ଏକୁଲ-ସେକୁଲରେ ପୁଣି ଜନନୀ ଯନ୍ତ୍ରଣା

କାମାକ୍ଷାନଗର,୧୮ା୭(ଡି.ଏନ୍‌.ଏ.): ଉପାନ୍ତରୁ ଉପକୂଳ। ଆଦିବାସୀବହୁଳ ଇଲାକାରୁ ଶିଳ୍ପସମୃଦ୍ଧ ଅଞ୍ଚଳ। ସ୍ବାସ୍ଥ୍ୟସେବାକୁ ନେଇ ସବୁଠି ତିକ୍ତ ଓ ନକାରାତ୍ମକ ଅନୁଭୂତି। ଦୁର୍ଗମ ଇଲାକାରେ ଆମ୍ବୁଲାନ୍ସ ପହଞ୍ଚତ୍ ପାରୁ ନ ଥିବାରୁ ରୋଗୀ କାନ୍ଧରେ ବୁହାହେଉଛନ୍ତି ତ ଗର୍ଭବତୀଙ୍କୁ ମେଡିକାଲ ଆଣିବା ପାଇଁ ଉଛୁଳା ନଦୀରେ ସମ୍ପର୍କୀୟଙ୍କ ଜୀବନ ଲାଗୁଛି ବାଜି। କେଉଁଠି ରକ୍ତ ନ ମିଳିବାରୁ ରୋଗୀ ଜୀବନ ଯାଉଛି ତ ଅନ୍ୟ କେଉଁଠି ଡାକ୍ତରଙ୍କ ସ୍ବାସ୍ଥ୍ୟସେବାକୁ ନେଇ ସୃଷ୍ଟି ହେଉଛି ଆଇନଶୃଙ୍ଖଳା ସ୍ଥିତି। ରାଜ୍ୟବାସୀଙ୍କୁ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ସରକାର ଗୁରୁତ୍ୱ ଦେଉଥିବା କହୁଥିବାବେଳେ ସବୁଠି ଏଭଳି ଦୟନୀୟ ଚିତ୍ର ବାସ୍ତବତାକୁ ପଦାକୁ ଆଣିଛି।
ଅପହଞ୍ଚ ସ୍ବାସ୍ଥ୍ୟସେବାକୁ ନେଇ ପୁଣିଥରେ ଚର୍ଚ୍ଚାର ପରିଧିକୁ ଆସିଛି ଶିଳ୍ପ ଜିଲା ଢେଙ୍କାନାଳ। ଆଦିବାସୀ ଅଧ୍ୟୁଷିତ କଙ୍କଡ଼ାହାଡ଼ ବ୍ଲକର ଦୁର୍ଗମ ଏକୁଲ-ସେକୁଲରେ ପୁନରାବୃତ୍ତି ହୋଇଛି ଜନନୀ ଯନ୍ତ୍ରଣାର ଚିତ୍ର। ହଠାତ୍‌ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯିବାରୁ ଜଣେ ୫ ମାସର ଗର୍ଭବତୀଙ୍କୁ ଜୀବନକୁ ପାଣି ଛଡ଼ାଇ ଷ୍ଟ୍ରେଚରରେ ଭରାନାଳ ପାର କରାଇଛନ୍ତି ସମ୍ପର୍କୀୟ। ଗତ ଗୁରୁବାର ଘଟିଛି ଏଭଳି ଦୁଃଖଦ ଘଟଣା, ଯାହାର ଭିଡିଓ ସୋସିଆଲ ମିଡିଆରେ ଘୂରିବୁଲୁଛି।
ସୂଚନାଯୋଗ୍ୟ, ଏକୁଲ ଗ୍ରାମର ବିଜୟ ଦେହୁରୀଙ୍କ ସ୍ତ୍ରୀ ସଞ୍ଜୁ ୫ ମାସର ଗର୍ଭବତୀ ଥିବାବେଳେ ଗତ ଗୁରୁବାର ହଠାତ୍‌ ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହୋଇପଡ଼ିଥିଲା। ଏହାକୁ ନେଇ ପରିବାର ଚିନ୍ତାରେ ପଡ଼ିଥିଲେ। ବର୍ଷାରେ ଉଛୁଳୁଥିବା ଦୁଇଟି ନାଳ ସେମାନଙ୍କ ରାସ୍ତାରେ ପ୍ରତିବନ୍ଧକ ସାଜିଥିବାବେଳେ ବହୁକଷ୍ଟରେ ଏକ ଷ୍ଟ୍ରେଚରରେ ମହିଳାଙ୍କୁ କାନ୍ଧେଇ ନାଳ ପାର କରାଇଥିଲେ। ପରେ ତାଙ୍କୁ ଆମ୍ବୁଲାନ୍ସରେ ନିଆଯାଇ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେତେବେଳକୁ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ଦୁଇ ୟୁନିଟ୍‌ ରକ୍ତ ଚଢ଼ାଯିବା ପରେ ଏବେ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି ଘଟିଥିବା ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି।
ଢେଙ୍କାନାଳ-ଯାଜପୁର-କେନ୍ଦୁଝର ଜିଲା ସୀମାନ୍ତରେ ଅବସ୍ଥିତ ଏକୁଲ-ସେକୁଲ ଗ୍ରାମବାସୀଙ୍କ ପାଖରେ ଏବେ ବି ମୌଳିକ ସୁବିଧା ଅପହଞ୍ଚ ହୋଇ ରହିଛି। ଗମନାଗମନ ପାଇଁ ଭଲ ସଡ଼କ ନାହିଁ। ବର୍ଷାଦିନେ ପାହାଡ଼ି ନାଳରେ ପ୍ରବାହିତ ସ୍ରୋତ ଅଞ୍ଚଳବାସୀଙ୍କୁ ବାହ୍ୟଜଗତରୁ ବିଚ୍ଛିନ୍ନ କରିଦେଉଛି। ଫଳରେ ୩ରୁ ୪ ମାସ ଲୋକମାନେ କଲବଲ ହୋଇଥାଆନ୍ତି। ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗି ରହିଥିବାବେଳେ ଏହାର ସମାଧାନ ହୋଇପାରୁନାହିଁ। ଜିଲା ପ୍ରଶାସନ କଙ୍କଡ଼ାହାଡ଼ର ବିକାଶ ପାଇଁ ଏକାଧିକ ଯୋଜନା କରୁଥିବା ଡିଣ୍ଡିମ ପିଟୁଥିବାବେଳେ ଜନନୀ ଯନ୍ତ୍ରଣାର ଏହି ଚିତ୍ର ବାସ୍ତବତାକୁ ପଦାରେ ପକାଇଛି।
ଏ ନେଇ କାମାକ୍ଷାନଗର ଉପଜିଲାପାଳ ଜ୍ୟୋତିଶଙ୍କର ସାହୁ କୁହନ୍ତି, ପାହାଡ଼ ଉପରେ ରହୁଥିବା ଆଦିବାସୀ ପରିବାରକୁ ସାମାଜିକ ସ୍ରୋତରେ ସାମିଲ କରିବାକୁ ଅନେକ ପଦକ୍ଷେପ ନିଆଯାଇଛି। ଅଞ୍ଚଳର ବିକାଶ ପାଇଁ ଉନ୍ନୟନମୂଳକ କାର୍ଯ୍ୟ ଜାରିଥିବା ସେ କହିଛନ୍ତି। କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଧିକାରୀ ଡା. ସୁବାସ ଚନ୍ଦ୍ର ମଣ୍ଡଳ କୁହନ୍ତି, ଗୁରୁବାର ଗର୍ଭବତୀ ଜଣଙ୍କ ଆମ୍ବୁଲାନ୍ସ ଜରିଆରେ ମେଡିକାଲରେ ପହଞ୍ଚତ୍ଥିଲେ। ରକ୍ତ ପରୀକ୍ଷାରୁ ସେ ମ୍ୟାଲେରିଆରେ ଆକ୍ରାନ୍ତ ବୋଲି ଜଣାପଡ଼ିଛି। ଏଥିସହ ରକ୍ତହୀନତାର ଶିକାର ମଧ୍ୟ ହୋଇଛନ୍ତି। ତାଙ୍କୁ ଆବଶ୍ୟକ ଚିକିତ୍ସା କରାଯାଉଛି। ଏ ସମ୍ପର୍କରେ କଙ୍କଡାହାଡ଼ ବିଡିଓ ବୁଲ୍‌ବୁଲ୍‌ ବେହେରାଙ୍କ ମୋବାଇଲ (ନଂ.୯୪୩୭୫୪୨୧୪୨)କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri