ଆଦିବାସୀ ଟଙ୍କାରେ ଅୟସ କରୁଥିଲେ ଯନ୍ତ୍ରୀ, ଡେପୁଟେଶନରେ ଯିବାକୁ ଜାରି ହେଲା ଅର୍ଡର

ନୀଳଗିରି,୧୯ା୧୧ (ପ୍ରଶାନ୍ତ କୁମାର ବିଶ୍ୱାଳ): ନୀଳଗିରିର ବହୁ ବାଦବିବାଦରେ ଲିପ୍ତ ନୀଳଗିରି ବ୍ଲକର ସହକାରୀ ଯନ୍ତ୍ରୀ ଶରତଚନ୍ଦ୍ର ଉପାଧ୍ୟାୟ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକକୁ ଡେପୁଟେଶନରେ ବଦଳି ଅର୍ଡର ହୋଇଥିବା ଜଣାଯାଇଛି। ଆଇଟିଡିଏ କାର୍ଯ୍ୟରତ ଥିବାବେଳେ ଆଦିବାସୀ ଟଙ୍କାରେ ଅୟସ କରୁଥିଲେ ଯନ୍ତ୍ରୀ ଜଣକ। ବହୁ ବାଦବିବାଦରେ ଲିପ୍ତ ନୀଳଗିରି ବ୍ଲକର ସହକାରୀ ଯନ୍ତ୍ରୀ ଶରତ ଚନ୍ଦ୍ର ଉପାଧ୍ୟାୟଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବାଲେଶ୍ୱର ଜିଲାପାଳ ଚିଠି ନମ୍ବର ୪୮୨୯ ତା- ୧୭.୧୧.୨୫ ଅନୁଯାୟୀ ଭୋଗରାଇକୁ ଡେପୁଟେଶନରେ ବଦଳି ଅର୍ଡର କରାଯାଇଛି। ଉପାଧ୍ୟାୟଙ୍କ ସ୍ଥାନରେ ରେମୁଣା ବ୍ଲକର ସହକାରୀଯନ୍ତ୍ରୀ କାର୍ଯ୍ୟଭାର ଗ୍ରହଣ କରିବାର ନିର୍ଦ୍ଦେଶ ରହିଛି। ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଉପାଧ୍ୟାୟଙ୍କ ତେଲ ପକାଇ ଅର୍ଥହଡପ ଘଟଣା ଲୋକଲୋଚନକୁ ଆସିଥିଲା। ସତ୍ୟତା ପ୍ରମାଣିତ ପରେ ଉପାଧ୍ୟାୟଙ୍କୁ ଜିଲାପାଳ ଡେପୁଟେଶନରେ ବଦଳି କରିଥିବାର ଜଣାପଡ଼ିଛି। ଯନ୍ତ୍ରୀ ଉପାଧ୍ୟାୟ ନୀଳଗିରି ଆଇଟିଡିଏରେ କାର୍ଯ୍ୟରତ ଥିବାବେଳେ ସରକାରୀ ତେଲ ବିଲ ନେଇ ସରକାରୀ ଗାଡ଼ିରେ ତେଲ ନ ପକାଇ ନିଜଗାଡ଼ିରେ ଡିଜେଲ ବଦଳରେ ପେଟ୍ରୋଲ ପକାଇବା ସିସିଟିଭିରେ କଏଦ ହୋଇ ଘଟଣା ଲୋକଲୋଚନକୁ ଆସିବା ପରେ ଜିଲାପାଳ ତଦନ୍ତ କରିବାକୁ ନୀଳଗିରି ଉପଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନୀଳଗିରି ଉପଜିଲାପାଳ ତଦନ୍ତ କରି ଘଟଣାର ସତ୍ୟତା ଜାଣି ଜିଲାପାଳଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କରିଥିଲେ। ଜିଲାପାଳ ତଦନ୍ତ ରିପୋର୍ଟକୁ ଆଧାର କରି ଉପାଧ୍ୟାୟଙ୍କ ବଦଳି କରିବାକୁ ରାଜ୍ୟ ସରକାରଙ୍କୁ ସୁପାରିସ କରିଥିଲେ। ଏହି ଆଧାରରେ ରାଜ୍ୟ ସରକାର ଉପାଧ୍ୟାୟଙ୍କର ଡେପୁଟେଶନରେ ବଦଳି କରିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ଫାଇନାଲରେ ଏହି ୩ ପାକିସ୍ତାନୀ ଖେଳାଳି ଭାରତ ପାଇଁ କାଳ! ମ୍ୟାଚର ମୋଡ଼ ପଲଟାଇବାରେ ମାହିର, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧।୧୦: ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ହେଲେ ରୋମାଞ୍ଚର କୌଣସି ଅଭାବ ରହେ ନାହିଁ। ଏବେ ଏସିଆନ ଗେମ୍ସ ୨୦୨୬ର ଫାଇନାଲରେ ଦୁଇ ଦଳ…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?