ଅତୀତରୁ ଆକଳନ

ୟା ଭିତରେ ମୁଁ କେବେ ଉତ୍ତରପ୍ରଦେଶ ଯାଇନାହିଁ ଏବଂ ସେଠାରେ ହେଉଥିବା ବିଧାନସଭା ନିର୍ବାଚନ ସମ୍ପର୍କରେ ମଁୁ ଯାହା କହୁଛି ତାହା ଏବକାର ତଥ୍ୟ କିମ୍ବା ମୁଁ କରିଥିବା କୌଣସି ତୃଣମୂଳସ୍ତରୀୟ ପ୍ରସ୍ତୁତି ଉପରେ ଆଧାରିତ ନୁହେଁ। ତେବେ ଏହି ନିର୍ବାଚନର ସମ୍ଭାବ୍ୟ ନିଷ୍କର୍ଷରେ ପହଞ୍ଚିବା ପାଇଁ ଅତୀତର ଭୋଟିଂ ଧାରାକୁ ଉପସ୍ଥାପନ କରୁଛି। ଏହାକୁ ଦେଖିଲେ ଖୁବ୍‌ ଆଶ୍ଚର୍ଯ୍ୟ ଲାଗେ। ୨୦୧୨ରେ ସମାଜବାଦୀ ପାର୍ଟି (ଏସ୍‌ପି)୨୯% ଭୋଟ ପାଇ ପୂର୍ଣ୍ଣ ବହୁମତ ହାସଲ କରିଥିଲା। ଉଲ୍ଲେଖନୀୟ, ସେତେବେଳେ ଭାଜପା ନୁହେଁ, ବରଂ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ୨୬% ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲା। ସେହି ନିର୍ବାଚନରେ ଉମା ଭାରତୀଙ୍କ ନେତୃତ୍ୱରେ ଭାଜପା ୧୫% ଭୋଟ ପାଇଥିଲା। ଏହାର ଦୁଇ ବର୍ଷ ପରେ ଅର୍ଥାତ୍‌ ୨୦୧୪ ସାଧାରଣ ନିର୍ବାଚନରେ, ଭାରତୀୟ ଜନତା ପାର୍ଟି (ଭାଜପା) ଆପନା ଦଳ ସହ ମେଣ୍ଟ କରି ଭୋଟ ହାର ତିନିଗୁଣ ବୃଦ୍ଧି କରିଥିଲା। ହେଲେ ଭାଜପା ଏକାକୀ ୪୦% ଭୋଟ ପାଇଥିଲା। ଏହା ଦୁଇଟି କାରଣରୁ ହୋଇଥିଲା ବୋଲି କହିପାରିବା। ଗୋଟିଏ ହେଲା ନେତୃତ୍ୱ ଏବଂ ନରେନ୍ଦ୍ର ମୋଦିଙ୍କ ଆକର୍ଷଣ, ଯାହା ଉତ୍ତର ଭାରତର ଭୋଟରମାନଙ୍କୁ ଭାଜପା ମୁହଁା କରିଥିଲା। ଦ୍ୱିତୀୟଟି ଥିଲା ପଶ୍ଚିମ ଉତ୍ତରପ୍ରଦେଶ(ୟୁପି)ର ସାମ୍ପ୍ରଦାୟିକ ହିଂସା। ୨୦୧୩ ଅଗଷ୍ଟ ଏବଂ ସେପ୍ଟେମ୍ବରରେ ମୁଜାଫର୍‌ ନଗର ଏବଂ ଶାମଲିରେ ଅନେକଥର ଭୟଙ୍କର ହିଂସା ଓ ବଳାକତ୍ାର ଘଟିଥିଲା। ଫଳରେ ସେହି ଅଞ୍ଚଳରେ ଧ୍ରୁବୀକରଣ ସୃଷ୍ଟି ହୋଇଥିଲା ଏବଂ ହଜାର ହଜାର ମୁସଲମାନଙ୍କୁ ରିଲିଫ୍‌ କ୍ୟାମ୍ପକୁ ପଠାଯାଇଥିଲା। ଉକ୍ତ ଧ୍ରୁବୀକରଣ ବହୁଦିନ ଲାଗି ରହିଥିଲା ଏବଂ ୨୦୧୪ ସାଧାରଣ ନିର୍ବାଚନ ଓ ୨୦୧୭ର ୟୁପି ବିଧାନସଭା ନିର୍ବାଚନ ପ୍ରଚାରରେ ଭାଜପା ଲୋକମାନଙ୍କୁ ସଂଗଠିତ କରିବା ଲାଗି ଏହାକୁ ଗତିଶୀଳ କରିଥିଲା। ଏହାକୁ ଲକ୍ଷ୍ୟ କରି ମାର୍ଚ୍ଚ ୨୦୧୭ରେ ହିନ୍ଦୁ ଖବରକାଗଜ ଏକ ରିପୋର୍ଟ ପ୍ରକାଶ କରିଥିଲା। ଜାଠ ଭୋଟ ବିଭାଜନ ହେଲା ଏବଂ ଲୋକ ଦଳରୁ ଏହାର ଭୋଟରମାନଙ୍କୁ ଭାଜପା ନେଇଗଲା ବୋଲି ରିପୋର୍ଟ ଦର୍ଶାଇଥିଲା। ଜାଠମାନେ ଭାଜପା ବିରୋଧରେ ଭୋଟ ଦେବା ଅର୍ଥ ମୁସଲମାନଙ୍କ ଦ୍ୱାରା ଗଠିତ ଏକ ସରକାରକୁ ନିଶ୍ଚିତ କରିବା ବୋଲି ଉକ୍ତ ରିପୋର୍ଟରେ କୁହାଯାଇଥିଲା। ଏହାସହ ଅମିତ ଶାହା ଓ ଜାଠନେତାମାନଙ୍କ ବୈଠକର ଏକ ଅଡିଓ ରେକର୍ଡିଂକୁ ଯୋଜନାବଦ୍ଧ ଭାବେ ପ୍ରକାଶ କରାଗଲା, ଯାହାର ପ୍ରଭାବ ଜାଠ ସମୁଦାୟ ଉପରେ ପଡ଼ିଥିତ୍ଲା। ବାସ୍ତବରେ ଏହା ଜାଠ ସମୁଦାୟକୁ ଭୟଭୀତ କରିଥିଲା ଏବଂ ସେହି ସମୟରେ ଭାଜପା ସଂଖ୍ୟାବହୁଳ ଜାଠ ଅଞ୍ଚଳରେ ଅତି କମ୍‌ରେ ସେମାନଙ୍କର ଅଧା ଭୋଟ ତା’ପକ୍ଷକୁ ନେଇଥିଲା। ଶେଷରେ ହିନ୍ଦୁ ଧ୍ରୁବୀକରଣ ଭାଜପା ସପକ୍ଷରେ ଯାଇଥିଲା ଓ ଏହାଯୋଗୁ ଭାଜପା ପୁନର୍ବାର ୪୦% ଭୋଟ ପାଇ ନିର୍ବାଚନ ଜିତିଲା। ଏହି ନିର୍ବାଚନରେ ଅର୍ଥ ବ୍ୟବସ୍ଥା ଆଉ ଏକ ବିଷୟ ଥିଲା ବୋଲି ମନେକରାଯାଉଥିଲା। ବିମୁଦ୍ରୀକରଣର କିଛି ସପ୍ତାହ ପରେ ଓ ସାରା ଭାରତରେ ଗରିବମାନେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଥିତ୍ବାବେଳେ ଫେବୃୟାରୀ ୨୦୧୭ରେ ଭୋଟ ଗ୍ରହଣ କରାଯାଇଥିଲା। କିନ୍ତୁ ସେହି ନିର୍ବାଚନରେ ଏହାର କୌଣସି ନକାରାମତ୍କ ପ୍ରଭାବ ଭାଜପା ଉପରେ ପଡ଼ି ନ ଥିଲା, ବରଂ ପାର୍ଟି ତା’ ପ୍ରଭୁତ୍ୱ ଜାରି ରଖିଲା। ଆଶ୍ଚର୍ଯ୍ୟର କଥା, ଏସ୍‌ପି ପ୍ରତିଦ୍ୱନ୍ଦ୍ୱିତା କରିଥିବା ଆସନଗୁଡ଼ିକରେ ୨୦୧୨ରେ ପାଇଥିବା ଭୋଟହାର ୨୯%କୁ ବଜାୟ ରଖିଥିଲା। ଅନ୍ୟପକ୍ଷରେ ଉକ୍ତ ନିର୍ବାଚନରେ ବିଏସ୍‌ପିର ଭୋଟ ହାର କମିଥିଲା। ତେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଏସ୍‌ପି ଓ ବିଏସ୍‌ପି ଏକାଠି ହୋଇ ୨୦୧୯ ସାଧାରଣ ନିର୍ବାଚନ ଲଢିଥିଲେ। ଭାଜପା କଡ଼ା ପ୍ରତିରୋଧର ସମ୍ମୁଖୀନ ହେବ ବୋଲି ବିଚାର କରାଯାଉଥିଲା। କିନ୍ତୁ ଏହା ହେଲା ନାହିଁ। ଭାଜପା ପୁନର୍ବାର ଏହାର ଭୋଟ ହାର ପାଖାପାଖି ୫୦%କୁ ବୃଦ୍ଧି କରିଥିଲା ଓ ଦୁଇ ଦଳକୁ ପ୍ରାୟ ମୂଳପୋଛ କରିଦେଇଥିଲା। ଏହି ନିର୍ବାଚନରେ ପାକିସ୍ତାନ ଉପରେ ଭାରତର ଆକ୍ରମଣ ଏକ କାରଣ ବୋଲି ମନେକରାଗଲା। ଫେବୃୟାରୀ ଶେଷରେ ବାଲାକୋଟ ଉପରେ ଆକ୍ରମଣ କରାଗଲା ଏବଂ ଏହାର କିଛି ସପ୍ତାହ ପରେ ଭୋଟ ଗ୍ରହଣ କରାଯାଇଥିଲା। ୨୦୧୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ବିମୁଦ୍ରୀକରଣ ପ୍ରଭାବିତ କରିଥିଲା କି ନାହିଁ ତାହା ଆମେ ନିଶ୍ଚିତ ନ ଥିଲୁ। ଠିକ୍‌ ସେହିଭଳି ୨୦୧୯ ସାଧାରଣ ନିର୍ବାଚନକୁ କେଉଁ ଘଟଣା ପ୍ରଭାବିତ କରିଛି ତାହା ମଧ୍ୟ ଆମେ ଜାଣିିନାହଁୁ।
୨୦୧୭ରେ ସାମ୍ପ୍ରଦାୟିକ ଧ୍ରୁବୀକରଣ ଉପରେ ଭାଜପା ଗୁରୁତ୍ୱ ଦେଇଥିଲା । ଏହା ତା’ରାଜନୀତି ଓ ଭୋଟବ୍ୟାଙ୍କଙ୍କୁ ଆଗକୁ ବଢ଼ାଇବାର ପ୍ରମୁଖ କାରଣ। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାଜପା ବିରୋଧୀଙ୍କୁ ଲକ୍ଷ୍ୟ କରି ଜାନୁୟାରୀ ୨୮ରେ ଟୁଇଟ୍‌ କରିଥିଲେ ଯେ, ସେମାନେ ଜିନ୍ନାଙ୍କ ସେବକ, ଆମେ ସର୍ଦ୍ଦାର ପଟେଲଙ୍କ ଉପାସକ। ପାକିସ୍ତାନ ସେମାନଙ୍କର ପ୍ରିୟ, ଆମେ ମା’ଭାରତୀ ପ୍ରତି ସମର୍ପିତ। ଅତୀତରେ ଜିନ୍ନା, ପାକିସ୍ତାନ ଏବଂ ମୁସଲମାନ ପ୍ରସଙ୍ଗ ଭାଜପା ପାଇଁ କାମ କରିଥିଲା। ଏଥିପାଇଁ ଭାଜପା ଏହି ପ୍ରସଙ୍ଗ ଜାରି ରଖିବ। ବୁଝାପଡ଼ୁଛି, ୟୁପି ସୁଇପ୍‌ କରିବା ଲାଗି ବ୍ୟାପକ ଯୋଜନା କରାଯାଉଛି। ହେଲେ ଏଥିପାଇଁ ଭାଜପାକୁ ଗତ ତିନୋଟି ନିର୍ବାଚନର ଭୋଟ ହାର ଧରି ରଖିବାକୁ ପଡ଼ିବ। କିନ୍ତୁ ଏହା ଲାଗି ପାର୍ଟି ହରାଇଥିବା ସମ୍ଭବତଃ ୧୦% ପର୍ଯ୍ୟନ୍ତ ଭୋଟ ହାସଲ କରିବାକୁ କିଛି ବି କରିପାରେ। ଏସ୍‌ପି ଏବେ ରେକର୍ଡ ସ୍ତରର ଭୋଟ ହାର ହାତେଇବାକୁ ଉଦ୍ୟମ କରୁଥିବା ମନେହେଉଛି। କିନ୍ତୁ ଏହା ଭାଜପାକୁ ରୋକିବାରେ ସକ୍ଷମ ହେବ ବୋଲି ଜଣାପଡ଼ୁନାହିଁ। ମୁଁ ଏସବୁ ଯାହା କହୁଛି ତାହା ଅତୀତର ସଂଖ୍ୟାରୁ ଆକଳନ କରି କହୁଛି।
ଶେଷରେ ନିର୍ବାଚନକୁ ପ୍ରଭାବିତ କରିବା ଭଳି କୌଣସି ବାହ୍ୟ କାରଣ ରହିଛି କି ନାହିଁ ଦେଖିବାକୁ ହେବ। ଏହିସବୁ କାରଣଗୁଡ଼ିକ ମଧ୍ୟରେ ରହିଛି ବର୍ଷାଧିକ କାଳ ଚାଲୁରହିବା ପରେ ନଭେମ୍ବରରେ ଶେଷ ହୋଇଥିବା କୃଷକ ଆନ୍ଦୋଳନ, ରେଲଓ୍ବେ ଏବଂ ଅନ୍ୟ କେନ୍ଦ୍ରୀୟ ଚାକିରିକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଏବକାର ଆନ୍ଦୋଳନ ଓ ଗତ ବର୍ଷ କୋଭିଡ୍‌ ମହାମାରୀ ଦ୍ୱିତୀୟ ଲହରରେ ଗଙ୍ଗାରେ ଭାସୁଥିବା ଶବର ଦୃଶ୍ୟ। ସାମ୍ପ୍ରଦାୟିକ ଧ୍ରୁବୀକରଣ ସମ୍ମୁଖରେ ଏହି ବିଷୟଗୁଡ଼ିକ ପ୍ରାସଙ୍ଗିକତା ହରାଇବ କି? ସମ୍ଭବତଃ, ଉକ୍ତ ପ୍ରଶ୍ନର ଉତ୍ତର ଚଳିତ ନିର୍ବାଚନ ଫଳାଫଳରୁ ହିଁ ମିଳିଯିବ।

  • ଆକାର ପଟେଲ
  • Email:aakar.patel@gmail.com

Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?