Posted inଜାତୀୟ

ପାରିଶ୍ରମିକ ମିଳିନି, ୧୨ଲକ୍ଷ ବାକି ଅଛି; ରାମଲଲାଙ୍କ ମୂର୍ତ୍ତି ତିଆରି କରିଥିବା ଅରୁଣ ଯୋଗୀରାଜଙ୍କୁ ନେଇ ଆସିଲା ବଡ ଅଭିଯୋଗ

ଅଯୋଧ୍ୟା,୨୮।୧: ଅଯୋଧ୍ୟା ରାମ ମନ୍ଦିରରେ ସ୍ଥାପନ ହୋଇଥିବା ରାମଲଲାଙ୍କ ମୂର୍ତ୍ତିକାର ଅରୁଣ ଯୋଗୀରାଜ ଏବେ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ଗତ କିଛି ମାସ ମଧ୍ୟରେ ସେ ଦିନରାତି କାମ କରି ରାମଲଲାଙ୍କ ସୁନ୍ଦର କମନୀୟ ରୂପକୁ ଆକାର ଦେଇଛନ୍ତି। ଏହି ମୂର୍ତ୍ତିକୁ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ପସନ୍ଦ କରାଯାଉଛି।
ଜାନୁଆରୀ ୨୨ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆସୁଛନ୍ତି। ମନ୍ଦିରର ଗର୍ଭଗୃହରେ ପ୍ରତିଷ୍ଠା ହେବା ପାଇଁ ୩ଟି ମୂର୍ତ୍ତିରୁ ଗୋଟିଏ ଚୟନ କରାଯାଇଥିଲା। ତେବେ ପ୍ରାଣ ପ୍ରତିଷ୍ଠା ହୋଇଥିବା ସେହି ସାବଲୀଳ ସୁନ୍ଦର କୃଷ୍ଣକାନ୍ତି ମୂର୍ତ୍ତିକୁ ପ୍ରସିଦ୍ଧ ମୂର୍ତ୍ତିକାର ଯୋଗୀରାଜ ତିଆରି କରିଥିଲେ। ଯାହାକୁ ନେଇ ଏବେ ସେ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଡବଡ ନେତା ଓ ସେଲିବ୍ରେଟିମାନେ ମଧ୍ୟ ତାଙ୍କ କାରୁକାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି।

ଏବେ ଅରୁଣଙ୍କୁ ନେଇ ଖୋଦ୍‌ ଦୁଇ ଭାଜପା ବିଧାୟକ ବଡ ଅଭିଯୋଗ ଆଣିିଛନ୍ତି, ମୂର୍ତ୍ତି ନିର୍ମାଣ ପାଇଁ ତାଙ୍କୁ ପାରିଶ୍ରମିକ ଦିଆଯାଇନାହିଁ। ତାଙ୍କର ଆଉ ୧୨ଲକ୍ଷ ଟଙ୍କା ବାକି ରହିଛି ବୋଲି ସେମାନେ କହିଛନ୍ତି।

କହିରଖୁଛୁ କି, ଏହି ପାରିଶ୍ରମିକ ତାଙ୍କୁ ରାମଲଲାଙ୍କ ମୂର୍ତ୍ତି ପାଇଁ ନୁହେଁ ବୋଡିଆର ରାଜବଂଶର ରାଜାଙ୍କ ମୂର୍ତ୍ତି ଗଢିବା ପାଇଁ ମହୀଶୂର ନଗର ନିଗମ ତାଙ୍କୁ ପାରଶ୍ରମିକ ମିଳିନାହିଁ।

ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ କରି ଭାଜପା ବିଧାୟକ ବସନଗୌଡା ଓ ପାଟିଲ କହିଛନ୍ତି, ୨୦୧୬ରେ ଅରୁଣ, ଶ୍ରୀ ଜୟଚାମାରାଜେନ୍ଦ୍ର ବୋଡିଆରଙ୍କ ମୂର୍ତ୍ତି ନିର୍ମାଣ କରିଥିଲେ। ମୂର୍ତ୍ତି ନିର୍ମାଣର ୮ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କୁ ମହୀଶୂର ନଗର ନିଗମ କୌଣସି ପାରଶ୍ରମିକ ଦେଇନାହିଁ। କେବଳ ଜଣେ ମୂର୍ତ୍ତିକାର ନୁହନ୍ତି ଏହା ଯଦୁବଂଶ ରାଜାଙ୍କର ମଧ୍ୟ ଅପମାନ ଅଟେ ବୋଲି ସେ କହିଛନ୍ତି।

ଭାଜପା ବିଧାୟକ ଆହୁରି କହିଛନ୍ତି, ନଗର ନିଗମ ଏପର୍ଯ୍ୟନ୍ତ ୧୨ଲକ୍ଷ ଟଙ୍କା ବକେୟା ରଖିଛନ୍ତି। ଏହି ପାରଶ୍ରମିକ ଏଯାଏଁ ଯୋଗୀରାଜଙ୍କୁ ଦିଆଯାଇ ନାହିଁ।
ଏନେଇ ମହୀଶୂର ନଗର ନିଗମକୁ ପଚରାଯିବାରୁ ତାଙ୍କ ପାଖରେ କୌଣସି ସୂଚନା ନ ଥିବା କହିଛନ୍ତି। ପ୍ରଥମେ ସେମାନେ ରେକର୍ଡ ଯାଞ୍ଚ କରିବେ ପରେ ଭାଜପା ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେବେନଗର ନିଗମ ସଫେଇ ଦେଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?