Posted inଖେଳ

ରାଉଣ୍ଡ ଅଫ୍‌-୧୬ରେ ଅଶ୍ୱିନୀ-ତନିଶା

ଭୁବନେଶ୍ୱର,୧୪ା୧୨(ସରୋଜ ଜେନା): ଜବାହାରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଯାଇଛି ବିଡବ୍ଲ୍ୟୁଏଫ ଟୁର୍‌ ସୁପର-୧୦୦ ଓଡ଼ିଶା ମାଷ୍ଟର୍ସ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ। ୨୭ ଦେଶରୁ ୩୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ଏହି ସମ୍ମାନଜନକ ଟୁର୍ନାମେଣ୍ଟର ରାଉଣ୍ଡ ଅଫ୍‌-୧୬ରେ ପ୍ରକାଶ କରିଛନ୍ତି ଭାରତୀୟ ମହିଳା ଡବଲ୍ସ ଯୋଡି ଅଶ୍ୱିନୀ ପୋନାପ୍ପା ଓ ତନିଶା କାଷ୍ଟ୍ରୋ। ଏହା ବ୍ୟତୀତ ମହିଳା ସିଙ୍ଗଲ୍ସରେ ଉନ୍ନତି ହୁଦା ଓ ପୁରୁଷ ସିଙ୍ଗଲ୍ସରେ କିରଣ ଜର୍ଜ ମଧ୍ୟ ନିଜ ମ୍ୟାଚ୍‌ରେ ବିଜୟୀ ହୋଇଛନ୍ତି।
କ୍ରମାଗତ ଦୁଇଟି ସୁପର-୧୦୦ ସିରିଜ୍‌ ଟୁର୍ନାମେଣ୍ଟ ବିଜୟୀ ହୋଇ ଆସିଥିବା ଅଶ୍ୱିନୀ ପୋନାପ୍ପା ଓ ତନିଶା କାଷ୍ଟ୍ରୋଙ୍କ ଯୋଡି ୟୁଏଇର ଏଲିନା ଖାତୁନ ଓ ନୟୋନିକା ରାଜେଶଙ୍କୁ ୨୧-୭ ଓ ୨୧-୧୪ ସେଟରେ ପରାସ୍ତ କରିଛନ୍ତି। ଅନ୍ୟତମ ମହିଳା ଡବଲ୍ସ ଯୋଡି ପଲକ ଅରୋରା ଓ ଉନ୍ନତି ହୁଦା ୨୧-୭ ଓ ୨୧-୧୩ରେ ନିଜ ଦେଶର ସିମରନ୍‌ ସିଙ୍ଘି ଓ ରିତିକା ଠାକେରଙ୍କୁ ପରାସ୍ତ କରିଛନ୍ତି। ସେହିପରି ଦିନର ପ୍ରଥମ ମିକ୍ସଡ ଡବଲ୍ସ ମ୍ୟାଚରେ ଅଶ୍ୱିନୀ ପୋନାପ୍ପା ଓ ରୋହନ କପୁର ବିଜୟ ହାସଲ କରି ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଥିଲେ। ଉଭୟ ଖେଳାଳି ମାଲେସିଆର ଟିଙ୍ଗ ଶି ଓ୍ବି ଓୟେନ୍‌ ଓ ଗାନ ଜିଙ୍ଗ ଏର୍‌ଙ୍କୁ ୨୧-୧୯ ଓ ୨୧-୧୫ ସେଟରେ ପରାସ୍ତ କରିଥିଲେ। ମହିଳା ସିଙ୍ଗଲ୍ସରେ ଟୁର୍ନାମେଣ୍ଟର ଟପ୍‌ସିଡ୍‌ ରହିଥିବା ଚାଇନିଜ ତାଇପେର ଓ୍ବେନ୍‌ ଚି ହୁ ୨୧-୧୪, ୨୧-୧୪ରେ ଓ୍ବିକ୍ଟୋରିଆ ଡାବଜିନସ୍କାଙ୍କୁ ପରାସ୍ତ କରିଥିଲେ।
ମହିଳା ସିଙ୍ଗଲ୍ସରେ ପ୍ରତିଭାବାନ ଉନ୍ନତି ହୁଦା ୨୧-୧୦ ଓ ୨୧-୮ରେ ଉଗାଣ୍ଡାର ହୁସିନା କୋବୁଗାବେଙ୍କୁ ପରାସ୍ତ କରିଥିଲେ। ପୁରୁଷ ସିଙ୍ଗଲ୍ସରେ ଚିରାଗ୍‌ ସେନ୍‌ ୨୧-୧୨ ଓ ୨୧-୯ ସେଟ୍‌ରେ ସନିଥ୍‌ ଦୟାନନ୍ଦ ସିମୋଗାଙ୍କୁ ହରାଇଥିଲେ। ଡିଫେଣ୍ଡିଂ ଚାମ୍ପିୟନ କିରଣ ଜର୍ଜ ୨୧-୧୨, ୧୦-୨୧ ଓ ୨୧-୧୨ ସେଟରେ ସତୀଶ କୁମାରଙ୍କୁ ହରାଇ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri