ସରିଲା ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର,୪ା୧୦(ଅନିଲ ଦାସ)ଷୋଡ଼ଶ ବିଧାନସଭାର ସ୍ବଳ୍ପକାଳୀନ ମୌସୁମୀ ଅଧିବେଶନ ମଙ୍ଗଳବାର ଶେଷ ହୋଇଛି। ଏହି ଅଧିବେଶନ ସେପ୍ଟେମ୍ବର ୨୨ରୁ ଆରମ୍ଭ ହୋଇ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଧାର୍ଯ୍ୟ ହୋଇଥିଲା। ତେବେ ଦିନକ ପୂର୍ବରୁ ଏହି ଅଧିବେଶନ ପରିସମାପ୍ତି ହୋଇଛି । ଏଥିରେ ମୋଟ ୮ଟି କାର୍ଯ୍ୟଦିବସ ରହିଥିବା ବେଳେ ୭ ଦିନ ବୈଠକ ଅନୁଷ୍ଠିତ ହୋଇଛି। ଅଧିବେଶନର ପ୍ରଥମ ଦିବସରେ ପରଲୋକଗତ ସଦସ୍ୟମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗୃହରେ ଶୋକପ୍ରସ୍ତାବ ଆଗତ ହେବା ସହିତ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ ଆଗତ ହୋଇଥିଲା। ଅଧିବେଶନର ଶେଷ ଦିବସରେ ୨୮ହଜାର ୨୦୦ କୋଟି ଟଙ୍କାର ପ୍ରଥମ ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍‌ ବିଧାନସଭାରେ ଗୃହୀତ ହୋଇଛି। ଚଳିତ ଅଧିବେଶନରେ ୧୦ଟି ବିଲ୍‌ ଉପସ୍ଥାପନ କରାଯାଇଥିବା ବେଳେ ମୋଟ ୧୩ଟି ବିଲ୍‌ ପାରିତ ହୋଇଛି। ବହୁ ପ୍ରତୀକ୍ଷିତ ଓଡ଼ିଶା ଆପାର୍ଟମେଣ୍ଟ(ମାଲିକାନା ଓ ପରିଚାଳନା) ବିଲ୍‌-୨୦୨୩କୁ ଗୃହର ଅନୁମୋଦନ ମିଳିଛି। ଏଥିସହିତ ୭୮ଟି ବାର୍ଷିକ ରିପୋର୍ଟ, ୫ଟି କମିଟି ରିପୋର୍ଟ, ୩୮ଟି ପେପର, ୧୦୫୯ଟି ଅଣତାରକା, ୧୪୦୩ଟି ତାରକା, ୩ଟି ଅଧ୍ୟାଦେଶ ଉପସ୍ଥାପନ କରାଯାଇଛି।
ଚଳିତ ଅଧିବେଶନ ସ୍ବଳ୍ପ ସମୟ ପାଇଁ ବସିଥିଲେ ମଧ୍ୟ ଏହା ସରଗରମ ହୋଇଥିଲା। ବିରୋଧୀ ଭାଜପା ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କୁ ଟାର୍ଗେଟ କରି ଗୃହକୁ ଅଚଳ କରିଥିଲେ। ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗି ଭାଜପା ସଦସ୍ୟ ମୋହନ ଚରଣ ମାଝି ଏବଂ ମୁକେଶ ମହାଲିଙ୍ଗ ଗୃହରୁ ଅଧିବେଶନ ଶେଷ ଯାଏ ନିଲମ୍ବିତ ହୋଇଥିଲେ। ଅନ୍ୟପକ୍ଷରେ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇ ବିଜେଡି ଭାଜପାକୁ କଡ଼ା ଜବାବ ଦେଇଥିଲା। ବିଜେଡି ସଭ୍ୟ ଅରୁଣ ସାହୁଙ୍କ ବିରୋଧୀ ଦଳଙ୍କୁ ମେଣ୍ଟାଲ ଡିଜ୍‌ଅର୍ଡର ମନ୍ତବ୍ୟକୁ ନେଇ ଗୃହରେ ଭାଜପା ସଦସ୍ୟମାନେ ହଙ୍ଗାମା କରିଥିଲେ। ଭାଜପା ସଦସ୍ୟମାନଙ୍କ କଡ଼ା ବିରୋଧ ପରେ ବାଚସ୍ପତି ଉକ୍ତ ଶଦ୍ଦକୁ ବିବରଣୀରୁ ବାଦ୍‌ ଦେଇଥିଲେ। ମୋହନ ଓ ମୁକେଶଙ୍କ ନିଲମ୍ବନ ପ୍ରତ୍ୟାହାର ଦାବି କରି ଭାଜପା ସଦସ୍ୟମାନେ ଗୃହକୁ ଅଚଳ କରି ରଖିଥିଲେ ମଧ୍ୟ ବାଚସ୍ପତି ସେମାନଙ୍କ ଦାବିକୁ ଅଗ୍ରାହ୍ୟ କରି ଦେଇଥିଲେ। ଫଳରେ ଉଭୟ ନିଲମ୍ବିତ ସଦସ୍ୟ ଅଧିବେଶନ ଶେଷ ଯାଏ ଆଉ ଗୃହକୁ ଫେରି ପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?