Posted inଖେଳ

ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ପାକ୍‌ ଦଳରୁ ବାଦ୍‌ ପଡ଼ିଲେ ଆସାଦ, ଆମୀର, ମଲିକ

କରାଚୀ,୧୨।୧୧: ଆଗାମୀ ନୁଜିଲାଣ୍ଡ ଗସ୍ତ ପାଇଁ ପାକିସ୍ତାନ ଏକ ୩୫ ଜଣିଆ ଯୁବ ଦଳ ଘୋଷଣା କରିଛି। ୩ଟି ଯାକ ଫର୍ମାଟ ପାଇଁ ବାବର ଆଜମଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି। ତେବେ ଏହି ଦଳରୁ ୩ଜଣ ବରିଷ୍ଠ ଖେଳାଳି ସୋଏବ ମଲିକ, ମହମ୍ମଦ ଆମୀର ଓ ଆସାଦ ସାଫିକଙ୍କୁ ବାଦ୍‌ ଦିଆଯାଇଛି। ଏମାନଙ୍କ ବଦଳରେ ପ୍ରତିଭାସମ୍ପନ୍ନ ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି। ନ୍ୟୁଜିଲାଣ୍ଡ ଗସ୍ତରେ ପାକିସ୍ତାନ ୩ ଟି୨୦ ଓ ୨ଟି ଟେଷ୍ଟ ମ୍ୟାଚ୍‌ ଖେଳିବ। ଏହି ଗସ୍ତ ବାବର ଆଜମଙ୍କ ପାଇଁ ନୂଆ ପରୀକ୍ଷା ସୃଷ୍ଟି କରିବ। ଉଇକେଟକିପର ମହମ୍ମଦ ରିଜଓ୍ବାନଙ୍କୁ ଟେଷ୍ଟ ସିରିଜ ପାଇଁ ଉପ ଅଧିନାୟକ ନିଯୁକ୍ତ କରାଯାଇଛି। ସେହିପରି ଟି୨୦ରେ ୨୨ ବର୍ଷୀୟ ଅଲରାଉଣ୍ଡର ସଦାବ ଖାନ୍‌ ଆଜମଙ୍କ ଡେପୁଟି ଭାବେ କାର୍ଯ୍ୟ କରିବେ। ମିସ୍‌ବା-ଉଲ୍‌- ହକ୍‌ ଦଳରେ ମୁଖ୍ୟ ଚୟନକର୍ତ୍ତା ଓ ହେଡ୍‌ କୋଚ୍‌ ରହିଛନ୍ତି।
ଦ୍ରୁତ ବୋଲର ନିସିମ ଶାହା, ଶାହିନ ଶାହା ଆଫ୍ରିଦିଙ୍କ ସମେତ ନବାଗତ ଖେଳାଳିଭାବେ ବ୍ୟାଟ୍ସମ୍ୟାନ ଡେନିସ ଅଜିଜ୍‌ ଓ ଇମ୍ରାନ ବଟ୍ଟ, ଉଇକେଟକିପର ରୋହେଲ ନାଜିର, ଦ୍ରୁତ ବୋଲର ଅମାଦ ବଟ୍ଟଙ୍କୁ ଦଳରେ ସାମିଲ କରାଯାଇଛି।
ପାକିସ୍ତାନ ଦଳ: ବାବର ଆଜମ (ଅଧିନାୟକ), ଅବିଦ ଅଲି, ଅବଦୁଲ୍ଲର ସାଫିକ୍‌, ଫଖର ଜମାନ, ଇମାମ-ଉଲ୍‌- ହକ୍‌, ଶାନ ମାସୁଦ, ଜିଶାନ ମଲିକ, ଆଝାର ଅଲି, ଡେନିସ ଅଜିଜ୍‌, ଫଓ୍ବାଦ ଆଲମ, ହାଇଦର ଅଲି, ହାରିସ ସୋହେଲ, ହୁସେନ ତଲତ, ଇମ୍ରାନ ବଟ୍ଟ, ଇଫ୍‌ତିକାର ଅହମ୍ମଦ, ଖୁସ୍‌ଦିଲ ଶାହା, ମହମ୍ମଦ ହାଫିଜ, ମହମ୍ମଦ ରିଜଓ୍ବାନ, ରୋହେଲ ନାଜିର, ସର୍ଫରାଜ ଅହମ୍ମଦ, ଇମାଦ ଓ୍ବାସିମ, ଶଦାବ ଖାନ, ଉସମାନ କାଦିର, ୟାସିର ଶାହା, ଜାଫର ଗୋହର, ଅମାଦ ବଟ୍ଟ, ଫହିମ ଆଶ୍ରଫ୍‌, ହାରିସ ରୌଫ, ମହମ୍ମଦ ଆବାସ, ମହମ୍ମଦ ହାସନେନ, ମୁସା ଖାନ, ନସିମ ଶାହା, ଶାହିନ ଆଫ୍ରିଦି, ସୋହେଲ ଖାନ ଓ ଓ୍ବାହାବ ରିୟାଜ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

ଟିମ୍‌ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…

ପାକିସ୍ତାନୀ ଖେଳାଳିଙ୍କ ଫୋନ ଜବତ କଲା PCB; ମ୍ୟାଚ ଫିକ୍ସିଂ ସନ୍ଦେହ? ଉଠିଲାଣି ପ୍ରଶ୍ନ

ଇସଲାମାବାଦ,୬।୯: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ସମ୍ପ୍ରତି ଏପରି ନିଷ୍ପତ୍ତି ନେଇଛି ଯାହାକୁ ନେଇ ବିଶ୍ୱବ୍ୟାପୀ ହାସ୍ୟରସ ସୃଷ୍ଟି ହୋଇଛି। ଏବେ, ଇଂଲଣ୍ଡ ଗସ୍ତ ସମୟରେ ଆଉ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri