Posted inଜାତୀୟ

ସର୍‌ନେମ୍‌ ଯୋଗୁ ଏହି ମହିଳାଙ୍କୁ ମିଳୁନି ଚାକିରି, ଲୋକେ କରୁଛନ୍ତି ଉପହାସ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୩।୭: ଅନେକ ଲୋକ ସେମାନଙ୍କର ସରନେମ୍‌ ଦ୍ୱାରା ମଧ୍ୟ ଜଣାଶୁଣା ଥାନ୍ତି। ସରନେମ୍‌ ସେମାନଙ୍କୁ ଏକ ଲୋକଙ୍କୁ ଏକ ଭିନ୍ନ ପରିଚୟ ଦେଇଥାଏ। କିନ୍ତୁ ଏସବୁ ସତ୍ତ୍ୱେ ଆସାମର ଜଣେ ମହିଳାଙ୍କୁ ତାଙ୍କ ସରନେମ୍‌ ଯୋଗୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡଛି। ଏପରିକି କୌଣସି ସ୍ଥାନରେ ଚାକିରି ମଧ୍ୟ ମିଳୁନାହିଁ ନାହିଁ। ସରକାରୀ ଚାକିରିରେ ମଧ୍ୟ ତାଙ୍କ ଆବେଦନ ପ୍ରତ୍ୟାଖ୍ୟାନ ହେଉଛି। ଲୋକମାନେ ମଧ୍ୟ ତାଙ୍କୁ ପରିହାସ କରୁଛନ୍ତି। ଏହି ମହିଳା ଜଣଙ୍କ ଆସାମର ଗୁଆହାଟୀରେ ରୁହନ୍ତି। ତାଙ୍କ ନାମ ପ୍ରିୟଙ୍କା। ନିକଟରେ ସେ ସରକାରୀ କମ୍ପାନୀ ନ୍ୟାସନାଲ ସିଡ କର୍ପୋରେସନ ଲିମିଟେଡରେ ଚାକିରି ପାଇଁ ଆବେଦନ କରିବାକୁ ଚାହୁଁଥିଲେ। କିନ୍ତୁ ତାଙ୍କର ଆବେଦନ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଏହାର କାରଣ ଥିଲା ତାଙ୍କର ସର୍‌ନେମ୍‌। ତାଙ୍କ ସର୍‌ନେମ୍‌ ହେଉଛି ଚୁତିଆ। ଏପରି ପରିସ୍ଥିତିରେ, ଅନଲାଇନ ସଫ୍ଟୱେର୍‌ ବାରମ୍ବାର ଏହି ଶବ୍ଦକୁ ପ୍ରତ୍ୟାଖ୍ୟାନ ରିଜେକ୍ଟ କରିଦେଉଛି। ଏହି କାରଣରୁ ସେ ଚାକିରି ପାଇଁ ଆବେଦନ କରିପାରି ନ ଥିଲେ। ଆସାମରେ ଏକ ଆଦିବାସୀ ଜନଜାତି ଅଛନ୍ତି। ପ୍ରିୟଙ୍କା ଏହି ଜନଜାତିର ଅଟନ୍ତି। ଏହି ଜନଜାତିଙ୍କ ଦୁଇଟି ସରନେମ୍‌ ଅଛି। ପ୍ରଥମ ଚୁତିଆ ଏବଂ ଦ୍ୱିତୀୟ ସୁତିଆ। ଏହି ଆଦିବାସୀମାନେ ମୂଳତଃ ମଙ୍ଗୋଲିଆର ଚାଇନା-ତିବ୍ଦତୀୟ ପରିବାରର ବଂଶଧର ବୋଲି ବିଶ୍ୱାସ କରାଯାଏ। ସରକାରୀ ଚାକିରି ଆବେଦନ ପ୍ରତ୍ୟାଖ୍ୟାନ ହେବା ପରେ ପ୍ରିୟଙ୍କା ଫେସବୁକରେ ନିଜର କ୍ରୋଧ ଜାହିର କରିଥିଲେ। ସେ ଫେସବୁକର ଏକ ପୋଷ୍ଟରେ ଲେଖିଛନ୍ତି ଯେ ସେ ଯେଉଁଠି ଚାକିରି କିମ୍ବା ସାକ୍ଷାତକାର ପାଇଁ ଯାଆନ୍ତି, ଲୋକମାନେ ତାଙ୍କ ସରନେମ୍‌ ଜାଣି ତାଙ୍କୁ ପରିହାସ କରିବା ଆରମ୍ଭ କରନ୍ତି। ଯେଉଁ କମ୍ପାନୀକୁ ଚାକିରି ପାଇଁ ଯାଉଛନ୍ତି ସେମାନେ କହୁଛନ୍ତି ଏହି ସରନେମ୍‌ ଭୁଲ ଠିକ୍‌ ସରନେମ୍‌ ଲେଖ। ମୁଁ ଦୁଃଖିତ, ଲୋକଙ୍କୁ ବୁଝାଇ ବୁଝାଇ ଥକିଗଲେଣି ବୋଲି ପ୍ରିୟଙ୍କା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Video: ନେପାଳ ବନ୍ୟା ପରେ ମିଳିଲା କୋଟି କୋଟି ଟଙ୍କାର ସୁନା; ୮ ଘଣ୍ଟାର ଅପରେଶନରେ ବିପୁଳ ସମ୍ପତ୍ତି ଉଦ୍ଧାର

