୨୭୧୧ ବୁଥ୍‌ରୁ ୫ଶହ ଅତି ସମ୍ବେଦନଶୀଳ

ଖୋର୍ଦ୍ଧା ଅଫିସ,୩୦ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଜାରି ରହିଛି। ଜିଲାରେ ୫ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ଫେବୃୟାରୀ ୧୬ରେ ଟାଙ୍ଗୀ ଏବଂ ବୋଲଗଡ଼ ବ୍ଲକରେ ମତଦାନ କରାଯିବ। ୧୮ରେ ବାଣପୁର ଓ ବେଗୁନିଆ ବ୍ଲକ, ୨୦ରେ ଖୋର୍ଦ୍ଧା ବ୍ଲକରେ ଅନୁଷ୍ଠିତ ହେବ। ଚତୁର୍ଥ ପର୍ଯ୍ୟାୟ ୨୨ରେ ବାଲିପାଟଣା ଓ ଭୁବନେଶ୍ୱର ବ୍ଲକ ଏବଂ ପଞ୍ଚମ ପର୍ଯ୍ୟାୟ ବାଲିଅନ୍ତା ଏବଂ ଜଟଣୀ ବ୍ଲକରେ ମତଦାନ ଅନୁଷ୍ଠିତ ହେବ। ଜିଲାର ୩୦ ଜିଲା ପରିଷଦ, ୧୯୦ ସରପଞ୍ଚ ଓ ସମିତି ସଭ୍ୟ ଏବଂ ୨୭୧୨ ଓ୍ବାର୍ଡମେମ୍ବର ପ୍ରାର୍ଥୀଙ୍କ ପାଇଁ ମତଦାନ ହେବ। ନାମାଙ୍କନ ପ୍ରତ୍ୟାହାର ପରେ ଜିଲା ପରିଷଦରେ ୧୨୯, ସରପଞ୍ଚରେ ୭୮୮, ସମିତି ସଭ୍ୟରେ ୬୭୪ ଏବଂ ଓ୍ବାର୍ଡମେମ୍ବରରେ ୫୦୯୧ଜଣ ପ୍ରାର୍ଥୀ ରହିଛନ୍ତି। ୨୦୧୭ ପଞ୍ଚାୟତ ନିର୍ବାଚନରେ ୯,୬୧,୪୬୦ ଭୋଟର ମତଦାନ ସାବ୍ୟସ୍ତ କରିଥିଲେ। ତେବେ ୨୦୨୨ରେ ୧୦,୩୦,୬୦୯ଜଣ ଭୋଟର ରହିଛନ୍ତି। ସେଥିରୁ ନୂତନ ଭୋଟର ୬୯,୧୪୯ ରହିଛନ୍ତି। ଖୋର୍ଦ୍ଧା ବ୍ଲକରେ ୧,୧୧,୮୫୦ଜଣ ଭୋଟର ରହିଥିବା ବେଳେ ବେଗୁନିଆ ବ୍ଲକରେ ୧୦୯୫୬୧, ବୋଲଗଡ଼ ବ୍ଲକରେ ୧୦୮୨୧୮, ଟାଙ୍ଗୀ ବ୍ଲକରେ ୧୩୨୨୬୯, ଚିଲିକା ବ୍ଲକରେ ୯୬୨୨୯, ବାଣପୁର ବ୍ଲକରେ ୧୦୩୮୧୩, ଜଟଣୀ ବ୍ଲକରେ ୮୩୩୧୭, ଭୁବନେଶ୍ୱର ବ୍ଳକରେ ୧୦୧୦୪୯, ବାଲିଅନ୍ତା ବ୍ଲକରେ ୮୮୦୨୮ ଏବଂ ବାଲିପାଟଣା ବ୍ଲକରେ ୯୬୨୭୫ ଜଣ ଭୋଟର ରହିଛନ୍ତି। ଖୋର୍ଦ୍ଧା ଜିଲାରେ ୨୭୧୧ ପୋଲିଂ ବୁଥ୍‌ ରହିଛି। ସେଥିରୁ ଅତି ସମ୍ବେଦନଶୀଳ ବୁଥ୍‌ ୫୦୦, ସମ୍ବେଦନଶୀଳ ବୁଥ୍‌ ୧୨୬୩ ଏବଂ ସାଧାରଣ ବୁଥ୍‌ ୯୪୮ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ପ୍ରସିଦ୍ଧ ଅଗ୍ନି ଭୈରବଙ୍କ ଝାମୁଯାତ୍ରା ମହାଆଡ଼ମ୍ବରରେ ସମ୍ପନ୍ନ, କମ୍ପିଲା ଲାଞ୍ଜିଗଡ଼; ତତଲା ନିଆଁ ଉପରେ ଚାଲିଲେ…

ଲାଞ୍ଜିଗଡ଼,୩୦ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ସହରର ପରମ ଆରାଧ୍ୟ ଦେବତା ଅଗ୍ନି ଭୈରବଙ୍କ ବିଶ୍ୱପ୍ରସିଦ୍ଧ ଝାମୁଯାତ୍ରା ବୁଧବାର ମହା ସମାରୋହରେ ପାଳିତ ହୋଇଯାଇଛି। ଏହି…

ସାନଖେମୁଣ୍ଡିରେ ବ୍ୟାପିଲା ଝାଡ଼ାବାନ୍ତି, ଜଣଙ୍କ ମୃତ୍ୟୁ, ୪ ଗୁରୁତର; ବ୍ରହ୍ମପୁର MKCGରେ…

ଦିଗପହଣ୍ଡି,୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର ଗାଁରେ ଗତ ୪ ଦିନ ହେଲା ଝାଡ଼ାବାନ୍ତି କାୟା ବିସ୍ତାର କରିବାରେ ଲାଗିଛି।…

ଅନଲାଇନ୍ ଗେମିଂ-ବେଟିଂ ନାଁରେ କୋଟି କୋଟି ଟଙ୍କାର ସାଇବର ଠକେଇ! ଗଞ୍ଜାମରେ ଗିରଫ ହେଲେ ଆଉ ଜଣେ ଅଭିଯୁକ୍ତ

ଛତ୍ରପୁର,୩୦।୯(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ) : ଅନଲାଇନ୍ ଗେମିଂ, ବେଟିଂ ଓ ଇନଭେଷ୍ଟମେଣ୍ଟ ଆପ୍ ମାଧ୍ୟମରେ ଅଧିକ ଲାଭର ପ୍ରଲୋଭନ ଦେଖାଇ ଠକେଇ କରୁଥିବା ଏକ ସାଇବର ନେଟୱର୍କକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?