Posted inଭଦ୍ରକ

କଳାକୁ ଆପଣାଇଛନ୍ତି ଅନ୍ତର୍ଯ୍ୟାମୀ

ବନ୍ତ,୧୭।୪(ଡି.ଏନ.ଏ.): ପିଲାବେଳୁ କଳା ପ୍ରତି ତାଙ୍କର ଦୁର୍ବଳତା ଥିଲା। ନିଜର ଦୃଢ଼ ଇଚ୍ଛାଶକ୍ତି ଓ ନିଷ୍ଠା ଯୋଗୁ ଏବେ ହାରମୋନିୟମ, ଢୋଲ ବଜାଇବା ସହ ଗୀତ ଗାଇବାରେ ପାରଙ୍ଗମ ଭଦ୍ରକ ଜିଲା ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ହାସିନପୁର ଖର୍ଦ୍ଧାସାହିର ଅନ୍ତର୍ଯ୍ୟାମୀ ପରିଡ଼ା(୩୭)।
ଦୃଷ୍ଟିହୀନ ଅନ୍ତର୍ଯ୍ୟାମୀ ଦୁଇବର୍ଷର ହୋଇଥିବା ବେଳେ ଗୁଣୁ ଗୁଣୁ ହୋଇ ଗୀତ ଗାଇବା ସହ ଘରର କୌଣସି ପାତ୍ରକୁ ଢୋଲ ଭାବେ ବ୍ୟବହାର କରି ବଜାଉଥିଲେ। ପୁଅର ଏଭଳି ଗୁଣ ଦେଖି ବାପା ରବି ନାରାୟଣ ପରିଡ଼ା ତାଙ୍କୁ ଉତ୍ସାହିତ କରିଥିଲେ। ଭଦ୍ରକରୁ ଏକ ଢୋଲ କିଣି ଆଣି ତାଙ୍କୁ ଦେଇଥିଲେ। ଘରର ଆର୍ଥିକ ପରିସ୍ଥିତି ସ୍ବଚ୍ଛଳ ନ ଥିଲେ ହେଁ ସେ ଧାରକରଜ କରି ପୁଅକୁ ଆଗକୁ ନେଇଥିଲେ। ବାପା, ମା’, ଦୁଇ ଭାଇ, ଭଉଣୀ, ସ୍ତ୍ରୀ ଓ ଏକମାତ୍ର ପୁଅଙ୍କୁ ନେଇ ଅନ୍ତର୍ଯ୍ୟାମୀଙ୍କ ପରିବାର। ଯାତ୍ରା ଜଗତର ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ନାୟକଙ୍କ ସହଯୋଗ ପାଇ ପୁଅ ଆଗକୁ ଯାଇଥିବା ରବି ନାରାୟଣ କହନ୍ତି। ଅନ୍ତର୍ଯ୍ୟାମୀ ଆକାଶବାଣୀ ଓ ଦୂରଦର୍ଶନରେ ଗୀତ ଗାଇଛନ୍ତି। ତାଙ୍କ ଗୀତ ଶୁଣୁଥିବା ବ୍ୟକ୍ତି ପାଖରୁ ଉଠି ଯିବାକୁ ମନ କରି ନ ଥାନ୍ତି। ସେ ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ କାର୍ଯ୍ୟକ୍ରମରେ ଗୀତ ଗାଇ ନିଜର ପାରଦର୍ଶିତା ଦେଖାଇଛନ୍ତି। ସେ ଭଦ୍ରକସ୍ଥିତ ସଙ୍ଗୀତ ମହାବିଦ୍ୟାଳୟରୁ ଏମ୍‌ଏ ପାସ୍‌ କରିଛନ୍ତି। ଏଥିରେ ଅଧ୍ୟକ୍ଷ ରାମହରି ମହାନ୍ତି ସହଯୋଗ କରିଥିଲେ। ଭଦ୍ରକସ୍ଥିତ ମନମୋହନ ସଙ୍ଗୀତ ପରିଷଦରେ ନାମ ଲେଖାଇବା ବେଳେ ଦିଲୀପ ବୋଇତ ଓ ବସନ୍ତ ମହାନ୍ତିଙ୍କ ସହଯୋଗ ରହିଥିଲା। ବିଭିନ୍ନ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ସଙ୍ଗୀତରେ ପ୍ରଥମ ହୋଇ ପ୍ରମାଣ ପତ୍ର ଓ ପୁରସ୍କାର ହାସଲ କରିଛନ୍ତି। ସେ ଏବେ ଘରୋଇ ସଙ୍ଗୀତ ମହାବିଦ୍ୟାଳୟରେ ଶିକ୍ଷାଦାନ କରୁଛନ୍ତି। ସରକାରୀ ଭାବେ ତାଙ୍କୁ ପ୍ରୋତ୍ସାହନ ମିଳିଲେ ସେ ଆହୁରି ଆଗକୁ ଯାଇପାରନ୍ତେ ବୋଲି କହିଛନ୍ତି। ଦିବ୍ୟାଙ୍ଗ ଅନ୍ତର୍ଯ୍ୟାମୀଙ୍କୁ ଏପର୍ଯ୍ୟନ୍ତ କଳାକାର ଭତ୍ତା ମିଳୁନାହିଁ। ସରକାରଙ୍କ ପକ୍ଷରୁ ତାଙ୍କୁ ଭତ୍ତା ପ୍ରଦାନ ପାଇଁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ...

ପୁନରୁଦ୍ଧାର ଅପେକ୍ଷାରେ କୁଣ୍ଡିନଈ

ତିହିଡ଼ି,୨୧।୪(ସଞ୍ଜିତ ବଳ)ଦିନ ଥିଲା କୁଣ୍ଡିନଈ ପାଇଁ ୯ ପଞ୍ଚାୟତ ଶସ୍ୟଶ୍ୟାମଳା ହେଉଥିଲା। ପାର୍ଶ୍ୱବର୍ତ୍ତୀ ଗଁାର ଲୋକଙ୍କ ଜୀବନ ଜୀବିକା ସହ ଯୋଡ଼ି ହୋଇଥିଲା ଏହି ନଦୀ।...

ଭଣ୍ଡାରିପୋଖରୀରେ ନୂଆ-ପୁରୁଣା

ବନ୍ତ,୧୭।୪ (ହରିନାରାୟଣ ମହାନ୍ତି):ସାଧାରଣ ନିର୍ବାଚନରେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରରେ ଏଥର ହେବ ନୂଆ-ପୁରୁଣା ଲଢ଼େଇ। ବିଜେଡି ପକ୍ଷରୁ ଭଦ୍ରକ ବିଧାୟକ ସଞ୍ଜୀବ କୁମାର...

ଭଦ୍ରକ ଲୋକ ସଭା କ୍ଷେତ୍ର: ରଣାଙ୍ଗନରେ ଅନନ୍ତ, ଅଭିମନ୍ୟୁ, ମଞ୍ଜୁଲତା

ଭଦ୍ରକ,୧୫ା୪(ସନାତନ ରାଉତ): ଭଦ୍ରକ ଲୋକ ସଭା ଆସନରେ ଭାଜପା ଓ ବିଜେଡି ପୁରୁଣା ପ୍ରାର୍ଥୀଙ୍କୁ ଦୋହରାଇଥିବା ବେଳେ କଂଗ୍ରେସ ଶନିବାର ପୂର୍ବତନ ଏମ୍‌ପି ଅନନ୍ତ ପ୍ରସାଦ...

ଡିଭାଇଡର୍‌ ଉପରେ ଚଢ଼ିଗଲା କାର୍‌, ଚାଲିଗଲା ବାପ-ଝିଅଙ୍କ ଜୀବନ, ୩ ଗୁରୁତର

ଭଦ୍ରକ,୧୪ା୪(ସନାତନ ରାଉତ): ପୁରୀରୁ ଖଡ଼ଗପୁର ଆସୁଥିବା ଏକ କାର୍‌ ରବିବାର ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢ଼ି ଯିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ...

ବ୍ରିଜ୍‌ରୁ ଖସିଲା କଦଳୀ ବୋଝେଇ ଟ୍ରକ୍‌

ଭଦ୍ରକ,୧୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ଗେଲପୁର ଓଭର ବ୍ରିଜରୁ ତଳକୁ ଶୁକ୍ରବାର ଖସି ପଡ଼ିଛି କଦଳୀ ବୋଝେଇ ଟ୍ରକ୍‌। ଟ୍ରକର ଆଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri