Posted inଖେଳ

୨୮ ବର୍ଷ ସାନ ଯୁବତୀଙ୍କୁ ବିବାହ କରିବେ ୬୬ ବର୍ଷୀୟ କ୍ରିକେଟର୍‌

କୋଲକତା,୨୬।୪:ଭାରତର ପୂର୍ବତନ କ୍ରିକେଟର ତଥା ସମୀକ୍ଷକ ଅରୁଣ ଲାଲ ୬୬ ବର୍ଷ ବୟସରେ ଦ୍ୱିତୀୟ ଥର ବିବାହ କରିବାକୁ ଯାଉଛନ୍ତି। ତାଙ୍କର ଭାବି ସ୍ତ୍ରୀ ବୁଲବୁଲ ସାହାଙ୍କୁ ୩୮ ବର୍ଷ ବୟସ। ଉଭୟଙ୍କ ବୟସରେ ୨୮ ବର୍ଷର ପାର୍ଥକ୍ୟ ଅଛି। ଅରୁଣ ଏବଂ ବୁଲବୁଲ ଆସନ୍ତା ମେ ୨ରେ କୋଲକତାରେ ବିବାହ କରିବେ। ଉଭୟଙ୍କ ବିବାହ କାର୍ଡ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଅରୁଣ ଏବଂ ବୁଲବୁଲ ଦୀର୍ଘ ଦିନରୁ ପରସ୍ପରକୁ ଜାଣିଛନ୍ତି। ମାସେ ତଳେ ଉଭୟଙ୍କ ନିର୍ବନ୍ଧ ଶେଷ ହୋଇଥିଲା। ଅରୁଣ ତାଙ୍କର ପ୍ରଥମ ସ୍ତ୍ରୀ ରୀମାଙ୍କୁ ଛାଡପତ୍ର ଦେଇଛନ୍ତି। ରୀମା ଦୀର୍ଘ ଦିନ ଧରି ଅସୁସ୍ଥ ଅଛନ୍ତି ଏବଂ ସେ ଏହି ବିବାହ ବିଷୟରେ ଜାଣିଛନ୍ତି। ଅରୁଣଙ୍କ ଦ୍ୱିତୀୟ ବିବାହରେ ରୀମା ବହୁତ ଖୁସି ଅଛନ୍ତି। ବଙ୍ଗଳା କ୍ରିକେଟ ଆସୋସିଏସନର କିଛି ସଦସ୍ୟଙ୍କ ବ୍ୟତୀତ କେବଳ ଅରୁଣ ଲାଲ ଏବଂ ବୁଲବୁଲର ଘନିଷ୍ଠ ବନ୍ଧୁମାନେ ଏହି ବିବାହ ଉତ୍ସବରେ ଯୋଗଦେବେ।
କ୍ୟାନ୍‌ସର୍‌କୁ ହରାଇଥିବା ଅରୁଣ ଲାଲଙ୍କ କୋଚିଂରେ ବେଙ୍ଗଲ ଦଳ ୨୦୨୦ରେ ରଣଜୀ ଟ୍ରଫିର ଫାଇନାଲରେ ପ୍ରବେଶ କରିଥିଲା। ଚଳିତ ସିଜନରେ କ୍ରମାଗତ ତିନିଟି ମ୍ୟାଚ ଜିତି କ୍ୱାର୍ଟର ଫାଇନାଲରେ ବେଙ୍ଗଲ ନିଜର ସ୍ଥାନ ସୁରକ୍ଷିତ କରିଛି। ଆଇପିଏଲ ପରେ ରଣଜୀ ଟ୍ରଫିର କ୍ୱାର୍ଟର ଫାଇନାଲ ମ୍ୟାଚ ଖେଳାଯିବ।
ଅରୁଣ ଲାଲ ଭାରତ ପକ୍ଷରୁ ୧୬ଟି ଟେଷ୍ଟ ମ୍ୟାଚରେ ୭୨୯ ରନ ସଂଗ୍ରହ କରିଥିଲେ। ସେ ୧୩ ଟି ଦିନିକିଆରେ ୧୨୨ ରନ କରିଛନ୍ତି। ଅରୁଣ ଲାଲ ୧୫୬ଟି ପ୍ରଥମ ଶ୍ରେଣୀ ମ୍ୟାଚରେ ୧୦୪୨୧ ରନ ସଂଗ୍ରହ କରିଥିଲେ। ଏହି ସମୟ ମଧ୍ୟରେ ତାଙ୍କ ବ୍ୟାଟରୁ ୩୦ ଶତକ ଏବଂ ୪୩ ଅର୍ଦ୍ଧ ଶତକ ମାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri