ଆସନରୁ ଉଠିବାକୁ କହି ପୁଣି କ୍ଷମା ମାଗୁଛନ୍ତି ଅଧିକାରୀ

ରାୟଗଡ଼ା,୨୦ା୧(ସ୍ବ.ପ୍ର.): ରାୟଗଡ଼ା ଜିଲାସ୍ତରୀୟ ଲୋକ ମହୋତ୍ସବ ଚଇତିରେ ଚଳିତ ଥର ବଭିନ୍ନ ଅବ୍ୟବସ୍ଥା ଏବଂ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏହାକୁ ନେଇ ପ୍ରଶାସନକୁ ନିନ୍ଦା କରାଯାଉଛି। ମହୋତ୍ସବକୁ ଚଳିତ ବର୍ଷ ଆକର୍ଷଣୀୟ କରାଯିବ ବୋଲି ଅନୁମାନ କରାଯାଉଥିଲା। ହେଲେ ପ୍ରସ୍ତୁତି ଠାରୁ ପ୍ରଚାର ପ୍ରସାର ପର୍ଯ୍ୟନ୍ତ ସବୁଥିରେ ଏଥର ପ୍ରଶାସନ ପଛରେ ପଡ଼ିଛି। ପ୍ରବେଶ ପଥ ଗେଟ୍‌ ଏବଂ ଷ୍ଟେଜ୍‌କୁ ଦେଖିଲେ ଉତ୍ସବକୁ ସୁନ୍ଦର କରିବାକୁ ଆଗ୍ରହ ନ ଥିବା ମନେ ହେଉଛି। ସେହିପରି ଜନପ୍ରତିନିଧି ଏବଂ ଜନସାଧାରଣଙ୍କୁ ଅଣଦେଖା ଏବଂ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଉଥିବା ନେଇ ଅସନ୍ତୋଷ ପ୍ରକାଶ ପାଉଛି। ପୋଲିସ ଅଧିକାରୀ ସୁରକ୍ଷା ନାମରେ ଲୋକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ଅଭିଯୋଗ ହେଉଛି। ବରିଷ୍ଠ ନାଗରିକ ଓ ପୂର୍ବତନ ସୈନିକ ମଧ୍ୟ ପୋଲିସ ଠାରୁ ଦୁର୍ବ୍ୟବହାରର ଶିକାର ହେଉଥିବା ଜଣାପଡ଼ିଛି। ପୂର୍ବରୁ ଟ୍ରାଫିକ ନିୟନ୍ତ୍ରଣ ଓ ପାର୍କିଂ ପାଇଁ ନାନା ବ୍ୟବସ୍ଥା କରାଯାଇଥିବା କୁହାଯାଇଥିଲା। ହେଲେ ଏବେ ଲୋକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଉଥିବାବେଳେ ସରକାରୀ ବାବୁଙ୍କ ପାଇଁ ୯ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଏହାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଉଛି। ସେହିପରି ମହୋତ୍ସବର ଲାଇଭ୍‌ କରାଯାଉଥିବାବେଳେ ଏହାକୁ ବହୁ କମ୍‌ ସଂଖ୍ୟାରେ ଲୋକ ଦେଖୁଛନ୍ତି। ଏମିତିକି ଅନେକ ଲୋକ କେଉଁଥିରେ ଲାଇଭ୍‌ ହେଉଛି ତାହା ଜାଣିପାରୁ ନ ଥିବା ଶୁଣିବାକୁ ମିଳୁଛି। ଅନ୍ୟପକ୍ଷରେ ମହୋତ୍ସବରେ ଜିଲାର ବିଶିଷ୍ଟ ରାଜନେତା, ବୁଦ୍ଧିଜୀବୀ, ସାହିତି୍ୟକଙ୍କୁ ନିମନ୍ତ୍ରଣ କରାଯାଇ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।
ଏମିତିକି ମହୋତ୍ସବକୁ ଆମନ୍ତ୍ରିତ ମୁଖ୍ୟ ଅତିଥି ଫେରିଯିବା, ଜନସାଧାରଣ ଏବଂ ବୁଦ୍ଧିଜୀବୀଙ୍କ ମତାମତ ପାଇଁ ୨୦୨୨ ଡିସେମ୍ବର ୧୭ରେ ହୋଇଥିବା ପବ୍ଲିକ ମିଟିଂରେ ଜିଲାପାଳ ବିରକ୍ତ ପ୍ରକାଶ କରି ଚାଲିଯିବା, ଚଇତି ପ୍ରଥମ ଦିନରେ ଜନ ପ୍ରତିନିଧିଙ୍କୁ ମଞ୍ଚରୁ ଚାଲିଯିବା ଭଳି ଅପମାନିତ ହେବାକୁ ପଡ଼ିବା, ପ୍ରଥମ ଦିନରେ ମୁଖ୍ୟ ଅତିଥି ଏବଂ ବିଶିଷ୍ଟ ଅତିଥି ଉପସ୍ଥିତ ନ ରହି ସମ୍ମାନିତ ଅତିଥି ଆସି ଚାଲିଯିବା, ପୂର୍ବ ବର୍ଷ ଭଳି ଆଦିବାସୀ ଲୋକକଳା ସଂଶ୍ଲିଷ୍ଟ ମଞ୍ଚ ନିର୍ମାଣ ନ ହେବା, ଉଦ୍‌ଘାଟନି ଉତ୍ସବରେ ମଁା ମଝିଘରିଆଣୀ ମନ୍ଦିରରୁ ଆଜ୍ଞାମାଳ ନେବା ସମୟରେ ଜିଲାପାଳ ଏବଂ ଏସ୍‌ପି ଅନୁପସ୍ଥିତ ରହିବାକୁ ନେଇ ନାନା ପ୍ରଶ୍ନ ଉଠିଛି। ହେଲେ ଏହାର ଉତ୍ତର ମିଳି ପାରୁନାହିଁ। ପ୍ରଥମ ଏବଂ ଦ୍ୱିତୀୟ ଦିନରେ ମୁଖ୍ୟ ଅତିଥି ନ ଆସିବା ଘଟଣା ପରେ ଜିଲା ସଂସ୍କୃତି ପିରିଷଦର କାର୍ଯଦକ୍ଷତା ଉପରେ ପ୍ରଶ୍ନ ଉଠିଛି। ଚଇତି ମଞ୍ଚରେ କେବଳ ଏଲ୍‌ଇଡି ଖଞ୍ଜାଯାଇଛି। ଏହା କେବଳ ସନ୍ଧ୍ୟା ସମୟରେ ଲୋକଙ୍କ ରଙ୍ଗବେରଙ୍ଗ ଭିଜୁଆଲ ଦେଖାଉଛି। ଉକ୍ତ ମଞ୍ଚରେ ପୂର୍ବ ବର୍ଷ ଭଳି ଆଦିବାସୀ ଓ ଡଙ୍ଗରିଆର ପରମ୍ପରାର କୌଣସି କାରୁକାର୍ଯ୍ୟ କରାଯାଇ ନାହିଁ। ସେହିଭଳି ଚଳିତ ଥର ଜିଲାର ୧୧ଟି ବ୍ଲକ ଅଧ୍ୟକ୍ଷଙ୍କ ମଧ୍ୟରୁ କାଶୀପୁର ବ୍ଲକ ଅଧ୍ୟକ୍ଷ କଣ୍ଠେଶ୍ୱର ମାଝିଙ୍କୁ କୌଣସି କାରଣରୁ ଆମନ୍ତ୍ରିତ କରାଯାଇନଥିଲା। ଏ ନେଇ କାଶୀପୁର ବ୍ଲକ ବାସିନ୍ଦା ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବା ପରେ ତାଙ୍କୁ ଆମନ୍ତ୍ରିତ କରାଗଲା। କାର୍ଯ୍ୟକ୍ରମକୁ ଆମନ୍ତ୍ରିତ ହୋଇ ଆସିଥିବା ରାୟଗଡ଼ା ବ୍ଲକ ଅଧ୍ୟକ୍ଷା ଟୁନି ହୁଇକାଙ୍କୁ ମଧ୍ୟ କାର୍ଡ ନ ଥିବା କହି ଆସନ ଛାଡ଼ି ଚାଲିଯିବାକୁ ଜଣେ ଭଲ୍ୟୁଣ୍ଟିୟର୍ସ କହିଥିଲେ। ପରବର୍ତ୍ତିି ସମୟରେ ପ୍ରଶାସନିକ ଅଧିକାରୀ ପଛରେ ଯାଇ ତାଙ୍କୁ କ୍ଷମା ମାଗି ଆସନରେ ବସାଇଥିଲେ। ଟୁନି ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ପ୍ରଥମ ଦିନରେ ସମ୍ମାନିତ ଅତିଥି ଥିବା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ମୁହଁ ଦେଖାଇ ଚାଲିଗଲେ। ରାତି ପ୍ରାୟ ୧୦.୩୦ ରେ ସେ ମଞ୍ଚକୁ ଅସି ବିଳମ୍ବ ଯୋଗୁ କ୍ଷମା ପ୍ରାର୍ଥନା କରି ଅଭିଭାଷଣ ରଖିବା ପରେ ସର୍କିଟ ହାଉସକୁ ଚାଲିଯାଇଥିଲେ। ମନ୍ତ୍ରୀ ଜଗନ୍ନାଥ ସାରକା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ନ ରହିଥିଲେ ଅସନ୍ତୋଷ ବଢ଼ିଥାନ୍ତା ବୋଲି ମତପ୍ରକାଶ ପାଉଛି। ଅପରପକ୍ଷେ ଚଇତି ଓ ପଲ୍ଲୀଶ୍ରୀ ମେଳାରେ ହୋଇଥିବା ପୁସ୍ତକ ମେଳାରେ ଷ୍ଟଲରେ ପୁସ୍ତକ ସଜାଇବାକୁ ସ୍ଥାନ ଅଭାବ ବୋଲି କଟକରୁ ଆସିଥିବା ଏକ ପବ୍ଲିକେଶନ କର୍ମଚାରୀ କହିଛନ୍ତି। ଦାୟିତ୍ୱରେ ଥିବା ଶିକ୍ଷା ବିଭାଗର ଦୂରଦୃଷ୍ଟି ଅଭାବ କାରଣରୁ ଏଥର ପୁସ୍ତକ ମେଳାରେ କବି, ଲେଖକ ଓ ଛାତ୍ରୀଛାତ୍ର ନିଜ ପସନ୍ଦର ବହି ପାଇ ପାରୁନାହାନ୍ତି। ଏଭଳି ବିଭିନ୍ନ ଅବ୍ୟବସ୍ଥାକୁ ନେଇ ଲୋକେ ନିରାଶ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri