୮୦ ବୟସରେ ବି ସେବାରେ ମନ: ଚଳାଉଛନ୍ତି ଫ୍ରି ଅଟୋ ଆମ୍ବୁଲାନ୍ସ…

ନୂଆଦିଲ୍ଲୀ,୨୬।୯ : କଥାରେ ଅଛି ମାନବ ସେବା ହିଁ ମାଧବ ସେବା। ସେବା ପାଇଁ ବୟସର କିଛି ବାଛ ବିଚାର ନଥାଏ। ତାହା ଦିଲ୍ଲୀର ହରଜିନ୍ଦର ସିଂ ପ୍ରମାଣିତ କରିଛନ୍ତି। ତାଙ୍କୁ ଏବେ ୮୦ ବର୍ଷ ବୟସ । ମାତ୍ର ଜୀବନର ପରିଣତ ବୟସରେ ବି ତାଙ୍କର ସେବା ମନୋବୃତ୍ତି ଜାରି ରହିଛି। ବୟସ ତାଙ୍କ ସେବା ଆଗରେ ବାଧା ସୃଷ୍ଟି କରି ପାରି ନାହିଁ। ସେ ଫ୍ରି ଟୋ ଆମ୍ବୁଲାନ୍ସ ଚଳାଇ ଲୋକଙ୍କୁ ସେବା ଯୋଗାଉଛନ୍ତି। ତାଙ୍କ ଅଟୋରିକ୍ସରେ ସର୍ବଦା ଫାଷ୍ଟ ଏଡ କିଟ ରହିଥାଏ। ଏହି କିଟରେ ବ୍ୟାଣ୍ଡେଜ, ଆଣ୍ଟିସେପ୍ଟିକ ଲୋଶନ, ବର୍ନ କ୍ରିମ ଏବଂ ପାରାସିଟାମଲ ଭଳି ସମସ୍ତ ଜରୁରୀକାଳୀନ ସାମଗ୍ରୀ ଥାଏ। ଫାଷ୍ଟ ଏଡ ପାଇଁ ସେ ତାଲିମ ନେଇଛନ୍ତି।

ସେ ଏପର୍ଯ୍ୟନ୍ତ ଶହ ଶହ ଜୀବନ ରକ୍ଷା କରିଛନ୍ତି। ସେ ୫ ଦଶନ୍ଧି ଧରି ଦିଲ୍ଲୀରେ ମାଗଣା ଅଟୋ ଆମ୍ବୁଲାନ୍ସ ସେବା ଯୋଗାଉଛନ୍ତି। ସେ କହିଛନ୍ତି ମୋର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ମୁଁ ମାନବିକତାକୁ ଏହି ସେବା ଯୋଗାଇବା ଜାରି ରଖିବି।

ଏହାପୂର୍ବରୁ ସେ ଜଣେ ଟ୍ରାଫିକ ୱାର୍ଡେନ ଥିଲେ। ସେ ଅଟୋରିକ୍ସା ୟୁନିଅନର ମହାସଚିବ ମଧ୍ୟ ରହି ସାରିଛନ୍ତି। ୧୯୬୪ ରେ ହରଜିନ୍ଦର ଏକ ଅଟୋରିକ୍ସା ଚଳାଇବା ଆରମ୍ଭ କରିଥିଲେ। ସେ ଅଟୋରିକ୍ସା ଚଳାଉଥିବାରୁ ଇତି ମଧ୍ୟରେ ୫୫ ବର୍ଷରୁ ଅଧିକ ସମୟ ବିତିଗଲାଣି। ଥରେ ବି ତାଙ୍କୁ କୌଣସି ଚାଲାଣ କଟି ନାହିଁ କିମ୍ବା ଟ୍ରାଫିକ ପୋଲିସ ତାଙ୍କୁ କେବେ ବି ଅଟକାଇ ନାହିଁ।

ଯଦି କେହି ହରଜିନ୍ଦର ସିଂଙ୍କ ଅଟୋକୁ ଆଗରୁ ଦେଖନ୍ତି, ତେବେ ଏହା ରାଜଧାନୀ ଦିଲ୍ଲୀରେ ଚାଲୁଥିବା ଅନ୍ୟ ଅଟୋ ପରି ଦେଖାଯାଇଥାଏ। ତେବେ ଏହାକୁ ପଛରୁ ଦେଖାଗଲେ ପାର୍ଥକ୍ୟ ଜଣାପଡ଼ିଥାଏ। ତାଙ୍କ ଅଟୋ ପଛ ପାର୍ଶ୍ୱରେ ଏକ ବାର୍ତ୍ତା ଲେଖାଯାଇଛି ସଡ଼କ ଦୁର୍ଘଟଣାରେ ଆହତମାନଙ୍କ ପାଇଁ ମାଗଣା ଆମ୍ବୁଲାନ୍ସ ସେବା।

ଦିଲ୍ଲୀରେ ବନ୍ୟା ପରେ ହରଜିନ୍ଦର ସିଂ ଏହି ପ୍ରେରଣା ପାଇଛନ୍ତି। ସେହି ସମୟ ମଧ୍ୟରେ ସେ ଶିଖ ସମ୍ପ୍ରଦାୟର ଅନ୍ୟ ଲୋକଙ୍କ ସହିତ ମିଶି ସେବା କାର୍ଯ୍ୟ କରିଥିଲେ। ବନ୍ୟା ପରିସ୍ଥିତି ଶେଷ ହେଲା କିନ୍ତୁ, ତାଙ୍କର ସେବା ଜାରି ରହିଲା। ପରେ ସେ ଏକ ମାଗଣା ଅଟୋ ଆମ୍ବୁଲାନ୍ସ ସେବା ଆରମ୍ଭ କରିଥିଲେ। ଉତ୍ତର ପୂର୍ବ ଦିଲ୍ଲୀର ଭଜନପୁରା ଅଞ୍ଚଳରେ ହରଜିନ୍ଦର ତାଙ୍କ ବଡ଼ ପୁଅ ଏବଂ ତାଙ୍କ ପରିବାର ସହିତ ରୁହନ୍ତି। ପ୍ରତିଦିନ ସକାଳ ୮ ଟାରେ ସେ ନିଜ କାମରେ ଚାଲିଯାଆନ୍ତି। ରାସ୍ତାରେ ସାହାଯ୍ୟ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କ ପାଇଁ ହରଜିନ୍ଦର ସହାୟତାର ହାତ ବଢ଼ାଇଥାନ୍ତି।

ହରଜିନ୍ଦର ଅଟୋରେ ଔଷଧ ରଖିଥାନ୍ତି। ଏଥିରେ ସାଧାରଣ ଭାବେ ବ୍ୟବହୃତ ଔଷଧ ଥାଏ। ସେ ନିଜ ଅଟୋରେ ଏକ ଦାନ ବାକ୍ସ ମଧ୍ୟ ରଖିଛନ୍ତି। କିନ୍ତୁ, ସେ ନିଜେ କାହାଠାରୁ ଟଙ୍କା ମାଗନ୍ତି ନାହିଁ । ଯାହାଙ୍କୁ ଯାହା ଦେବାର ଥାଏ ସେମାନେ ଦାନ ବାକ୍ସରେ ପକାଇ ଦିଅନ୍ତି। ହରଜିନ୍ଦର ଦାନ ଟଙ୍କାରେ ଔଷଧ କିଣନ୍ତି। ତାଙ୍କ ବୟସକୁ ବିଚାର କରି ତାଙ୍କ ପରିବାର ସଦସ୍ୟ ସେବା କାର୍ଯ୍ୟରୁ ନିବୃତ୍ତ ହେବାକୁ କହିଛନ୍ତି। କିନ୍ତୁ, ହରଜିନ୍ଦର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଏହି ସେବା ଜାରି ରଖିବେ ବୋଲି ରୋକଠୋକ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?