Posted inଫୁରସତ

ଶିଳ୍ପୀ କଳିଙ୍ଗ ମହାରଣା

ତାଙ୍କ କାଠ ଖୋଦେଇ ସୁନ୍ଦର ସୁନ୍ଦର ମୂର୍ତ୍ତିଗୁଡ଼ିକ ବେଶ୍‌ ଜୀବନ୍ତ ମନେ ହୁଅନ୍ତି। ଏହି ହସ୍ତଶିଳ୍ପ କଳାକାରିଗରି ନିର୍ମାଣ ପାଇଁ ସେ ଖୋଜିଥାନ୍ତି ନିଜ ଆଖପାଖର ବିଭିନ୍ନ ପ୍ରାକୃତିକ ବିଭବ। ଆଉ ସେଇଥିରୁ କଳାକାରିଗରୀ ଗଢି ଆଜି ସେ ପାଇଛନ୍ତି ଏକ
ଭିନ୍ନ ପରିଚୟ…

ଶିଳ୍ପୀଙ୍କ ଯାଦୁକରି ହାତର ସ୍ପର୍ଶରେ ନିର୍ଜୀବ ପଥର ଦେହରେ ବି ସଂଚାରିତ ହୁଏ କଳାକୃତିର ପ୍ରାଣ। ମୁଗୁର ଧରି ନିହାଣ ମୁନରେ ପଥର କିମ୍ବା କାଠ ଖୋଦେଇରେ ଗଢ଼ିଥିବା ସୁନ୍ଦର ସୁନ୍ଦର ମୂର୍ତ୍ତିଗୁଡ଼ିକୁ ଦେଖିଲେ ସଜଫୁଟା ଫୁଲପରି ସତେଜ ଓ ଜୀବନ୍ତ ମନେହୁଏ। ଏପରି ହସ୍ତଶିଳ୍ପ କଳାକାରିଗରି ନିର୍ମାଣ ପାଇଁ ଶିଳ୍ପୀ ଖୋଜିଥାନ୍ତି ବିଭିନ୍ନ ପ୍ରାକୃତିକ ବିଭବ। ସେହିଭଳି ଜଣେ ଶିଳ୍ପୀ ହେଉଛନ୍ତି ଶିଳ୍ପୀ କଳିଙ୍ଗ ମହାରଣା। ସେ ନିଜ ଗାଁ ପାଖ ପାହାଡ଼, ଜଙ୍ଗଲ ଓ ନଈର ପ୍ରାକୃତିକ ଶୋଭାରେ ବିଭୋର ହୋଇ ଅଙ୍କନ କରନ୍ତି ତା’ର ରୂପବର୍ଣ୍ଣାଳୀକୁ, ପୁଣି ପଥରରେ ବି ଗଢ଼ି ତୋଳନ୍ତି ଅପରୂପ ସୌନ୍ଦର୍ଯ୍ୟର କଳାକୃତି। ଏଥିପାଇଁ ତାଙ୍କୁ ମିଳିଛି ଅନେକ ପୁରସ୍କାର ଓ ସମ୍ମାନ। ଶିଳ୍ପୀ କଳିଙ୍ଗଙ୍କ ଜନ୍ମ ୧୬ା୪ା୧୯୬୪ରେ। ପିତା ଶଙ୍କର ମହାରଣା। ମା’ ସାରିଆ ମହାରଣା। ଘର ଖୋର୍ଦ୍ଧା ଜିଲାର ଟାଙ୍ଗୀ ବ୍ଲକ ଅନ୍ତର୍ଗତ କମାଗୁରୁ ଗାଁରେ। ବର୍ତ୍ତମାନ ସେ ରହୁଛନ୍ତି ଭୁବନେଶ୍ୱରର ପୋଖରୀପୁଟ ଅଞ୍ଚଳରେ। ସେ କୁହନ୍ତି, ବଢ଼େଇ କୂଳରେ ମୋର ଜନ୍ମ। ପିଲାଟିବେଳୁ ମୋ ବାପାଙ୍କଠାରୁ ବିଭିନ୍ନ ଚିତ୍ର ଅଙ୍କନ ଶିଖିଥିଲି। ସେତେବେଳେ ମୋ ବାପା ଅନେକ ସ୍ଥାନକୁ ବିଭିନ୍ନ ମନ୍ଦିରର କାରୁକାର୍ଯ୍ୟ କରିବାକୁ ଯାଉଥିଲେ। ମୋତେ ସେତେବେଳେ ପ୍ରାୟ ୧୪ବର୍ଷ ବୟସ ହୋଇଥିଲା। ସେହି ସମୟରୁ ଏମିତି ଅଭ୍ୟାସ ଜାରିରଖିଛି। ୧୯୭୮ରୁ୧୯୮୦ମସିହା ଯାଏ ରାଜ୍ୟ ହସ୍ତଶିଳ୍ପ ତାଲିମ କେନ୍ଦ୍ରରେ ପଥର ଖୋଦେଇ ପାଇଁ ତାଲିମ ନେଇଥିଲି। ଏହାପରେ ଗୁରୁ ହରିହର ମହାରଣାଙ୍କ ତତ୍ତ୍ୱାବଧାନରେ ୧୦ବର୍ଷ ତାଲିମ ପାଇଥିଲି। ସ୍କୁଲ ଶିକ୍ଷକ ଶ୍ରୀବସନ୍ତ ରାୟଗୁରୁ ମୋତେ ପଥର ଖୋଦେଇ କାରୁକାର୍ଯ୍ୟ କରିବାକୁ ଉତ୍ସାହିତ କରିଥିଲେ। ମୋର ଶିକ୍ଷା ମାତ୍ର ନବମ ଶ୍ରେଣୀଯାଏ ଥିଲା। ସେତେବେଳେ ପରିବାରର ସେମିତି ଆର୍ଥିକ ପରିସ୍ଥିତି ସ୍ବଚ୍ଛଳ ନ ଥଲା। ଏମିତିରେ ଏହି ହସ୍ତଶିଳ୍ପ କାରିଗରିକୁ ଆପଣେଇବାରୁ ସ୍କୁଲ ପଢ଼ାରେ ଡୋରିବନ୍ଧା ହେଲା। ପଥର ଖୋଦନ ହସ୍ତଶିଳ୍ପରେ ସମୟ ବିତିଲା। ବିଭିନ୍ନ ମୂର୍ତ୍ତି ନିର୍ମାଣ ପାଇଁ ଆବଶ୍ୟକ ପଡ଼ୁଥିବା ପଥରକୁ ବିଶେଷକରି ଖୋର୍ଦ୍ଧା ଜିଲାର ତାପଙ୍ଗରୁ ସାହାଣ ପଥର, ମୟୂରଭଞ୍ଜ ଜିଲାର ଖିଚିଂ ସମେତ ଆଉ କେତେକ ସ୍ଥାନରୁ କିଣିକରି ଆଣିଥାଏ। ଏହି ପଥରରେ ବିଭିନ୍ନ ଉଚ୍ଚତାର ସୁନ୍ଦର ସୁନ୍ଦର ଶ୍ରୀଗଣେଶ, ହନୁମାନ, ବୁଦ୍ଧ, ରାଧାକୃଷ୍ଣ, ରାମ ଲକ୍ଷ୍ମଣ ସୀତା , ବିଭିନ୍ନ ଭଙ୍ଗୀର ସଖୀ ଏବଂ ନର୍ତ୍ତକୀ ଆଦିଙ୍କ ମୂର୍ତ୍ତି ଗଢ଼ିଥାଏ। ଏହି କଳାକୃତିକୁ ନେବା ପାଇଁ ବିଭିନ୍ନ ଅଞ୍ଚଳରୁ ଗରାଖମାନେ ଏଠାକୁ ଆସନ୍ତି। କେତେକ ତ ମୂର୍ତ୍ତିକୁ ଦେଖି ଖୁସି ହୋଇପଡ଼ନ୍ତି। ସେମାନଙ୍କ ପସନ୍ଦର ମୂର୍ତ୍ତି ତିଆରି ପାଇଁ ଅଗ୍ରିମ କିଛି ଅର୍ଥ ଦେବା ସହିତ ବିଭିନ୍ନ ଆକୃତିର ମୂର୍ତ୍ତି ତିଆରି ପାଇଁ ବରାଦ କରିଥାନ୍ତି। ବର୍ଷର ସବୁ ସମୟରେ ନାନା ପ୍ରକାରର ମୂର୍ତ୍ତି ଗଢ଼ିଥାଉ। ଏହା ବ୍ୟତୀତ କାଠଖୋଦେଇ ଓ ମାର୍ବଲ ଆଦିରେ ହସ୍ତଶିଳ୍ପ କାରୁକାର୍ଯ୍ୟ କରିଥାଏ। ତିଆରି କରିଥିବା ଗୋଟିଏ ଗୋଟିଏ ମୂର୍ତ୍ତିର ଦାମ୍‌ ସେହି ମୂର୍ତ୍ତି ଗଠନର ଶୈଳୀ ଓ ସୂକ୍ଷ୍ମ କାରୁକାର୍ଯ୍ୟକୁ ନେଇ ମୂଲ୍ୟ କରାଯାଇଥାଏ। ଆଜିଯାଏ ବିଭିନ୍ନ ପଥରରେ ପ୍ରାୟ ଶତାଧିକ ମୂର୍ତ୍ତି ଗଢ଼ି ସାରିଲିଣି। ବାହାର ରାଜ୍ୟରେ ଯଥା ଅକ୍ଷରଧାମ, ଗ୍ବାଲିଅର, ଉଜ୍ଜୟିନୀ, ବିହାର ଓ ଦିଲ୍ଲୀରେ ଆର୍ଟକାମ କରିଛି। ଥରେ କାନାଡ଼ାକୁ ହସ୍ତଶିଳ୍ପ ଯୋଗୁ ଯାଇଥିଲି। ମୋ କଳାକୃତି ପାଇଁ ୧୯୯୯ରେ ଜାତୀୟ ପୁରସ୍କାର, ସୁରୁଜକୁଣ୍ଡରୁ କଳାମଣି ପୁରସ୍କାର ଏବଂ ବିଭିନ୍ନ ଓ୍ବାର୍କଶପ ସମେତ ଗୁରୁଶିଷ୍ୟ ପରମ୍ପରା ତାଲିମ ଶିବିରରୁ ଅନେକ ପୁରସ୍କାର ମିଳିଛି। ଓଡ଼ିଶାର କଳାକାରିଗରି ଦେଶବିଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଅନେକ ସମୟରେ ମୂର୍ତ୍ତି ଗଢ଼ିବାରେ ଆପେ ଆପେ କିଛି ନୂଆ ଚିନ୍ତା ଜୁଟେ, ତାହାକୁ କଳାର ରୂପ ଦିଏ। କିନ୍ତୁ ପ୍ରତ୍ୟେକ ମୂର୍ତ୍ତି ଗଢ଼ିବା ପଛରେ କିଛି ଅକୁହା କାହାଣୀ ରହିଛି। ତିଆରି କରିଥିବା ବିଭିନ୍ନ କଳାକୃତି ପାଇଁ ମୋତେ ନିଆରା ପରିଚୟ ମିଳିଛି।

-ବନ ବିହାରୀ ବେହେରା

 


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri