Posted inଫୁରସତ

ଶୀର୍ଷ ସ୍ଥାନରେ ୮ ବର୍ଷ ବାଳକଙ୍କ ଦ୍ୱାରା ଲିଖିତ ପୁସ୍ତକ, ଏଥିରେ ଲେଖାଅଛି ଏମିତି କିଛି…

ଆମେରିକାର ଆଇଡାହୋ ରାଜ୍ୟର ଜଣେ ୮ ବର୍ଷର ବାଳକ ପୁସ୍ତକ ଲେଖି ଏହାକୁ ବିନା ଅନୁମତିରେ ସ୍ଥାନୀୟ ଲାଇବ୍ରେରୀ ସେଲ୍‌ଫରେ ଲୁଚାଇ ରଖିଥିଲେ। ଖୁବଶୀଘ୍ର ଏହି ପୁସ୍ତକଟି ପାଠକମାନଙ୍କଠାରେ ଆଦୃତ ହୋଇଗଲା। ବର୍ତ୍ତମାନ ପୁସ୍ତକଟି ଦୀର୍ଘ ତାଲିକା ଅପେକ୍ଷାରେ ରହିଛି। ଆଇଡାହୋରେ ରହୁଥିବା ଦ୍ୱିତୀୟ ଶ୍ରେଣୀ ଛାତ୍ର ଡିଲିୟନ ହେଲବିଗ୍‌ ଡିସେମ୍ବର ମଧ୍ୟଭାଗରେ ନିଜ ନୋଟ୍‌ବୁକରେ ଖ୍ରୀଷ୍ଟମାସ ଦୁଃସାହସିକ କାହାଣୀ ଲେଖିଥିଲେ। ସେ ଚାହୁଁଥିଲେ, ଲୋକମାନେ ଏହାକୁ ପଢ଼ନ୍ତୁ। ତେଣୁ ସେ ଏକ ଯୋଜନା ପ୍ରସ୍ତୁତ କଲେ। ତାଙ୍କ ଜେଜେମା’ଙ୍କ ସହ ତାଙ୍କ ସହର ବୋଇସ ଲାଇବ୍ରେରୀ ପରିଦର୍ଶନ କରିବା ସମୟରେ ସେ ଚୁପ୍‌ଚାପ୍‌ ୮୮ ପୃଷ୍ଠାର ପୁସ୍ତକକୁ ପିଲାମାନଙ୍କ ଫଟୋ-ବୁକ୍‌ ସେଲରେ ପକାଇ ଦେଇଥିଲେ। ତାଙ୍କୁ ଏପରି କରିବା କେହି ଦେଖି ନ ଥିଲେ। ଏପରିକି ତାଙ୍କ ସହ ଯାଇଥିବା ଜେଜେମା ମଧ୍ୟ ନୁହନ୍ତି। ପରେ କିନ୍ତୁ ଡିଲିୟନ ତାଙ୍କ ମାତା ସୁଜାନ ହେଲବିଗ୍‌ଙ୍କୁ ଏ ବିଷୟରେ କହିଥିଲେ। ଦୁଇଦିନ ପରେ ସେମାନେ ଲାଇବ୍ରେରୀକୁ ଗଲେ କିନ୍ତୁ ପୁସ୍ତକଟି ନିଖୋଜ ଥିଲା। ସେମାନେ ଏହାକୁ ଫିଙ୍ଗି ନ ଦେବାକୁ ଅନୁରୋଧ କଲେ। ଆଶ୍ଚର୍ଯ୍ୟର କଥା, ପୁସ୍ତକ ପାଠକମାନଙ୍କ ମଧ୍ୟରେ ବେଶ୍‌ ଆଦୃତ ହୋଇସାରିଥିଲା। ଅଦା କମ୍ୟୁନିଟି ଲାଇବ୍ରେରୀର ଲେକ୍‌ ହାଜେଲ ଶାଖା ଏହି ଘଟଣାକୁ ନିଜ୍‌ ଫେସ୍‌ବୁକ୍‌ ପେଜରେ ଶେୟାର କରିଛି। ଲାଇବ୍ରେରୀ କହିଛି, ଦିଲିୟନଙ୍କ କ୍ରିସମିସ୍‌ ଆଡ୍‌ଭେଞ୍ଚର୍ସ’ ଶୀର୍ଷକ ଏହି ପୁସ୍ତକ ଶ୍ରେଷ୍ଠ ୟଙ୍ଗ ନୋଭେଲିଷ୍ଟ ପାଇଁ ୨୦୨୧ ହୁଡିନି ପୁରସ୍କାର ଜିତିଛି, ଯାହା ତାଙ୍କ ପାଇଁ ଲାଇବ୍ରେରୀ ସୃଷ୍ଟି କରିଛି।

 

ଲାଇବ୍ରେରୀ ଶାଖା ପରିଚାଳକ ଆଲେକ୍ସ ହାର୍ଟମ୍ୟାନ ଓ୍ବାଶିଂଟନ ପୋଷ୍ଟରେ କହିଛନ୍ତି, ଏହା ଏକ ଚତୁର କାର୍ଯ୍ୟ ଥିଲା। କିନ୍ତୁ ଏଥିରୁ ମୁକ୍ତି ପାଇବାକୁ ବିଚାର କରିବା ପାଇଁ ପୁସ୍ତକ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଏକ ଆଇଟମ ଥିଲା। ଲାଇବ୍ରେରୀରେ ୫୫ ଜଣ ବ୍ୟକ୍ତିଙ୍କ ଓ୍ବେଟ୍‌ ଲିଷ୍ଟ ଅଛି। ଯାହା ପୃଷ୍ଠପୋଷକମାନଙ୍କୁ ଚାରି ସପ୍ତାହ ପର୍ଯ୍ୟନ୍ତ ପୁସ୍ତକ ରଖିବାକୁ ଅନୁମତି ଦେଇଥାଏ।

ଡିଲିୟନଙ୍କ ଚତୁର କାର୍ଯ୍ୟକୁ ଖ୍ରୀଷ୍ଟୋଫର୍‌ ବର୍ଗେସ ବି ପ୍ରଶଂସା କରିଛନ୍ତି। ଯିଏ ବର୍ତ୍ତମାନ କେନ୍ଦ୍ରୀୟ ଇଣ୍ଟେଲିଜେନ୍ସ ଏଜେନ୍ସି ସହିତ ୩୦ ବର୍ଷରୁ ଅଧିକ ସମୟ କାମ କରିଛନ୍ତି। ସେ କହିଛନ୍ତି, ମୁଁ ଏକ ନିର୍ଦ୍ଦିଷ୍ଟ ତିନି ଅକ୍ଷର ବିଶିଷ୍ଟ ଏଜେନ୍ସି ଜାଣେ ଯାହା ସର୍ବଦା ଡିଲିୟନଙ୍କ ଭଳି ଦକ୍ଷତା ଥିବା ଲୋକଙ୍କୁ ଖୋଜେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri