଳିଭାବେ ବର୍ଷ ଶେଷ କରି ରେକର୍ଡର ସମକକ୍ଷ ହୋଇଥିବା ଜୋକୋଭିଚ୍‌ଙ୍କୁ ରବିବାର ଏକ ଟ୍ରଫି ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚେନ୍ନାଇର ସମ୍ମାନଜନକ ସ୍କୋର

ଲକ୍ଷ୍ନୌ, ୨୦।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ସମ୍ମାନଜନକ ସ୍କୋର କରିଛି। ରବୀନ୍ଦ୍ର...

ସେମିଫାଇନାଲରେ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୨୦।୪(ତପନ ସ୍ବାଇଁ): ଇତିହାସ ରଚିଲା ଓଡ଼ିଶା ଏଫ୍‌ସି। ଅତିରିକ୍ତ ସମୟରେ ଇସାକ ଭନଲାଲରୁଆତଫେଲାଙ୍କ ଗୋଲ ବଳରେ ଓଡ଼ିଶା ଏଫ୍‌ସି ପ୍ରଥମଥର ପାଇଁ ଇଣ୍ଡିଆନ ସୁପର...

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri