ବିଧାନସଭା ଖବର

୨୮ ସରକାରୀ ଉଦ୍ୟୋଗରେ ତାଲା

ରାଜ୍ୟରେ ୨୮ସରକାରୀ ଉଦ୍ୟୋଗରେ ତାଲା ପଡ଼ିଛି। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ସୋମବାର ଏହି ତଥ୍ୟ ରଖିଛନ୍ତି ସରକାରୀ ଉଦ୍ୟୋଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ୨୮ ଉଦ୍ୟୋଗରେ ତାଲା ଝୁଲୁଥିଲେ ମଧ୍ୟ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ସରକାରଙ୍କର ବର୍ତ୍ତମାନ କୌଣସି ପ୍ରସ୍ତାବ ନାହିଁ। ଯଦି ସମ୍ପୃକ୍ତ ବିଭାଗରୁ ଏନେଇ ପ୍ରସ୍ତାବ ହସ୍ତଗତ ହୁଏ ତା’ ହେଲେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ବନ୍ଦ ହୋଇ ରହିିଥିବା ଏହି ଉଦ୍ୟୋଗଗୁଡ଼ିକ ମଧ୍ୟରେ ଓଡ଼ିଶା ଇଲେକ୍ଟ୍ରିକାଲ ମ୍ୟାନୁଫାକ୍‌ଚରିଂ କୋ ଲିମିଟେଡ୍‌, ଗଜପତି ଷ୍ଟିଲ୍‌ ଇଣ୍ଡଷ୍ଟ୍ରିଜ୍‌, ମଡର୍ନ ମାଲିଏବୁଲ୍‌ କାଷ୍ଟିଂ କୋ ଲିମିଟେଡ୍‌, ଇଷ୍ଟର୍ନ ଆକ୍ୱାଟିକ୍‌ ପ୍ରଡକ୍ଟ ଲିମିଟେଡ୍‌, ପ୍ରିମିୟର୍‌ ବୋଲ୍ଟସ ଆଣ୍ଡ ନଟ୍ସ ଲିମିଟେଡ୍‌, ମ୍ୟାନୁଫାକ୍‌ଚର ଇଲେକ୍ଟ୍ରୋ ଲିମିଟେଡ୍‌, ଓଡ଼ିଶା ବୋଟ୍‌ ବିଲ୍ଡର୍ସ ଲିମିଟେଡ୍‌, କୋଣାର୍କ ଡିଟରଜେଣ୍ଟ ଆଣ୍ଡ ସୋପ୍‌ସ ଲିମିଟେଡ୍‌, ଓଡ଼ିଶା ଇନ୍‌ଷ୍ଟ୍ରୁମେଣ୍ଟ କମ୍ପାନୀ ଲିମିଟେଡ୍‌, ଓଡ଼ିଶା ଲେଦର ଇଣ୍ଡଷ୍ଟ୍ରିଜ୍‌, ହୀରା ଷ୍ଟିଲ୍‌ ଆଣ୍ଡ୍‌ ଆଲୟ ଲିମିଟେଡ୍‌, ଓଡ଼ିଶା ଷ୍ଟେଟ୍‌ ଲେଦର କର୍ପୋରେଶନ, କୋଣାର୍କ ଟେଲିଭିଜନ, ମୟୂରଭଞ୍ଜ ଟେକ୍ସଟାଇଲ, ନ୍ୟୁ ମୟୂରଭଞ୍ଜ ଟେକ୍ସଟାଇଲ, ଏଲ୍‌ମାର୍କସ, ଓଡ଼ିଶା ଷ୍ଟେଟ୍‌ କମର୍ସିଆଲ ଟ୍ରାନ୍ସପୋର୍ଟ କର୍ପୋରେଶନ, ଓଡ଼ିଶା ଷ୍ଟେଟ୍‌ ହ୍ୟାଣ୍ଡ୍‌ଲୁମ୍‌ ଡେଭଲପ୍‌ମେଣ୍ଟ କର୍ପୋରେଶନ ଆଦି ରହିଛି।
ଖୋଲିବ ୧୫୬୭ ଅଙ୍ଗନଓ୍ବାଡିି କେନ୍ଦ୍ର
ରାଜ୍ୟରେ ଖୁବ୍‌ଶୀଘ୍ର ଖୋଲିବ ୧୫୬୭ ନୂଆ ଅଙ୍ଗନଓ୍ବାଡ଼ି କେନ୍ଦ୍ର। ଏନେଇ ପଦକ୍ଷେପ ନିଆଯାଇଥିବା ମହିଳା ଓ ଶିଶୁବିକାଶ ଏବଂ ମିଶନଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ ସୋମବାର ବିଧାୟକ ଧ୍ରୁବଚରଣ ସାହୁଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି। କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ଆଧାରରେ ଅଙ୍ଗନଓ୍ବାଡ଼ି ଓ ମିନି ଅଙ୍ଗନଓ୍ବାଡ଼ି କେନ୍ଦ୍ର ଖୋଲାଯାଇଥାଏ। ଏହି ଅନୁଯାୟୀ ରାଜ୍ୟରେ ୭୪୧୫୪ ଅଙ୍ଗନଓ୍ବାଡ଼ି କେନ୍ଦ୍ର କରିବାକୁ ମଞ୍ଜୁର ହୋଇଛି। ବର୍ତ୍ତମାନ ୭୨୫୮୭ କେନ୍ଦ୍ର କାର୍ଯ୍ୟକ୍ଷମ ଥିବା ବେଳେ ବଳକା ୧୫୬୭ ନୂଆ ଅଙ୍ଗନଓ୍ବାଡି କାର୍ଯ୍ୟକ୍ଷମ ହେବାକୁ ଯାଉଥିବା ମନ୍ତ୍ରୀ କହିଛନ୍ତି।
ଚଳିତବର୍ଷ ୬ ଇଞ୍ଜିନିୟରିଂ କଲେଜ ଛାତ୍ରଶୂନ୍ୟ
ରାଜ୍ୟରେ ଥିବା ଘରୋଇ ଇଞ୍ଜିନିୟରିଂ କଲେଜଗୁଡ଼ିକ ମଧ୍ୟରୁ ୨୦୧୯-୨୦ ଶିକ୍ଷାବର୍ଷରେ ୬କଲେଜ ଛାତ୍ରଶୂନ୍ୟ ରହିଛି। ଏହି ବେସରକାରୀ କଲେଜଗୁଡ଼ିକରେ ପ୍ରଥମ ବର୍ଷରେ ଜଣେ ହେଲେ ଛାତ୍ର ନାମ ଲେଖାଇନାହାନ୍ତି। ସେହିଭଳି ୩ ଘରୋଇ ଇଞ୍ଜିନିୟରିଂ କଲେଜ ଛାତ୍ର ଅଭାବରୁ ବନ୍ଦ ଲାଗି ଅନୁମତି ନେଇଛନ୍ତି। ଚଳିତ ଶିକ୍ଷାବର୍ଷରେ ଗୋଟିଏ କଲେଜ ବନ୍ଦ ପାଇଁ ଆବେଦନ କରିଛି ବୋଲି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି। ଏହି କଲେଜଗୁଡ଼ିକୁ ସରକାରଙ୍କ ଆର୍ଥିକ ସହାୟତା ସମ୍ପର୍କରେ ପଚାରିବାରେ ମନ୍ତ୍ରୀ କହିଛନ୍ତି, ଘରୋଇ ଇଞ୍ଜିନିୟରିଂ କଲେଜଗୁଡ଼ିକ ସେଲ୍ଫ ଫାଇନାନ୍ସିଂ ମୋଡ୍‌ରେ ପରିଚାଳିତ ହୋଇଥାନ୍ତି। ତେଣୁ ସେମାନଙ୍କୁ ସରକାରୀ ଆର୍ଥିକ ସହାୟତା ଦେବା କିମ୍ବା ସ୍ବତନ୍ତ୍ର ପ୍ୟାକେଜ୍‌ ଘୋଷଣା କରିବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri