ସ୍କୁଲ୍‌ରେ ମା’ ପଢ଼ିବେ ପାଠ

ଭୁବନେଶ୍ୱର, ୨୫।୯(ଅସମାପିକା ସାହୁ):ରାଜ୍ୟର ସରକାରୀ ପ୍ରାଥମିକ ସ୍କୁଲ ଛାତ୍ରୀଛାତ୍ରଙ୍କ ମା’ମାନେ ପାଠ ପଢ଼ିବେ। ଏଥିପାଇଁ ଗଣଶିକ୍ଷା ବିଭାଗ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିଛି। ଆସନ୍ତା ଅକ୍ଟୋବରରୁ ପ୍ରତି ୨ମାସରେ ଥରେ ସ୍କୁଲରେ ମା’ମାନଙ୍କ ବୈଠକ କରାଯିବ। ସେମାନେ କିଭଳି ନିଜର ପିଲାଙ୍କ ଦକ୍ଷତା ବିକାଶ କରିପାରିବେ ଓ ସରଳ ଭାବେ ମିଶାଣ-ଫେଡ଼ାଣ ସହ ବିଭିନ୍ନ ପ୍ରକାରର ଫୁଲ, ଫଳ, ଋତୁ ଆଦି ସମ୍ପର୍କରେ ଜ୍ଞାନ ଆହରଣ କରି ନିଜ ପିଲାଙ୍କୁ ପାଠପଢ଼ାରେ ଉତ୍ସାହିତ କରିବେ ସେ ସମ୍ପର୍କରେ ପ୍ରଶିକ୍ଷିତ କରାଯିବ। ଶିକ୍ଷାବର୍ଷର ମାର୍ଚ୍ଚ, ଅକ୍ଟୋବର ଓ ଜାନୁୟାରୀରେ ଏହି ବୈଠକ କରାଯିବ ଓ ଏଥିରେ ପ୍ରଥମରୁ ତୃତୀୟ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ମା’ମାନେ ହିଁ ଯୋଗଦେବେ। ଯେଭଳି ସମସ୍ତ ମା’ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ସେନେଇ ସମ୍ପୃକ୍ତ ସ୍କୁଲର ପ୍ରଧାନଶିକ୍ଷକ ଓ ଶିକ୍ଷକମାନେ ସୁନିଶ୍ଚିତ କରିବେ। ଏ ସମ୍ପର୍କରେ ଓଡ଼ିଶା ସ୍କୁଲ ଏଜୁକେଶନ ପ୍ରୋଗ୍ରାମ ଅଥରିଟି(ଓସେପା)ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହ ରାଜ୍ୟର ସମସ୍ତ ଜିଲା ଶିକ୍ଷାଧିକାରୀ ତଥା ଜିଲା ପ୍ରକଳ୍ପ ସଂଯୋଜକଙ୍କୁ କିଛିଦିନ ତଳେ ଚିଠି ଲେଖି ଅବଗତ କରାଇବା ସହ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି।
ସ୍କୁଲରେ ଶିକ୍ଷକଙ୍କୁ ତଥା ଘରେ ପିଲାମାନଙ୍କୁ ସହଯୋଗର ହାତ ବଢ଼ାଇ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଲକ୍ଷ୍ୟ ହାସଲ କରିବା ଉଦ୍ଦେଶ୍ୟରେ ସରକାର ଏହି ବୈଠକ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଶିଶୁର ପ୍ରଥମ ଗୁରୁ ହେଉଛନ୍ତି ମାତାପିତା। ତେଣୁ ପ୍ରତ୍ୟେକ ମାତାପିତା ନିଜ ପିଲାର ଭାଷାଗତ ଓ ଗାଣିତିକ ଦକ୍ଷତା ବୃଦ୍ଧି କରିବା ଦିଗରେ କିଭଳି ସକ୍ଷମ ହୋଇପାରିବେ ତା’ର ଉପାୟ ସରକାର ଜଣାଇବେ। ମା’ମାନଙ୍କ ସହ ବୈଠକ ବେଳେ କ’ଣ ସବୁ ଆଲୋଚନା ହେବ, ମା’ମାନଙ୍କୁ କେଉଁସବୁ ପ୍ରସଙ୍ଗରେ ପ୍ରଶିକ୍ଷିତ କରାଯିବ ତା’ର ଏକ ବିସ୍ତୃତ ତାଲିକା ସରକାରଙ୍କ ପକ୍ଷରୁ ଦିଆଯାଇଛି। ମା’ମାନଙ୍କର ଉପସ୍ଥିତି ସୁନିଶ୍ଚିତ କରିବା ପାଇଁ ସ୍କୁଲ ପରିଚାଳନା କମିଟି ସଭାପତିଙ୍କ ଦ୍ୱାରା ଓ ପିଲାମାନଙ୍କ ଦ୍ୱାରା ମା’ମାନଙ୍କୁ ପ୍ରଧାନଶିକ୍ଷକ ସୂଚନା ଦେବେ। ଏପରିକି ହ୍ବାଟ୍ସଆପ୍‌ ଗ୍ରୁପ୍‌ ଗଠନ କରି କାର୍ଯ୍ୟକ୍ରମକୁ ସଫଳ ଭାବେ ପରିଚାଳନା କରିବାକୁ ସରକାରଙ୍କ ପକ୍ଷରୁ ଏକ ନିର୍ଦ୍ଦିଷ୍ଟ ସନ୍ଦେଶ ମଧ୍ୟ ପ୍ରଦାନ କରାଯାଇଛି। ନିର୍ଦ୍ଧାରିତ ତାରିଖର ଶେଷ ଦୁଇ ପିରିୟଡ୍‌ରେ ଏହି ବୈଠକ ହେବ। ପିଲାମାନଙ୍କୁ ଓ ସ୍କୁଲକୁ ଦିଆଯାଇଥିବା ପୁସ୍ତିକା, ଶିକ୍ଷଣ ସାମଗ୍ରୀଗୁଡ଼ିକୁ ଦେଖାଇବା ସହ ଏହା ପିଲାମାନଙ୍କର କିଭଳି ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଦକ୍ଷତା ହାସଲରେ ସହାୟକ ହେବ ତାହା ଶିକ୍ଷକମାନେ ମା’ମାନଙ୍କୁ ଜଣାଇବେ। ମା’ମାନେ ପିଲାଙ୍କ ସହିତ ସେମାନଙ୍କର ଅଭିଜ୍ଞତା ବିଷୟରେ ଗୋଟିଏ ବା ଦୁଇ ମିନିଟ୍‌ କହିବାକୁ ସେହି ବୈଠକରେ ଚେଷ୍ଟା କରିବେ। ବୈଠକର ଭିଡିଓ ଓ ଫଟୋ ଉତ୍ତୋଳନ କରି ଏକ ନିର୍ଦ୍ଦିିଷ୍ଟ ଫର୍ମାଟରେ ପଠାଇବାକୁ ସ୍କୁଲଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।
ଓସେପା ପ୍ରକଳ୍ପ ନିର୍ଦ୍ଦେଶକ ଆହୁରି ମଧ୍ୟ କହିଛନ୍ତି, ପିଲାମାନଙ୍କ ମୌଳିକ ସାକ୍ଷରତା ଓ ଗାଣିତିକ ଜ୍ଞାନ ବୃଦ୍ଧି ଉପରେ ଜାତୀୟ ଶିକ୍ଷା ନୀତି-୨୦୨୦ରେ ଗୁରୁତ୍ୱ ଦିଆଯାଇଛି। ଏହି ଦକ୍ଷତାକୁ ଶିଶୁ ଶ୍ରେଣୀରୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ସମନ୍ବୟରେ ଏକ ଅଭିନବ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ୨୦୨୬-୨୭ ସୁଦ୍ଧା ତୃତୀୟ ଶ୍ରେଣୀ ପାଠ ଶେଷ କରିଥିବା ସବୁ ପିଲା ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନର ସମସ୍ତ କୌଶଳ ହାସଲ କରିବେ। ଫଳରେ ପରବର୍ତ୍ତୀ ଶ୍ରେଣୀରେ ପାଠ ବୁଝିବାରେ ପିଲାର ଅସୁବିଧା ହେବନି। ମୌଳିକ ସାକ୍ଷରତାରେ ପିଲାଟିଏ ସ୍ପଷ୍ଟ ଭାବେ କଥା କହିବା ସହ ଅକ୍ଷର ଚିହ୍ନି ବିନା ବାଧାରେ ପଢ଼ିପାରିବ, ବୁଝିପାରିବ ଏବଂ ନିଜ କଥା ଓ ବିଚାରକୁ ଲେଖି ପରିପ୍ରକାଶ କରିପାରିବ। ଏନେଇ ଭୁବନେଶ୍ୱରର ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ତୃତୀୟ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀଙ୍କ ମା’ ରଞ୍ଜିତା ସ୍ବାଇଁ କହିଛନ୍ତି, ସରକାରଙ୍କ ଏହି କାର୍ଯ୍ୟକ୍ରମ ଉଭୟ ପିଲା ଓ ଅଭିଭାବକଙ୍କୁ ବେଶ ସହାୟକ ହେବ। ଏହାଦ୍ୱାରା ପିଲାମାନଙ୍କ ମୌଳିକ ସାକ୍ଷରତା ଓ ଗାଣିତିକି ଜ୍ଞାନ ବୃଦ୍ଧି ପାଇବ।
ଉଲ୍ଲେଖଯୋଗ୍ୟ, ରାଜ୍ୟରେ ପ୍ରାୟ ୫୭ହଜାର ସରକାରୀ ପ୍ରାଥମିକ ସ୍କୁଲ ମଧ୍ୟରୁ ପ୍ରାୟ ୩୬,୫୦୦ ସରକାରୀ ପ୍ରାଥମିକ ସ୍କୁଲରେ ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ହେଉଛି। ଚଳିତମାସ ୯ ତାରିଖରେ ମା’ମାନଙ୍କ ପ୍ରଥମ ବୈଠକ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ପ୍ରାଥମିକ ସ୍କୁଲ ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁ ତାହା ସମ୍ଭବପର ହୋଇପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?