୨୭୧୧ ବୁଥ୍‌ରୁ ୫ଶହ ଅତି ସମ୍ବେଦନଶୀଳ

ଖୋର୍ଦ୍ଧା ଅଫିସ,୩୦ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଜାରି ରହିଛି। ଜିଲାରେ ୫ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ଫେବୃୟାରୀ ୧୬ରେ ଟାଙ୍ଗୀ ଏବଂ ବୋଲଗଡ଼ ବ୍ଲକରେ ମତଦାନ କରାଯିବ। ୧୮ରେ ବାଣପୁର ଓ ବେଗୁନିଆ ବ୍ଲକ, ୨୦ରେ ଖୋର୍ଦ୍ଧା ବ୍ଲକରେ ଅନୁଷ୍ଠିତ ହେବ। ଚତୁର୍ଥ ପର୍ଯ୍ୟାୟ ୨୨ରେ ବାଲିପାଟଣା ଓ ଭୁବନେଶ୍ୱର ବ୍ଲକ ଏବଂ ପଞ୍ଚମ ପର୍ଯ୍ୟାୟ ବାଲିଅନ୍ତା ଏବଂ ଜଟଣୀ ବ୍ଲକରେ ମତଦାନ ଅନୁଷ୍ଠିତ ହେବ। ଜିଲାର ୩୦ ଜିଲା ପରିଷଦ, ୧୯୦ ସରପଞ୍ଚ ଓ ସମିତି ସଭ୍ୟ ଏବଂ ୨୭୧୨ ଓ୍ବାର୍ଡମେମ୍ବର ପ୍ରାର୍ଥୀଙ୍କ ପାଇଁ ମତଦାନ ହେବ। ନାମାଙ୍କନ ପ୍ରତ୍ୟାହାର ପରେ ଜିଲା ପରିଷଦରେ ୧୨୯, ସରପଞ୍ଚରେ ୭୮୮, ସମିତି ସଭ୍ୟରେ ୬୭୪ ଏବଂ ଓ୍ବାର୍ଡମେମ୍ବରରେ ୫୦୯୧ଜଣ ପ୍ରାର୍ଥୀ ରହିଛନ୍ତି। ୨୦୧୭ ପଞ୍ଚାୟତ ନିର୍ବାଚନରେ ୯,୬୧,୪୬୦ ଭୋଟର ମତଦାନ ସାବ୍ୟସ୍ତ କରିଥିଲେ। ତେବେ ୨୦୨୨ରେ ୧୦,୩୦,୬୦୯ଜଣ ଭୋଟର ରହିଛନ୍ତି। ସେଥିରୁ ନୂତନ ଭୋଟର ୬୯,୧୪୯ ରହିଛନ୍ତି। ଖୋର୍ଦ୍ଧା ବ୍ଲକରେ ୧,୧୧,୮୫୦ଜଣ ଭୋଟର ରହିଥିବା ବେଳେ ବେଗୁନିଆ ବ୍ଲକରେ ୧୦୯୫୬୧, ବୋଲଗଡ଼ ବ୍ଲକରେ ୧୦୮୨୧୮, ଟାଙ୍ଗୀ ବ୍ଲକରେ ୧୩୨୨୬୯, ଚିଲିକା ବ୍ଲକରେ ୯୬୨୨୯, ବାଣପୁର ବ୍ଲକରେ ୧୦୩୮୧୩, ଜଟଣୀ ବ୍ଲକରେ ୮୩୩୧୭, ଭୁବନେଶ୍ୱର ବ୍ଳକରେ ୧୦୧୦୪୯, ବାଲିଅନ୍ତା ବ୍ଲକରେ ୮୮୦୨୮ ଏବଂ ବାଲିପାଟଣା ବ୍ଲକରେ ୯୬୨୭୫ ଜଣ ଭୋଟର ରହିଛନ୍ତି। ଖୋର୍ଦ୍ଧା ଜିଲାରେ ୨୭୧୧ ପୋଲିଂ ବୁଥ୍‌ ରହିଛି। ସେଥିରୁ ଅତି ସମ୍ବେଦନଶୀଳ ବୁଥ୍‌ ୫୦୦, ସମ୍ବେଦନଶୀଳ ବୁଥ୍‌ ୧୨୬୩ ଏବଂ ସାଧାରଣ ବୁଥ୍‌ ୯୪୮ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri