ପୁଅକୁ ପରୀକ୍ଷା କେନ୍ଦ୍ରକୁ ନେବା ପାଇଁ ୧୦୫ କିଲୋମିଟର ସାଇକେଲ ଚଲାଇଲେ ଅସହାୟ ବାପା

ଭୋପାଳ,୨୦ା୮: କରୋନା ମହାମାରୀ ଯୋଗୁ ବସ୍‌ ସେବା ବନ୍ଦ ରହିଛି। ଏହି ସମୟରେ ସାଧାରଣ ଯାତ୍ରୀଙ୍କଠାରୁ ଆରମ୍ଭ କରି ଛାତ୍ରୀଛାତ୍ର ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏବେ ପୁଣି ଆରମ୍ଭ ହୋଇ ଦଶମ ଶ୍ରେଣୀ ପିଲାଙ୍କ ସପ୍ଲିମେଣ୍ଟାରୀ ପରୀକ୍ଷା। ତେଣୁ ପରୀକ୍ଷା କେନ୍ଦ୍ରକୁ ଯିବା ପାଇଁ ପିଲାମାନଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଧର୍‌ ଜିଲାରେ। ଏଠାରେ ଜଣେ ବାପା ନିଜ ପୁଅକୁ ପରୀକ୍ଷା କେନ୍ଦ୍ରକୁ ନେବା ପାଇଁ ୧୦୫ କିଲୋମିଟର ଦୂର ସାଇକେଲ ଚଲାଇ କେନ୍ଦ୍ରରେ ପହଞ୍ଚିଛନ୍ତି।

ବାଇଦିପୁରା ଗ୍ରାମରେ ରହୁଥିବା ଶୋଭାରାମ୍‌ଙ୍କ ପୁଅ ଆଶିଷ ଦଶମ ଶ୍ରେଣୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବା ପାଇଁ ବାପାଙ୍କ ସାଇକେଲ୍‌ରେ ବସି ୧୦୫ କିମି ଆସିଥିଲେ। କରୋନା ସଂକ୍ରମଣ ହେତୁ ଏଠାରେ ବସ୍‌ସେବା ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ଯେଉଁଥିପାଇଁ ସେମାନେ ଧରସ୍ଥିତ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପାଇଁ କୌଣସି ମାଧ୍ୟମ ପାଇଲେ ନାହିଁ। ଅନ୍ୟପଟେ ଦାରିଦ୍ର୍ୟ ଯୋଗୁ ଆଉ କିଛି ଉପାୟ ମଧ୍ୟ ତାଙ୍କ ନିକଟରେ ନ ଥିଲା। ଶିକ୍ଷାର ମହତ୍ତ୍ୱକୁ ଅନୁଭବ କରି ଗରିବ ବାପା ନିଜ ପୁଅକୁ ନେଇ ପରୀକ୍ଷା କେନ୍ଦ୍ରକୁ ଆସିଥିଲେ। ଉଭୟ ବାପା ଏବଂ ପୁଅ ଦୁଇ ଦିନ ପାଇଁ ସାଇକେଲରେ ଖାଦ୍ୟ ଓ ପାନୀୟ ଆଣିଥିଲେ। ସେ ମନଭାରରେ ରାତି କଟାଇ ପରଦିନ ଧରରେ ପହଞ୍ଚିଥିଲେ।


ଧରରେ ଆଶିଷ ଭୋଜ କନ୍ୟା ବିଦ୍ୟାଳୟରେ ପରୀକ୍ଷା ଦେଇଥିଲେ। ଆଶିଷଙ୍କ ପିତା ଶୋଭାରାମ କହିଛନ୍ତି ଯେ, ଟଙ୍କା ଏବଂ ଅର୍ଥ ନ ଥିବାରୁ ମୁଁ ତାଙ୍କୁ ସାଇକେଲ ଯୋଗେ ପରୀକ୍ଷା ଦେବାକୁ ଆଣିଛି। ମୋର ବାଇକ ନାହିଁ ଏବଂ କେହି ସାହାଯ୍ୟ କରନ୍ତି ନାହିଁ। ମୁଁ ଚାହୁଁଛି ମୋ’ ପୁଅ ପଢୁ ଏବଂ ଲେଖୁ। ପୁଅର ପରୀକ୍ଷା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ।

ଛାତ୍ର ଆଶିଷ କୁହନ୍ତି, ସେ ବାଇଦିପୁରାରେ ରୁହନ୍ତି। ତିନୋଟି ବିଷୟରେ ସେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ। ତେଣୁ  ବାପାଙ୍କ ସହ ସାଇକେଲରେ ପରୀକ୍ଷା ଦେବାକୁ ଆସିଛନ୍ତି। ସ୍ଥାନୀୟ ପ୍ରଶାସନ ଏ ସମ୍ପର୍କରେ ଜାଣି ସେମାନଙ୍କ ପାଇଁ ୨୪ ତାରିଖ ପର୍ଯ୍ୟନ୍ତ ରହିବା ବ୍ୟବସ୍ଥା କରିଛନ୍ତି। ଏହା ସହିତ ଖାଦ୍ୟ ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା ମଧ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-କଶ୍ମୀର ସ୍ଥିତି ସଙ୍କଟ ଜନକ; ଅତ୍ୟାଚାରରୁ ମୁକ୍ତି ଚାହୁଁଛନ୍ତି ଲୋକେ: ପ୍ରଗତି ମହିଳା ସଂଗଠନ

ଶ୍ରୀନଗର,୨୪।୯: ଜମ୍ମୁ-କଶ୍ମୀରର ସ୍ଥିତି ସଙ୍କଟ ଜନକ ରହିଛି। ଏଠାରେ ପ୍ରଶାସନିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ରାଜ୍ୟରେ ଜଙ୍ଗଲ ଆଇନ ଚାଲିଥିବା ପ୍ରଗତି ମହିଳା ସଂଗଠନ...

ବେଙ୍ଗାଲୁରୁ ବନ୍ଦ ବେଳେ ହଜାରେ ଅଟକ

ବେଙ୍ଗାଲୁରୁ,୨୭ା୯: ତାମିଲନାଡୁକୁ କାବେରୀ ଜଳ ଛାଡ଼ିବାକୁ ବିରୋଧକରି କର୍ନାଟକ ଜଳ ସଂରକ୍ଷଣ ସମିତି (କେଜେଏସ୍‌ଏସ୍‌) ପକ୍ଷରୁ ମଙ୍ଗଳବାର ବେଙ୍ଗାଲୁରୁ ବନ୍ଦ ଡାକରା ଦିଆଯାଇଥିଲା। ଏହି ବନ୍ଦକୁ...

ବ୍ରିଜ ଭୂଷଣଙ୍କ ଉପରେ ଯୌନ ଅଭିଯୋଗ ଆଣିଥିବା ନାବାଳିକା ଫେରାଇ ନେଲେ ନିଜର ଅଭିଯୋଗ

ନୂଆଦିଲ୍ଲୀ,୫।୬: ଦେଶର ଜଣାଶୁଣା କୁସ୍ତିଯୋଦ୍ଧାମାନେ ଗତ କିଛି ମାସ ଧରି ଭାରତୀୟ ଜନତା ପାର୍ଟି(ଭାଜପା)ଏମପି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଏକ ମୋର୍ଚ୍ଚା ଖୋଲିଛନ୍ତି।...

ମୋର ବିରୋଧୀମାନେ ମଧ୍ୟ ମୋ ଶିକ୍ଷକ: ରାହୁଲ…

ନୂଆଦିଲ୍ଲୀ,୫।୯ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁ ଦିବସରେ ଏକ ନିଆରା ଅଭିନନ୍ଦନ ଜଣାଇଛନ୍ତି। ମଙ୍ଗଳବାର ରାହୁଲ ଗାନ୍ଧୀ କହିଛନ୍ତି ତାଙ୍କ ବିରୋଧୀମାନେ ମଧ୍ୟ...

କରୋନା ମୃତକଙ୍କ ଅନ୍ତିମ ସଂସ୍କାର ନେଇ ପୁଣେରେ ରାଜନୀତି ଆରମ୍ଭ

ପୁଣେ, ୧୬।୬: କରୋନା ସଂକ୍ରମଣ ତାଲିକାରେ ମହାରାଷ୍ଟ୍ର ଦେଶରେ ସମସ୍ତ ରାଜ୍ୟ ମଧ୍ୟରେ ଶୀର୍ଷରେ ରହିଛି। କରୋନା ମୃତକଙ୍କୁ ବହୁ କ୍ଷେତ୍ରରେ ପରିବାର ସଦସ୍ୟ ଛାଡ଼ି...

ମେଜର ଧ୍ୟାନଚାନ୍ଦଙ୍କ ନାଁରେ ହେବ କ୍ରୀଡା ବିଶ୍ୱବିଦ୍ୟାଳୟ

ଲକ୍ଷ୍ନୌ.୧୯ ।୮: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଅନୁଷ୍ଠିତ ଏକ ଭବ୍ୟ ସମାରୋହରେ ଟୋକିଓ ଅଲିମ୍ପିକ୍ସରେ ପଦକ ହାସଲ କରିଥିବା...

ମା’ଙ୍କ ମୃତ୍ୟୁ ପରେ ଆମେ ଆଉ ବଞ୍ଚିବାକୁ ଚାହୁଁନାହୁଁ ଲେଖି ଆତ୍ମହତ୍ୟା କଲେ ଦୁଇଭାଇ

ନୂଆଦିଲ୍ଲୀ, ୨।୭: ପଶ୍ଚିମ ଦିଲ୍ଲୀର ଜନକପୁରୀ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କ୍ୟାନସରରେ ମା’ଙ୍କ ମୃତ୍ୟୁ ହେବାପରେ ଦୁଇ ଭାଇ ଆତ୍ମହତ୍ୟା କରିଛନ୍ତି। ପୋଲିସ...

ଦିଲ୍ଲୀ ଲଢ଼େଇ ଘମାଘୋଟ

ନୂଆଦିଲ୍ଲୀ,୫ା୨: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୪ ଦିନ ବାକି ଥିବାବେଳେ ଶାସକ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଏବଂ ଭାଜପା ମୁହାଁମୁହିଁ ହୋଇଛନ୍ତି।...

Advertisement
Archives

Model This Week