ପ୍ରଥମ ଦେଖାରେ ସାୟାରାଙ୍କୁ ଭଲ ପାଇ ବସିଥିଲେ ଏ.ଆର୍‌.ରହମାନ୍‌…

ମୁମ୍ବାଇ,୬।୧: ସଙ୍ଗୀତକାର ଏ.ଆର୍‌.ରହମାନ୍‌ଙ୍କୁ ବୁଧବାର ୫୩ ବର୍ଷ ପୂରଣ ହୋଇଛି। ସେ ୫୪ରେ ପାଦ ଦେଇଛନ୍ତି। ୧୯୬୭ ଜାନୁୟାରୀ ୬ରେ ଚେନ୍ନାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଏ.ଏସ୍‌. ଦିଲ୍ଲୀପ୍‌ କୁମାର ମୁଦଲିଆର ଥିଲା। ତାଙ୍କ ଭଉଣୀ ୧୯୮୬ରେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ଏହି ସମୟରେ ତାଙ୍କର ସାକ୍ଷାତ୍‌ ଜଣେ ସୁଫି ସନ୍ଥଙ୍କ ସହିତ ହୋଇଥିଲା। ଏହାପରେ ସେ ୧୯୮୯ରେ ୨୩ ବର୍ଷ ବୟସରେ ଇସଲାମ୍‌ ଧର୍ମରେ ଦୀକ୍ଷିତ ହୋଇଥିଲେ। ଜୀବନରେ ଅସଫଳ ହେଉଥିବାରୁ ୨୫ ବର୍ଷ ବୟସ ପର୍ଯ୍ୟନ୍ତ ସେ ପ୍ରତିଦିନ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ। ଏହାପରେ ସେ ସାୟାରା ବାନୋଙ୍କୁ ବିବାହ କରିଥିଲେ। ସାୟାରାଙ୍କ ସହିତ ପ୍ରଥମ ଦେଖାରେ ସେ କହିଥିଲେ ଯେ, ମତେ ହଠାତ୍‌ ସଙ୍ଗୀତ ସ୍ବର ମନେ ପଡ଼ିଲେ ମତେ ଖାଇବା ଥାଳିରୁ ମଧ୍ୟ ଉଠିବାକୁ ପଡ଼ିବ, ତୁମେ ଏଥିରେ ରାଜି ତ? ଏଥିରେ ସାୟାରା ନିଜର ସମ୍ମତି ପ୍ରକାଶ କରିଥିଲେ। ଏବେ ସେ ନିଜର ୩ ସନ୍ତାନ ଖଦିଜା, ରହିମ୍‌ ଏବଂ ଅମନ୍‌ଙ୍କ ସହିତ ବେଶ୍‌ ଆନନ୍ଦିତ ରହିଥିବା କୁହନ୍ତି। ରୋଜା ଫିଲ୍ମରେ ରହମାନ୍‌ଙ୍କ ସଙ୍ଗୀତର ଯାଦୁ ଲୋକଙ୍କୁ ପାଗଳ କରିଥିଲା। ଏହାପରେ ସେ ଅନେକ ଫିଲ୍ମରେ ନିଜର ପ୍ରତିଭା ଦେଖାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଚରେ ତିଆରି ଡ୍ରେସ୍‌ ପିନ୍ଧି ଚର୍ଚ୍ଚାରେ ଏହି ଅଭିନେତ୍ରୀ

ମୁମ୍ବାଇ: ସେଲିବ୍ରିଟିମାନେ ସବୁବେଳେ କିଛି ନା କିଛି କରି ଚର୍ଚ୍ଚାରେ ରହିବାକୁ ପସନ୍ଦ କରିଥାନ୍ତି। ସେମିତି ସେଲିବ୍ରିଟିଙ୍କ ମଧ୍ୟରୁ ଉର୍ଫି ଜାଭେଦ ହେଉଛନ୍ତି ଜଣେ। ବିଶେଷକରି...

ତୋ ପ୍ରେମରେ..

ଓଡ଼ିଆ ମ୍ୟୁଜିକ ଆଲବମ୍‌ ‘ତୋ ପ୍ରେମରେ’କୁ ନେଇ ଚର୍ଚ୍ଚା। ଜିତ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟାନରରେ ନିର୍ମିତ ଏହି ବ୍ୟୟବହୁଳ ମ୍ୟୁଜିକ୍‌ ଭିଡିଓ ନଭେମ୍ବର ଶେଷ ସପ୍ତାହରେ ୟୁଟ୍ୟୁବ୍‌...

ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ସହାୟତା ପ୍ରଦାନ କଲେ ଆଲିଆ

ମୁମ୍ବାଇ: ଭାରତରେ କରୋନା ଭାଇରସ୍‌ ନିଜର କାୟା ବିସ୍ତାର କରିଚାଲିଛି। ପ୍ରତିଦିନ ଏହି ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ବୁଧବାର ସୁଦ୍ଧା ଏହି ଭାଇରସ୍‌ରେ ୩୮...

ଜାଣନ୍ତୁ ଆଲିିଆ-ରଣବୀରଙ୍କୁ କ’ଣ ଉପହାର ଦେଲେ ଏକ୍ସ ଗର୍ଲଫ୍ରେଣ୍ଡ

ବଲିଉଡ୍‌ ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟ ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦୁହିଁଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି।...

ବାଣୀଙ୍କ ସହ ନଜର ଆସିବେ ଆୟୁଷ୍ମାନ

ମୁମ୍ବାଇ: ବଲିଉଡ୍‌ ନାୟକ ଆୟୁଷ୍ମାନ ଖୁରାନାଙ୍କ ନୂଆ ଫିଲ୍ମକୁ ନେଇ କିଛି ଖବର ଆସିଛି। ଖୁବ୍‌ଶୀଘ୍ର ସେ ନିର୍ଦ୍ଦେଶକ ଅଭିଷେକ କପୁରଙ୍କ ଫିଲ୍ମରେ ନଜର ଆସିବେ।...

ସୁପରବୟ

ନୂଆ ଓଡ଼ିଆ ସିନେମା ‘ସୁପରବୟ’ ରିଲିଜ ଅପେକ୍ଷାରେ ରହିଛି। ଏକ ସସ୍‌ପେନ୍ସ କାହାଣୀକୁ ଆଧାର କରି ଫିଲ୍ମଟି ନିର୍ମିତ ହୋଇଛି। ଜଣେ ଯୁବକ କିପରି ସୁପର...

ବଲିଉଡ୍‌ର ଏହି ବ୍ୟକ୍ତିଙ୍କୁ ଗଡ୍‌ଫାଦର ଭାବନ୍ତି ସଲମାନ

ମୁମ୍ବାଇ: କୁହାଯାଏ, ସମସ୍ତଙ୍କ ଜୀବନରେ କେହି ନା କେହି ଗଡ୍‌ଫାଦର ଅଛନ୍ତି। ଆମକୁ କେବଳ ଏହା ହୃଦୟଙ୍ଗମ କରିବାକୁ ପଡ଼ିବ। ସେହି ଗଡ୍‌ଫାଦର ଯେକୌଣସି ରୂପରେ...

ଭାଇରାଲ ହେଲା ନୁସରତଙ୍କ ଫଟୋ

ମୁମ୍ବାଇ: ନାୟିକା ତଥା ଏମ୍‌ପି ନୁସରତ ଜାହାଁ ପୁଣିଥରେ ଆସିଛନ୍ତି ଚର୍ଚ୍ଚାକୁ। ଏଥର ସେ ଟ୍ରାଡିଶନାଲ ଶାଢି ପିନ୍ଧି ଚର୍ଚ୍ଚାକୁ ଆସିଥିବା ଜଣାପଡିଛି। ନାୟିକା ଭାବେ...

Advertisement
Archives

Model This Week