ଶ୍ରୀକ୍ଷେତ୍ରରେ ପୂର୍ବରୁ ହେଉଥିଲା ଅଷ୍ଟ ମହାବୀରଙ୍କ ଉପାସନା

ପୁରୀ,୧୪ା୪(ଅଜିତ୍‌ ମହାନ୍ତି):ଶ୍ରୀକ୍ଷେତ୍ରରେ ହନୁମାନ ଉପାସନା ବହୁ ପ୍ରାଚୀନ ପରମ୍ପରା। ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ରଙ୍କ ସୂଚନା ଅନୁଯାୟୀ, ଶ୍ରୀକ୍ଷେତ୍ରର ମହାବୀର ଉପାସନା ସହିତ ଶ୍ରୀଜଗନ୍ନାଥ ବଲ୍ଲଭ ମଠ ସମ୍ପୃକ୍ତ। ମହାବିଷୁବ ସଂକ୍ରାନ୍ତି ଦିନ ଏହି ମଠ ପକ୍ଷରୁ ଶ୍ରୀମନ୍ଦିର ପୂର୍ବଦ୍ୱାରରେ ବିଜେ କରିଥିବା ଫତେ ମହାବୀର, ପଶ୍ଚିମଦ୍ୱାର ମହାବୀର ଓ ଦକ୍ଷିଣଦ୍ୱାର ମହାବୀରଙ୍କୁ ପ୍ରଥମେ ପନ୍ତିଭୋଗ ଲାଗେ। ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ଜଗନ୍ନାଥ ବଲ୍ଲଭ ମଠକୁ ଯାଇ ମଠ ପରିସରରେ ବଡ଼ ମହାବୀର ନାମରେ ପ୍ରସିଦ୍ଧ ସୁଗ୍ରୀମ ମହାରାଜଙ୍କ ନିକଟରେ ପହଞ୍ଚିଥାଏ। ଶ୍ରୀମନ୍ଦିର ପୂଜାପଣ୍ଡା ସୁଗ୍ରୀବ ମହାରାଜାଙ୍କୁ କାନ୍ତି ଓ ଶିରପା ସମର୍ପଣ କରିବା ପରେ ଆଜ୍ଞାମାଳ ଲାଗି ହୁଏ ଓ ପୁନଃ ମଠ ପରିସରରେ ଥିବା ଗୁମ୍ଫା ମହାବୀରଙ୍କ ପାଖକୁ ଆଜ୍ଞାମାଳ ଯାଏ। ଗୁମ୍ଫା ମହାବୀର, ମନ୍ତ୍ରୀ ଜାମ୍ବବାନ ରୂପେ ପ୍ରସିଦ୍ଧ। ସେଠାରେ ନୀତି ସରିବା ପରେ ମହାପ୍ରଭୁଙ୍କ ଆଜ୍ଞାମାଳର କିଛି ଅଂଶ ଜାମ୍ବବାନଙ୍କୁ ଲାଗିହୁଏ। ପୂର୍ବରୁ ସୁଗ୍ରୀବ ମହାରାଜାଙ୍କୁ ମଧ୍ୟ ଆଜ୍ଞାମାଳର କିଛି ଅଂଶ ଲାଗି ହୋଇସାରିଥାଏ। ସୁଗ୍ରୀବ ମହାରାଜ, ମନ୍ତ୍ରୀ ଜାମ୍ବବାନଙ୍କ ପରେ ଆଜ୍ଞାମାଳ ମଠ ପରିସରରେ ଗୁଆବାରୀ ମହାବୀର ରୂପେ ପ୍ରସିଦ୍ଧି ଲାଭ କରିଥିବା ଶ୍ରୀହନୁମାନଙ୍କ ପାଖକୁ ଯାଏ। ଏଠାରେ ପୂଜାନୀତି ସରିବା ପରେ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳର କିଛି ଅଂଶ ଶ୍ରୀହନୁମାନଙ୍କୁ ଲାଗି କରନ୍ତି। ଏହାପରେ ଆଜ୍ଞାମାଳ ପୋଖରିଆ ମହାବୀରଙ୍କ ପାଖକୁ ଯାଏ। ବର୍ତ୍ତମାନ ବଡ଼ଦାଣ୍ଡରେ ଥିବା ମ୍ୟୁନିସିପାଲିଟି ମାର୍କେଟ, ଯାହାକି ବଳଭଦ୍ରବଲ୍ଲଭ ରୂପେ ପରିଚିତ ଥିଲା, ତାହାର ପୂର୍ବ ଦିଗକୁ ଏହି ପୋଖରିଆ ଅବସ୍ଥିତ। ପୂର୍ବେ ଏହା ଶ୍ରୀସୁଦର୍ଶନ ବଲ୍ଲଭ ରୂପେ ପରିଚିତ ଥିଲା। ପୋଖରିଆ ମହାବୀର ଶ୍ରୀଜଗନ୍ନାଥବଲ୍ଲଭ ମଠର ଉପାସନା ଭିଭିରେ ରାମାୟଣର ‘ନୀଳ’ ରୂପେ ଉପାସିତ। ଏଠାରେ ନୀତି ହେବା ପରେ ଆଜ୍ଞାମାଳର କିଛି ଅଂଶ ଲାଗି କରାଯାଏ। ଏହାପରେ ମହାପ୍ରଭୁଙ୍କଠାରୁ ଆସିଥିବା ଅବଶିଷ୍ଟ ଆଜ୍ଞାମାଳ ସହ ପୂଜାପଣ୍ଡା ସାମନ୍ତ ଚକ୍ରତୀର୍ଥ ଅଞ୍ଚଳରେ ବିଜେ କରିଥିବା ବେଡ଼ି ହନୁମାନଙ୍କ ନିକଟକୁ ପଟୁଆରରେ ଯାଆନ୍ତି। ବେଡ଼ି ହନୁମାନ ଅଥବା ଦରିଆ ମହାବୀର ରୂପେ ପ୍ରସିଦ୍ଧି ଲାଭ କରିଥିବା ଏହି ମହାବୀର, ଶ୍ରୀଜଗନ୍ନାଥ ବଲ୍ଲଭ ମଠର ଉପାସନା ଧାରାରେ ‘ନଳ’ ରୂପେ ପରିଚିତ। ସେଠାରେ କାନ୍ତି ଶିରିପା ଲାଗି ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ଲାଗି ହୁଏ। ସେଠାରୁ ଉକ୍ତ ପଟୁଆର ପୁନଃ ଶ୍ରୀଜଗନ୍ନାଥବଲ୍ଲଭ ମଠକୁ ଆସେ। ଶ୍ରୀଜଗନ୍ନାଥ ବଲ୍ଲଭରେ ସେତେବେଳକୁ ଶ୍ରୀମନ୍ଦିରର ଭଣ୍ଡାର ମହାବୀର ପାଲିଙ୍କିରେ ଆସି ବିଜେ କରିଥାନ୍ତି। ମହାପ୍ରଭୁଙ୍କ ଆଜ୍ଞାମାଳ ପଟୁଆର ମଠକୁ ଫେରିବା ବେଳକୁ ଭଣ୍ଡାର ମହାବୀର ଅପେକ୍ଷା କରିଥାନ୍ତି। ପୂଜାପଣ୍ଡା ସେବକ ଭଣ୍ଡାର ମହାବୀରଙ୍କୁ ଏଠାରେ ମାଜଣା କରି କାନ୍ତିଶିରପା ଲାଗି କରିବା ପରେ ଭଣ୍ଡାର ମହାବୀର ଶ୍ରୀମନ୍ଦିରକୁ ଫେରିଥାନ୍ତି। ତେବେ ତେବେ ଅତୀତରେ ଶ୍ରୀକ୍ଷେତ୍ରରେ ଅଷ୍ଟ ମହାବୀରଙ୍କ ଉପାସନା ହେଉଥିବା ସୂଚନା ମିଳେ। ମାତ୍ର ଏବେ ୫ ମହାବୀରଙ୍କ ନିକଟକୁ ଆଜ୍ଞାମାଳ ଯାଉଥିବାବେଳେ ଅନ୍ୟ ୩ ମହାବୀର କିଏ ତାହା ଏବେ ଲୁକ୍କାୟିତ ହୋଇ ରହିଥିବା ମିଶ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳକଙ୍କୁ ଅସଦାଚରଣ: ପଡୋଶୀ ଘରର ନାବାଳକଙ୍କୁ ଘରକୁ ଡାକି….

ବଲାଙ୍ଗୀର, ୨୨ା୫ (ସୁନିଲ କୁମାର ମହାନ୍ତି): ଜଣେ ନାବାଳକଙ୍କୁ ଅସଦାଚରଣ ଅଭିେଯାଗରେ ପୁଇଁନ୍ତଳା ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ଥାନାକୁ ଆଣି ଅଟକ ରଖିଥିବା ଜଣାପଡିଛି। ବ୍ୟକ୍ତି…

ରାଜ୍ୟରେ ଶକ୍ତି ସଙ୍କଟ: ଆସନ୍ତା ୬ ମାସ ପାଇଁ ‘ଏସ୍‌ମା’ ଲାଗୁ କଲେ ସରକାର

ଭୁବନେଶ୍ୱର,୨୨।୫(ରବିନାରାୟଣ ଜେନା):  ରାଜ୍ୟରେ କିଭଳି ନିରବଚ୍ଛିନ୍ନ ବିଦ୍ୟୁତ୍‌ ସରବରାହ ହୋଇପାରିବ ଏବଂ କର୍ମଚାରୀମାନେ ଆନ୍ଦୋଳନକୁ ନ ଓହ୍ଲାଇବେ ତାକୁ ଦୃଷ୍ଟିରେ ରଖି ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ…

ପେଣ୍ଟ ପକେଟ୍‌ରେ ଥିଲା ମୋବାଇଲ୍ ହଠାତ ହେଲା ବିସ୍ଫୋରଣ, ଅଳ୍ପକେ ବଞ୍ଚିଲେ..

ପଦ୍ମପୁର, ୨୨/୦୫ (ପ୍ରଦୀପ୍ତ ଦାଶ): ପଦ୍ମପୁର ନିକଟସ୍ଥ ଭେଉଁରିଆ ପଞ୍ଚାୟତର ଅମିତ କୁମାର ସାହୁ ସାଧାରଣ ଦିନମାନଙ୍କ ଭଳି ପେଣ୍ଟ ପକେଟ୍‌ରେ ମୋବାଇଲ୍ ରଖି କାମକୁ ବାହାରିଥିଲେ।…

ଗ୍ରାହକଙ୍କ ପାଇଁ ଆଶ୍ଵସ୍ତି: ଟଳିଲା ଷ୍ଟ୍ରାଇକ୍, ମେ ୨୫ ଓ ୨୬ରେ ସ୍ଵାଭାବିକ ରହିବ ଷ୍ଟେଟ୍ ବ୍ୟାଙ୍କ…

ନୂଆଦିଲ୍ଲୀ,୨୨।୫: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ଵସ୍ତିକର ଖବର। ଆସନ୍ତା ମେ ୨୫ ଏବଂ ୨୬ ତାରିଖରେ ବ୍ୟାଙ୍କର ସମସ୍ତ…

ଥୁଆମୂଳ ରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳ ରାମପୁର, ୨୨ା୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ନାକୁରୁଣ୍ଡି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ହଠାତ୍‌ ବର୍ଷାପବନ…

ସିବିଏସଇ ଭଳି ସିଏଚଏସଇରେ ବିକାଶର ନୂଆଁ ରେକର୍ଡ: ଖୁସିରେ ମିଠା ଖୁଆଇଲେ କ୍ରୀଷ୍ଣା ବିକାଶ ଗ୍ରୁପ୍ ଚେୟାରମେନ, ସତ୍ୟସୁନ୍ଦର ରାଜ୍ୟ ଓ ସମର୍ପିତା ପଶ୍ଚିମ ଓଡ଼ିଶା ଟପ୍ପର

ବରଗଡ଼,୨୨।୫(ପ୍ରେମାନନ୍ଦ ଖମାରୀ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପରିଚାଳିତ ପରୀକ୍ଷା ଭଳି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱର, ଓଡ଼ିଶା ଦ୍ଵାରା ଆୟୋଜିତ ଦ୍ଵାଦଶ ଶ୍ରେଣୀ…

KKRକୁ ବଡ଼ ଝଟକା: ଭାଙ୍ଗିଗଲା ଆଙ୍ଗୁଠି, ଆଇପିଏଲ୍‌ରୁ ବାଦ୍ ପଡ଼ିଲେ ଷ୍ଟାର୍ ବ୍ୟାଟ୍ସମ୍ୟାନ୍…

କୋଲକାତା,୨୨।୫: ଆଇପିଏଲ୍ (IPL) ୨୦୨୬ରେ ପ୍ଲେ-ଅଫ୍ ଦୌଡ଼ରେ ରହିଥିବା କୋଲକାତା ନାଇଟ୍ ରାଇଡର୍ସ (KKR) ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଦଳର ଶେଷ ଲିଗ୍ ମ୍ୟାଚ୍…

ଚୋରା ଚାଲାଣ ରୋକିବା ପାଇଁ ବାଲି ସୈରାତକୁ ଖୋଳି ଦେଲା ଖଣି ବିଭାଗ   

ଦିଗପହଣ୍ଡି,୨୨|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ପତ୍ରଚୁଡ଼ି, ସୁନ୍ଦରଡ଼ା ଗ୍ରାମ ନିକଟ ବାହୁଦା ନଦୀ ର ବାଲି ସୈରାତ ନିଲାମ ହୋଇନଥିବା ବେଳେ ସେଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri