Posted inଫୁରସତ

କୋଣାଦିତ୍ୟର କଳାକୃତି ପାଇଁ ଅଖଣ୍ଡ ଓଡ଼ିଶାର ଶିଳ୍ପୀ ସାମିଲ ଥିଲେ

କୋଣାର୍କରେ ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣରେ ଅଖଣ୍ଡ ଓଡ଼ିଶାର ଅବଦାନ ଥିଲା। ଓଡ଼ିଶାରୁ ଅଲଗା କରାଯାଇ ଅନ୍ୟ ପ୍ରଦେଶରେ ଯେଉଁ ଅଞ୍ଚଳଗୁଡ଼ିକୁ ମିଶାଇ ଦିଆଯାଇଛି, ସେମାନଙ୍କର ବି ଅବଦାନ ଥିଲା। ଯେମିତି ଆନ୍ଧ୍ରପ୍ରଦେଶରେ ମିଶିଥିବା ଅଞ୍ଚଳର ରାଜା, ଖଣ୍ଡପାଳଗଡ଼ର ନାୟକମାନେ ନିର୍ବିକାର ଭାବରେ ସେତେବେଳେ ସହଯୋଗର ହାତ ବଢ଼ାଇଥିଲେ। କଳାହାଣ୍ଡିର ଧର୍ମଗଡ଼ ଦଳବେହେରା ୨,୩୦୪ଟି କାଠ କଡ଼ି ପଠାଇଥିଲେ ପୁଣି ଦେବଗଡ଼ ଅଧିକାରୀଙ୍କ ମାର୍ଫତରେ। ବାରଙ୍ଗଗଡ଼ର ବିଶୋଇ ୧୭୦୦ ବଡ଼ ପାଟଶାରଙ୍ଗି ବାଉଁଶର ଦଣ୍ଡ ରଣପୁରରୁ ଆଣି ପହଞ୍ଚାଇଥିଲେ।
ମନ୍ଦିର ନିର୍ମାଣ ପାଇଁ ରାଜାଙ୍କ ନିଯୁକ୍ତ ବ୍ୟକ୍ତି ବିଶେଷ କେବଳ କାମ କରୁଥିଲେ ତାହା ନୁହେଁ, ଗୋଲରାଗଡ଼ର ଦଳବେହେରା ଗଡ଼ ପକ୍ଷରୁ ୮୦ ଜଣଙ୍କୁ ନିଯୁକ୍ତ କରିଥିଲେ। ଯେଉଁମାନେ ଶିଳ୍ପୀମାନେ କାମ କରୁଥିବା ସ୍ଥାନରେ ଛୋଟ ଛୋଟ କୁଟିର ନିର୍ମାଣ କରିଥିଲେ। ସହଯୋଗ ସମସ୍ତଙ୍କର ଥିଲା।
ସହଯୋଗର ହାତ ବଢ଼ାଇଥିବା ଏମିତି କେତେଜଣ ଐତିହ୍ୟ ବ୍ୟକ୍ତିତ୍ୱ ଅଛନ୍ତି, ଯାହାଙ୍କର ପରିଚୟ ପାଇଁ ଆମେ ଅନୁସନ୍ଧାନ ଚଳାଇଛୁ। ଶ୍ରୀରଥସିଂହଙ୍କ ପରିଚୟ ଜାଣିପାରିନୁ। ସେ ଦେଇଥିଲେ ୨୦୦ ମାଢ଼ ଗଙ୍ଗ ସ୍ବର୍ଣ୍ଣମୁଦ୍ରା, ୨୦ ଭରଣ ଚାଉଳ, ୧୮ ପଉଟି ଧାନ, ୧୧ ପଉଟି ମୁଗ, ୮ ପଉଟି ବିରିଡାଲି, ୧୦୦ ଯୋଡ଼ା ଲୁଗା ପ୍ରଭୃତି। ଏହାବାଦ ସୂତ୍ରଧର ଓ ପୁରୋହିତଙ୍କ ପାଇଁ ସ୍ବତନ୍ତ୍ର ପାଟମକୁଟ। ଶ୍ରୀରଥ ସିଂହ ନିଶ୍ଚୟ ରାଜା ଥିଲେ। କାରଣ ୩ଟି ଶଗଡ଼ରେ ହରିପୁରିଆ ବଳଦ ଯୋଚି ଏସବୁ ଜିନିଷ ତାଙ୍କ ଭାଇ କୋଣାର୍କରେ ପହଞ୍ଚାଇଥିଲେ। ତାଙ୍କୁ କୁଣ୍ଡଳ ଓ ସୁନା ଚେନ୍‌ ସମ୍ମାନ ସ୍ବରୂପ ଦିଆଯାଇଥିଲା।
ତିଗଡ଼ ମଣ୍ଡଳ ରାଜା ଶିଳ୍ପୀଙ୍କ ପାଇଁ ପଠାଇଥିଲେ ୫୦ ଯୋଡ଼ା ଧୋତି। ତିଗଡ଼ ବୋଧହୁଏ ବର୍ତ୍ତମାନ ତିଗିରିଆ। ମୟୂରଭଞ୍ଜ ରାଜା ଲୁହାମୁଣ୍ଡା ପଠାଇଥିଲେ ୫ଟି ମଇଁଷି ଗାଡ଼ିରେ। ଯାହା କୋଣାର୍କରେ ତରଳାଯାଉଥିଲା। ତରଳାଇବା ପାଇଁ ୭୨ଜଣ ଓଝା ଦିନରାତି ପରିଶ୍ରମ କରୁଥିଲେ। ଓଝାମାନଙ୍କର ଠିକଣା ମଧ୍ୟ କେତେକାଂଶରେ ମିଳୁଛି। ସେମାନେ ତରଳା ଲୁହାକୁ ଛାଞ୍ଚରେ ଢାଳୁଥିଲେ। ଢଳେଇ କାରଖାନାଟିଏ ନିର୍ମାଣ ହୋଇଥିଲା କୋଣାର୍କରେ। ଏହାର ମୁଖିଆ ଥିଲେ ଶ୍ରୀମାଧବ ଓଝା। ଏଇଠି ଲୁହା ସହିତ ସୀସା ମିଶୁଥିଲା। ନିଆଁ ଭାଟି ଚବିଶ ଘଣ୍ଟା ଜଳୁଥିଲା। ‘ଟାଙ୍ଗଣା’ ମଧ୍ୟ ତରଳାଲୁହାରେ ମିଶାଯାଉଥିଲା। ଶେଷରେ ଶ୍ରୀ ବୀର ଓଝା ଛାଞ୍ଚରେ ଢାଳି ଲୁହା ଖମ୍ବ ପ୍ରସ୍ତୁତ କରୁଥିଲେ।
ଶିଳ୍ପୀ ଆମର, ମହାରଣା ଆମର, ପଥୁରିଆ ଆମର, ଚାପ ଦଳେଇ ଆମର, ଶଗଡ଼ିଆ, ହାତୀଆଳ, ଘୋଡ଼ା ସବାର, କମାର, ଓଝା ଆମର। ସହଯୋଗ ଯେଉଁମାନେ କରିଛନ୍ତି ସମସ୍ତେ ଓଡ଼ିଶାର। ଅଥଚ… ମନ୍ଦିର ଆମେ ଗଢ଼ିନୁ! ଗଢ଼ିଲେ ବାହାର ଲୋକ!!
‘ପରଙ୍ଗବିଶେ’ର ବୀର ସାନ୍ତ, ଯିଏ ୨୪ଶଗଡ଼ ଧାନ ପଠାଇଛନ୍ତି ବଢ଼େଇଙ୍କ ପାଇଁ, ମୟୂରଭଞ୍ଜ ରାଜା ପଠାଇଛନ୍ତି ‘ଭେଜିମାଟି’ କାଦୁଅ ଲୁହା ଛାଞ୍ଚରେ ଢଳାଯିବା ପାଇଁ, କ’ଣ ତାଙ୍କର ଦରକାର ଥିଲା! କ’ଣ ପାଇଁ ଢେଙ୍କାନାଳ ରାଜା ଶ୍ରୀ ରାଜସିଂହ ଦେବ ପଠାଇଥିଲେ ନିଜ ରାଜ୍ୟରୁ ପଥୁରିଆ! କେବଳ ସେତିକି ନୁହେଁ, କଟକର ବିରିବାଟି, ପୁରୀର ଛଇତନା, ବାଲେଶ୍ୱରର ରେମୁଣାପାଟ, ନୟାଗଡ଼, ଏକାମ୍ର ଓ ମୟୂରଭଞ୍ଜରୁ ୧୯୫ଜଣ ଶିଳ୍ପୀ କୋଣାର୍କରେ ପହଞ୍ଚତ୍ଥିଲେ କ’ଣ ମନକୁ ମନ।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?