ମୃତକ, ଆହତଙ୍କ ପରିବାରକୁ ମିଳୁନି ସହାୟତା

ଛତ୍ରପୁର,୫/୯(ଡି.ଏନ୍‌.ଏ.):ରାଜ୍ୟରେ ସର୍ବାଧିକ ସଡ଼କ ଦୁର୍ଘଟଣା ଗଞ୍ଜାମ ଜିଲାରେ ଘଟୁଛି। ଏପରିକି ଅଜଣା ଗାଡି ଧକ୍କାରେ ପ୍ରତିବର୍ଷ ବହୁ ଲୋକଙ୍କ ଜୀବନ ମଧ୍ୟ ଯାଉଛି। ଅଜଣା ଗାଡି ଧକ୍କାରେ ଯଦି କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଘଟେ କିମ୍ବା ଗୁରୁତର ଆହତ ହୋଇଥାନ୍ତି ସେମାନଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ରାଶି ପ୍ରଦାନ କରିବା ବ୍ୟବସ୍ଥା କରାଯାଇଛି। ୨୦୧୮ମେ ୧୪ ତାରିଖରେ ରାଜ୍ୟ ସରକାର ହିଟ୍‌ ଆଣ୍ଡ ରନ୍‌ ମୋଟରଯାନ ଦୁର୍ଘଟଣା ମାମଲାର ସହାୟତା ପାଇଁ ସୋଲେସିଅମ ଫଣ୍ଡ ଆରମ୍ଭ କରିଥିଲେ। ଏହି ଯୋଜନାରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଓ ଅଧିକ ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ସହାୟତା ଦିଆଯାଇଥାଏ। ଦୁର୍ଘଟଣାର ବର୍ଷକ ମଧ୍ୟରେ ଏହି ଯୋଜନା ମାଧ୍ୟମରେ ସହାୟତା ପାଇଁ ଆବେଦନ କରିବା ନିୟମ ରହିଛି। ତେବେ ଏହି ସ୍କିମ ଆରମ୍ଭ ହେବା ପରଠାରୁ ଗଞ୍ଜାମ ଜିଲାରେ ଦୁର୍ଘଟଣାରେ ମୃତ ଓ ଗୁରୁତର ଆହତ ବହୁ ବ୍ୟକ୍ତିଙ୍କ ପରିବାର ସହାୟତା ଅର୍ଥ ପାଇ ନ ଥିବା ଜଣାପଡିଛି।
ସୋଲେସିଅମ ଯୋଜନା କାର୍ଯ୍ୟକାରୀ କରିବା ଲାଗି ଗଞ୍ଜାମ ଜିଲାରେ ୨୦୧୮ରେ ୫ଜଣିଆ କମିଟି ଗଠନ କରାଯାଇଥିଲା। ଏହି କମିଟିରେ ଜିଲାପାଳ ଅଧ୍ୟକ୍ଷ ରହିଛନ୍ତି। ପ୍ରତିବର୍ଷ ଜିଲାରେ ବହୁ ଲୋକଙ୍କ ଅଜଣା ଗାଡି ଧକ୍କାରେ ମୃତ୍ୟୁ ହେଉଥିବା ବେଳେ ଗୁରୁତର ଆହତ ମଧ୍ୟ ହେଉଛନ୍ତି। ସୋଲେସିଅମ ସ୍କିମ ଲାଗୁ ହେବା ଦିନଠାରୁ ଏ ପର୍ଯ୍ୟନ୍ତ ସହାୟତା ପାଇଁ ମାତ୍ର ୭୧ଜଣ ଦୁର୍ଘଟଣାଗ୍ରସ୍ତଙ୍କ ପରିବାର ସହାୟତା ପାଇଁ ଆବେଦନ କରିଛନ୍ତି। ଏହି ଆବେଦନ ପତ୍ରକୁ କଟକସ୍ଥିତ ପରିବହନ କମିଶନରଙ୍କ କାର୍ଯ୍ୟାଳୟକୁ ପଠାଯାଇଥିଲା। ସେଥିମଧ୍ୟରୁ ୩୧ ଜଣଙ୍କ ପରିବାରକୁ ସହାୟତା ରାଶି ମିଳିଥିବା ବେଳେ ୪୦ଟି ଆବେଦନ ଖାରଜ ହୋଇଥିବା ଛତ୍ରପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ସଚେତନତା ଅଭାବରୁ ଏହାର ସୁଫଳ ମିଳିପାରୁନାହିଁ। ଯାହାଫଳରେ ଏହାର ଲକ୍ଷ୍ୟ ସାଧିତ ହୋଇପାରୁନି। ଜିଲାପ୍ରଶାସନ ଓ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ବ୍ୟାପକ ସଚେତନତା ଅଭାବରୁ ଯୋଜନା ସମ୍ପର୍କରେ ବହୁ ଲୋକ ଜାଣିନାହାନ୍ତି। ଯୋଜନା କେବଳ ପୋଷ୍ଟର ମାରିବାରେ ସୀମିତ ରହିଯାଇଛି। ସେହିପରି ଦୁର୍ଘଟଣା ବେଳେ ଯଦି କୌଣସି ଲୋକ ସେଠାରୁ ଗୁରୁତରଙ୍କୁ ମେଡିକାଲକୁ ନେବେ ପୋଲିସ ସେମାନଙ୍କ ଉପରେ କୌଣସି ମାମଲା ରୁଜୁ କରିବ ନାହିଁ ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆରଟିଓ ପକ୍ଷରୁ ସମ୍ମାନିତ କରାଯିବା ବ୍ୟବସ୍ଥା ସରକାର କରିଛନ୍ତି। ଏଥିସହ ଦୁଇ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିବାର ନିୟମ ରହିଥିଲେ ମଧ୍ୟ ବହୁ ଲୋକ ପୋଲିସ କେସ ଭୟରେ ଦୁର୍ଘଟଣା ହେଲେ ଆହତଙ୍କୁ ମେଡିକାଲ ନେବାପାଇଁ ରାଜି ହେଉନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?