Posted inଖେଳ

ଏସିଆନ ଅନ୍‌ଲାଇନ୍‌ ଟିମ୍‌ ଚେସ୍‌: ମହିଳା ଓ ପୁରୁଷ ଦଳ ଫାଇନାଲରେ

ଚେନ୍ନାଇ, ୨୫ା୧୦ (ପି.ଟି.)-ଆର୍‌. ବୈଶାଳୀ ଓ ବି. ଅଧିବନଙ୍କ ପ୍ରଭାବୀ ପ୍ରଦର୍ଶନ ଯୋଗୁ ଟପ୍‌ ସିଡ୍‌ ଭାରତର ଉଭୟ ମହିଳା ଓ ପୁରୁଷ ଦଳ ଏସିଆନ ଅନ୍‌ଲାଇନ୍‌ ଟିମ୍‌ ଚେସ୍‌ ଚାମ୍ପିୟନଶିପ୍‌ର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ସେମାନେ ଯଥାକ୍ରମେ ମଙ୍ଗୋଲିଆ ଓ କାଜାଖସ୍ତାନ ବିପକ୍ଷରେ ବିଜୟ ହାସଲ କରିଛନ୍ତି। ମହିଳା ଦଳ ୩.୫-୦.୫ ଏବଂ ୪-୦ରେ ବିଜୟ ଲାଭ କରିଥିବାବେଳେ ପୁରୁଷ ଦଳ ୨.୫-୧.୫ ଏବଂ ୩.୧ରେ ବିଜୟୀ ହୋଇଛି। ପୁରୁଷ ବିଭାଗରେ ବି. ଅଧିବନ ଟପ୍‌ ବୋର୍ଡର ଉଭୟ ମ୍ୟାଚ୍‌ରେ ରିନାତ ଜୁମାବାୟେଭଙ୍କୁ ପରାସ୍ତ କରିଥିଲେ। ପ୍ରଥମ ମ୍ୟାଚ୍‌ରେ ଅଧିବନଙ୍କ ବିଜୟ ହାସଲ କରିଥିବାବେଳେ ନିହାଲ ସରିନ୍‌. ଏସ୍‌ପି ସେଥୁରମନ ଏବଂ କେ. ଶଶିକିରଣ ସେମାନଙ୍କ ଗେମ୍‌ ଡ୍ର’ ରଖିଥିଲେ। ଦ୍ୱିତୀୟ ମ୍ୟାଚ୍‌ରେ ଅଧିବନ, ସରିନ ଏବଂ ସେତୁରମଣ ସେମାନଙ୍କ ଗେମ୍‌ରେ ବିଜୟ ହାସଲ କରିଥିବାବେଳେ ଡେନିସ ମାଖନେଭଙ୍କଠାରୁ ଶଶିକିରଣ ପରାଜିତ ହୋଇଯାଇଥିଲେ। ସୂର୍ଯ୍ୟ ଶେଖର ଗାଙ୍ଗୁଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ରବିବାର ଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ। ଗାଙ୍ଗୁଲି କିନ୍ତୁ ଶନିବାର ମ୍ୟାଚ ଖେଳି ନ ଥିଲେ। ମହିଳା ସେମିଫାଇନାଲରେ କିନ୍ତୁ ଭାରତ ଉଭୟ ମ୍ୟାଚରେ ସହଜ ବିଜୟ ହାସଲ କରିଥିଲେ। ପ୍ରାଥମିକ ପର୍ଯ୍ୟାୟରେ ଟପ୍‌ ବୋର୍ଡରେ ସ୍ବର୍ଣ୍ଣ ପଦକ ଲାଭ କରିଥିବା ଆର. ବୈଶାଳୀ ବାତଖୁୟାଗ ମଙ୍ଗୁଟୁଲ୍‌ ବିପକ୍ଷ ଉଭୟ ଗେମ୍‌ ଜିତିଥିଲେ। ପ୍ରଥମ ମ୍ୟାଚରେ ବୈଶାଳୀଙ୍କ ବ୍ୟତୀତ ପଦ୍ମିନୀ ରାଉତ ଓ ପି. ନନ୍ଧିଧା ସେମାନଙ୍କ ବିପକ୍ଷ ଗେମ୍‌ରେ ବିଜୟୀ ହୋଇଥିବାବେଳେ ଗୋମ୍ସ ତାଙ୍କ ଗେମ୍‌ ଡ୍ର ରଖିଥିଲେ। ଦ୍ୱିତୀୟ ମ୍ୟାଚରେ ବୈଶାଳୀ, ଭକ୍ତି କୁଲକର୍ନୀ, ରାଉତ ଓ ନନ୍ଧିଧାଙ୍କ ବିଜୟ ଫଳରେ ଭାରତୀୟ ଦଳ ୪-୦ରେ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

ପାକିସ୍ତାନ ସହିତ ହାତ ମିଳାଇବା ପ୍ରଶ୍ନର ଉତ୍ତରରେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଦେଲେ ଏମିତି ବିବୃତ୍ତି…

ନୂଆଦିଲ୍ଲୀ,୩୦।୮: ମହିଳା ଏସିଆ କପ ୨୦୨୬ ଚାଲିଛି। UAE ଦ୍ୱାରା ଆୟୋଜିତ, ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଦୁବାଇରେ ଖେଳାଯାଉଛି। ଭାରତୀୟ ଦଳ ଅଗଷ୍ଟ ୩୦ରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ…

ସଞ୍ଜୁ ସାମସନଙ୍କୁ ନେଇ ବଡ଼ କଥା କହିଲେ ସୂର୍ଯ୍ୟକୁମାର, ଟିମ୍‌ରୁ ବାଦ ପଡ଼ିବା ପରେ…

ନୂଆଦିଲ୍ଲୀ,୩୦ା୮: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଞ୍ଜୁ ସାମସନଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି । ଦଳରୁ ବାଦ ପଡ଼ିବା ପରେ…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri