ବିଧାନସଭା ଖବର

୨୮ ସରକାରୀ ଉଦ୍ୟୋଗରେ ତାଲା

ରାଜ୍ୟରେ ୨୮ସରକାରୀ ଉଦ୍ୟୋଗରେ ତାଲା ପଡ଼ିଛି। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ସୋମବାର ଏହି ତଥ୍ୟ ରଖିଛନ୍ତି ସରକାରୀ ଉଦ୍ୟୋଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ୨୮ ଉଦ୍ୟୋଗରେ ତାଲା ଝୁଲୁଥିଲେ ମଧ୍ୟ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ସରକାରଙ୍କର ବର୍ତ୍ତମାନ କୌଣସି ପ୍ରସ୍ତାବ ନାହିଁ। ଯଦି ସମ୍ପୃକ୍ତ ବିଭାଗରୁ ଏନେଇ ପ୍ରସ୍ତାବ ହସ୍ତଗତ ହୁଏ ତା’ ହେଲେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ବନ୍ଦ ହୋଇ ରହିିଥିବା ଏହି ଉଦ୍ୟୋଗଗୁଡ଼ିକ ମଧ୍ୟରେ ଓଡ଼ିଶା ଇଲେକ୍ଟ୍ରିକାଲ ମ୍ୟାନୁଫାକ୍‌ଚରିଂ କୋ ଲିମିଟେଡ୍‌, ଗଜପତି ଷ୍ଟିଲ୍‌ ଇଣ୍ଡଷ୍ଟ୍ରିଜ୍‌, ମଡର୍ନ ମାଲିଏବୁଲ୍‌ କାଷ୍ଟିଂ କୋ ଲିମିଟେଡ୍‌, ଇଷ୍ଟର୍ନ ଆକ୍ୱାଟିକ୍‌ ପ୍ରଡକ୍ଟ ଲିମିଟେଡ୍‌, ପ୍ରିମିୟର୍‌ ବୋଲ୍ଟସ ଆଣ୍ଡ ନଟ୍ସ ଲିମିଟେଡ୍‌, ମ୍ୟାନୁଫାକ୍‌ଚର ଇଲେକ୍ଟ୍ରୋ ଲିମିଟେଡ୍‌, ଓଡ଼ିଶା ବୋଟ୍‌ ବିଲ୍ଡର୍ସ ଲିମିଟେଡ୍‌, କୋଣାର୍କ ଡିଟରଜେଣ୍ଟ ଆଣ୍ଡ ସୋପ୍‌ସ ଲିମିଟେଡ୍‌, ଓଡ଼ିଶା ଇନ୍‌ଷ୍ଟ୍ରୁମେଣ୍ଟ କମ୍ପାନୀ ଲିମିଟେଡ୍‌, ଓଡ଼ିଶା ଲେଦର ଇଣ୍ଡଷ୍ଟ୍ରିଜ୍‌, ହୀରା ଷ୍ଟିଲ୍‌ ଆଣ୍ଡ୍‌ ଆଲୟ ଲିମିଟେଡ୍‌, ଓଡ଼ିଶା ଷ୍ଟେଟ୍‌ ଲେଦର କର୍ପୋରେଶନ, କୋଣାର୍କ ଟେଲିଭିଜନ, ମୟୂରଭଞ୍ଜ ଟେକ୍ସଟାଇଲ, ନ୍ୟୁ ମୟୂରଭଞ୍ଜ ଟେକ୍ସଟାଇଲ, ଏଲ୍‌ମାର୍କସ, ଓଡ଼ିଶା ଷ୍ଟେଟ୍‌ କମର୍ସିଆଲ ଟ୍ରାନ୍ସପୋର୍ଟ କର୍ପୋରେଶନ, ଓଡ଼ିଶା ଷ୍ଟେଟ୍‌ ହ୍ୟାଣ୍ଡ୍‌ଲୁମ୍‌ ଡେଭଲପ୍‌ମେଣ୍ଟ କର୍ପୋରେଶନ ଆଦି ରହିଛି।
ଖୋଲିବ ୧୫୬୭ ଅଙ୍ଗନଓ୍ବାଡିି କେନ୍ଦ୍ର
ରାଜ୍ୟରେ ଖୁବ୍‌ଶୀଘ୍ର ଖୋଲିବ ୧୫୬୭ ନୂଆ ଅଙ୍ଗନଓ୍ବାଡ଼ି କେନ୍ଦ୍ର। ଏନେଇ ପଦକ୍ଷେପ ନିଆଯାଇଥିବା ମହିଳା ଓ ଶିଶୁବିକାଶ ଏବଂ ମିଶନଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ ସୋମବାର ବିଧାୟକ ଧ୍ରୁବଚରଣ ସାହୁଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି। କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ଆଧାରରେ ଅଙ୍ଗନଓ୍ବାଡ଼ି ଓ ମିନି ଅଙ୍ଗନଓ୍ବାଡ଼ି କେନ୍ଦ୍ର ଖୋଲାଯାଇଥାଏ। ଏହି ଅନୁଯାୟୀ ରାଜ୍ୟରେ ୭୪୧୫୪ ଅଙ୍ଗନଓ୍ବାଡ଼ି କେନ୍ଦ୍ର କରିବାକୁ ମଞ୍ଜୁର ହୋଇଛି। ବର୍ତ୍ତମାନ ୭୨୫୮୭ କେନ୍ଦ୍ର କାର୍ଯ୍ୟକ୍ଷମ ଥିବା ବେଳେ ବଳକା ୧୫୬୭ ନୂଆ ଅଙ୍ଗନଓ୍ବାଡି କାର୍ଯ୍ୟକ୍ଷମ ହେବାକୁ ଯାଉଥିବା ମନ୍ତ୍ରୀ କହିଛନ୍ତି।
ଚଳିତବର୍ଷ ୬ ଇଞ୍ଜିନିୟରିଂ କଲେଜ ଛାତ୍ରଶୂନ୍ୟ
ରାଜ୍ୟରେ ଥିବା ଘରୋଇ ଇଞ୍ଜିନିୟରିଂ କଲେଜଗୁଡ଼ିକ ମଧ୍ୟରୁ ୨୦୧୯-୨୦ ଶିକ୍ଷାବର୍ଷରେ ୬କଲେଜ ଛାତ୍ରଶୂନ୍ୟ ରହିଛି। ଏହି ବେସରକାରୀ କଲେଜଗୁଡ଼ିକରେ ପ୍ରଥମ ବର୍ଷରେ ଜଣେ ହେଲେ ଛାତ୍ର ନାମ ଲେଖାଇନାହାନ୍ତି। ସେହିଭଳି ୩ ଘରୋଇ ଇଞ୍ଜିନିୟରିଂ କଲେଜ ଛାତ୍ର ଅଭାବରୁ ବନ୍ଦ ଲାଗି ଅନୁମତି ନେଇଛନ୍ତି। ଚଳିତ ଶିକ୍ଷାବର୍ଷରେ ଗୋଟିଏ କଲେଜ ବନ୍ଦ ପାଇଁ ଆବେଦନ କରିଛି ବୋଲି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି। ଏହି କଲେଜଗୁଡ଼ିକୁ ସରକାରଙ୍କ ଆର୍ଥିକ ସହାୟତା ସମ୍ପର୍କରେ ପଚାରିବାରେ ମନ୍ତ୍ରୀ କହିଛନ୍ତି, ଘରୋଇ ଇଞ୍ଜିନିୟରିଂ କଲେଜଗୁଡ଼ିକ ସେଲ୍ଫ ଫାଇନାନ୍ସିଂ ମୋଡ୍‌ରେ ପରିଚାଳିତ ହୋଇଥାନ୍ତି। ତେଣୁ ସେମାନଙ୍କୁ ସରକାରୀ ଆର୍ଥିକ ସହାୟତା ଦେବା କିମ୍ବା ସ୍ବତନ୍ତ୍ର ପ୍ୟାକେଜ୍‌ ଘୋଷଣା କରିବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?