Posted inଖେଳ

ମଙ୍କ୍‌ଡିଙ୍ଗ୍‌ ନେଇ ବ୍ୟାଟ୍ସମ୍ୟାନଙ୍କୁ ଅଶ୍ୱିନଙ୍କ ପ୍ରଥମ ଓ ଅନ୍ତିମ ଚେତାବନୀ

ଦୁବାଇ,୭।୧୦ (ପି.ଟି.): ଭାରତ ତଥା ଦିଲ୍ଲୀ କ୍ୟାପିଟାଲ୍ସ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ମଙ୍କଡିଙ୍ଗ୍‌ ନେଇ ନିଜର ପ୍ରଥମ ଓ ଅନ୍ତିମ ଚେତାବନୀ ଦେଇଛନ୍ତି। ଦିଲ୍ଲୀ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁକାବିଲାରେ ଅଶ୍ୱିନ ପୁଣି ଥରେ ସମସ୍ତଙ୍କ ନଜରକୁ ଆସିଛନ୍ତି। ଏହି ମ୍ୟାଚ୍‌ରେ ଅଶ୍ୱିନ ଯେତେବେଳେ ବୋଲିଂ କରୁଥିଲେ ସେତେବେଳେ ବାଙ୍ଗାଲୋରର ଓପନର ଆରୋନ ଫିଞ୍ଚ୍‌ଙ୍କୁ ମଙ୍କଡିଙ୍ଗ୍‌ ଦ୍ୱାରା ଆଉଟ କରିବା ସୁଯୋଗ ଥିଲା। କିନ୍ତୁ ଅଶ୍ୱିନ ଫିଞ୍ଚ୍‌ଙ୍କୁ ମଙ୍କଡିଙ୍ଗ ନ କରି ଚେତାବନୀ ଦେଇ ଛାଡି ଦେଇଥିଲେ। ଉଲ୍ଲେଖଥାଉ କି, ବୋଲିଂ କରିବା ବେଳେ ନନ୍‌ ଷ୍ଟ୍ରାଇକର ଏଣ୍ଡରେ ଥିବା ବ୍ୟାଟ୍ସମ୍ୟାନ ବଲ୍‌ ପଡିବା ପୂର୍ବରୁ କ୍ରିଚ୍‌ରୁ କିଛି ବାଟ ଆଗକୁ ଚାଲିଯାଇଥାନ୍ତି। ଏହାର ସୁଯୋଗ ନେଇ ବୋଲର ଯଦି ସମ୍ପୃକ୍ତ ବ୍ୟାଟ୍ସମ୍ୟାନଙ୍କୁ ରନ୍‌ ଆଉଟ କରିନ୍ତି ତା’ହେଲେ ତାକୁ ମଙ୍ଗଡିଙ୍ଗ୍‌ କୁହାଯାଇଥାଏ। ଏବେ ଏ ନେଇ ଅଶ୍ୱିନଙ୍କ ଚେତାବନୀର ଯଥେଷ୍ଟ ଗୁରୁତ୍ୱ ରହିଛି।
ନନ୍‌ ଷ୍ଟ୍ରାଇକର ଏଣ୍ଡରେ ଥିବା ବ୍ୟାଟ୍ସମ୍ୟାନଙ୍କୁ ଅଶ୍ୱିନ ଟୁଇଟ୍‌ କରି ଚେତାବନୀ ଦେଇ କହିଛନ୍ତି ଯେ, ଭବିଷ୍ୟତରେ ସେ ଏଭଳି ପରିସ୍ଥିତିରେ ମଙ୍କ୍‌ଡିଙ୍ଗ୍‌ କରିବାକୁ ପଛାଇବେ ନାହିଁ। ତେଣୁ ଭବିଷ୍ୟତରେ ମୋତେ କେହି ଦୋଷ ଦେବେନାହିଁ।
ତେବେ ଆଇପିଏଲ୍‌ ଆରମ୍ଭ ହେବା ପୂର୍ବରୁ ଅଶ୍ୱିନଙ୍କୁ ଆଉ ମଙ୍କ୍‌ଡିଙ୍ଗ୍‌ କରିବାକୁ ସୁଯୋଗ ଦେବେ ନାହିଁ ବୋଲି ଦିଲ୍ଲୀ ହେଡ୍‌ କୋଚ୍‌ ରିକି ପଣ୍ଟିଂ କହିଥିଲେ। ଅଶ୍ୱିନ ମଧ୍ୟ ତାଙ୍କ କଥା ମାନି ମଙ୍କଡିଙ୍ଗ୍‌ କରି ନ ଥିଲେ। ଆଇପିଏଲ୍‌ର ଗତ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ ତରଫରୁ ବ୍ୟାଟିଂ କରୁଥିବା ଜୋଶ ବଟଲରଙ୍କୁ ମଙ୍ଗଡିଙ୍ଗ୍‌ କରି ଆଉଟ କରିଥିଲେ। ଏହାକୁ ନେଇ ସେତେବେଳେ ବହୁତ ବିବାଦ ହୋଇଥିଲା। ଏପରିକି ଏହି ନିୟମକୁ ହଟାଇ ଦେବାକୁ ଦାବି ମଧ୍ୟ ହୋଇଥିଲା। ଏବେ କିନ୍ତୁ ଅଶ୍ୱିନ ଆଉ କାହାକୁ କ୍ଷମା କରିବେ ନାହିଁ ଓ ମଙ୍ଗଡିଙ୍ଗ୍‌ କରିବାକୁ ଆଦୌ ଦ୍ୱିଧା ଅନୁଭବ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ପ୍ରଥମ ଟି-୨୦ରେ ଅଭିଷେକଙ୍କ ବଡ଼ କାରନାମା, ଭାଙ୍ଗିଲେ ୩ ବଡ଼ ରେକର୍ଡ; ଭାରତୀୟଙ୍କ ମଧ୍ୟରେ ନମ୍ବର-୧

ନୂଆଦିଲ୍ଲୀ,୧୪।୯: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୭ ଉଇକେଟ୍‌ରେ ଜିତିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ସମ୍ମୁଖରେ ୧୫୭ ରନର ବିଜୟ ଲକ୍ଷ୍ୟ…

ଟିମ ଇଣ୍ଡିଆ କାହିଁକି ଗ୍ରହଣ କଲା ନାହିଁ ଟ୍ରଫି? ଜବାବ ରଖିଲା BCCI

ନୂଆଦିଲ୍ଲୀ,୧୪।୯: ମୋହସିନ ନକଭିଙ୍କ ଠାରୁ ଟ୍ରଫି ଗ୍ରହଣ ନ କରିବାକୁ ନେଇ ଟିମ ଇଣ୍ଡିଆ ନେଇଥିବା ନିଷ୍ପତ୍ତି ଉପରେ BCCI ପ୍ରତିକ୍ରିୟା ରଖିଛି। BCCI ସମ୍ପାଦକ ଦେବଜିତ…

‘ନକଭିଙ୍କ ଖେଳ…’ ‘ଚୋର’ ବୋଲି ସ୍ଲୋଗାନରେ ପାକିସ୍ତାନ କ୍ଷୁବ୍ଧ; ଭାରତ ଗ୍ରହଣ କଲା ନାହିଁ ଟ୍ରଫି

ନୂଆଦିଲ୍ଲୀ,୧୪।୯: ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ୨୦୨୬ ମହିଳା ଏସିଆ କପ ଟାଇଟଲ ଜିତିଥିଲା, କିନ୍ତୁ ମ୍ୟାଚ ପରବର୍ତ୍ତୀ ଟ୍ରଫି…

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

ଖେଳିବେନି ବୈଭବ ସୂର୍ଯ୍ୟବଂଶୀ! ଟିମ୍‌ରେ ମିଳିଲାନି ସ୍ଥାନ, ୧୧ଜଣିଆ ଦଳ ଚୟନ କଲେ…

ନୂଆଦିଲ୍ଲୀ,୧୩।୯: ଭାରତର ପୂର୍ୱତନ କ୍ରିକେଟର ଆକାଶ ଚୋପ୍ରା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖିଛନ୍ତି। ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?