Posted inଜାତୀୟ

ଇ-ଯାନ କ୍ରୟ ଉପରେ ମିଳିବ ସବସିଡି

ନୂଆଦିଲ୍ଲୀ,୮ ।୪: ଦିଲ୍ଲୀ ସରକାର ଇ-ସାଇକେଲରେ ସବସିଡି ଦେବାକୁ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏକ ଟୁଇଟ୍ କରି କହିଛନ୍ତି, ଆମେ ପ୍ରଦୂଷଣ ବିରୋଧରେ ଲଢେଇ କରିବାକୁ ଏକ ମହତ୍ୱପୂର୍ଣ୍ଣ ପ୍ରସ୍ତାବ ଆଣିଛୁ । ଦିଲ୍ଲୀ ସରକାରଙ୍କ ସଫଳ ଇ-ବାହନ ସବସିଡି ନୀତିକୁ ଏବେ ଇ-ସାଇକେଲ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଇ-ସାଇକେଲ ବ୍ୟବହାର ଦ୍ୱାରା ଦିଲ୍ଲୀର ପ୍ରଦୂଷଣ କମ ହେବ । ଦିଲ୍ଲୀ ପରିବହନ ମନ୍ତ୍ରୀ କୈଳାଶ ଗେହଲୋଟ କହିଛନ୍ତି କେଜରିୱାଲ ସରକାର ପ୍ରଥମ ୧୦ ହଜାର ଇ-ସାଇକେଲ ବିକ୍ରି ଉପରେ ପ୍ରତି ଇ-ସାଇକେଲ ପିଛା ୫୫୦୦ ଟଙ୍କା ସବସିଡି ଦେବେ । ଏହାସହ ଆଗରୁ କ୍ରୟ କରାଯାଇଥିବା ୧ ହଜାର ଇ-ସାଇକେଲ ପାଇଁ ୨-୨ ହଜାର ଟଙ୍କା ଅତିରିକ୍ତ ପ୍ରୋତ୍ସାହନ ରାଶି ଦେବେ । ସେହିପରି ମାଲ ପରିବହନ ପାଇଁ ପୂର୍ବରୁ କ୍ରୟ କରାଯାଇଥିବା ୫ ହଜାର ଇ-ସାଇକେଲ ଉପରେ ୧୫ ହଜାର ଟଙ୍କା ସବସିଡି ଦିଆଯିବ । ଇ-କାର୍ଡ ଉପରେ ବ୍ୟକ୍ତିଗତ ଭାବେ ସବସିଡି ଦିଆଯାଉଥିବା ବେଳେ ଏବେ କମ୍ପାନୀକୁ ୩୦ ହଜାର ଟଙ୍କା ସବସିଡି ଦିଆଯିବ । ପରିବହନ ମନ୍ତ୍ରୀ କହିଛନ୍ତି ଇ-ସାଇକେଲ ଉପରେ ସବସିଡି ଦେବା କ୍ଷେତ୍ରରେ ଦିଲ୍ଲୀ ପ୍ରଥମ । କୌଣସି ରାଜ୍ୟରେ ଏପର୍ଯ୍ୟନ୍ତ ଇ-ସାଇକେଲ ଉପରେ ସରକାର ସବସିଡି ଘୋଷଣା କରି ନାହାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କମିବ LPG-Petrolର ମୂଲ୍ୟ, ଶେଷ ହେବ ହର୍ମୁଜ ପ୍ରସଙ୍ଗ, ଇରାନ ଯୁଦ୍ଧକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବଡ ଘୋଷଣା

ଓ୍ବାଶିଂଟନ,୨୯।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ଚାଲିଥିବା ବିବାଦ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି କହିଛନ୍ତି ଯେ ଏହି ଯୁଦ୍ଧ ଶୀଘ୍ର ଶେଷ…

ହୋଟେଲରେ ଯୁବତୀଙ୍କୁ ନିର୍ଯାତନା; ଅଚେତ ଅବସ୍ଥାରେ ବଳାତ୍କାର, ଆପତ୍ତିଜନକ ଭିଡିଓ କରି ଭାଇରାଲ୍‌ କଲେ ଯୁବକ

ପାଟନା,୨୯।୯: ବିହାରର ବେଗୁସରାଇରେ ଜଣେ ଯୁବତୀଙ୍କୁ ହୋଟେଲକୁ ନେଇ ମାଡ଼ ମାରିବା ଏବଂ ବଳାତ୍କାର କରିବା ଅଭିଯୋଗ ସାମ୍ନାକୁ ଆସିଛି । ଏହାପରେ ଯୁବତୀଙ୍କ ଆପତ୍ତିଜନକ ଭିଡିଓ…

ପ୍ରଥମଥର ପାଇଁ ଆରମ୍ଭ ହେଲା ‘ଅଲ-ଫର୍ମାଟ’ ଟୁର୍ନାମେଣ୍ଟ: କ୍ରିକେଟ୍‌ ଜଗତରେ ଚହଳ, ଜାଣନ୍ତୁ ଏହା କ’ଣ

ଢାକା,୨୯।୯: କ୍ରିକେଟ୍‌ରେ ନୂଆ ପରୀକ୍ଷଣ କରିବାକୁ ଯାଉଛି ବାଂଲାଦେଶ। ତମିମ ଇକବାଲଙ୍କ ଅଧ୍ୟକ୍ଷତାରେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ‘ଡି-୩’ ବା ‘ଡୋମେଷ୍ଟିକ ୩’ ନାମରେ ଏକ…

କେତେ ବର୍ଷର ହେଲେ ଅଭିଜିତ ଦୀପକେ? ଜନ୍ମଦିନର ଶୁଭେଚ୍ଛା ଜଣାଇ ଆଶୁତୋଷ ରଙ୍କା କହିଲେ…

ନୂଆଦିଲ୍ଲୀ,୨୯।୯: ‘କକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଆଜି ଦେଶ ତଥା ବିଦେଶରୁ ଜନ୍ମଦିନର ଶୁଭେଚ୍ଛା ମିଳୁଛି। CJPର ସହ-ଆବାହକ ତଥା ମୁଖପାତ୍ର ଆଶୁତୋଷ…

କମାଲ କଲେ ନୀରୁ: ଏସିଆନ୍‌ ଗେମ୍ସରେ ନୂଆ ରେକର୍ଡ ସହ ଜିତିରେ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୨୯।୯: ଏସୀୟ କ୍ରୀଡ଼ାରେ ଭାରତ ପାଇଁ ଆଉ ଏକ ସ୍ବର୍ଣ୍ଣ ପଦକ ଜିତିଛନ୍ତି ନୀରୁ ଧଣ୍ଡା। ମହିଳା ଟ୍ରାପ ଇଭେଣ୍ଟର ଫାଇନାଲ୍‌ରେ ନୀରୁ ୨୮ ପଏଣ୍ଟ ହାସଲ…

ଓରାଙ୍ଗଉଟାନ ପରେ ଅଜଗର; ଚାଲାଣ ବେଳେ ବାଣୀବିହାର ବ୍ରିଜ ଉପରେ ଖସିପଡ଼ିଲା, ଛାନିଆ ଲୋକେ

ଭୁବନେଶ୍ୱର,୨୯।୯(ତ୍ରିନାଥ ମହାନ୍ତି): ବାଣୀବିହାର ଓଭରବ୍ରିଜ ଉପରେ ସୋମବାର ଏକ ବିରାଟ ଅଜଗର ସାପ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ଅଜଗରକୁ ନେଇ ଏବେ ରାଜଧାନୀରେ ଛନକା…

LPG ଠାରୁ ଆରମ୍ଭ କରି UPI-NPS ପର୍ଯ୍ୟନ୍ତ, ଅକ୍ଟୋବର ୧ରୁ ଲାଗୁ ହେବ ବଡ଼ ପରିବର୍ତ୍ତନ! ଆଗୁଆ କରନ୍ତୁ ଏମିତି ମିଳିବ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୯: ଅକ୍ଟୋବର ଆରମ୍ଭ ହେବାକୁ ଯାଉଛି, ଯାହା ସହିତ ଉତ୍ସବର ଋତୁ ଏବଂ ଅନେକ ପର୍ବପର୍ବାଣୀ ଆସୁଛି। ତଥାପି, ଏହି ମାସରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ମଧ୍ୟ…

ଅନଲକି ଶୁବମନ ଗିଲ୍‌: ଭାରତ ପାଇଁ ଦ୍ରୁତ ଶତକ ହାସଲ କରିବା ସତ୍ତ୍ୱେ…

ନୂଆଦିଲ୍ଲୀ,୨୯।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଦମଦାର ଶତକ ହାସଲ କରିଛନ୍ତି। ଡାହାଣହାତୀ ବ୍ୟାଟର୍‌ ଗିଲ ୧୧୦ ରନ୍‌ର ଚମତ୍କାର ଇନିଂସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?