ପଥର ଖଣି ଲିଜ୍‌ ବନ୍ଦ ଦାବି

କେନ୍ଦୁଝର,୭ା୧୧(ସ୍ବ.ପ୍ର.): ବାଂଶପାଳ ବ୍ଲକ ଟଣ ପଞ୍ଚାୟତର ବେଣିଡିହି ଗ୍ରାମରେ ପଥର କ୍ୱାରୀ ଲିଜ୍‌ ଓ କ୍ରସର ବସାଇବାକୁ ଆଦିବାସୀମାନେ ବିରୋଧ କରି ସୋମବାର ଜିଲାପାଳ ଆଶିଷ ଠାକରେଙ୍କୁ ଲିଖିତ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି। ଉକ୍ତ ଗ୍ରାମରେ ୩୭୫ ଆଦିବାସୀ ପରିବାର ବସବାସ କରୁଛନ୍ତି। ୨୦୧୬-୧୭ରେ ଏଠାରେ ପଥର ଖଣି ଲିଜ୍‌ ଓ କ୍ରସର ଅନୁମତି ଦିଆଯାଇଥିଲା। ଫଳରେ ସେଠାରେ କାମ କରୁଥିବା ଲୋକମାନେ ବିଭିନ୍ନ ପ୍ରକାର ଅନୀତିକର କାର୍ଯ୍ୟ କରିବା ସହ ଗ୍ରାମର ଯୁବତୀମାନଙ୍କ ସହିତ ଅନ୍ୟାୟ ଅତ୍ୟାଚାର କରିଥିଲେ। ଏପରିକି ଜଣେ ପିଲାର ମୃତ୍ୟୁ ହୋଇଥିଲା ବୋଲି ଅଭିଯୋଗ କରିଛନ୍ତି।
ସେହିପରି ଖଣି ଓ କ୍ରସର ଦ୍ୱାରା ଜଙ୍ଗଲ ଓ ପରିବେଶ ନଷ୍ଟ ହେବା ସହ ଆଦିବାସୀଙ୍କ ଜଙ୍ଗଲ ଅର୍ଥନୀତି କ୍ଷତିଗ୍ରସ୍ତ ହେଉଛି। ଏଣୁ ଗ୍ରାମ ନିକଟରେ କୌଣସି ଖଣି ଲିଜ୍‌ କିମ୍ବା କ୍ରସର ଅନୁମତି ଦିଆଯାଉନାହିଁ ବୋଲି ଦୀର୍ଘ ପ୍ରାୟ ୮୦କିମି ଦୂରରୁ ମହିଳା ଓ ପୁରୁଷମାନେ ଆସି ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜଣାଇଛନ୍ତି। ଟଣ ପଞ୍ଚାୟତ ସରପଞ୍ଚଙ୍କ ସମେତ ବହୁ ଲୋକ ଦସ୍ତଖତ କରି ଜିଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି।

ପ୍ରକାଶ ଯେ, ଆଦିବାସୀ ଅଧ୍ୟୁଷିତ ବାଂଶପାଳ ବ୍ଲକ ଟଣ ପଞ୍ଚାୟତର କାକଡ଼ଇମ୍ଭା, ଟୁଙ୍ଗୁରୁବାହାଳ, ରୁଗୁଡିହି, ଜନସନପୁର, ଜଟା ଆଦି ଗ୍ରାମର ଆଦିବାସୀମାନେ ବିଶେଷ କରି ଜଙ୍ଗଲପାହାଡ଼ ଉପରେ ନିର୍ଭର କରି ଚଳୁଛନ୍ତି। ଜଙ୍ଗଲରୁ କାଠପତ୍ର, ଚେରମୂଳି ଔଷଧ, କେନ୍ଦୁପତ୍ର, ମହୁଲ, ଶାଗ, ଆଳୁ ଆଦି ବିଭିନ୍ନ ପ୍ରକାରର ଫଳମୂଳ ସଂଗ୍ରହ କରି ସେସବୁ ବଜାରରେ ବିକି ପରିବାର ଗୁଜୁରାଣ ମେଣ୍ଟାଇ ଆସୁଛନ୍ତି। ସେହିପରି ଗୋରୁଗାଈ, ଛେଳି, ମଇଁଷି ଆଦି ଜଙ୍ଗଲରେ ଚରାବୁଲା କରିଥାନ୍ତି। ଏଣୁ ଉକ୍ତ ଅଞ୍ଚଳରେ ପଥର ଖଣି ଲିଜ୍‌ ଓ କ୍ରସର ପ୍ରତିଷ୍ଠା କରାଗଲେ ସେମାନଙ୍କ ଜୀବନଜୀବିକା କ୍ଷତିଗ୍ରସ୍ତ ହେବା ସହ ଗୃହପାଳିତ ପଶୁ , ବନ୍ୟଜନ୍ତୁ ଆଦି କ୍ଷତିଗ୍ରସ୍ତ ହେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା ତୋରଣ ଭଙ୍ଗା ଘଟଣା: ଜନପ୍ରିୟ ସରକାରକୁ ବଦନାମ କରିବାକୁ ଚାଲିଛି ଚକ୍ରାନ୍ତ,ବରଗଡ଼ ଏମପି…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା ସବୁଠି ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାର ତୁରନ୍ତ ଭିଜିଲାନ୍ସ ତଦନ୍ତ କରିବା ପାଇଁ ବରଗଡ଼…

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

ଉତ୍କଟ ପାନୀୟ ଜଳ ସମସ୍ୟା: ଗରା-ମାଠିଆ ଧରି ୨୦ କିଲୋମିଟର ପଦଯାତ୍ରା କଲେ ଶତାଧିକ ମହିଳା,ପ୍ରତିବାଦ…

ବଲାଙ୍ଗିର, ୨୬।୫ (ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଏବେ ଉତ୍କଟ ରୂପ ଧାରଣ କରିଛି। ପିଇବା ପାଣି…

କଂଗ୍ରେସର ବଡ଼ ନିଷ୍ପତ୍ତି: ୧୭ କର୍ମୀଙ୍କ ନିଲମ୍ବନ ପ୍ରତ୍ୟାହାର, ଚିଠି ଲେଖିଲେ ରାଜ୍ୟ ସଭାପତି

ଦାରିଙ୍ଗବାଡି, ୨୬।୫ (ଅରୁଣ ସାହୁ): କନ୍ଧମାଳ ଜିଲା ପ୍ରଦେଶ କଂଗ୍ରେସ କମିଟିର ଜିଲ୍ଲା ସଭାପତି ଚନ୍ଦ୍ରଶେଖର ପରିଡା ଗତ କିଛି ଦିନ ପୁର୍ବରୁ ଦାରିଙ୍ଗବାଡି ଏବଂ ରାଇକିଆ…

କେସିଙ୍ଗା ଝିଅଙ୍କ କମାଲ: OAS ପରୀକ୍ଷାରେ ରଖିଛନ୍ତି ୪ର୍ଥ ର଼୍ୟାଙ୍କ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା, ୨୬।୫ (ତୁମେଶ୍ୱର ସାହୁ): ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (OCS) ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏହି…

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ନୀଳକଣ୍ଠେଶ୍ଵର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ: ଶତରୁଦ୍ର ମହାଯଜ୍ଞରେ ପୂଜାର୍ଚ୍ଚନା କଲେ ଖଣି ମନ୍ତ୍ରୀ

ଦିଗପହଣ୍ଡି,୨୬।୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା  ଦିଗପହଣ୍ଡି ସହର ଉପକଣ୍ଠ  କୁଶପଡ଼ା ଗ୍ରାମ ନିକଟ କମାପଡିଆ ସ୍ଥିତ ନୀଳକଣ୍ଠେଶ୍ଵର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଓ ଶତରୁଦ୍ର ମହାଯଜ୍ଞର…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri