ମୃତକ, ଆହତଙ୍କ ପରିବାରକୁ ମିଳୁନି ସହାୟତା

ଛତ୍ରପୁର,୫/୯(ଡି.ଏନ୍‌.ଏ.):ରାଜ୍ୟରେ ସର୍ବାଧିକ ସଡ଼କ ଦୁର୍ଘଟଣା ଗଞ୍ଜାମ ଜିଲାରେ ଘଟୁଛି। ଏପରିକି ଅଜଣା ଗାଡି ଧକ୍କାରେ ପ୍ରତିବର୍ଷ ବହୁ ଲୋକଙ୍କ ଜୀବନ ମଧ୍ୟ ଯାଉଛି। ଅଜଣା ଗାଡି ଧକ୍କାରେ ଯଦି କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଘଟେ କିମ୍ବା ଗୁରୁତର ଆହତ ହୋଇଥାନ୍ତି ସେମାନଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ରାଶି ପ୍ରଦାନ କରିବା ବ୍ୟବସ୍ଥା କରାଯାଇଛି। ୨୦୧୮ମେ ୧୪ ତାରିଖରେ ରାଜ୍ୟ ସରକାର ହିଟ୍‌ ଆଣ୍ଡ ରନ୍‌ ମୋଟରଯାନ ଦୁର୍ଘଟଣା ମାମଲାର ସହାୟତା ପାଇଁ ସୋଲେସିଅମ ଫଣ୍ଡ ଆରମ୍ଭ କରିଥିଲେ। ଏହି ଯୋଜନାରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଓ ଅଧିକ ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ସହାୟତା ଦିଆଯାଇଥାଏ। ଦୁର୍ଘଟଣାର ବର୍ଷକ ମଧ୍ୟରେ ଏହି ଯୋଜନା ମାଧ୍ୟମରେ ସହାୟତା ପାଇଁ ଆବେଦନ କରିବା ନିୟମ ରହିଛି। ତେବେ ଏହି ସ୍କିମ ଆରମ୍ଭ ହେବା ପରଠାରୁ ଗଞ୍ଜାମ ଜିଲାରେ ଦୁର୍ଘଟଣାରେ ମୃତ ଓ ଗୁରୁତର ଆହତ ବହୁ ବ୍ୟକ୍ତିଙ୍କ ପରିବାର ସହାୟତା ଅର୍ଥ ପାଇ ନ ଥିବା ଜଣାପଡିଛି।
ସୋଲେସିଅମ ଯୋଜନା କାର୍ଯ୍ୟକାରୀ କରିବା ଲାଗି ଗଞ୍ଜାମ ଜିଲାରେ ୨୦୧୮ରେ ୫ଜଣିଆ କମିଟି ଗଠନ କରାଯାଇଥିଲା। ଏହି କମିଟିରେ ଜିଲାପାଳ ଅଧ୍ୟକ୍ଷ ରହିଛନ୍ତି। ପ୍ରତିବର୍ଷ ଜିଲାରେ ବହୁ ଲୋକଙ୍କ ଅଜଣା ଗାଡି ଧକ୍କାରେ ମୃତ୍ୟୁ ହେଉଥିବା ବେଳେ ଗୁରୁତର ଆହତ ମଧ୍ୟ ହେଉଛନ୍ତି। ସୋଲେସିଅମ ସ୍କିମ ଲାଗୁ ହେବା ଦିନଠାରୁ ଏ ପର୍ଯ୍ୟନ୍ତ ସହାୟତା ପାଇଁ ମାତ୍ର ୭୧ଜଣ ଦୁର୍ଘଟଣାଗ୍ରସ୍ତଙ୍କ ପରିବାର ସହାୟତା ପାଇଁ ଆବେଦନ କରିଛନ୍ତି। ଏହି ଆବେଦନ ପତ୍ରକୁ କଟକସ୍ଥିତ ପରିବହନ କମିଶନରଙ୍କ କାର୍ଯ୍ୟାଳୟକୁ ପଠାଯାଇଥିଲା। ସେଥିମଧ୍ୟରୁ ୩୧ ଜଣଙ୍କ ପରିବାରକୁ ସହାୟତା ରାଶି ମିଳିଥିବା ବେଳେ ୪୦ଟି ଆବେଦନ ଖାରଜ ହୋଇଥିବା ଛତ୍ରପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ସଚେତନତା ଅଭାବରୁ ଏହାର ସୁଫଳ ମିଳିପାରୁନାହିଁ। ଯାହାଫଳରେ ଏହାର ଲକ୍ଷ୍ୟ ସାଧିତ ହୋଇପାରୁନି। ଜିଲାପ୍ରଶାସନ ଓ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ବ୍ୟାପକ ସଚେତନତା ଅଭାବରୁ ଯୋଜନା ସମ୍ପର୍କରେ ବହୁ ଲୋକ ଜାଣିନାହାନ୍ତି। ଯୋଜନା କେବଳ ପୋଷ୍ଟର ମାରିବାରେ ସୀମିତ ରହିଯାଇଛି। ସେହିପରି ଦୁର୍ଘଟଣା ବେଳେ ଯଦି କୌଣସି ଲୋକ ସେଠାରୁ ଗୁରୁତରଙ୍କୁ ମେଡିକାଲକୁ ନେବେ ପୋଲିସ ସେମାନଙ୍କ ଉପରେ କୌଣସି ମାମଲା ରୁଜୁ କରିବ ନାହିଁ ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆରଟିଓ ପକ୍ଷରୁ ସମ୍ମାନିତ କରାଯିବା ବ୍ୟବସ୍ଥା ସରକାର କରିଛନ୍ତି। ଏଥିସହ ଦୁଇ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିବାର ନିୟମ ରହିଥିଲେ ମଧ୍ୟ ବହୁ ଲୋକ ପୋଲିସ କେସ ଭୟରେ ଦୁର୍ଘଟଣା ହେଲେ ଆହତଙ୍କୁ ମେଡିକାଲ ନେବାପାଇଁ ରାଜି ହେଉନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ଚିକିତ୍ସା କଲେ ଚାକିରିରୁ ବିଦା ହେବେ ଡାକ୍ତର

ବ୍ରହ୍ମପୁର,୨୭।୪(ସୁବାସ ଚନ୍ଦ୍ର ପାଢ଼ୀ): ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମକେସିଜି) ମେଡିକାଲର ବିଭିନ୍ନ ବିଭାଗରେ କାର୍ଯ୍ୟରତ ସିନିୟର୍‌ ରେସିଡେଣ୍ଟ(ଏସ୍‌ଆର) ତଥା ଟ୍ୟୁଟରମାନେ ଘରୋଇ ମେଡିକାଲରେ ରୋଗୀ ଚିକିତ୍ସା କରୁଥିବା...

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri