୧୦ ମାସର ଶିଶୁକୁ ସାନିଟାଇଜର ମିଶ୍ରିତ ପାଣି ପିଇବାକୁ ଦେଲେ ଆଶାକର୍ମୀ

ଅଗରତାଲା, ୧୨।୮: ଜଣେ ୧୦ ମାସର ଶିଶୁକୁ ସାନିଟାଇଜର ମିଶ୍ରିତ ପାଣି ପିଇବାକୁ ଦେଇଛନ୍ତି ଆଶାକର୍ମୀ। ଏଭଳି ଏକ ଅଭାବନୀୟ ଘଟଣା ତ୍ରିପୁରାରେ ଦେଖିବାକୁ ମିଳିଛି। ତ୍ରିପୁରାର ଉନାକୋଟି ଜିଲା ସୋନାମୁରୀ ଗ୍ରାମରେ ଏହି ଅଘଟଣ ଘଟିଛି। ଏଠାରେ ଅବସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (ପିଏଚ୍‌ସି)ରେ ମଙ୍ଗଳବାର ଜଣେ ମହିଳା ତାଙ୍କର ୧୦ ମାସର ଶିଶୁକୁ ପୋଲିଓ ଟୀକାକରଣ ପାଇଁ ନେଇଥିଲେ। ସେଠାରେ ଥିବା ଆଶାକର୍ମୀ ପୁଷ୍ପା ଦାସ ଶିଶୁକୁ ଟୀକା ଦେଇଥିଲେ। ଏହାପରେ ମହିଳା ଜଣଙ୍କ ଆଶାକର୍ମୀ ପୁଷ୍ପାଙ୍କୁ ଶିଶୁ ପାଇଁ ପାଣି ମାଗିଥିଲେ। ପୁଷ୍ପା ଏହି ସମୟରେ ଭୁଲରେ ପାଖରେ ଥୁଆ ହୋଇଥିବା ଏକ ସାନିଟାଇଜର ମିଶା ପାଣିବୋତଲ ମହିଳାଙ୍କୁ ଦେଇଥିଲେ। ଶିଶୁଟି ଏହି ପାଣି ପିଇବା ପରେ ଅସୁସ୍ଥ ହୋଇପଡ଼ିଥିଲେ। ଏହାପରେ ଶିଶୁଟିକୁ ହସ୍ପିଟାଲକୁ ନିଆଯାଇଥିଲା। ଯେଉଁଠାରେ ବୋତଲରେ ସାନିଟାଇଜର ମିଶିଥିଲା ବୋଲି ଜଣାପଡ଼ିଥିଲା। ମଙ୍ଗଳବାର ସଂନ୍ଧ୍ୟାରେ ମହିଳା ଜଣଙ୍କ ଏନେଇ କୁମାରଘାଟ ପୋଲିସ ଷ୍ଟେସନରେ ଆଶାକର୍ମୀଙ୍କ ନାମରେ ଅଭିଯୋଗ କରିଛନ୍ତି। ପ୍ରାଥମିକ ତଦନ୍ତରୁ ବୋତଲରେ ସାନିଟାଇଜର ମିଶିଥିବା ଆଶାକର୍ମୀ ଜାଣି ନ ଥିଲେ ବୋଲି ଥାନା ଅଧିକାରୀ ପ୍ରଦୀପ ଦତ୍ତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫେସ୍‌ବୁକ୍‌ରୁ ପ୍ରେମ, ବିବାହ ପାଇଁ ପ୍ରେମିକ ମନା କରିବାରୁ ଘଟିଲା ଏମିତି

ଡେରାଡୁନ୍‌,୫ା୧୦: ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନ୍‌ର ଜଣେ ଯୁବତୀ ଏବଂ ଝାଡ଼ଖଣ୍ଡର ଗରଓ୍ବା ଜିଲାର ଜଣେ ଯୁବକଙ୍କ ମଧ୍ୟରେ ଫେସ୍‌ବୁକ୍‌ରୁ ବନ୍ଧୁତା ଏବଂ ପରେ ପ୍ରେମ ସମ୍ପର୍କ...

ବିବାଦରେ ‘ବିଫ୍‌ ଫ୍ରାଏ’ ଟୁଇଟ୍‌

ଥିରୁଭାନନ୍ତପୁରମ୍‌,୧୮ା୧ (ପି.ଟି.): ମକର ସଂକ୍ରାନ୍ତି ଦିନ କେରଳ ପର୍ଯ୍ୟଟନ ବିଭାଗ ‘ବିଫ୍‌ ଫ୍ରାଏ’ ଟୁଇଟ୍‌ କରି ବିବାଦ ଘେରକୁ ଆସିଛି। ଏହାକୁ ନେଇ ବିବଦା ଉଠିବା...

ଆୟୁଷ ମନ୍ତ୍ରଣାଳୟ ବିନା ଅନୁମତିରେ ପ୍ରସ୍ତୁତ ହୋଇଛି ‘କରୋନିଲ୍‌’: ରାମଦେବ-ପତଞ୍ଜଳି ଏମ୍‌ଡିଙ୍କ ବିରୋଧରେ ମାମଲା ଦାଏର

ଜୟପୁର, ୨୮।୬: ଆୟୁଷ ମନ୍ତ୍ରଣାଳୟର ବିନା ଅନୁମତିରେ ପତଞ୍ଜଳି ପକ୍ଷରୁ କୋଭିଡ୍‌-୧୯ ଔଷଧ ‘କରୋନିଲ୍‌’ ପ୍ରସ୍ତୁତ କରାଯାଇଛି। ଏନେଇ ରାଜସ୍ଥାନର ଜ୍ୟୋତି ନଗର ପୋଲିସ୍‌  ଷ୍ଟେଶନରେ...

କେରଳକୁ ମିଳିଲା ପ୍ରଥମ ଟ୍ରାନ୍ସଜେଣ୍ଡର ଆଇନଜୀବୀ

ଥିରୁଭାନନ୍ତପୁରମ୍‌,୨୦।୩: କେରଳ ପାଇଲା ପ୍ରଥମ ଟ୍ରାନ୍ସଜେଣ୍ଡର ଆଇନଜୀବୀ। ତାଙ୍କ ନାମ ପଦ୍ମା ଲକ୍ଷ୍ମୀ। କେରଳର ଶିଳ୍ପ ମନ୍ତ୍ରୀ ପି ରାଜୀବ ଇନଷ୍ଟାଗ୍ରାମରେ ପଦ୍ମାଙ୍କ ଗୋଟିଏ ଫଟୋ...

ଦିନେ ପିଓକେ ହେବ ଭାରତର…

ନୂଆଦିଲ୍ଲୀ,୨୭।୧୦: ଦିନେ ପାକ୍‌ ଅଧିକୃତ କଶ୍ମୀର (ପିଓକେ) ଭାରତର ଅଂଶ ବିଶେଷ ହେବ। ଭାରତୀୟ ସେନା ଏହି ଲକ୍ଷ୍ୟ ନିଶ୍ଚିତ ପୂରଣ କରିବ। ବାୟୁସେନା କମାଣ୍ଡିଂ-ଇନ-ମୁଖ୍ୟ...

ଇଭି-ଯାତ୍ରା ପୋର୍ଟାଲ ଉନ୍ମୋଚନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୪।୧୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ବ୍ୟୁରୋ ଅଫ୍‌ ଏନର୍ଜି ଏଫିସିଏନ୍ସି (ବିଇଇ) ଦ୍ୱାରା ବିକଶିତ ଇଭି-ଯାତ୍ରା ପୋର୍ଟାଲ ଉନ୍ମୋଚନ କରିଛନ୍ତି। ଏହି ପ୍ଲାଟଫର୍ମ ଇଭି...

କଡ଼ା ସୁରକ୍ଷା ମଧ୍ୟରେ ଭବାନୀପୁରରେ ମତଦାନ ଆରମ୍ଭ…

କୋଲକାତା,୩୦।୯: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଆସନରେ ଗୁରୁବାର ମତଦାନ ଆରମ୍ଭ ହୋଇଛି। ନିର୍ବାଚନର ଫଳାଫଳ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭିବିଷ୍ୟତ...

ଡିଏମ୍‌କେ ଘୋଷଣା କଲା ପ୍ରାର୍ଥି ତାଲିକା: କୋଲାଥୁରରୁ ଲଢିବେ ଷ୍ଟାଲିନ

ଚେନ୍ନାଇ,୧୨ ।୩: ତାମିଲନାଡୁରେ ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦ୍ରାବିଡ ମୁନ୍ନେତ୍ର କଝଗମ (ଡିଏମ୍‌କେ) ଶୁକ୍ରବାର ପ୍ରାର୍ଥି ତାଲିକା ଘୋଷଣା କରିଛି । ଦଳ...

Advertisement
Archives

Model This Week