Advertisement
Posted inଖେଳ

‘ଅନ୍ୟ ଏକ ଗ୍ରହରୁ ଆସିଛନ୍ତି ସୂର୍ଯ୍ୟକୁମାର’

ଇସଲାମାବାଦ,୭।୧୧: ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ ଏବେ ଜବରଦସ୍ତ ଫର୍ମରେ ଅଛନ୍ତି। ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି୨୦ ବିଶ୍ୱକପ୍‌ରେ ସେ ଏଯାବତ ୫ ମ୍ୟାଚ୍‌ରେ ୩ ଅର୍ଦ୍ଧଶତକ ମାରିଛନ୍ତି। ଏହାକୁ ନେଇ ପାକିସ୍ତାନର କ୍ରିକେଟରମାନେ ମଧ୍ୟ ତାଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ପାକିସ୍ତାନର ପୂର୍ବତନ କ୍ରିକେଟର ଓ୍ବାସିମ ଅକ୍‌ରମ, ଓ୍ବକାର ୟୁନିସ ଏକ ସ୍ପୋଟ୍ସ ଚ୍ୟାନେଲରେ ସୂର୍ଯ୍ୟକୁମାରଙ୍କ ପ୍ରଶଂସା କରିଛନ୍ତି। ସେମାନେ କହିଛନ୍ତି, ସୂର୍ଯ୍ୟକୁମାର ଅନ୍ୟ ଗ୍ରହରୁ ଆସିଛନ୍ତି। ସେ ସମସ୍ତଙ୍କଠାରୁ ଅଲଗା। ସେ କେବଳ ଜିମ୍ବାଓ୍ବେ ବିପକ୍ଷରେ ନୁହେଁ ବିଶ୍ୱର ଶ୍ରେଷ୍ଠ ବୋଲରଙ୍କ ବିପକ୍ଷରେ ରନ୍‌ କରିଛନ୍ତି।ତାଙ୍କ ପାଖରେ ମଇଦାନର ପ୍ରତିଟି କୋଣକୁ ବଲ୍‌ ପଠାଇବାର ଯୋଗ୍ୟତା ରହିଛି। ଏହି କାରଣରୁ ତାଙ୍କୁ ବର୍ତ୍ତମାନ ସମୟରେ କ୍ରିକେଟଜଗତର ‘୩୬୦ ଡିଗ୍ରୀ’ ଖେଳାଳି ବୋଲି କୁହାଯାଉଛି। ସେ ଟି୨୦ ର଼୍ୟାଙ୍କିଂରେ ମଧ୍ୟ ନମ୍ବର ଓ୍ବାନ ବ୍ୟାଟ୍ସମ୍ୟାନ୍‌ ପାଲଟିଛନ୍ତି। ତାଙ୍କ ଖେଳ ଦେଖି ମଜା ଆସିଥାଏ ବୋଲି ଉଭୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବଡ଼ କ୍ଷତି ସହିବ ବିସିସିଆଇ

ମୁମ୍ବାଇ,୪।୫ : ବିଭିନ୍ନ ଦଳର ଖେଳାଳି କୋଭିଡ୍‌-୧୯ରେ ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ ଆଇପିଏଲର ୧୪ତମ ସଂସ୍କରଣକୁ ସ୍ଥଗିତ କରି ଦିଆଯାଇଛି। ଏଥି ଯୋଗୁ ଭାରତୀୟ...

ଆଇପିଏଲ୍‌ରୁ ଓହରିଲେ ଆମେରିକା ଦ୍ରୁତ ବୋଲର

ଦୁବାଇ, ୮।୧୦(ପି.ଟି.)- ପ୍ରଥମ ଆମେରିକୀୟ କ୍ରିକେଟରଭାବେ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ସାମିଲ ହୋଇଥିବା ଅଲୀ ଖାଁ ପ୍ରତିଯୋଗିତାରୁ ଓହରିଯାଇଛନ୍ତି। କୋଲକାତା ନାଇଟ ରାଇଡର୍ସର ଏହି ଦ୍ରୁତ...

ବିଦେଶରେ ଫସି ରହିବାର ଫାଇଦା ଉଠାଇଲେ ଲିଅନ

ଚେନ୍ନାଇ, ୧୧।୭(ପି.ଟି.)-କରୋନା ଭାଇରସ ସଂକ୍ରମଣ ଜନିତ ଲକ୍‌ଡାଉନ୍‌ କଟକଣା ଯୋଗୁ ବିଦେଶରେ ଫସି ରହିବାର ଫାଇଦା ନେଇଛନ୍ତି ଭାରତର ଯୁବ ଅନ୍ତର୍ଜାତୀୟ ଚେସ୍‌ ମାଷ୍ଟର ଲିଅନ...

ଏମ୍‌ଆଇ ବିଜୟୀ…

ମୁମ୍ବାଇ, ୨୧।୫ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୬୯ ତମ ମ୍ୟାଚରେ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ୍‌‌ (ଡିସି) ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ୍‌(ଏମ୍‌ଆଇ) ବିଜୟ ହାସଲ...

‘କରୋନାକୁ ହରାଇବାରେ କ୍ରୀଡ଼ା ସହାୟକ ହୋଇପାରେ’

ନୂଆଦିଲ୍ଲୀ, ୨୩।୬-କରୋନା ଭାଇରସ ସଂକ୍ରମଣ ଏବେ ସମଗ୍ର ବିଶ୍ୱରେ ଚିନ୍ତାର କାରଣ ହୋଇଛି। ଔଷଧ ବାହାରି ନ ଥିବାରୁ କରୋନା ବିପକ୍ଷ ଲଢ଼େଇରେ ବିଜୟ ହାସଲ...

ଏବେ ସ୍ତ୍ରୀଙ୍କ ପାଇଁ ମୋ ମୁଣ୍ଡ ଖାଇବାର ସମୟ ଆସିଛି: କାହିଁକି ଏମିତି କହିଥିଲେ ଧୋନୀ

ପୂର୍ବତନ ଭାରତୀୟ ଅଧିନାୟକ ଏମଏସ ଧୋନୀ ସୋସିଆଲ ମିଡିଆରେ କମ ସକ୍ରିୟ ଅଛନ୍ତି। ସେ ମଧ୍ୟ ଲାଇମଲାଇଟଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି ନିଜ ସୋସିଆଲ...

କୋନର ଜିତିଲେ ୯ମ ଷ୍ଟେଜ୍‌

ପ୍ୟାରିସ, ୫ା୭: ଅଷ୍ଟ୍ରେଲିଆର ବେନ୍‌ ଓ’ କୋନର ଟୁର୍‌ ଡି’ ଫ୍ରାନ୍ସ ସାଇକେଲ ରେସ୍‌ର ୯ମ ଷ୍ଟେଜ୍‌ ବିଜେତା ହୋଇଛନ୍ତି। କ୍ଲସେସ୍‌ଠାରୁ ଟାଇଗ୍ନେସ ୧୪୪.୯ କିଲୋମିଟର...

ପାଓ୍ବରପ୍ଲେରେ ଧୋଇଲେ ମୟଙ୍କ, ଶିଖର

ମୁମ୍ବାଇ,୨୭।୩: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଦ୍ୱାରା ଧାର୍ଯ୍ୟ ୨୦୬ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରୁଥିବା ପଞ୍ଜାବ କିଙ୍ଗ୍ସକୁ ପାଓ୍ବାରପ୍ଲେରେ ବିସ୍ଫୋରକ ଆରମ୍ଭ ଦେଇଛନ୍ତି...

Advertisement
Archives

Model This Week