ଆଉଜଣେ ରସିକିଆ ସ୍ବାମୀ: ନିଜକୁ ସଫ୍ଟୱେର ଇଞ୍ଜିନିୟର କହି ଏକାଧିକ ଯୁବତୀଙ୍କୁ ବିବାହ

ଭୁବନେଶ୍ୱର,୧୮ା୭(ବ୍ୟୁରୋ): ନିଜକୁ ଡାକ୍ତର ପରିଚୟ ଦେଇ ବିଭିନ୍ନ ରାଜ୍ୟର ୧୭ରୁ ଅଧିକ ଯୁବତୀ ଓ ମହିଳାଙ୍କୁ ବିବାହ କରି ଗିରଫ ହୋଇଥିଲେ ରମେଶ ସ୍ବାଇଁ। ସେ ଏବେ ଜେଲ୍‌ରେ ଥିବାବେଳେ ଆଉଜଣେ ରସିକିଆ ଠକ ଚର୍ଚ୍ଚାକୁ ଆସିଛନ୍ତି। ନିଜକୁ ସଫ୍ଟୱେର ଇଞ୍ଜିନିୟର କହି ଏକାଧିକ ଯୁବତୀଙ୍କୁ ବିବାହ କରିଥିବା ନେଇ ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି। ଏପରି କି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ପ୍ରସ୍ତୁତ କରିବା ସହ ସମ୍ପତ୍ତି ଲୁଟିଥିବା ଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ସମ୍ପୃକ୍ତ ମହିଳା। ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଞ୍ଚଳରେ ସ୍ବାମୀ ଅନ୍ୟଜଣେ ମହିଳାଙ୍କ ସହ ରହୁଥିବା ଖବର ପାଇବା ପରେ ମହିଳା ଜଣକ ପରିବାର ସହ ସେଠାରେ ପହଞ୍ଚତ୍ଥିଲେ। ସ୍ବାମୀଙ୍କୁ କାବୁ କରିଥିବାବେଳେ ତାଙ୍କ ସହ ରହୁଥିବା ଜଣେ ମହିଳା ଖସି ପଳାଇଥିଲେ। ବହୁ ସମୟ ଧରି ସେଠାରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଟଣାଓଟରା ଚାଲିଥିଲା। ଖବରପାଇ ପିସିଆର ପହଞ୍ଚତ୍ ଉଭୟଙ୍କୁ ଏୟାରଫିଲ୍ଡ ଥାନାକୁ ଆଣି ପଚରାଉଚରା କରିଥିଲା। ସ୍ବାମୀଙ୍କ ନାମରେ ମହିଳା ଜଣକ ପୂର୍ବରୁ କଟକ ସଦର ଥାନାରେ ଓ ତାଙ୍କ ଭାଇ ରମ୍ଭା ଥାନାରେ ଅଭିଯୋଗ କରିଥିବା ଜଣାପଡିଥିଲା। ଏହାପରେ ଏୟାରଫିଲ୍ଡ ଥାନା ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଉକ୍ତ ଥାନାକୁ ହସ୍ତାନ୍ତର କରିଥିଲା। କଟକ ସଦର ଥାନା ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି।
ଏହି ଘଟଣାକୁ ନେଇ ରବିବାର ଓଲ୍ଡଟାଉନ୍‌ ଅଞ୍ଚଳରେ ହାଇଡ୍ରାମା ଦେଖିବାକୁ ମିଳିଥିଲା। ମହିଳାଙ୍କ ଅଭିଯୋଗ ଅନୁସାରେ, ତାଙ୍କ ସ୍ବାମୀ ହେଉଛନ୍ତି ଗଞ୍ଜାମ ଜିଲା ରମ୍ଭା ଅଞ୍ଚଳର ସମୀର ବେଜ। ସମୀର ମିଛ କଥା କହି ତାଙ୍କୁ ୨୦୧୯ରେ ବିବାହ କରିଥିଲେ। ସେ ଭାରତ ମାଟ୍ରିମୋନିରେ ନିଜକୁ ଜଣେ ସଫ୍ଟୱେର ଇଞ୍ଜିନିୟର ପରିଚୟ ଦେବା ସହ ରାଜସ୍ଥାନ ଓ ଦିଲ୍ଲୀରେ ଫ୍ଲାଟ୍‌ ଥିବା ଜଣାଇ ବିବାହ ପ୍ରସ୍ତାବ ଦେଇଥିଲେ। ଉଭୟ ପରିବାରଙ୍କ ସହମତିରେ ବିବାହ ହୋଇଥିଲା। ହେଲେ ସମୀର ସଫ୍ଟୱେର ଇଞ୍ଜିନିୟର ନ ଥିବା ଜାଣିବା ପରେ ସେ ତାଙ୍କୁ ନିର୍ଯାତନା ଦେବା ସହ ଟଙ୍କା ଓ ସୁନାଗହଣା ହଡ଼ପ କରି ନେଇଥିଲେ। ସେ ଜଣେ ଝିଅ ସହ ଫେରାର ହୋଇଥିବା ଓ ମିଛ କହି ସେ ଏକାଧିକ ଝିଅଙ୍କୁ ବିବାହ କରିଥିବା ଜାଣିବାକୁ ପାଇଥିଲେ। ବିଭିନ୍ନ ବାହାନା କରି ସମୀର ଦିଲ୍ଲୀ ଓ ରାଜସ୍ଥାନ ଯାଉଥିବାରୁ ତାଙ୍କର ସନ୍ଦେହ ହୋଇଥିଲା। ସେଠାରେ ମଧ୍ୟ ଦୁଇ ଜଣଙ୍କୁ ବିବାହ କରିଥିବା ପରବର୍ତ୍ତୀ ସମୟରେ ଜାଣିବାକୁ ପାଇଥିଲେ। ଏପରିକି ଅନେକ ଝିଅଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ପ୍ରସ୍ତୁତ କରି ବ୍ଲାକ୍‌ମେଲ କରିବା ସହ ସମ୍ପତ୍ତି ଲୁଟିଥିବା ମହିଳା ଜଣକ କହିଛନ୍ତି।
କଟକ ସଦର ଥାନାର ଅତିରିକ୍ତ ଆଇଆଇସି ରୀନା ମିଶ୍ର କହିଛନ୍ତି, ବ୍ୟକ୍ତିଜଣକ ଏକାଧିକ ମହିଳାଙ୍କୁ ବିବାହ କରିଥିବା ତାଙ୍କ ସ୍ତ୍ରୀ ଅଭିଯୋଗ ଆଣିଛନ୍ତି। ଏଥିସହ ସେ କେତେଜଣଙ୍କୁ ମିଛ କଥା କହି ବିବାହ କରି ଠକିଛନ୍ତି, ତାହା ତଦନ୍ତ ଚାଲିଛି। ସ୍ବାମୀ ତାଙ୍କୁ ନିର୍ଯାତନା ଦେଉଥିବା ନେଇ ମହିଳା ଜଣକ ପୂର୍ବରୁ ଅଭିଯୋଗ କରିଥିଲେ। ଏନେଇ ମାମଲା (ନଂ.୮୫/୨୨) ରୁଜୁ ହୋଇଛି। ଏସମସ୍ତ ବାବଦରେ ଉଭୟଙ୍କୁ ଥାନାରେ ପଚରାଉଚରା କରାଯାଉଛି। ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri