Posted inଜାତୀୟ

ଝିଅଙ୍କ ବିବାହ ବୟସ ବୃଦ୍ଧିକୁ ନେଇ ପ୍ରଶ୍ନ: ଓୱାଇଇସି କହିଲେ ୧୮ ବର୍ଷରେ ଯଦି ଏମ୍‌ପି, ବିଧାୟକ ବାଛିପାରିବେ ଜୀବନ ସାଥି କାହିଁକି ନୁହେଁ

ନୂଆଦିଲ୍ଲୀ,୧୮ ।୧୨: ଝିଅଙ୍କ ବିବାହ ବୟସ ୧୮ରୁ ବୃଦ୍ଧି କରି ୨୧ କରିବା ନିଷ୍ପତ୍ତିକୁ କେନ୍ଦ୍ର ମନ୍ତ୍ରୀମଣ୍ଡଳର ମଞ୍ଜୁରୀ ମିଳିସାରିଛି । ଏବେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଏଆଇଏମ୍‌ଆଇଏମ୍ ନେତା ଅସଦୁଦ୍ଦିନ ଓୱାଇଇସି । ସେ କହିଛନ୍ତି ଯଦି ୧୮ ବର୍ଷ ବୟସରେ ଜଣେ ପୁଅ ବା ଝିଅ ସାବାଳକ ହୋଇ ଯାଉଛନ୍ତି ଓ ସେମାନଙ୍କୁ ଏମ୍‌ପି , ବିଧାୟକ ବାଛିବାକୁ ସ୍ୱାଧିନତା ମିଳିଯାଉଛି ତେବେ ସେମାନେ ନିଜର ଜୀବନ ସାଥି କାର୍ହିକି ବାଛି ପାରିବେ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ୧୮ ବର୍ଷରେ ଜଣେ ବାଳକ ବା ବାଳିକା କଣ୍ଟ୍ରାକ୍ଟ ସାଇନ୍ କରିପାରିବେ, ବ୍ୟବସାୟ ଆରମ୍ଭ କରିପାରିବେ, ପ୍ରଧାନମନ୍ତ୍ରୀ ବାଛି ପାରିବେ, ଏମ୍‌ପି ବିଧାୟକ ବାଛି ପାରିବେ ହେଲେ ଜୀବନ ସାଥି ନୁହେଁ । ଏମାନେ ଲିଭ ଇନ୍ ରିଲେସନଶିପରେ ରହିପାରିବେ ହେଲେ ନିଜର ଜୀବନ ସାଥି ବାଛି ପାରିବେ ନାହିଁ । ଏହା ବଡ ହାସ୍ୟାସ୍ପଦ କଥା ।
ତେବେ ବାଲ୍ୟ ବିବାହ ରୋକିବାକୁ ଏମିତି କରାଯାଇଥିବା କୁହଯାଉଥିବା ବେଳେ ଓୱାଇଇସି କହିଛନ୍ତି ଦେଶରେ ପ୍ରତି ୪ ଜଣରେ ଜଣେ କନ୍ୟା ବାଲ୍ୟ ବିବାହ କରୁଛନ୍ତି । ହେଲେ କେବଳ ୭୮୫ ଆପରାଧିକ ମାମାଲା ଦାୟର କରାଯାଉଛି । ତେଣୁ ଆଇନ ମାଧ୍ୟମରେ ବାଲ୍ୟ ବିବାହକୁ ରୋକାଯାଇ ପାରିବ ନାହିଁ, କେବଳ ଶିକ୍ଷା ଓ ଆର୍ଥିକ ପ୍ରଗତି ପାଇଁ ଆଜି ଦେଶରେ ବାଲ୍ୟ ବିବାହ ସଂଖ୍ୟା କମ୍ ହୋଇଥିବା ସେ କହିଛନ୍ତି । ଓୱାଇସିଙ୍କ ମତରେ ୧.୨ କୋଟି ଶିଶୁଙ୍କର ୧୦ ବର୍ଷ ବୟସ ପୂର୍ବରୁ ବିବାହ କରି ଦିଆଯାଇଛି । ଏଥିରେ ୮୪ ପ୍ରତିଶତ ହିନ୍ଦୁ ପରିବାର ଥିବା ବେଳେ ୧୧ ପ୍ରତିଶତ ମୁସଲମାନ ପରିବାର ରହିଛନ୍ତି । ତେଣୁ ବାଲ୍ୟ ବିବାହ ରୋକିବା ପାଇଁ ଆଇନ ନୁହେଁ ଶିକ୍ଷା ଓ ମାନବ ବିକାଶ ଜରୁରୀ ।


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ଦ୍ୱାରା ପ୍ରଭାବିତ ହେବ ୪୦% ନିଯୁକ୍ତିକ୍ଷେତ୍ର

ବ୍ୟାଙ୍କକ୍‌,୧୩ା୧୦(ରଏଟର୍ସ): ସାମ୍ପ୍ରତିକ ସ୍ଥିତିରେ ଏଆଇ (କୃତ୍ରିମ ବୁଦ୍ଧିମତ୍ତା)କୁ ନେଇ ବୈଶ୍ୱିକ ସ୍ତରରେ ଏକପ୍ରକାର ପ୍ରତିଦ୍ୱନ୍ଦ୍ୱିତା ଚାଲିଛି ା ବାଣିଜ୍ୟ, ବ୍ୟବସାୟଠାରୁ ଆରମ୍ଭ କରି ଭିତ୍ତିଭୂମି ପର୍ଯ୍ୟନ୍ତ ସବୁକ୍ଷେତ୍ରରେ…

ଏଇ ଭାରତରେ

ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମ୍‌ସି) ଦ୍ୱାରା ପ୍ରସାଦରୁ ପାଓ୍ବାର ଉତ୍ପାଦନ କରାଯାଇଛି । ଲାଲବାଗ୍‌ଚା ବାଗ୍‌ରେ ବିଭିନ୍ନ ଗଣେଶ ପୂଜା ମଣ୍ଡପରେ ବର୍ଜ୍ୟ ଭାବେ ୩୦ ଟନ…

ଓଡ଼ିଶା ନିନ୍ଦିତ ନ ହେଉ

ଅତୀତରେ କଳିଙ୍ଗ ନିଜର ସାହସ ଓ ସମୃଦ୍ଧି ପାଇଁ ସମଗ୍ର ବିଶ୍ୱରେ ପରିଚିତ ଥିଲା। ସେଥିପାଇଁ ମୌର୍ଯ୍ୟ ସମ୍ରାଟ୍‌ ସମେତ ଅନେକ ରାଜ୍ୟ କଳିଙ୍ଗ ଜୟ କରିବାର…

୨୨ ମାସର ସର୍ବୋଚ୍ଚ ସ୍ତରରେ ମୁଦ୍ରାସ୍ଫୀତି, ପିଆଜ ଦରରେ ୧୦୮%

ନୂଆଦିଲ୍ଲୀ,୧୩।୧୦: ଦେଶରେ ପନିପରିବାଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦର ବେଳକୁ ବେଳ ମହଙ୍ଗା ହେଉଥିବାରୁ ମୁଦ୍ରାସ୍ପୀତି ରୋକର୍ଡ ସ୍ତରରେ ପହଞ୍ଚିଲାଣି…

ରାଜନୈତିକ ଦୁର୍ବଳତାର ସଂଜ୍ଞା

୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍‌- ୨୦୨୬ ଗତ ଏପ୍ରିଲ ମାସରେ ଲୋକ ସଭାରେ କାଟ ଖାଇଛି। କାରଣ ଏହି ବିଲ୍‌ ପାଇଁ ଆବଶ୍ୟକ ଦୁଇ ତୃତୀୟାଂଶ ସମର୍ଥନ…

ଗ୍ୟାସ୍‌ ପାଇପ୍‌ ଫାଟି କଟକରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା…

କଟକ,୧୩।୧୦(ପ୍ରଭୁକଲ୍ୟାଣ ପାଲ୍): ଗ୍ୟାସ୍‌ ପାଇପ୍‌ ଫାଟି କଟକରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ମାଟି ତଳେ ଯାଇଥିବା ଘରୋଇ ଗ୍ୟାସ ପାଇପ ଲାଇନ ଲିକ୍ ହେବା ଫଳରେ…

ବିଶ୍ୱବ୍ୟାଙ୍କ ରିପୋର୍ଟରେ ବଡ଼ ଖୁଲାସା, ଧନୀ ଦେଶର ଗରିବଙ୍କ ଆୟ ବି ଭାରତର ଧନୀଙ୍କଠୁ ଅଧିକ!

ନୂଆଦିଲ୍ଲୀ,୧୩।୧୦: ବିଶ୍ୱର ବିକଶିତ ଓ ଉନ୍ନତ ଆର୍ଥିକ ବ୍ୟବସ୍ଥା ଥିବା ଧନୀ ଦେଶଗୁଡ଼ିକର ସବୁଠାରୁ ଗରିବ ୧୦ ପ୍ରତିଶତ ଲୋକଙ୍କ ଆୟ ଭାରତର ସବୁଠାରୁ ଧନୀ ୧୦…

୨୨ ଭାରତୀୟ ଥିବା ଜାହାଜ ଉପରେ ଆକ୍ରମଣ

ନୂଆଦିଲ୍ଲୀ, ୧୩।୧୦: ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜରେ ୨୨ ଜଣ ଭାରତୀୟ କର୍ମଚାରୀଙ୍କୁ ନେଇ ଯାଉଥିବା ୨ଟି ବାଣଜି୍ୟକ ଜାହାଜ ଉପରେ ଆକ୍ରମଣ ହୋଇଛି। ଏହି ଘଟଣାକୁ ଭାରତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?