ଅସୁମାରି ସ୍ବପ୍ନ

ଘାସିରାମ ପଣ୍ଡା

ମିଲି ଯେତେବେଳେ ନବମ ଶ୍ରେଣୀରେ ପଢୁଥିଲେ ଘରଲୋକେ ତାଙ୍କ ବାହା ଠିକ କରି ଦେଇଥିଲେ। ମିଲିର ସ୍ବପ୍ନ କିନ୍ତୁ ଭିନ୍ନଥିଲା। ସେ ପାଖରେ ରହୁଥିବା ଜଣେ ଅଙ୍ଗନୱାଡି କର୍ମୀଙ୍କ ସହଯୋଗରେ ବାହାଘର ବନ୍ଦ ପାଇଁ ବାପା ମା’ଙ୍କୁ ବୁଝାଇବାରେ ସଫଳ ହେଲେ। ଏ ବର୍ଷ ସେ ଦଶମ ଶ୍ରେଣୀର ଛାତ୍ରୀ। ପାଠପଢି ଆଗକୁ ନର୍ସ ହେବାକୁ ଇଚ୍ଛା। ହେଲେ ଘରର ଆର୍ଥିକ ଅବସ୍ଥା ଏଥିରେ ବାଧକ ସାଜୁଛି। ବାପା ସମୁଦ୍ରକୁ ମାଛ ମାରିବାକୁ ଯାଆନ୍ତିି। ଯେତିକି ରୋଜଗାର ହୁଏ ସେଥିରେ ତାଙ୍କୁ ମିଶାଇ ପାଞ୍ଚ ଜଣଙ୍କ ଚଳିବା କଷ୍ଟକର ହୋଇପଡେ। ସେ ଘରର ବଡ। ତାଙ୍କ ତଳେ ଆହୁରି ତିନି ଭଉଣୀ ଓ ଭାଇଟିଏ। ବଡ ଝିଅକୁ ଜଲ୍‌ଦି ବାହା ନ କଲେ ତା’ ପଛକୁ ଥିବା ଝିଅମାନେ ବାହା ହେବାକୁ ଡେରି ହେବ। ବୟସ ବଢିଲେ ଅଧିକ ଯୌତୁକ ଦେବାକୁ ପଡିବ। ମିଲିକୁ ବାଟ ଦେଖେଇବାକୁ ବି କେହି ନାହାନ୍ତି। ନର୍ସ ହେବାକୁ ହେଲେ କ’ଣ ପଢିବାକୁ ହୁଏ, କେତେ ଖର୍ଚ୍ଚ ହୁଏ ଏ ସବୁ ଜାଣିବାକୁ ତାଙ୍କର ଖୁବ୍‌ ଆଗ୍ରହ। ଦୃଢ ଇଚ୍ଛାଶକ୍ତି ସତ୍ତ୍ୱେ ଆର୍ଥିକ ସ୍ଥିତି ଓ ସାମାଜିକ ଚଳଣି ମିଲି ମନକୁ ସନ୍ଦିହାନ କରିଦେଉଛି।
ମିଲି ଭଳି ଅନେକ କିଶୋରୀଙ୍କ ଏମିତି କିଛି ନା କିଛି ଅଭିଳାଷ ଥାଏ। ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ଯୋଗଦାନ ଓ ପାରଦର୍ଶିତା କିଶୋରୀମାନଙ୍କ ଏଭଳି ଅଭିଳାଷକୁ ବଳ ଦେଉଛି। କିଶୋରୀ ମନ ଚାହେଁ ପାଠ ପଢିବ, ରୋଜଗାର କରିବ, ଦୁନିଆ ଦେଖିବ। ନିଜକୁ ଏମିତି ଯୋଗ୍ୟ କରିବ ଯେମିତି କେବେ, କେଉଁଠି, କାହାକୁ ଜୀବନ ସାଥି କରିବ ସେ ନିଷ୍ପତ୍ତି ନିଜେ ନେଇପାରିବ। ହେଲେ ସମସ୍ତଙ୍କର ଏ ସୌଭାଗ୍ୟ ଜୁଟେ ନାହିଁ। ସୁଯୋଗ ଓ ପ୍ରୋତ୍ସାହନର ଅଭାବରେ ମିଲି ଭଳି ଅନେକଙ୍କ ମନରେ ଥିବା ଅସୁମାରି ସ୍ବପ୍ନ ଅଧାରେ ରହିଯାଉଛି। ସମାଜରେ ପ୍ରଚଳିତ ଝିଅ ଜନମ ଚୁଲିମୁଣ୍ଡକୁ ଭଳି ପ୍ରବାଦ ନୂଆ ହୋଇ ଗଜା ମେଲୁଥିବା କିଶୋରୀ ମନର ସ୍ବପ୍ନକୁ ପଲ୍ଲବିତ ହେବା ପୂର୍ବରୁ ପତ୍ରଖିଆ କୀଟ ଭଳି ଚରିଯାଉଛି। ଆମ ରାଜ୍ୟରେ ଏବେ ବି ପ୍ରତି ଶହେରେ ୨୧ ଜଣ ଝିଅ ୧୮ ବର୍ଷ ପୂର୍ବରୁ ବାହା ହୁଅନ୍ତି। ଏହାରି ଭିତରୁ ଅଧିକାଂଶ ବିବାହ ପ୍ରାୟତଃ ୧୪ରୁ ୧୮ ବର୍ଷ ଭିତରେ ହୁଏ। ନିଜର ଶୈଶବ ଯାଇ ନ ଥିବା ପୂର୍ବରୁ ଝିଅଟି ଆଉ ଗୋଟିଏ ଛୁଆର ମା’ ହୁଏ। ବାଲ୍ୟ ବିବାହର ଶିକାର ହେଉଥିବା ଏହି ସବୁ କିଶୋରୀମାନେ ସମସ୍ତ ପ୍ରକାରର ଶିଶୁ ଅଧିକାରରୁ ବଞ୍ଚିତ ହୁଅନ୍ତିି। ପାଠପଢାରେ ଡୋରି ଲାଗେ। ଏମାନଙ୍କ ଭିତରୁ ଅନେକେ ଘରୋଇ ହିଂସାର ସମ୍ମୁଖୀନ ହୁଅନ୍ତିି। ରକ୍ତହୀନତା ଓ ଅପପୁଷ୍ଟିର କବଳରେ ପଡି ଏମାନଙ୍କ ମଧ୍ୟରୁ ଅନେକଙ୍କ ପ୍ରସବ ସମୟରେ ମୃତ୍ୟୁ ହୁଏ। କିଶୋରୀ ମନର ସ୍ବପ୍ନରେ ଡେଣା ଲାଗିବା ପୂର୍ବରୁ ଜୀବନର ଯବନିକା ପଡିଯାଏ।
ନିକଟରେ ଭାରତ ସରକାର ଝିଅଙ୍କ ବିବାହ ବୟସକୁ ୧୮ରୁ ୨୧ କରିବା ପାଇଁ ଏକ କମିଟି ଗଠନ କରିଛନ୍ତିି। ଏହି କମିଟି ଏ ସମ୍ପର୍କରେ ନିଜର ମତ ନୀତି ଆୟୋଗରେ ଦାଖଲ କରିବେ। ଏହି ଅବସରରେ କମିଟିକୁ ଅଭିମତ ପଠେଇବା ପାଇଁ କିଛି କିଶୋର, କିଶୋରୀଙ୍କ ସହ ଆଲୋଚନାର ଅବକାଶ ସୃଷ୍ଟି ହୋଇଥିଲା। ଆଶ୍ଚର୍ଯ୍ୟ ହେଲେ ବି ସମସ୍ତଙ୍କର ମତ ଥିଲା ପ୍ରାୟ ଏକା ପରି। ପ୍ରଥମତଃ ଏକଥା ଉଠିଥିଲା କି ବାହା ହେବାକୁ ନେଇ ଏତେ ଗୁରୁତ୍ୱ କାହିଁକି ଦିଆଯାଉଛି? ବିବାହ ପାଇଁ ଚିନ୍ତିିତ ହେବା ଅପେକ୍ଷା ପିଲାଙ୍କ ସୁରକ୍ଷା, ଶିକ୍ଷା, ତାଲିମ, ନିଯୁକ୍ତି ଓ ରୋଜଗାରକୁ ନେଇ ଚିନ୍ତା କରାଯାଉ ନାହିଁ କାହିଁକି? କେବଳ ଆଇନଗତ ଭାବେ ବିବାହ ବୟସକୁ ୧୮ରୁ ୨୧ କରି ଦିଆଗଲେ ଝିଅଙ୍କ ସ୍ବାର୍ଥର କୌଣସି ସୁରକ୍ଷା ହୋଇପାରିବ ନାହିଁ। ବରଂ ଝିଅମାନଙ୍କୁ ନିଜ ଗୋଡରେ ଠିଆ ହେବା ଭଳି ବାତାବରଣ ତିଆରି ପାଇଁ ଗୁରୁତ୍ୱ ଦେବାକୁ ଅନେକେ ମତ ରଖିଥିଲେ। ଝିଅଙ୍କୁ ନିଜ ଶରୀର ବିଷୟରେ ବୁଝିବା ପାଇଁ ଅବକାଶ ମିଳୁନାହିଁ। କୈଶୋର ଅବସ୍ଥାରେ ଦେହ ଓ ମନର ପରିବର୍ତ୍ତନ ଉପରେ ଚର୍ଚ୍ଚା, ଆଲୋଚନା କରିବାର ସୁଯୋଗ ସୃଷ୍ଟିହେଲେ ସାଥି ବାଛିବାର ବୟସ ଓ ଆବଶ୍ୟକତା ସମ୍ପର୍କିତ ନିଷ୍ପତ୍ତି ନେବା ସହଜ ହୋଇପାରିବ। ଉଚ୍ଚ ଶିକ୍ଷା ପାଇଁ ପ୍ରୋତ୍ସାହନ, ବୃତ୍ତି ଚୟନରେ ସହାୟତା, ବାଲ୍ୟ ବିବାହ ପ୍ରବଣତା ଥିବା ପରିବାରକୁ ସାମାଜିକ ଓ ଆର୍ଥିକ ସୁରକ୍ଷା ଯୋଜନାରେ ସାମିଲ କରାଯାଇପାରିଲେ ଝିଅ ପିଲାମାନେ ଅଧିକ ପଢିବାର ଅବକାଶ ପାଇବେ ଓ ବିବାହ ବୟସ ଆପେ ବଢିଯିବ।
ସ୍ବପ୍ନ ସାକାର ହେବାର ଅବକାଶକୁ ଅନୁଭବ କରିପାରିଲେ ସ୍ବପ୍ନ ଦେଖିବାର ସାହସ ସୃଷ୍ଟି ହେବ। ଏହା ସେମାନଙ୍କୁ ନୂଆ କିଛି କରି ଦେଖେଇବାର ଖୋରାକ ଯୋଗାଇବ। ସ୍ବପ୍ନକୁ ଡେଣା ମିଳିଲେ ନିଜ ସାମର୍ଥ୍ୟରେ ସେ ଅନେକ ଦୂରକୁ କ୍ଷେପିଯିବେ। ଏପରି ଏକ ସ୍ଥିତିରେ ବିବାହ ସେମାନଙ୍କ ପାଇଁ ବାଧ୍ୟବାଧକତା ନ ହୋଇ ଆଗ୍ରହର ବିଷୟ ହେବା ଉଚିତ।
ସୁବର୍ଣ୍ଣପୁର, ମୋ-୯୪୩୮୩୪୧୭୯୪
ghasirampanda@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ନୀତିର ଠିକାଦାର

ସନ୍ଧ୍ୟାରେ ଜଣେ ଯୁବତୀ ଓ ଯୁବକ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ହଠାତ୍‌ କିଛି ଲୋକ ସେମାନଙ୍କୁ ଘେରିଗଲେ। ପ୍ରଶ୍ନ ଆରମ୍ଭ- କିଏ ତୁମେ? ଏଠାରେ…

ବିଜ୍ଞାନର ଆଧ୍ୟାତ୍ମିକତା

ଅନେକ ଶତାବ୍ଦୀ ଧରି ମାନବ ସଭ୍ୟତା ବିଜ୍ଞାନ ଏବଂ ଆଧ୍ୟାତ୍ମିକତାକୁ ଦୁଇଟି ପରସ୍ପର ବିରୋଧୀ ମାର୍ଗ ଭାବରେ ଦେଖିଆସିଛି। ଗୋଟିଏ ପଟେ ବିଜ୍ଞାନ, ଯାହା ପ୍ରମାଣ, ପରୀକ୍ଷା,…

ବୈଦିକ ଭୂମିରେ ହିନ୍ଦୁଧର୍ମ

ସିନ୍ଧୁ ନଦୀର ଶାଖାନଦୀଗୁଡ଼ିକ ଦ୍ୱାରା ପ୍ଳାବିତ ପଞ୍ଜାବ ମୂଳ ବୈଦିକ ଭୂମି ଥିଲା। ହେଲେ ଏବେ ଯମୁନା-ଗଙ୍ଗା ଧୋୟାଞ୍ଚଳ ସହିତ ବେଦକୁ ଅଧିକ ଜଡ଼ିତ କରାଯାଉଥିବାବେଳେ ଅନ୍ୟପକ୍ଷରେ…

ବ୍ୟକ୍ତିନୀତି-ଗଣନୀତି-ଦୈବୀନୀତି

ପ୍ରାକ୍‌ ସ୍ବାଧୀନତା କାଳରେ ରାଜନୀତିର ସଂଜ୍ଞା ଓ ସ୍ବରୂପ ନିରୂପଣ କରିବା ଆଦୌ କଠିନ ନ ଥିଲା, ବରଂ ଅତ୍ୟନ୍ତ ସହଜ ସାଧ୍ୟ ଥିଲା। ମାତ୍ର ସ୍ବାଧୀନତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?