କାଠମାଣ୍ଡୁ,୩୧।୮: ଭୋଟେ କୋଶି ନଦୀରେ ଭୟଙ୍କର ବନ୍ୟା ନେପାଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ବନ୍ୟାରେ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା 903 ରେ ପହଞ୍ଚିଛି। ନୁୱାକୋଟ ଜିଲାର ତ୍ରିଶୁଳି…

ଚାଷଜମିରୁ ଆଠ ଫୁଟର ଅଜଗରକୁ ଉଦ୍ଧାର କଲେ ଗ୍ରାମବାସୀ, ସରପଞ୍ଚ..

ବଡ଼ଗାଁ,୩୧।୮(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଅଞ୍ଚଳରେ ବର୍ଷା ଋତୁରେ ଅଜଗର ସାପ ଗାଁ ସହ ଚାଷଜମିରେ ଦେଖାଯାଇଥାନ୍ତି। ଚଳିତବର୍ଷ ବଡ଼ଗାଁର ସାପ ଧରାଳି ମହେନ୍ଦ୍ର ନାଏକ…

ନେପାଳ ବନ୍ୟା ପରେ କନ୍ଦାଉଛି ଜମି ଯାଇଥିବା ପାଣି କାଦୁଅ, ISRO ଫଟୋ ଦେଲା ବଡ଼ ତଥ୍ୟ, ଭାରତ ଉପରେ ରହିଛି ବିପଦ!

କାଠମାଣ୍ଡୁ,୩୧।୮: ନେପାଳରେ ହୋଇଥିବା ବିନାଶକାରୀ ବନ୍ୟା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଚିତ୍ର ପ୍ରକାଶ ପାଇଛି। ପ୍ରଥମେ ପ୍ରବଳ ବର୍ଷା ଏବଂ ହିମସ୍ଖଳନକୁ ପ୍ରାଥମିକ କାରଣ ଭାବରେ ବିବେଚନା…

ପାର୍ବଣ ଋତୁ ପୂର୍ବରୁ ବଡ଼ ଖୁସି ଖବର; କମିବ ଚିନି ଦର! ସରକାର ନେଲେ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୩୧।୮: ଆଗାମୀ ପାର୍ବଣ ଋତୁ ପୂର୍ବରୁ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ବଜାରରେ ଚିନିର ଦର ନିୟନ୍ତ୍ରଣ କରିବା ସହ କଳାବଜାରୀ ରୋକିବା ପାଇଁ କେନ୍ଦ୍ର…

୫ ଓ ୬ରେ ଭାଜପାର ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକ: ପଞ୍ଚାୟତ ନିର୍ବାଚନ ପାଇଁ ହେବ ରୋଡ୍‌ମ୍ୟାପ୍‌

ଭୁବନେଶ୍ବର,୩୧।୮: ସେପ୍ଟେମ୍ବର ୫ ଓ ୬ ତାରିଖରେ ରାଜ୍ୟ ଭାଜପାର ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଚଳିତଥର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଢେଙ୍କାନାଳରେ ହେବା ନେଇ…

ନେପାଳ ବନ୍ୟା: ୯୦୦ ଟପିଲା ମୃତ୍ୟୁ ସଂଖ୍ୟା, ୩ହଜାରରୁ ଅଧିକ ନିଖୋଜ

କାଠମାଣ୍ଡୁ,୩୧।୮: ନେପାଳରେ ଭୟଙ୍କର ବନ୍ୟାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୯୦୦ ରେ ପହଞ୍ଚିଛି। ଏହି ସମୟରେ, ଭୋଟେ କୋଶି ନଦୀରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁ ନୂତନ…

‘କେସିଙ୍ଗା ସହରକୁ ବିକାଶ କ୍ଷେତ୍ରରେ ରହିଛି ଟ୍ୟାକ୍ସର ଆବଶ୍ୟକତା’

କେସିଙ୍ଗା,୩୧ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏ୍‌ସି ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ଅଧ୍ୟକ୍ଷତାରେ ନିଜକୁ ଶାସନ କରୁଥିବା ସ୍ବାୟତ୍ତ ଶାସନ ଦିବସ ସ୍ଥାନୀୟ କଲ୍ୟାଣମଣ୍ଡପ ପରିସରରେ ରବିବାର…

ମହିଳା ଏସିଆ କପ୍ ୨୦୨୬: ଇତିହାସ ରଚିଲେ ସ୍ମୃତି ମନ୍ଧାନା, ୨ୟ ସର୍ବାଧିକ…

ନୂଆଦିଲ୍ଲୀ,୩୧।୮: ମହିଳା ଏସିଆ କପ୍‌ ୨୦୨୬ରେ ଭାରତୀୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିଛି । ପ୍ରଥମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଥାଇଲାଣ୍ଡକୁ ୯୪ ରନ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri