ଶେଷରେ ମାନିଲେ କିଆରା

କଥାରେ ଅଛି-ଏ ମନ ଖୋଜୁଥାଏ ଯାହା କାଳେ ପ୍ରାପତ ହୁଏ ତାହା। ଦେଖୁନାହାନ୍ତି, ନିଜର ଆଶା ପୂରଣ ହେବା ପରେ କିଆରା କେମିତି ଖୁସିରେ ଉଛୁଳୁଛନ୍ତି। କଥା କ’ଣ କି ସେ ନିକଟରେ ଏକ ନୂଆ ସିନେମା ସାଇନ୍‌ କରିଛନ୍ତି। ପୁଣି ତାହାର ପ୍ରଯୋଜକ କିଏ ଜାଣନ୍ତି ? କରନ୍‌ ଜୋହର। ଫିଲ୍ମଟି ସାଇନ୍‌ କରିବା ପରେ କିଆରା ଆଡଓ୍ବାନୀ କରନ୍‌ଙ୍କ ଅଫିସରୁ ବାହାରିବା ସମୟରେ ସାମ୍ବାଦିକ ହାବୁଡରେ ପଡିଯାଇଥିଲେ। କଥାଟିକୁ ଯେତେ ଲୁଚାଇବାକୁ ଚାହିଁଲେ କ’ଣ ହେବ ଶେଷରେ ନୂଆ ସିନେମା ବିଷୟରେ ସୂଚନା ଦେଇଥିଲେ ସେ। ହେଲେ ଏଥିରେ ତାଙ୍କ ସହ ସ୍କ୍ରିନ୍‌ ଶେୟାର କରିବେ ବରୁଣ ଧାଓ୍ବନ। ଏ ବିଷୟରେ କିଆରା କହନ୍ତି, ‘ବରୁଣଙ୍କ ସହ ମୁଁ ପ୍ରଥମ ଥର ପାଇଁ ଅଭିନୟ କରିବାକୁ ଯାଉଛି। କରନ୍‌ଙ୍କ ପରି ପ୍ରଯୋଜକ ଏବଂ ବରୁଣଙ୍କ ପରି ଆକ୍ଟରଙ୍କ ସହ କାମ କରିବାର ସୁଯୋଗ ମିଳିଛି ତାହା ମୋ ପାଇଁ ବଡ କଥା।’ ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ‘ଗୁଡ ନ୍ୟୁଜ୍‌’ର ନିର୍ଦ୍ଦେଶକ ରାଜ୍‌ ମେହେଟ୍ଟା। ଅନ୍ୟପକ୍ଷରେ ଏବେ ଫିଲ୍ମର ପ୍ରାରମ୍ଭିକ କାମ ଚାଲିଛି, ତେଣୁ କାହାଣୀ ଏବଂ ସମ୍ପୂର୍ଣ୍ଣ କାଷ୍ଟିଂ ସମ୍ପର୍କରେ ପରବର୍ତ୍ତୀ ସମୟରେ ସୂଚନା ଦିଆଯିବ ବୋଲି କହିଛନ୍ତି ନିର୍ଦ୍ଦେଶକ। ତେବେ ପ୍ରଥମ ଥର ପାଇଁ ବରୁଣଙ୍କ ନାୟିକା ସାଜିଥିବା କିଆରାଙ୍କୁ ଏହି ଫିଲ୍ମରୁ କେତେ ମାଇଲେଜ ମିଳୁଛି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭ ହେବ ‘କୌନ ବନେଗା କରୋଡ ପତି’ର ଶୁଟିଂ !

ମୁମ୍ବାଇ: କରୋନା ସଂକ୍ରମଣ ପାଇଁ ଦେଶରେ ଲକ୍‌ଡାଉନ ଜାରି କରାଯାଇଥିବା ବେଳେ କେବଳ ଜରୁରୀକାଳିନ ସେବାକୁ ବାଦ୍‌ ଦେଲେ ବାକି ସମସ୍ତ କାର୍ଯ୍ୟ ଏକ ପ୍ରକାର...

୫୩ ବର୍ଷରେ ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ସରିଥିଲା ନିର୍ବନ୍ଧ: ବିବାହ ପୂର୍ବରୁ ଆତ୍ମହତ୍ୟା କରିଥିଲେ ଭାବି ସ୍ବାମୀ

ଭେଟେରାନ ଅଭିନେତ୍ରୀ ନନ୍ଦାଙ୍କର ଆଜି ହେଉଛି ୭ମ ମୃତ୍ୟୁ ବାର୍ଷିକୀ। ମାର୍ଚ୍ଚ ୨୫, ୨୦୧୪ରେ ମୁମ୍ବାଇରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ବଲିଉଡ୍‌ରେ ତାଙ୍କର...

ଦାଦା ସାହେବ ଫାଲ୍‌କେ ପୁରସ୍କାରରେ ସମ୍ମାନିତ ହେଲେ ବିଗ୍‌-ବି

ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ଦାଦା ସାହେବ ଫାଲ୍‌କେ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ...

ସୁଶାନ୍ତଙ୍କ ମୃତ୍ୟୁ ହୋଇଥିବା ଘରେ ପହଞ୍ଚିଲେ ଅଙ୍କିତା !

ମୁମ୍ବାଇ: ବଲିଉଡ୍‌ ଷ୍ଟାର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଏପର୍ଯ୍ୟନ୍ତ ଅନେକେ ବିଶ୍ୱାସ କରିପାରୁ ନାହାନ୍ତି। ସୁଶାନ୍ତଙ୍କ ମୃତ୍ୟୁ ଖବର ପାଇବା ପରଠାରୁ ସମ୍ପୂର୍ଣ୍ଣ ଭାବେ...

କଥା ୩୩ କୋଟିର

ବରୁଣ ଧାଓ୍ବନ ଏବେ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର-ଥ୍ରୀଡି’ରେ ଅଭିନୟ କରୁଛନ୍ତି। ଏହି ଫିଲ୍ମ ପାଇଁ ସେ କୁଆଡ଼େ ପାରିଶ୍ରମିକ ଭାବେ ୩୩ କୋଟି ଟଙ୍କା ନେଇଛନ୍ତି। ହେଲେ...

ଅଭିଷେକଙ୍କୁ ହସ୍ପିଟାଲରୁ ଛୁଟି, କହିଲେ ମୁଁ ଘରକୁ ଯିବି ନାହିଁ

ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ଏବଂ ପୁଅ ଅଭିଷେକ ବଚ୍ଚନ କରୋନା ଆକ୍ରାନ୍ତ ହୋଇ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏପଟେ ଐଶ୍ଚର୍ଯ୍ୟା ରାୟ...

୧୨ ବର୍ଷ ପରେ ଏକାଠି ହେବେ ବଣ୍ଟି-ବବ୍‌ଲୀ

ମୁମ୍ବାଇ: ଦୀର୍ଘ ୧୨ ବର୍ଷ ପରେ ପୁଣି ଏକାଠି ହେବେ ବଣ୍ଟି ଏବଂ ବବଲି। ଅଭିଷେକ ବଚ୍ଚନ ଓ ରାଣୀ ମୁଖାର୍ଜୀ ସ୍କ୍ରିନ୍‌ ଶେୟାର କରିବେ।...

ଯେବେ ସୁଶାନ୍ତଙ୍କୁ ପଚରା ଯାଇଥିଲା ଇଣ୍ଡଷ୍ଟ୍ରିରେ ଗଡଫାଦରଙ୍କ ଅବଶ୍ୟକତା ରହିଛି.. ଦେଇଥିଲେ ଏଭଳି ଉତ୍ତର

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ବଲିଉଡରେ ନେପୋଟିଜିମ୍‌ ପ୍ରସଙ୍ଗରେ ବିତର୍କ ଚାଲିଛି। କୁହାଯାଉଛି ଯେ ଷ୍ଟାର କିଡ୍‌ସଙ୍କୁ ସୁଯୋଗ ଦେବା ପାଇଁ ଅନେକ ଚଳଚ୍ଚିତ୍ର...

Advertisement

BGU

Archives

Model This Week

Why Dharitri