Posted inଭଦ୍ରକ

କଳାକୁ ଆପଣାଇଛନ୍ତି ଅନ୍ତର୍ଯ୍ୟାମୀ

ବନ୍ତ,୧୭।୪(ଡି.ଏନ.ଏ.): ପିଲାବେଳୁ କଳା ପ୍ରତି ତାଙ୍କର ଦୁର୍ବଳତା ଥିଲା। ନିଜର ଦୃଢ଼ ଇଚ୍ଛାଶକ୍ତି ଓ ନିଷ୍ଠା ଯୋଗୁ ଏବେ ହାରମୋନିୟମ, ଢୋଲ ବଜାଇବା ସହ ଗୀତ ଗାଇବାରେ ପାରଙ୍ଗମ ଭଦ୍ରକ ଜିଲା ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ହାସିନପୁର ଖର୍ଦ୍ଧାସାହିର ଅନ୍ତର୍ଯ୍ୟାମୀ ପରିଡ଼ା(୩୭)।
ଦୃଷ୍ଟିହୀନ ଅନ୍ତର୍ଯ୍ୟାମୀ ଦୁଇବର୍ଷର ହୋଇଥିବା ବେଳେ ଗୁଣୁ ଗୁଣୁ ହୋଇ ଗୀତ ଗାଇବା ସହ ଘରର କୌଣସି ପାତ୍ରକୁ ଢୋଲ ଭାବେ ବ୍ୟବହାର କରି ବଜାଉଥିଲେ। ପୁଅର ଏଭଳି ଗୁଣ ଦେଖି ବାପା ରବି ନାରାୟଣ ପରିଡ଼ା ତାଙ୍କୁ ଉତ୍ସାହିତ କରିଥିଲେ। ଭଦ୍ରକରୁ ଏକ ଢୋଲ କିଣି ଆଣି ତାଙ୍କୁ ଦେଇଥିଲେ। ଘରର ଆର୍ଥିକ ପରିସ୍ଥିତି ସ୍ବଚ୍ଛଳ ନ ଥିଲେ ହେଁ ସେ ଧାରକରଜ କରି ପୁଅକୁ ଆଗକୁ ନେଇଥିଲେ। ବାପା, ମା’, ଦୁଇ ଭାଇ, ଭଉଣୀ, ସ୍ତ୍ରୀ ଓ ଏକମାତ୍ର ପୁଅଙ୍କୁ ନେଇ ଅନ୍ତର୍ଯ୍ୟାମୀଙ୍କ ପରିବାର। ଯାତ୍ରା ଜଗତର ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ନାୟକଙ୍କ ସହଯୋଗ ପାଇ ପୁଅ ଆଗକୁ ଯାଇଥିବା ରବି ନାରାୟଣ କହନ୍ତି। ଅନ୍ତର୍ଯ୍ୟାମୀ ଆକାଶବାଣୀ ଓ ଦୂରଦର୍ଶନରେ ଗୀତ ଗାଇଛନ୍ତି। ତାଙ୍କ ଗୀତ ଶୁଣୁଥିବା ବ୍ୟକ୍ତି ପାଖରୁ ଉଠି ଯିବାକୁ ମନ କରି ନ ଥାନ୍ତି। ସେ ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ କାର୍ଯ୍ୟକ୍ରମରେ ଗୀତ ଗାଇ ନିଜର ପାରଦର୍ଶିତା ଦେଖାଇଛନ୍ତି। ସେ ଭଦ୍ରକସ୍ଥିତ ସଙ୍ଗୀତ ମହାବିଦ୍ୟାଳୟରୁ ଏମ୍‌ଏ ପାସ୍‌ କରିଛନ୍ତି। ଏଥିରେ ଅଧ୍ୟକ୍ଷ ରାମହରି ମହାନ୍ତି ସହଯୋଗ କରିଥିଲେ। ଭଦ୍ରକସ୍ଥିତ ମନମୋହନ ସଙ୍ଗୀତ ପରିଷଦରେ ନାମ ଲେଖାଇବା ବେଳେ ଦିଲୀପ ବୋଇତ ଓ ବସନ୍ତ ମହାନ୍ତିଙ୍କ ସହଯୋଗ ରହିଥିଲା। ବିଭିନ୍ନ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ସଙ୍ଗୀତରେ ପ୍ରଥମ ହୋଇ ପ୍ରମାଣ ପତ୍ର ଓ ପୁରସ୍କାର ହାସଲ କରିଛନ୍ତି। ସେ ଏବେ ଘରୋଇ ସଙ୍ଗୀତ ମହାବିଦ୍ୟାଳୟରେ ଶିକ୍ଷାଦାନ କରୁଛନ୍ତି। ସରକାରୀ ଭାବେ ତାଙ୍କୁ ପ୍ରୋତ୍ସାହନ ମିଳିଲେ ସେ ଆହୁରି ଆଗକୁ ଯାଇପାରନ୍ତେ ବୋଲି କହିଛନ୍ତି। ଦିବ୍ୟାଙ୍ଗ ଅନ୍ତର୍ଯ୍ୟାମୀଙ୍କୁ ଏପର୍ଯ୍ୟନ୍ତ କଳାକାର ଭତ୍ତା ମିଳୁନାହିଁ। ସରକାରଙ୍କ ପକ୍ଷରୁ ତାଙ୍କୁ ଭତ୍ତା ପ୍ରଦାନ ପାଇଁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ଚାନ୍ଦବାଲି ବିଡିଓଙ୍କୁ ସସ୍‌ପେଣ୍ଡ କରି…

ଚାନ୍ଦବାଲି,୧ା୧୦(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବିଡିଓ ସଞ୍ଜୀବ ମହାପାତ୍ରଙ୍କ ବିରୋଧରେ ରାଜ୍ୟ ସରକାର ନେଇଛନ୍ତି କଠୋର କାର୍ଯ୍ୟାନୁଷ୍ଠାନ। କାର୍ଯ୍ୟରେ ଅବହେଳା ଓ ଶୃଙ୍ଖଳାଗତ ନିୟମ ଭଙ୍ଗ…

ଶାଗ ତୋଳିବାକୁ ଯାଇ ମୁକୁଳା ଡ୍ରେନରେ ପଡିଗଲେ ବ୍ୟକ୍ତି, ତାପରେ….

ଭଦ୍ରକ,୨୯।୯(ସନାତନ ରାଉତ): ମୁକୁଳା ଡ୍ରେନ୍ ନେଲା ଜୀଵନ । ଭଦ୍ରକ ବାଇପାସ ସ୍ଥିତ କେନାଲ ଡିଭିଜନ ଅଫିସ ଭିତର ଡ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?